ମୋ ମାଲେସିଆ ଡାଇରି (6)
ମୋ ମାଲେସିଆ ଡାଇରି (6)
ମୋ ମାଲେସିଆ ଡାଈରୀ (6) ଅନୁଭୂତି ରୁ କିଛି ଲଘୁ କଥା , କିଛି ରୋଚକ କଥା ବି....ପାର୍ଥ 1. ମାଲେସିଆ ରେ ଯଦିଓ ମାଲୟ ଭାଷା ମୁଖ୍ୟ ଭାଷା , ଇଂରାଜୀ ଏଠାରେ ପ୍ରାୟ ଅନେକ ବୁଝନ୍ତି , କହି ଅବଶ୍ୟ ଖଣ୍ଡିଆ ଇଂରେଜୀ ରେ କୁହନ୍ତି ଅଧିକ ମୂଳ ଅଧିବାସୀ । ମାଲେସିଆ ବି ତ ଇଂରେଜ ମାନଙ୍କ ଅଧିନ ରେ ଥିଲା , 1956 ରେ ଆଂଶିକ ସ୍ୱାଧୀନ ହୋଇଥିଲା ଓ 1963 ରେ ସଂଯୁକ୍ତ ନୂତନ ମାଲେସିଆ ହେଲା । ତେଣୁ ଇଂରେଜୀ ଲିପି ସର୍ବତ୍ର ପାଇବେ ଯଦିଓ ଅନେକ ସାଇନବୋଡ଼ ମୂଳ ମାଳୟ ରେ ହିଁ ଇଂରେଜୀ ଲିପି ବ୍ୟବହୃତ ହୋଇକି ଥିବ । ତେବେ ମାଲେସିଆ ଲୋକ ସ୍ୱାଧୀନ ହେବା ମାତ୍ର ବ୍ରିଟିଶ ସଂସ୍କୃତି , ବ୍ରିଟିଶ ଶୈଳୀ , ଅପସଂସ୍କୃତି କୁ ତୁରନ୍ତ ବର୍ଜନ କଲେ , ଆମ ଭାରତୀୟ ମାନଙ୍କ ପରି ସ୍ବାଧୀନତାର ସାତ ଦଶକ ପରେ ମଧ୍ୟ ଯେଭଳି ଜାବୁଡି ଧରିଛୁ ସେପରି ନୁହଁ । ଆମେ କିଛି ନାମ ଏବେ ହୁଏତ ପରିବର୍ତନ କରିଛୁ , ବେଶ କିଛି ଏବେ ଯାଏ ବି ଅଛି । କଲିକତା ତ ଉଚ୍ଚାରଣ ହିସାବ ରେ kalikata ହିଁ ହେବା କଥା ,ତାକୁ ବ୍ରିଟିଶ କେହି Culcatta ଲେଖି ଦେଲା ବୋଲି ଆମେ ତାହା ହିଁ ଠିକ ଭାବି ତାହା ହିଁ ଲେଖି ଚାଲିଥିଲେ ସ୍ୱାଧୀନତା ର ବହୁ ବହୁ ଦଶନ୍ଧି ପରେ ବି !!!! ସେମିତି କଟକ , ରେଢ଼ାଖୋଲ , ବରଗଡ଼ ଆଦି ନାମ ତ ସରଳ ଭାବେ katak ,redhakhol ହିଁ ହେବା କଥା , ତାକୁ ଆମେ ଇଂରେଜୀ ପଢୁଆ ବଡ଼ଲୋକ ବୋଲି କାହିଁକି ଯେ Cuttack , Rairakhol, bargarh ଆଦି ଲେଖି ଚାଲିଛେ ବୁଝି ହୁଏନି । ମାଲେସିଆ ଇଂରେଜୀ କିଂନ୍ତୁ ଉଚ୍ଚାରଣ ର ଅବିକଳ ହିଁ ଥାଏ , ଆମେ ଯାହାକୁ Central ଲେଖୁ ତାହା ସେମାନେ ସର୍ବଦା sentral ହିଁ ଲେଖନ୍ତି . Ce ର ଉଛାରଣ ତ ସେ ହେବା ନୁହେଁ ନା !!! ସବୁ ଲେଖା ତାଙ୍କ ଅବିକଳ ଉଛାରଣ ଭାବେ , ବିକୃତିକରଣ ସେଠି ନାହିଁ । 2. ମାଲେସିଆ ରେ ସଂଖ୍ୟା 4 କୁ ଅଶୁଭ ଗଣା ଯାଏ । ତେଣୁ ଉଛ ଅପର୍ଟମେଂଟ ର ମହଲା ସଂଖ୍ୟା ରେ 3 ପରେ 4 ଲେଖନ୍ତି ନି , ତାକୁ 3A ନା ଦେଇ ପରବର୍ତ୍ତୀ କୁ 5 ଲେଖନ୍ତୁ , ସେହିପରି 24 ଜାଗାରେ 23A ... ଏହିପରି । ଏପରିକି ଯେ କୌଣସି କ୍ରମିକ ସଂଖ୍ୟା ରେ 4 ଆଦୌ ବ୍ୟବହାର କରନ୍ତି ନି 4 ଜାଗାରେ ତାକୁ 3A ଲେଖନ୍ତି । ହଁ ଏଇ କଥା ଟି ହୁଏତ ଆମକୁ ଅନ୍ଧବିଶ୍ୱାସ ପରି ଲାଗି ପାରେ ।
