STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ମୋ ଗାଁ ମତେ ଭଲ

ମୋ ଗାଁ ମତେ ଭଲ

3 mins
10

ସ୍ତ୍ରୀଙ୍କ ଇଛା ପୁରଣ ହୋଇଗଲା. ସଧବା ସିନ୍ଦୁର ପିନ୍ଧି ଆଗ ମଶାଣୀକୁ ଯିବାର ବହୁ ପୂର୍ବରୁ ସୁମତୀ କହୁଥିଲେ ତୁମର କିଛି ଅସୁବିଧା ହେବ ନାହିଁ. ପୁଅ ମନରେ ତୁମ ପ୍ରତି ଖୁବ ସମ୍ମାନବୋଧ ରହିଛି ତେଣୁ କଷ୍ଟକରି ଗାଁରେ ଏକୁଟିଆ ଚଳିବାକୁ ପଡ଼ିବନି ତୁମକୁ. ପୁଅ ପାଖକୁ ଚାଲିଯିବ. ସତକୁ ସତ ମାଆ ସୁମତୀ ମରିଯିବା ପରେ ବାପାଙ୍କୁ ସାଙ୍ଗରେ ନେଇଯିବାକୁ ଏକରକମ ଜିଦ କରିଥିଲା ପୁଅ. ସ୍ତ୍ରୀ ସୁମତୀଙ୍କ କଥାକୁ ସମ୍ମାନ ଜଣେଇ ପିତା ବିଭୁଦତ୍ତ ଚାଲିଆସିଥିଲେ ଦିଲ୍ଲୀକୁ. ସେ ଆସିବାର ଅଳ୍ପ ଦିନ ପରେ ତାଙ୍କୁ ଲାଗିଲା ସ୍ତ୍ରୀ ଖୁବ ସତ କଥାଟିଏ କହିଥିଲେ. ପୁଅ ତାଙ୍କୁ ଖୁବ ଭଲ ପାଏ ସେଇଥି ପାଇଁ ତାଙ୍କ ପୂର୍ଵ ଠିକଣା ବଦଳି ଏବେ ନୂଆ ଠିକଣା ହୋଇଯାଇଛି. ଯେତେ ସବୁ କାଗଜପତ୍ର ପୁଅ ମାର୍ଫତରେ ଆସୁଛି. ଏମିତିକି ଆଧାର କାର୍ଡ ମଧ୍ୟ ବଦଳିଛି. ପେନସନ ସିଧା ଦିଲ୍ଲୀରୁ ମିଳୁଛି ତେବେ ତାଙ୍କୁ ଏମିତି ନିଜକୁ ପାଳଭୂତ ଭଳି ମନେ ହେବାର କାରଣ କଣ ବିଭୁଦତ୍ତବାବୁ ବୁଝି ପାରୁନଥିଲେ. ନିଜକୁ ପରିବା ଆଣିବାକୁ ପଡୁନି, ନିଜ ଔଷଧ ନିଜେ କିଣିବାକୁ ପଡୁନି, ନିଜ ପୋଷାକ ମଧ୍ୟ ପୁଅ ଆଣୁଛି ତ ଏମିତି ପୁଅ କେତେଜଣଙ୍କ ଭାଗ୍ୟରେ ଥାଏ ଆଜିକାଲି!ବିଭୁଦତ୍ତ ବାବୁ କିନ୍ତୁ ଅସହଜ ମଣୁଥିଲେ.

   ସେଦିନ ଗାଁରୁ ରମାର ଚିଠି ପାଇଥିଲେ ବିଭୁଦତ୍ତ. ରମା ଲେଖିଥିଲା ବାବୁ, ମାଆ ସାଆନ୍ତାଣୀ ଗଲେ ଯେ ମୋର ଭଲମନ୍ଦ ଖାଇବା ସୌଭାଗ୍ୟ ସାଙ୍ଗକୁ ପିନ୍ଧିବା ସୁଖ ଗଲା. ଏଇ ଏଇ ଘାଣ୍ଟ ତରକାରୀ ସବୁରି ଘରେ ହେଲା ସତ ହେଲେ ମାଆ ହାତରନ୍ଧା ଘାଣ୍ଟ କୋଉଠୁ ପାଇବି ଆଉ. ତାଙ୍କ ଯିବା ପଛେ ପଛେ ତୁମେ ଆପଣ ପୁଅ ବାବୁଙ୍କ ସଙ୍ଗେ ଗଲଯେ ଗାଁ ନାଁ ଧରୁନ. ଘରେ ଘରେ ମହାଳୟାରେ କିଏ ତିଥି ଅନୁଯାୟୀ କରୁଛି ତ କିଏ ମହାଳୟାକୁ ଚାହିଁଛି. ମାଆ ବଞ୍ଚିଥିବା ବେଳେ ଛଅ ପ୍ରକାର ଭଜା ତରକାରୀ କରି ଶ୍ରଦ୍ଧାରେ କରନ୍ତି ଶ୍ରାଦ୍ଧ. ଖାଇଲେ ବୋହିଲେ ସରେନି ଲଷ୍ମୀଙ୍କ ହାତରନ୍ଧା ପରି. ମାଆ ଚାଲିଗଲେ ଯେ ସେସବୁ ବନ୍ଦ ହେଲେ ଏବେ ଏବେ ତ ମାଆଙ୍କ ବର୍ଷିକିଆ ପଡିବ. ବିଦେଶରେ ସୁବିଧା ଥିବ କି ନାହିଁ ବାବୁ ଗାଁକୁ ଫେରିଆସନ୍ତ ନାହିଁ?ନିଧି ପୁଅ କାଳୁ ହାତରେ ଚିଠି ଲେଖୁଛି ଯେ ଗାଁ ଟା ଯାକର ଲୋକେ କହୁଛନ୍ତି ତୋ ବାବୁ ଆମକୁ ଭୁଲିଗଲେଣି.ଫେରିଆସିବାକୁ ଲେଖେ କହୁଛନ୍ତି.ଫେରିଆସ ବାବୁ.ତୁମେ ଗଲା ପରେ ଗାଁରେ ଆଉ ଗଣେଷପୂଜା ହେଲାନି ଏବର୍ଷ. ଚିଠିଟିକୁ ଆଉ ପଢିପାରୁନଥିଲେ ବିଭୁଦତ୍ତ. କହିଲେ ପୁଅକୁ ମୁଁ ଗାଁକୁ ଯିବି.ତୋ ମାଆର ବର୍ଷିକିଆ ପାଖେଇ ଆସିଲାଣି. ତତେ ଛୁଟି ଥିବ କି ନାହିଁ ମୁଁ କିନ୍ତୁ ଗାଁକୁ ଯିବି. ପୁଅ କହିଲା ଏଠି କଣ ଅସୁବିଧା ଯେ ବାପା? ମାଆତ ପୁଣି କାର୍ତ୍ତିକ ପୂର୍ଣ୍ଣମୀ ଡ଼ଙ୍ଗାଭଷା ମୋ ପାଖରେ ରହି କରୁଥିଲା. କୁଣ୍ଡରେ କଦଳୀ ପାଟୁକା ଡ଼ଙ୍ଗା କରି ଭସାଇବାକୁ ଯାଉଥିଲା ବୋଲି ମୁଁ ଦିଲ୍ଲୀର ଯନ୍ତର ମନ୍ତର ନେଇଯାଇଥିଲି ତାକୁ. ସେଠି ଥିବା ଛୋଟ ପୋଖରୀରେ ଡ଼ଙ୍ଗା ଭସେଇ ସେ କି ଖୁସି ହେଲା. ସେମିତି କାଞ୍ଜିଅଁଳା, ଦୀପାବଳୀ ସବୁତ ଖୁସିରେ ପାଳିଛି ମାଆ ଏଠି. ବିଭୁଦତ୍ତ ବାବୁ ମନେ ମନେ ଭାବୁଥିଲେ ଦିଲ୍ଲୀ ଯାହା ହେଲେ ଭାରତର ରାଜଧାନୀ. ଯେମିତି ହେଲେ ସବୁ ରାଜ୍ୟର ସଂସ୍କୃତି ଓ ପରମ୍ପରାର ମିଳନସ୍ଥଳୀ ସେଇଟା. କିଛି କିଛି ଏକା ଭାଷାଭାଷି ଲୋକ ଅଛନ୍ତି ଦିଲ୍ଲୀରେ. ତିଆରି ହୋଇଛି ଦୁଇ ଦୁଇଟା ଜଗନ୍ନାଥ ମନ୍ଦିର ଓଡ଼ିଆଙ୍କ ପାଇଁ. ହେଲେ ଏବେ ତ ପୁଅ ଆମେରିକାର ନା? ନା ସେ ଯେମିତି ହେଲେ ଯିବେ. ରମା ସହ ଦୀନବନ୍ଧୁ, କୃପାନିଧି ଓ ଖଞ୍ଜାରେ କୁଟୁମ୍ବସବୁ ଅଛନ୍ତି. ଧୂମଧାମରେ ପାଳନ କରିବେ ସୁମତୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ. ନଯାଉ ପୁଅ, ନଥାଉ ତାର ଛୁଟି.

    କେମିତି କେମିତି ଷ୍ଟେସନରେ ତ ପହଁଚି ଗଲେ ହେଲେ କିଛି ବୁଦ୍ଧିବାଟ ଦିଶିଲା ନାହିଁ ବିଧୁଦତ୍ତଙ୍କୁ ତ ଏକୁଟିଆ ବୟସ୍କ ଵ୍ୟକ୍ତି ହୋଇଥିବାରୁ କର୍ଡନ ଟପି ପହଁଞ୍ଚିଗଲେ ଏୟାରପୋର୍ଟରେ ସିନା ଭିସା ପା୍ସପୋର୍ଟ ଇତ୍ୟାଦି ଚକ୍କରରେ ପଡି ଥାନକୁ ଗଲେ. ପୁଅ ଆସି ଥାନାରୁ ତାଙ୍କୁ ଘରକୁ ନେଇକି ଫେରିଲା ବେଳେ ନୀରବରେ ମୁଣ୍ଡ ପୋତି ରାସ୍ତା ଚାଲୁଥିଲେ ବିଭୁଦତ୍ତ.ପୁଅ ବୁଝେଇଥିଲା. ପୁଅ କହୁଥିଲା କିଏ କହିଲା ଏଠି ସହୃଦୟ ଵ୍ୟକ୍ତି ନାହାଁନ୍ତି ବୋଲି ବାପା! ତୁମେ ମୋ ବାପା ଜାଣିବା ପରେ ବିଭିର୍ଣ୍ଣ ବିଭାଗରେ ଥିବା ଚିହ୍ନା ଜଣା ସାଙ୍ଗମାନେ ତୁମକୁ ପ୍ରତିଟି କର୍ଡନ ବା ବାରିକେଟ ଡିଆଇଁ ସୁରକ୍ଷିତ ରଖି ମୋ ଆସିବା ଯାଏଁ ତୁମ ଭଲମନ୍ଦ ବୁଝୁଥିଲେ ନା ନାହିଁ . ତା ଆରଦିନ ପୁଅ ବେଡିଙ୍ଗ ପତ୍ର ବାନ୍ଧି ବାପାଙ୍କ ସହ ଗାଁକୁ ଯିବାକୁ ପ୍ରସ୍ତୁତି ପର୍ବ ଚଲେଇ ଥିବା ଦେଖି ନୀରବରେ ବିଭୁଦତ୍ତ ନୀରବତା ପାଳନ କରୁଥିଲେ କେବଳ.



Rate this content
Log in

Similar oriya story from Action