Susant Purohit

Others

3  

Susant Purohit

Others

ମଧ୍ୟବିତ୍ତର ରୋଚକ ଜୀବନ ଗାଥା

ମଧ୍ୟବିତ୍ତର ରୋଚକ ଜୀବନ ଗାଥା

5 mins
135



ଏକ ହିନ୍ଦୀ ଅଲେଖ୍ୟ ଓ ମୋ, ଆପଣଙ୍କ ଅନୁଭୂତି ଆଧାରରେ ଭାବାନୁବାଦ ଓ ଉପସ୍ଥାପନା : ପାର୍ଥ 

ଆଜିର ଭାରତୀୟ ସମାଜରେ “ ମଧ୍ୟବିତ୍ତ”ଟିଏ ହେବା ଯେତିକି ଏକ ବରଦାନ, ସେତିକି ଏକ ଅଭିଶାପ ମଧ୍ୟ । ମଧ୍ୟବିତ୍ତଟିଏର ଜୀବନଟିଏ ସବୁଠାରୁ ଦୟନୀୟ ମଧ୍ୟ । ହଁ, ମଧ୍ୟବିତ୍ତକୁ କେହି ଦୟା ଦେଖାଇବାକୁ ବି ନ ନ ଥାଆନ୍ତି, ସରକାର ସବୁ ବ୍ୟସ୍ତ ସାମାଜର ତଳ ସ୍ତରର ଲୋକଙ୍କ ପାଇଁ ସବୁ ମୁକ୍ତ ବା ଅତିଶୟ ରିହାତି ଦେବାରେ, ତାଙ୍କ ପାଇଁ ସବୁଥିରେ ସ୍ଥାନ ସଂରକ୍ଷଣ କରିବାରେ, ତାଙ୍କୁ ପୋଷ୍ୟପୁତ୍ର କରିବାରେ । ଆଉ ଥରେ ନିର୍ବାଚନ ଜିତିବାକୁ ଭୋଟ ନହେଲେ କେଉଁ ଠୁ ମିଳିବ ? ଆଉ ଧନୀ ବ୍ୟବସାୟୀଙ୍କୁ ତୁଷ୍ଟିକରଣ ବି ଆବଶ୍ୟକ, ନହେଲେ ତାଙ୍କ ନିର୍ବାଚନ ପାଣ୍ଠି ଆସିବ କେଉଁଠୁ ? ମୁଁ ଆପଣଙ୍କ ପରି ଲୋକଙ୍କ ଭୋଟ ହିଁ ତାଙ୍କର ଆବଶ୍ୟକ ନାହିଁ । ଆଉ ଆମ ଉପରେ ଧନୀକ ଶ୍ରେଣୀର ବି ଦୟା ନାହିଁ, କାରଣ ସେମାନେ ଏହି ମଧ୍ୟବିତ୍ତ ପାଖରୁ ହିଁ ତାଙ୍କର କଷ୍ଟଅର୍ଜିତ ଅର୍ଥ ଲୁଟି ନେଲେ ତ ଆହୁରି ଧନୀ ହୋଇ ପାରିବେ !!!! ପୁଣି ସମାଜର ସବା ତଳ ସ୍ତର ବାଲା ବି କାହିଁକି ଭବିବେ ଏମାନଙ୍କ କଥା ??? ବିଚରା ମଧ୍ୟବିତ୍ତଟିଏର ଜୀବନରେ କାହୁଁ ଆସିବା ଏକ ବିଳାଷ ପୂର୍ଣ ବାଲ୍ୟକାଳ ବା ଆରାମ ଦାୟକ ବର୍ଦ୍ଧକ୍ୟ ??? ବିଚରା ମଧ୍ୟବିତ୍ତଟିଏ ସାରା ଜୀବନ ବିଭିନ୍ନ ସମସ୍ଯା, ବିଭିନ୍ନ ଜଞ୍ଜାଳ ଭିତରେ ଏପରି ଫସି ରହିଥାଏ ଯେ ତାହାକୁ କିନ୍ତୁ ଏ ସବୁ ଭାବିବାକୁ ସମୟ ହିଁ ନ ଥାଏ, ଆଉ ହେତୁ ଆସିବା ଠାରୁ ଛ ଖଣ୍ଡି କାଠରେ ତାର ଶେଷ ଯାତ୍ରା କରିବା ଯାଏ ସେ ଏହା ହିଁ କରିଚାଲିଥାଏ । ମଧ୍ୟବିତ୍ତକୁ ଚିହ୍ନିବେ କିପରି ? ୧ . ଯେଉଁ ଲୋକ ଚା ଛାଣି ସାରିଲା ପରେ କାଳେ ଆଉ ଆଉ ଦୁଇ ଚାରି ବୁନ୍ଦା ରହି ଯାଇଥିବ ବୋଲି ଚା ପତିକୁ ଚିପୁଡି ତାକୁ ବାହାର କରିଥାଏ, ସେ ତ ମଧ୍ୟବିତ୍ତ ନିଶ୍ଚୟ । ସେମାନେ କେବେ ସୌଖୀନ room freshener ବ୍ୟବହାର କରନ୍ତି ନାହିଁ, ସେମାନେ ସିଧା ଧୂପ ବା ଝୁଣା ହିଁ ଦେଇଦିଅନ୍ତି । ଟୁଥ ପେଷ୍ଟର ଟିଉବଟି ସଋ ଯାଇଥିଲେ ମଧ୍ୟ ତାହାକୁ ଭଲ ଭାବରେ ହାତୁଡିରେ ପିଟି ଔ ଦିନେ ଦୁଇଦିନରର ସେଶ ପେଷ୍ଟ ଟିକିକ ମଧ୍ୟ ବାହାର କରୁଥିବା ଲୋକଟି ମଧ୍ୟ ନିଶ୍ଚୟ ମଧ୍ୟବିତ୍ତ । ୨. ଯେଉଁ ଲୋକର ଘରେ ପନୀର ତରକାରୀ ତେବେ ହୁଏ, ଯେଉଁ ଦିନ କ୍ଷୀର ଦୈବାତ ଛିଣ୍ଡି ଯାଇଥାଏ, ତାକୁ ବ୍ୟବହାର ଉପଯୋଗୀ କରିବାକୁ ହିଁ ପନୀର ତିଆରି ହୁଏ, ସେ ତ ମଧ୍ୟବିତ୍ତ ହିଁ ଅଟେ । ୩ . ଯେଉଁ ବ୍ୟକ୍ତିର ଘରକୁ ଫୃଟି, ମୃଦୁ ପାନୀୟ ତେବେ ଆସେ ଯେତେବେଳେ ଘରକୁ ଖାସ କେହି ଅତିଥି ଆସନ୍ତି, ସେ ବିଚରା ମଧ୍ୟବିତ୍ତ ନିଶ୍ଚୟ ।୪ . ଯାହାଙ୍କ ଘରେ get together, ଜନ୍ମଦିନ ଆଦି ପାର୍ଟି ହୁଏ ନାହିଁ ଭବ୍ୟ ଭୋଜିଭାତର ଆୟୋଜନ ହୁଏ ନାହିଁ, ହୁଏ ସତ୍ୟନାରାୟଣ ପୂଜା ପ୍ରସ୍ତୁତ ହୁଏ ପ୍ରସାଦ ଦନାରେ ବଣ୍ଟନ ପାଇଁ ସେମାନେ ମଧ୍ୟବିତ୍ତ ନିଶ୍ଚୟ । ୫ . ଯେଉଁ ଲୋକର ଘରେ ସମସ୍ତଙ୍କ ପାଇଁ ଖାଦ୍ୟ ଓ ବସ୍ତ୍ର ତିନି ପ୍ରକାର ହୋଇଥାଏ, ଦୈନିକ ବ୍ୟବହାର ବାଲା, ବାହାରକୁ ଗଲେ ପିନ୍ଧିବା କିସମ ଓ ଗୋଟେ ଦୁଇ ହଳ ସାଇତା ହୋଇଥାଏ ବାହାଘର ଆଦିକୁ ଗଲେ ପିନ୍ଧିବା ପାଇଁ ସ୍ଵତନ୍ତ୍ର ଅବସର ପାଇଁ ସେମାନେ ତ ମଧ୍ୟବିତ୍ତ । ୬ . ମଧ୍ୟବିତ୍ତଟିଏର ମାସିକ ବଜେଟ ଏଭଳି ସମତୁଲ ଭାବରେ ତିଆରି ହୋଇଯାଇଥାଏ ଯେ ଦରମା ଯଦି ୧ ତାରିଖ ଜାଗାରେ ୫ ହୋଇଗଲା ତେବେ ତାଙ୍କୁ ପଡିଯାଏ ବହୁତ ଅସୁବିଧା, ଯଦି ତାଙ୍କ ତେଜରାତି ଦୋକାନ ଉଧାରୀ ଦଊ ନଥିବ । ୭ . ଯେଉଁ ବ୍ୟକ୍ତି ତାର ପରିବାର ନେଇ ହୋଟେଲକୁ କେବେ କେବେ ଯଦି ଦୈବାତ ଯାଏ ଆଉ ହୋଟେଲ ବୟ ମେନୁ ଆଣି ଥୋଇଦେଲା ପରେ ନିଜ ପସନ୍ଦର ଖାଦ୍ୟ ସିଧାସଳଖ ନ ବାଛି ଦର ତାଲିକାକୁ ଖୋଜେ ତାର ପକେଟକୁ କେଉଁ କେଉଁଟି ହୋଇ ପାରିବ, ସେ ବିଚରା ତ ”ମଧ୍ୟବିତ୍ତ” । ୮ . ଯେଉଁ ବ୍ୟକ୍ତିର ଅଧା ଜୀବନ “ ସବୁ ମହଙ୍ଗା ହୋଇଗଲା “ କହିବାରେ, ନିଜ ବାଲ ଝଡି ଯାଉ ଥିବାର, ବଢୁଥିବା ପେଟକୁ କମେଇବାରେ କାଟି ଯାଏ, ସେ ହିଁ ତ ମଧ୍ୟବିତ୍ତଟିଏ । ୯ । ଯେଉଁ ବ୍ୟକ୍ତି ରାତିରେ ଶୋଇଲା ବେଳେ ଆଗକୁ କାରଟିଏ କିଣିବ, ଘର ଆଉ ଟିକିଏ ସୁନ୍ଦର କରି ବନେଇବ, ବ୍ୟବସାୟ ଆଉ ଟିକିଏ ବଢେଇବ, ବିଦେଶ ଟିକିଏ ବୁଲି ଯିବ ପରି ସ୍ଵପ୍ନ ନ ଦେଖି କିପରି କାଲି ପୁଅ ଝିଅକୁ ଭଲ କରି ପଢେଇବ, କିପରି କାଲି ହାଟକୁ ଯାଇ କିଛି ଶସ୍ତା ପାରିବା ଆଣି ପାରିବ ଏହି ସ୍ଵପ୍ନ ହିଁ ଦେଖି ଦେଖି ସୁଏ, ସେ ଯେ ମଧ୍ୟବିତ୍ତ । ୧୦. ଯେଉଁ ପରିବାର କୁଆଡେ ଯିବାକୁ ବହାରିକି ଘର ଦାଣ୍ଡ କବାଟରେ ତାଲା ପକେଇବା ବେଳକୁ ପୁଣି ଥରେ ଘରର ସବୁ କୋଠରୀକୁ ବୁଲି ଆସନ୍ତି କାଳେ କେଉଁଠି ଲାଇଟ ବା ପଙ୍ଖା ବନ୍ଦ ହୋଇନି ତ ? ଗେସ ସିଲିଣ୍ଡର ଅଫଂ ହୋଇଛି ତ ଦେଖିବାକୁ ପୁଣି, ସେମାନେ ତ ନିଶ୍ଚୟ ଆମ " ମଧ୍ୟବିତ୍ତ " ୧୧.ଯେଉଁ ମାନେ ଗରମ ଦିନେ ଯଦି ଏସି ଚଲାନ୍ତି କୋଠରୀ ଥଣ୍ଡା ହେଲାମାତ୍ରେ ବନ୍ଦ କରନ୍ତି ଆଉ ଶୀତ ଦିନେ ଗାଧୁଆ ଘରେ ଗାଧୋଇ ସାରିବା ଆଗ୍ରହ ଗିଜର ବନ୍ଦ କରି ତାର ଉଷୁମ ପାଣି ଥଣ୍ଡା ନ ହୋଇଯିବା ଯାଏ ବ୍ୟବହାର କରନ୍ତି ସେମାନେ ବି ମଧ୍ୟବିତ୍ତ ହିଁ ନିଶ୍ଚୟ । ଆହୁରି ଅନେକ ଅନୁଭୂତି ତ ଥିବ, ତାହା ଆପଣ ମାନେ ଅନୁଭୂତିରୁ ଯୋଡିବେ ନି କି ? ଯଦି ମଧ୍ୟବିତ୍ତ ହୋଇଥିବେ । ଏ ସବୁ ସତ୍ତ୍ୱେ ମଧ୍ୟବିତ୍ତଟିଏ ହେବାର ଅନେକ ଲାଭ ମଧ୍ୟ ରହିଛି । ଆଇ-ଫୋନ ନୂଆଟିଏ ବାହାରିଲା ଯାହାର ଦାମ ଲକ୍ଷେ ଟଙ୍କା, ବା ମାର୍ଶିଡେଜ କାରର ଦାମ ୪୦ ହଜାର ବଢିଗଲା, ବା ପଞ୍ଚତରକା ହୋଟେଲରେ ରହିଲେ ଟେକ୍ସ ଅଧିକ ପଡିବ ବୋଲି ଘୋଷଣା ହେଲା ବଜେଟରେ, ଏ ସବୁରେ ମଧ୍ୟବିତ୍ତଟିଏର ମୁଣ୍ଡ ଖେଳେଇବାର ନାହିଁ । ପ୍ରତିବର୍ଷ ମେଡିଆରେ ବଜେଟ ସମୟରେ ଏତେ ହଲ୍ଲା ଗୁଲା ହଉଥିଲେ ବି ମଧ୍ୟବିତ୍ତଟିଏ ଜାଣେ ତାକୁ କିଛି ଲାଭ ମିଳିବାର ପ୍ରଶ୍ନ ନାହିଁ । ସରକାର ମାନେ ଯଦି ଏଥର ଚାଷୀ ମାନଙ୍କୁ ଖୁସି କରିବାକୁ ୩୦ ଲକ୍ଷ କୋଟି ଦେଲେ, ତାକୁ ତ କିଛି ଫାଇଦା ମିଳିବାର ନାହିଁ, ବରଂ ସେ ପଇସା ତା ପକେଟରୁ ନେବେ ସରକାର ଟିକସ ବଢେଇ । ବଜେଟରେ ଏବର୍ଷ ଯଦି ଟିଭି ଶସ୍ତା ହେଲା, ଆଉ କିଛି ମହଙ୍ଗା ହୋଇଥିବ । ଆର ବଜେଟରେ ଆଉ କଣ ଶସ୍ତା ହେଲେ ଟିଭି ମହଙ୍ଗା ହୋଇଯିବ, ଏହା ହିଁ ତ ବଜେଟର ଖେଳ, ମଧ୍ୟବିତ୍ତ ତାହା ଜାଣେ । ମଧ୍ୟବିତ୍ତର ସ୍ୱପ୍ନ ସୀମିତ । କଷ୍ଟ ଅର୍ଜିତ ଉପାର୍ଜନକୁ କମ ଖାଇ, ଶସ୍ତା ପିନ୍ଧି କିପରି ନିଜ ପିଲାଛୁଆଙ୍କୁ ଭଲ ପାଠ ପଢେଇ ମଣିଷ ପରି ମଣିଷ କରିବ, ଦୁଇ ଚାରି ଟଙ୍କା କରି ବଞ୍ଚେଇ, କିଛି ବେଙ୍କ ଋଣ ଆଣି ମୁଣ୍ଡ ଗୁଞ୍ଜିବାକୁ ନିଜର ଘରଟିଏ କରିବ, ବାର୍ଦ୍ଧକ୍ୟରେ କାହା ଉପରେ ବୋଝ ନ ହୋଇ ଚଲି ପାରିବାକୁ କିପରି କିଛିରଖିଥିବ, ବେସ ଏତିକି ତ ତାର ସ୍ୱପ୍ନ !!! ପରିସଙ୍ଖ୍ୟାନ କଣ କୁହେ ଆମର ସେ ଭିତରକୁ ଯିବାର ନାହିଁ, କିନ୍ତୁ ଆମେ, ମଧ୍ୟବିତ୍ତ ମାନେ ନିଶ୍ଚୟ ଅନୁଭବ କରୁଛୁ ଯେ ଦିନକୁ ଦିନ ଆଯ ବ୍ୟୟର ଦୁଇ ଧାରାକୁ ସମତୁଲ କରିବା ଦିନକୁ ଦିନ କଠିଣ ହୋଇ ଯାଉଛି । ସବୁ ଜିନିଷର ଦରବୃଦ୍ଧି, ଟିକସ ବୃଦ୍ଧି ଆଦିରେ କେତେ ଯେ ମଧ୍ୟବିତ୍ତ ପ୍ରକୃତରେ ଦରିଦ୍ର ଅବସ୍ଥାକୁ ଆସିଲେଣି ତାହାର ହିସାବ ତ ନାହିଁ । କାରଣ ଥରେ ମଧ୍ୟବିତ୍ତ ବୋଲି ଜଣକ ଉପରେ ଛାପ ଲାଗିଗଲେ ତାହା ତ ସହଜରେ ଛାଡେନି, ଯେପରି ହାତରେ ଥରେ ଚିତା କୁଟା ହୋଇ ନାମ ଲେଖା ଆଉ ଛାଡେନି .......... ମୁଁ, ଆପଣ ମାନେ ସବୁ ( ଯିଏ ଧନିକ, ତାର ସମୟ ନାହି ଏଇ ଫେସବୁକ ଆସି ଲେଖା ପଢିବାର ) ଏହି ଶ୍ରେଣୀର ନିଶ୍ଚୟ ଆଉ ଏହି ଅଭିଜ୍ଞତା ଦେଇ ଊଣା ଅଧିକେ ଆମେ ସମସ୍ତେ ବିତେଇ ଆସିଛୁ ଜୀବନ ଏ ଯାବତ, ଆଗକୁ ବି ବିତେଇନେବା । କିନ୍ତୁ ଆମେ ଜିଇଁବା ବି ଶିଖିନେଇଛୁ, ଆଗକୁ ବି ଜିଇଁ ଚାଲିବା ଖୁସିରେ, ମୁକାବିଲା କରିନେବା ସବୁ ସମସ୍ୟାର, କାରଣ ଆମେ ତ ମଧ୍ୟବିତ୍ତ । ଜୀବନ କଣ ତାହା ଜାଣିନେଇଥିବା ଲୋକ ପ୍ରକୃତରେ ଆମେ ମଧ୍ୟବିତ୍ତ ।  



Rate this content
Log in