susant purohit

Thriller Others

3  

susant purohit

Thriller Others

ମୋ ମାଲେସିଆ ଡାଇରି ( ୧୨ )

ମୋ ମାଲେସିଆ ଡାଇରି ( ୧୨ )

6 mins
2



“ବାଟୁ ଗୁମ୍ଫା" ଏକ ଚମତ୍କାର ଭାରତୀୟ ସର୍ଜନା, ମାଲେସିଆରେ  Groung zero ରୁ ....... ପାର୍ଥ ଅନୁଭୂତି  ଯେବେ ପ୍ରକୃତି କିଛି ସ୍ଥାନରେ ଅଜାଡି ଦିଏ ତାର ସବୁ ସୁନ୍ଦରତା ତାହା ତ ମଣିଷ ଜାତିକୁ ପରମାତ୍ମା ଦାନ, କିନ୍ତୁ ଯଦି ମଣିଷ ବି ସେଠାରେ ନିଜର ସ୍ଥାପତ୍ୟ କଳାରେ କିଛି ଅନନ୍ୟ ସୃଷ୍ଟି ଯୋଡିଡିଏ ତାହା ହୋଇଯାଏ ଆହୁରି ଚମତ୍କାର, ଯୁଗ ଯୁଗ ପାଇଁ । ଆଉ ତାହା ଯଦି ଆମ ନିଜ ଦେଶରେ ହୋଇଥାଏ ଆମେ ତାହାକୁ ନେଇ ଗର୍ବ ନିଶ୍ଚୟ କରୁ, ଦେଖିବାକୁ ଯାଉ, ତାହା ଆମ ସଂସ୍କୃତି ର ଏକ ପରିଚିତି ହୋଇ ଯାଏ । କିନ୍ତୁ ଯଦି ସେମିତି ଏକ ସୁନ୍ଦର ସଂଯୋଗ ଆମ ଦେଶର କଳା , ଆମ ଦେଶର ଧର୍ମ , ସଂସ୍କୃତି ସହିତ ଯୋଡି ହୋଇଥିବା ସ୍ଥାପତ୍ୟ ବିଦେଶ ରେ କେଉଠି ଏକ ଅନନ୍ୟ ପ୍ରକୃତିକ ଜାଗାରେ ହୋଇ ସାରା ଜଗତରେ ବିଖ୍ୟାତ ହୋଇଥାଏ ତେବେ ତାହା ତ ଆମ ଭାରତୀୟ ମାନଙ୍କ ପାଇଁ ଅତୀବ ଗର୍ବର କଥା ଟିଏ ନିଶ୍ଚୟ , ସେଠାରେ ଯଦି ଭାରତୀୟ ଜଣେ ପହଞ୍ଚେ ସେ ନିଶ୍ଚୟ ଭାବ ବିଭୋର ହୋଇଯିବା କଥା ତ ନିହାତି ଥୟ କଥା ଟିଏ , ଯାହା ଆଜି ସକାଳେ ହୋଇଥିଲା ଆମ ମାନଙ୍କ ପାଇଁ , ମାଲେସିଆରେ , ପ୍ରକୃତରେ ମାଲେସିଆର ରାଜଧାନୀ ନବଶ୍ଚୁମ୍ଭୀ ଅଟ୍ଟାଳିକାମୟ ସହର କୁଆଲାଲୁମ୍ପୁର ରେ ହିଁ । "Awe struct" ଯାହାକୁ କୁହାଯାଇପାରିବ ଇଂରେଜୀ ରେ , ତାହା ହିଁ ଅନୁଭବ କଲୁ ଆମେ । ଆଉ ଆପଣ ମାନଙ୍କୁ , ମୋର ସବୁ ପ୍ରିୟ ବନ୍ଧୁ ବାନ୍ଧବୀ ମାନଙ୍କୁ , ଏବେ ତାହାର ବିଶ୍ରୂତ ବିବରଣୀ , କିଛି ତଥ୍ୟ , ground zero ରୁ ଉଠା ଯାଇଥିବା ନିଜସ୍ଵ କାମେରା ଫୋଟୋ , ଭିଡିଓ ଗୁଡିକ ସହିତ ଆପଣଙ୍କୁ ଜୀବନ୍ତ ଭାବେ ଦେଖିବାର ପ୍ରୟାସ ତ ମୁଁ ନିଶ୍ଚୟ କରିବି ସବୁ ସ୍ଥାନ ପରି । ଦେଖିଲି ମୁଁ ସିନା କିନ୍ତୁ ସଙ୍ଗରେ ନେଇଥିଲି ଆପଣ ମାନଙ୍କୁ ସମସ୍ତଙ୍କୁ ଯେ .... ଆସନ୍ତୁ ବିଶ୍ଵ ବିଖ୍ୟାତ ଏକ ପର୍ଯ୍ୟଟନ ସ୍ଥଳୀ " ବାଟୁ ଗୁମ୍ଫା " ବା The Batu Cave " କୁ ଦେଖିବା , ଜାଣିବା । ବାଟୁ ଗୁମ୍ଫା - କିଛି ଇତିହାସ    ମାଲୟ ଦେଶ ବା ଆଧୁନିକ ମାଲୟେସିଆ ର ରାଜଧାନୀ ସହର କୁଆଲାଲୁମ୍ପୁର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ସେଲଙ୍ଗର ଇଲାକା ରେ ଏକ ସୁଦୀର୍ଘ ଲାଇମଷ୍ଟୋନ ( ଚୂନ ପଥର ) ରେ ଗଠିତ ପର୍ବତମାଳା ରହିଥିଲା ଆବହମାନ କାଳରୁ । ସେଥିରେ ବେଶ କିଛି ପ୍ରକୃତିକ ଗୁମ୍ଫା ତ ଥିଲା , ଯେଉଥିରେ ଆଦିମ କାଳ ର ଲୋକ ମାନେ ବି ଆଶ୍ରୟ ବି ନଉଥିଲେ , ପରେ ସେହି ଅଞ୍ଚଳରେ ବସତି ସ୍ଥାପନ କରି ରହୁଥିବା ଚାଇନା ଲୋକ ମାନେ ୧୮୬୦ ମସିହାରେ ଗୁମ୍ଫା ଗୁଡିକ ଆହୁରି ଖନନ କରି ସେଠାରେ ମହଜୁଦ ଥିବା ଚୂନ ପଥର କୁ ନିଜ ପରିବା କ୍ଷେତ ରେ ସାର ଭାବରେ ବ୍ୟବହାର କରିବାକୁ ନେଲେ ବିପୁଳ ପରିମାଣ ରେ । ତେଣୁ ଗୁମ୍ଫା ଗୁଡିକ ଆହୁରି ବିଶାଳ ହୋଇ ଚାଲିଥିଲା , ଭିତର ଦେଇ ଝରଣା ମାନ ମଧ୍ୟ ପ୍ରବାହିତ ହେଲା ପାର୍ବତୀୟ ଉପରୁ ଜଳ ଆସି ।  ତେବେ ଆପଣ ମାନେ ଜାଣିଥିବେ ଆମ ଭାରତରୁ ଅନେକ ବଣିକ ପ୍ରଥମେ ପୂର୍ବ ଭାରତରୁ ଓ ତାହା ପରେ ଦକ୍ଷିଣ ଭରତ ରୁ ଯାଇ ମଲୟା ଦେଶ ରେ ବେପାର କରିବା ସହିତ ଅନେକ ସଂଖ୍ଯାରେ ସ୍ଥାୟୀ ଭାବାତରେ ରହିଗଲେ ମଧ୍ୟ । ସେମାନେ ବେପାର ବାଣିଜ୍ୟ କରି ବେଶ କେଇଜଣ ସମ୍ବରୁଦ୍ଧ ମଧ୍ୟ ହୋଇପାରିଥିଲେ । ଭାରତୀୟ କଳା ସଂସ୍କୃତି , ସ୍ଥାପତ୍ୟ ଶୈଳୀ ମଧ୍ୟ ତାଙ୍କ ଦ୍ଵାରା ମାଳୟ ଦେଶ କୁ ପହଞ୍ଚିଥିଲା ଧରମ ମଧ୍ୟ ବ୍ୟାପୃତ ହେଲା । ୧୮୯୦ ମସିହାରେ ମାଲୟେସିଆରେ ସ୍ଥାୟୀ ରହିଥିବା ଜଣେ ତାମିଲ ଶିଲ୍ପପତି କେ . ଥମ୍ବୁଶମୀ ପିଲ୍ଲାଇ ( K. Thamboosamy Pillai ) ଙ୍କ ଉଦ୍ୟମ ରେ ସେଠାରେ ଏକ ବିଶ୍ରୂତ ଅଞ୍ଚଳ ରେ ଥିବା ବୃହତ ଦ୍ଵେତ ଗୁମ୍ଫା ର ଦ୍ଵାର ନିକଟରେ ନିର୍ମାଣ ହେଲା ଦେବତା ମୁରୁଗାନ ଙ୍କ ମନ୍ଦିର ଓ ପରେ ଏକ ବିଶାଳ ପ୍ରତିକୃତି । ପରବର୍ତୀ କାଳ ରେ ମନ୍ଦିର ର ପରିବର୍ଦ୍ଧନ ହେଲା , ଆହୁରି ମନ୍ଦିର ମାନ ନିର୍ମିତ ହେଲା ଓ ୨୦୦୮ ମସିହା ସୁଦ୍ଧା ଗୁମ୍ଫା ଗୁଡିକ ଭିତରୁ ଗୋଟିଏ ବଡ ଗୁମ୍ଫା ରେ ସ୍ଥାପିତ ହେଲା ଅତୀବ ସୁନ୍ଦର " ରାମାୟଣ ଗୁମ୍ଫା " , ଚମତ୍କାର ଏକ ଭାରତୀୟ ମୂର୍ତି ସ୍ଥାପତ୍ୟ କଳା ର ନିର୍ମାଣ ।  ବାହ୍ୟ ଦୃଶ୍ୟମାନ ଆଞ୍ଚଳ ସମୂହ  ଆପଣ କୁଆଲାଲୁମ୍ପୁର ଠାରୁ ବାଟୁ ଗୁମ୍ଫା ଆଞ୍ଚଳ କୁ ଯିବାକୁ ହେଲେ ଆପଣଙ୍କୁ ଖୁବ ସୁନ୍ଦର ଯାତାୟାତ ପଥ ହେଲା ମେଟ୍ରୋ ରେଳ ଯୋଗେ । କୁଆଲାଲୁମ୍ପୁର ମଧ୍ୟ ସ୍ଥଳୀ ରେ ଥିବା ମୁଖ୍ୟ ରେଳ ଷ୍ଟେସନ KL Sentral ଠାରୁ ଏକ ରେଳ ଲାଇନ ବାଟୁ ଗୁମ୍ଫା ପର୍ଯ୍ୟନ୍ତ ଯାଇଛି , ମଝିରେ ୬ ଟି ସହର ଷ୍ଟେସନ ପଡେ ଓ ବାଟୁ ଗୁମ୍ଫା ର ନିକଟରେ ହିଁ ତାର ଟେର୍ମିନାଲ ପଏଣ୍ଟ । ଆପଣ ବସ ବା ଅନ୍ୟ ଯାନ ବାହନ ଯୋଗେ ମଧ୍ୟ ପହଞ୍ଚିବାକୁ ସୁନ୍ଦର ରାଜପଥ ମଧ୍ୟ ରହିଛି ସେ ସ୍ଥାନ କୁ । ଆପଣ ସେଠାରେ ପହଞ୍ଚିବା ମାତ୍ରେ ଆପଣଙ୍କ ଦ୍ରୁଷ୍ଟି ଗୋଚର ହେବ ଭଗବାନ ମୁରୁଗାନ ଙ୍କ ୧୪୦ ଫୁଟ ଉଛ ବିଶାଳ ସ୍ଵର୍ଣିମ ସୁନ୍ଦର ପ୍ରତିମୂର୍ତି , ପ୍ରଚ୍ଛଦ ରେ ବିଶାଳ ଗରୁଡ ଙ୍କ ପୂର୍ଣ ଅବୟବ ଏକ ପ୍ରତିମୂର୍ତି । ଏହା ସହିତ ଦୁଇଟି ସୁନ୍ଦର ଭବ୍ୟ କାରୁକର୍ଜ୍ୟ ହୋଇଥିବା ମନ୍ଦିର ଉଭୟ ପାର୍ଶ୍ଵ ରେ । ଆଗକୁ ଗଲେ ପର୍ବତ ପାଖ ଦେଇ ଏକ ମିଉଜିଆମ ସ୍ଥାପିତ ମଧ୍ୟ ହୋଇଛି । ଶିଖର କୁ ଯିବା ପାଇଁ ଲାଲ, ନୀଳ , ହରିତ ସୁନ୍ଦର ରଙ୍ଗ କରାଯାଇଥିବା ୨୭୨ ଟି କଂକ୍ରିଟ ପାହାଚ ମଧ୍ୟ ନିର୍ମିତ ହୋଇଛି , ଯାହା ଦେଇ ଆପଣ ପର୍ବତ ର ଶିଖର ପାଖରେ , ଘନ ଅରଣ୍ୟ ଆଚ୍ଛାଦିତ ଆଞ୍ଚଳ ଦେଇ ଯାଇ ଏକ ସୁନ୍ଦର ମନ୍ଦିର ରେ ପହଞ୍ଚି ପାରିବେ । ପ୍ରଶସ୍ତ ପ୍ରାଙ୍ଗଣ ରେ ଆପଣ ଦେଖିବାକୁ ପାଇବେ ଶହ ଶହ ପରା ମାନଙ୍କୁ , ମାଙ୍କଡ ମାନଙ୍କୁ , ଯେଉଁ ମାନେ ପର୍ଯ୍ୟଟକ ମାନଙ୍କ ଦ୍ଵାରା ଦିଆ ଯାଉଥିବା ଖାଦ୍ଯ ଖାଇବାକୁ ଏପରିକି ଖୁବ ନିକଟ କୁ ଆସନ୍ତି , ଦେହ ଉପରେ ମଧ୍ୟ ବସି ଯାନ୍ତି ।  ରାମାୟଣ ଗୁମ୍ଫା -  ତେବେ ଆପଣ ଏ ସବୁ ଦେଖି ସାରିଲା ପରେ ଆଗକୁ ଗଲେ ପାଇବେ ଅନନ୍ୟ " ରାମାୟଣ ଗୁମ୍ଫା " ଯାହା ନିକଟ ରେ ୫୦ ଫୁଟ ଉଛର ହନୁମାନ ଙ୍କ ଭବ୍ୟ ପ୍ରତିମୂର୍ତି ସହିତ ଅନେକ ଅଶ୍ଵ ପ୍ରତିମୂର୍ତି ଖଚିତ ରଥ ପ୍ରତିମୂର୍ତି ମଧ୍ୟ ଦେଖିବେ । ସୁଡଙ୍ଗ ତୁଲ୍ୟ ଏକ ରାସ୍ତା ଦେଇ କିଛି ବାଟ ଗଲେ ଆପଣ ପହଞ୍ଚିବେ ଅତ୍ୟାଧୁନିକ ଆଲୋକମାଳା ରେ ସଜ୍ଜିତ ଗୁମ୍ଫାର ମୁଖ୍ୟ ପ୍ରକୋଷ୍ଠ ରେ । ଏ ସବୁ ୨୦୦୧ ମସିହା ରେ ନିର୍ମିତ ହୋଇଥିଲା । ଏଠାରେ ଆପଣ ଆମ ଅନନ୍ୟ ରାମାୟଣ ର କାହାଣୀ ର ଆଧାର ରେ ଦେଖିବେ ସୁନ୍ଦର ମୂର୍ତି ସବୁ , ଘଟନା ଅନୁସାରେ କ୍ରମନ୍ୟାୟ ରେ ସଜ୍ଜିତ ହୋଇଥିବା ଦ୍ରୁଶ୍ଯ ଭାବରେ । ଶ୍ରୀରାମ ଙ୍କ ଜନ୍ମ ଠାରୁ ଆରମ୍ଭ କରି ସୀତା ସ୍ଵୟଂବର , ବନବାସ ଯାତ୍ରା , ମାତା ସୀତା ଙ୍କୁ ତାଙ୍କ କୁଟୀର ଆଗରୁ ବାବାଜୀ ଛଦ୍ମବେଶୀ ରାବଣ ଆସି ଅପହରଣ କରିବା ଦୃଶ୍ୟ , ଲଙ୍କାରେ ଅଶୋକ ବନ ରେ ସୀତା ଙ୍କ ଅଧିବାସ ଦ୍ରୁଶ୍ଯ , ଲଙ୍କାଧିପତି ରାବଣଙ୍କ ଦରବାର ରେ ହନୁମାନ ଙ୍କ ପ୍ରବେଶ କରି ନିଜ ଲାଙ୍ଗୁଡ ସାହାଜ୍ଯ ରେ ବିରାଟ ମଞ୍ଚ କରି ଉପବେଶନ କରିଥିବାର ଦ୍ରୁଶ୍ଯ , ଯୁଦ୍ଧ ପାଇଁ ବାନର ସେନା ଙ୍କ ପ୍ରସ୍ତୁତି ଓ ସମୁଦ୍ର ସେତୁ ନିର୍ମାଣ କରିବର ଦ୍ରୁଶ୍ଯ ତ ନିଶ୍ଚୟ ଦେଖିବେ ଅତି ସୁନ୍ଦର ଭାବରେ , ସୁନ୍ଦର ଆଲୋକ ସଜ୍ଜିତ ହୋଇ , ତା ସହିତ ଆପଣ ଦେଖିବାକୁ ପାଇବେ ଯୁଦ୍ଧ ସମୟ ର ଦ୍ରୁଶ୍ଯ ମଧ୍ୟ , ଏପରିକି କୁମ୍ଭକର୍ଣ ଙ୍କ ନିଦ୍ରା ଭଙ୍ଗ କରାଇବାର ଦ୍ରୁଶ୍ଯ , ଯୁଦ୍ଧ ର ଦ୍ରୁଶ୍ଯ ସବୁ କୁ ବଡ ସୁନ୍ଦର ଭାବରେ ମୂର୍ତି ରେ ନିର୍ମାଣ କରାଯାଇଛି । ପ୍ରକୃତରେ ପୁରା ରାମାୟଣ କୁ ମୂର୍ତି ମାଧ୍ୟମ ରେ ଉପସ୍ଥାପନ କରାଯାଇଛି ବଡ ଅନନ୍ୟ ଶୈଳୀ ରେ , ବିଶ୍ଵ ଦରବାରରେ । ....... ଆଉ ସେ ସବୁ କୁ ଜୀବନ୍ତ ଭାବରେ ଆପଣ ମାନେ ଦେଖିବା ଏପାଇଁ ମୁଁ ନେଇ ଆସିଛି ଅନେକ ଗୁଡିଏ ଫୋଟୋ , ଭିଡିଓ ଏହା ଅସହିତ ଆପଣ ମାନେ ସେସବୁ ଦେଖି ପାରିବେ ।  ହଁ ଗୁମ୍ଫା ର କାହାଣୀ ଏତିକି ରେ ସରୁ ନାହି । ଆହୁରି ଉପର କୁ ଗୁମ୍ଫା ର ପାହାଚ ଦେଇ ଚଢିବେ । ଉପର ଚଟ୍ଟାଣ ରେ ଏକ ଗୁମ୍ଫା ଭିତରେ ଆଉ ଏକ ଗୁମ୍ଫା ପାଇବେ ଯେଉଠାରେ ବିରାଜମାନ କରିଛନ୍ତି ଏକ ଶିବ ଲିଙ୍ଗ ଭାବରେ ଭଗବାନ ମହାଦେବ । ଚକିତ ର କଥା ଗୁମ୍ଫା ଛାତ ରୁ ଅନ୍ୟ ସ୍ଥାନ ରେ ଜଳ ନିର୍ଗତ ହଉ ନଥିବା ବେଳେ ଶିବ ଲିଙ୍ଗ ଉପରେ କିନ୍ତୁ ଠପ୍ ଠପ୍ ହୋଇ ପାଣି ପଡୁଥାଏ ଅନବରତ , ପ୍ରକୃତି ର ଶିବ- ଉପାସନା ନୁହଁ କି ଏହା ବନ୍ଧୁ ବାନ୍ଧବୀ ମାନେ !!!!! ହଁ ଆଉ ଗୋଟିଏ ସ୍ତର ମଧ୍ୟ ଉପର କୁ ଅଛି ସେହି ଗୁମ୍ଫା ରେ । ସେଠାରେ ଭଗବାନ ଶିବ ଙ୍କ ପ୍ରତିମୂର୍ତି ରହିଛନ୍ତି ।  ଗୁମ୍ଫା ର ମୁଖ୍ୟ ପ୍ରକୋଷ୍ଠ ରୁ ଉପରକୁ ପାହାଚ ଦେଇ ଚଢିଲା ବେଳେ ବାମ ପାର୍ଶ୍ଵରେ ଆପଣ ଦେଖିବେ ପର୍ବତ ଉପରୁ ଦୁଇଟି ଝରଣା କୁଳୁ କୁଳୁ ନାଦ କରି ବହି ଆସୁଛନ୍ତି ଦୁଇ ପଟେ , ଜଳ ପୁଣି ଭୂତଳ କୁ ଚାଲି ଯାଉଛି । ଭିଡିଓ ରେ ଏହା ଆପଣ ମାନେ ଦେଖି ପାରିବେ ।  ବେଳ ଟିଏ ବି ଯଥେଷ୍ଟ ନୁହେଁ ଏତକ ଦେଖିବାକାଉ ଭଲ ଭାବରେ , ଦିନ ସାରା ଲାଗିବ ଯଦି ଆପଣ ମିଉଜିଆମ ମଧ୍ୟ ଭ୍ରମଣ କରିବେ । ବହୁତ ବହୁତ ପର୍ଯ୍ୟଟକ ବିଭିନ୍ନ ଦେଶର ଆସନ୍ତି , ହଁ ଭାରତୀୟ ମାନେ ବେସୀ ସଂଖ୍ଯାରେ ନିଶ୍ଚୟ ଥାନ୍ତି ତାଙ୍କ ଭିତରେ । ପୁରା ଆଞ୍ଚଳ ରେ ଆପଣ ଖୁବ ଭଲ ଦକ୍ଷିଣ ଭାରତୀୟ ନିରାମିଷାଶୀ ଖାଦ୍ଯ ମିଳୁଥିବା ରେଷ୍ଟୁରାଣ୍ଟ , ସ୍ଵାଦିଷ୍ଟ ଭାରତୀୟ ଜଳଖିଆ , ପଇଡ , ଚା , କଫି ପାଇବେ । ମୋମେଣ୍ଟୋ ଷ୍ଟୋର ଗୁଡିକ ମଧ୍ୟ ପାଇବେ ।ଏପରିକି ଗୁମ୍ଫା ଭିତରେ ଶୀତଳ ପେୟ ଜଳ ର ବ୍ୟବସ୍ଥା ଉପଲବ୍ଧ । ଅନ୍ୟ ଆକର୍ଷଣ  ବାଟୁ ଗୁମ୍ଫା ଅଞ୍ଚଳ ରେ ଥିବା ପର୍ବତ ଉପରେ ନିଘଞ୍ଚ ବନରେ ବହୁତ ବିରଳ ବୃକ୍ଷ , ବିରାଳ ଜନ୍ତୁ ମଧ୍ୟ ଦେଖା ଯାନ୍ତି , କିନ୍ତୁ ଯଦି ଆପଣ ୨୭୨ ଟି ପାହାଚ ଚଢି ମନ୍ଦିର ଦେଖିଲା ପରେ କଛା ପାର୍ବତ୍ଯ ରାସ୍ତାରେ ଟ୍ରେକିଙ୍ଗ କରି ଆହୁରି ଭିତର କୁ ଯିବେ ତେବେ ତାହା ଦେଖି ପାରିବେ ।  ବହୁତ ବହୁତ ଖୁସି ଲାଗିଲା ବନ୍ଧୁ ବାନ୍ଧବୀ ମାନେ , ରାମାୟଣ ଗୁମ୍ଫା ଭିତରେ ଥିବା ବେଳର ରୋଚକ ଅନୁଭୂତି ତ କହିବାକୁ ମୋ ପାଖରେ ଭାଷା ହିଁ ନାହି । ହଁ , ମାଲୟେସିଆରେ , ଏଇ କୁଆଲାଲୁମପୁର ରେ ମଧ୍ୟ ବିଭିନ୍ନ ଭାରତୀୟ ମନ୍ଦିର ରହିଛି , କିନ୍ତୁ "ବାଟୁ ଗୁମ୍ଫା " ର ରୋଚକତା ଆଉ କାହିଁ ପାଇବେ ନି । ଶୁଭ ରାତ୍ରି ବନ୍ଧୁ ବାନ୍ଧବୀ ମାନେ ।  ( କୁଆଲା ସେଲେଙ୍ଗାର ନଦୀ ମୁହାଣ ରେ ରାତ୍ରି କାଳୀନ ସ୍ପିଦ ବୋଟ ଯାତ୍ରା ର ରୋଚକ କଥା , ବିଶ୍ଵ ପ୍ରସିଦ୍ଧ ପେଟ୍ରୋନାସ ଟ୍ଵିନ ଟାୱାର, ଆହୁରି କେତେକ କଥା ସମୟ ଅଭାବ ରୁ ପୁରା କରି ହୋଇନି , ସମୟ କ୍ରମେ ତାହା ପାଇବେ ବନ୍ଧୁ ବାନ୍ଧବୀ ମାନେ , ଯଥେଷ୍ଟ ଫୋଟୋ ଭିଡିଓ ସହିତ )ବନ୍ଧୁ ବାନ୍ଧବୀ ଙ୍କ ପାଇଁ : fb ପୋଷ୍ଟ ରେ ବିଦେଓ ଯାଉ ନ ଥିବାରୁ wa no ଦେଲେ ପଠେଇ ଦେବି । କିଛି ଫୋଟୋ କମେଣ୍ଟ ଭାବେ ଦେଇଛି ଦେଖିବେ ।


Rate this content
Log in

Similar oriya story from Thriller