STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମନ ତୋହର ନିଜ ଗୁରୁ

ମନ ତୋହର ନିଜ ଗୁରୁ

7 mins
2


    ସମସ୍ତଙ୍କ ପିଲାଦିନ ପରି ରୁବିଙ୍କ ପିଲାଦିନ ଥିଲା ସତ ହେଲେ ହସି ଖେଳି ନାଚି ଗାଇ ସମୟ କାଟିବା ପରିବର୍ତ୍ତେ କେବଳ କଟକଣା ହିଁ ଥିଲା. ତଥାପି ସେହି କଟକଣା ଭିତରୁ ଯେଉଁ ସ୍ନେହ ଶ୍ରଦ୍ଧା ମମତା ସେ ପାଇଥିଲେ ଆଜି ଯାଏଁ ତାକୁ ହିଁ ଝୁରନ୍ତି ସେ.ପିଲଦିନେ ଗାଁରେ ଠିକ ସମୟରେ ସକାଳୁ ଉଠିବା, ନିତ୍ୟକର୍ମ କରିବା ପରେ ବାପା ନେଇଯାଆନ୍ତି ମାର୍କଣ୍ଡ ପୋଖରୀକୁ ଗାଧେଇବା ପାଇଁ. ଗାଧେଇ ପାଧେଇ ପାହାଚ ଉପରେ ଠିଆ କରି ନିଜେ ଗାଧେଇବା ବେଳେ ଟିକେ ବି ହଲଚଲ ହୁଅନ୍ତି ନାହିଁ ରୁବି କାରଣ ବାପା କହିଥାନ୍ତି ପଡ଼ିଯିବୁ. ପାହାଚ ସାରା ଶିଉଳି ଓ ଖସଡ଼ା. ଏଇଥିପାଇଁ ଜୀବନ ସାରା ଶିଉଳି ବା ପଙ୍କକୁ ସେ ଡରନ୍ତି ଆଉ ଶିଖିଛନ୍ତି ପଙ୍କକୁ ଯିବେ କାହିଁକି ଯେ ଗୋଡ଼ ଧୋଇବେ!ଶିଉଳିରେ ପାଦ ରଖିବେ କାହିଁକି ଯେ ପଡିଯିବାର ଭୟ ରହିବ! କିନ୍ତୁ ଶିଉଳି ପରି ଅନେକ ଖସଡ଼ାରେ ସେ ପଡିଛନ୍ତି, ନିଜର କିଛି ବି ଭୁଲ ନଥାଇ, ଖସଡ଼ାରେ ଖସିଛନ୍ତି ହୁଏତ ଭାଗ୍ୟର ଲିଖନ ପାଇଁ.ବାପା ତାଙ୍କ ଦେହରେ ପକେଇଦେଇଥିବା ଓଦା ଚୁପୁଡ଼ା ଗାମୁଛା ଭିତରେ କି ଶୀତ କି ବର୍ଷା କି ଖରା ତାଙ୍କୁ ଏକାପରି ଲାଗେ କାରଣ ବାପା ତାଙ୍କୁ କାଖ କରି ମାର୍କଣ୍ଡ ଯାଏଁ ଆଣି ନିଜ ସହ ଗାଧେଇବା ଓ ଫେରିବା ବେଳେ ଶିବ ତାଣ୍ଡବ, ଜଟା ଟଵୀ ଗଳ ଜ୍ୱଳ ଲାଲ୍ଲଟ ପଟ୍ଟ ପାବକେ.. ସ୍ତୋତ୍ରଟି ବୋଲି ବୋଲି ଆସିବାର ଆନନ୍ଦ ଜୀବନରେ ଆଉ କେବେ ମିଳିନି ଯଦିଓ ସେଇ ଜଣାଣଟି ରୁବିଙ୍କର ଅତି ପ୍ରିୟ. ପ୍ରତି ରବିବାର ବାପା ନଖ କାଟି ଦିଅନ୍ତି. ସପ୍ତାହ ସାରା ମଇଳା ଡ୍ରେସ ସଫା କରନ୍ତି ତ ଏଯାଏଁ ରୁବିଙ୍କର ସେହି ଅଭ୍ୟାସ. ରବିବାର ନଖ କାଟି ଅଳତା ଦିପାଟି ଲଗେଇ ପକେଇଲେ ଯୋଉ ଶାନ୍ତି ଆଉ କୋଉଥିରେ ନଥାଏ. ବାପା ଶୁଣନ୍ତି ରେଡ଼ିଓରୁ ଭିକାରୀ ବଳ ଓ ଅକ୍ଷୟ ମହାନ୍ତି ତଥା ଶ୍ୟାମାମଣିଦେବୀଙ୍କ ସହ ତାଙ୍କ ସାଙ୍ଗ ପ୍ରଫୁଲ୍ଲ କରଙ୍କ ଭଜନ ଓ ଆଧୁନିକ ଗୀତ . ଗୁଣୁଗୁଣାଉ ଥାଆନ୍ତି କମଳ ଦେଶ ରାଜ କୁମାର ମୁଁ ହାତରେ ପୁଷ୍ପ ଧନୁ ଗୀତଟିକୁ. ରୁବିଙ୍କୁ ରେଡ଼ିଓରୁ ପ୍ରତି ରବିବାର ଶିଶୁ ସଂସାର ଶୁଣିବାକୁ, ନଦିଆ ବିହାରୀ ମହାନ୍ତି କହୁଥିବା କଥା ବୁଝିବାକୁ ସୁଯୋଗ ଦେଇଥିବାରୁ ଆଜି ଅପରାହ୍ନ ଟପି ସାୟାହ୍ନର ପ୍ରଥମ ପାହାଚରେ ପହଞ୍ଚିଥିଲେ ବି ଷ୍ଟାର ମେକରରେ ହେଉ ବା କୌଣସି ବି ପାରିବାରିକ ଉତ୍ସବରେ ହେଉ ରୁବି ଗାଇଦିଅନ୍ତି ଆଧୁନିକ ଗୀତ ଗୋଟେ ଅଧେ, ଯିଏ ଯାହା ବି ଭାବୁ ପଛେ.

    ସେମିତି ବାପାଙ୍କ ସଙ୍ଗେ ପିଲାଦିନେ ତାଙ୍କ ଆଙ୍ଗୁଠି ଧରି ଜଗନ୍ନାଥ ଦର୍ଶନ ପାଇଁ ମନ୍ଦିର ଯିବା ଓ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ..ଭଜନଟିକୁ ବାପା ଗାଉଥିବା ବେଳେ ସେହି ପିଲାଦିନୁ ସେହି ଜଣାଣଟି ତାଙ୍କର ଅତି ପ୍ରିୟ ପୁଣି ବାପା ଯେବେ ଗାଉଥାଆନ୍ତି ଓଜଶୀଳ ଭୋଜ ଗଜ ତହିଁକି... ଆଦି ଭଜନ,ସ୍ତବ୍ଧ ହୋଇ ଶୁଣୁଥାଆନ୍ତି ରୁବି. ସେଇଥି ପାଇଁ କି କଣ କେଜାଣି ଆଧୁନିକ ଭଜନ ସହ ଗାଇଥିବା ଶିଳ୍ପୀ ଓ ଲେଖିଥିବା ସ୍ରଷ୍ଟାଙ୍କୁ ସେ ବାପାଙ୍କଠୁ ଶୁଣି ଶୁଣି ମନେ ରଖିଛନ୍ତି ଏଯାଏଁ. ସେମିତି ପୁରୁଣା ପିଲାଦିନର ଆଲବମରେ ଥିବା ତାଙ୍କ ପିଲାଦିନର ଫୋଟୋ ମଧ୍ୟ ବାପାଙ୍କ ସଙ୍ଗେ, ପୁଣି କବି ସମ୍ମିଳନୀରେ. ସେଇ ପିଲାଦିନର କୋଉ ଅଜଣା ଶୀହରଣରୁ କି କଣ କେଜାଣି ଆଜି ବି ଅନେକ କବି ସମ୍ମିଳନୀରେ ତାଙ୍କର ଉପସ୍ଥିତି ସହ କବିତା ପଦେ ଗାଇଦେବାରେ କି ଉତ୍ସାହ ସତରେ!ଆଉ ଖେଳ କୁଦ ମଧ୍ୟ ବାପାଙ୍କ ଗାଇଡାନ୍ସ ଭିତରେ. କଲୋନୀର ସମସ୍ତ ପିଲାମାନଙ୍କୁ ଡାକି ବାପା ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୌଡ଼, ପୁଚି, ଦଉଡିଡିଆଁ ଖେଳେଇବା ସହ ଘରେ କ୍ୟାରାମ, ଲୁଡୁ, ଚେସ ଓ ତାସ ଖେଳିବାକୁ ଅନୁମତି ଦିଅନ୍ତି. ସେଇଥି ପାଇଁ କି କଣ କେଜାଣି ପ୍ରତି ବର୍ଷ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବେଳେ ବଡ଼ଗୁରୁମା ରୁବି ମଧ୍ୟ ପିଲାଙ୍କ ସଙ୍ଗେ ଓ ଷ୍ଟାଫଙ୍କ ସହ ଦୌଡ଼ରେ ଜିତିଯାଆନ୍ତି କେବେ କେବେ ଓ ଜାଭେଲିନ ଥ୍ରୋରେ ନଜିତିଲେ ବି ଆଖିଦୃଶିଆ ପ୍ରଦର୍ଶିତ କରିପାରନ୍ତି. ଖାଲି କଣ ସେତିକି? ବାପାଙ୍କ ବିନାକା ପ୍ରୋଗ୍ରାମ ଶୁଣାରୁ ହିନ୍ଦି ଗୀତ ପ୍ରତି ଆକର୍ଷଣ ମଧ୍ୟ ଖୁବ. ସେଇ ପିଲାଦିନୁ ଚିହ୍ନିଥାନ୍ତି ରୁବି କିଶୋର କୁମାର, ମହମ୍ମଦ ରଫି, ମାନ୍ନା ଦେ ଇତ୍ୟାଦିଙ୍କ ସହିତ ଲତା ମଙ୍ଗେସକର ଓ ଆଶା ଭୋନ୍ସଲେ ଇତ୍ୟାଦିଙ୍କୁ. ରେଡ଼ିଓରେ ଶୁଣୁଥିବା ନିର୍ମଳା ମିଶ୍ରଙ୍କ କଣ୍ଠ ଭଳି ନିଜର କଣ୍ଠସ୍ୱର କରିବାକୁ ପ୍ରେରଣା ମିଳେ ପିଲାଦିନୁ . ସାହିତ୍ୟ ଆସର ବା କବିତା ଆସରରେ କେବେ କେବେ ଏଯାଏଁ ଗାଇବାକୁ ପଛେଇନାହାନ୍ତି ରୁବି ମହାନ୍ତି.

  ଏହିସବୁ ପିଲାଦିନର ଅନୁଭବ ଓ ପଡିଥିବା ପ୍ରଭାବ ପାଇଁ ରୁବି ନିଜ ଭିତରେ ଆତ୍ମ ସନ୍ତୋଷ ପ୍ରକାଶ କଲା ବେଳେ ନୂଆପିଢ଼ି ତାଙ୍କୁ ସମାଲୋଚନା ବା ଅଣଦେଖା କରିବା ଦେଖି ମଧ୍ୟ ସେ ନଦେଖିଲା ପରି ନିଜ ଭିତରେ ନିଜ ପିଲାଦିନକୁ ଏଯାଏଁ ଜାବୁଡି ଧରିଛନ୍ତି. ମୋବାଇଲର ୟୁଟୁବ ଖୋଲି ଘରେ ଝିଅ କି ବୋହୁ ରଙ୍ଗୋଲି କରୁଥାନ୍ତି ତ କିମ୍ଭୁତ କିମାକାର ସେ ରଙ୍ଗୋଲିରେ ବାଧ୍ୟ ହୋଇ ଖୁସି ପାଆନ୍ତି ସିନା ମନରେ ଭରେନି ସନ୍ତୁଷ୍ଟତା.ସକାଳୁ ଉଠି ନିତ୍ୟକର୍ମ ଛିଣ୍ଡେଇ ପୂଜା ସାରି ସକାଳ ଜଳଖିଆ ପ୍ରସ୍ତୁତି ସରିବା ଯାଏଁ ଝିଅ ବୋହୁଙ୍କର କବାଟ ଫିଟି ନଥିବା ଦେଖି କିଛି କହିଲେ ମହାଭାରତ ଆଉ ନକହିଲେ ନିଜ ଭିତରେ ମନେ ପଡେ ସେହି ପିଲାଦିନ. ଟିକେ ଡେରି ହେଲେ ଉଠିବାକୁ ବୋଉ କୁହେ ଯେତେ ବଡ଼ ହୁଅ ଧନ କି ଜନ ଅବା ମାନ ସମ୍ମାନରେ,ବାପ ଘର ଝିଅ ଭବିଷ୍ୟତର ବୋହୁ ଅର୍ଥାତ ନାରୀଟିଏ ହୋଇ ନିଜ ସ୍ବାମୀ, ସନ୍ତାନଙ୍କ ସହିତ ଶାଶୁ ଶଶୁର ଓ ନଣନ୍ଦ ଦିଅର ଆଦିଙ୍କର କିଛି କର୍ତ୍ତବ୍ୟ କରିବାକୁ ପଡିବ ବୋଲି ଭୁଲିଯିବା ଉଚିତ ନୁହେଁ. ବାପା ମଧ୍ୟ ପାଣିଢାଳ ଆଣି ଆସିଯାଆନ୍ତି.ଏମିତିକି ବୋଉ କହୁଥାଏ ଏ ଅଭ୍ୟାସ ଥିଲେ ତ ସକାଳୁ ଉଠିଲେ ରାତି ସାରା ଶୋଇନଥିବା ପରି ଅନୁଭବରେ ପାଦ ପଡୁଥିବ ବଙ୍କା, ଆଉ ଅନ୍ୟର କି ସେଵା କରିବ !ବାପା ମଧ୍ୟ କଲୋନୀର ଦୁଇ ତିନି ଜଣ ସମସାମୟିକ ସାଙ୍ଗ ଡାକି ଦେଖେଇ ଦେବାକୁ ପ୍ରସ୍ତୁତ ଯେ ଦେଖ ତୋ ସାଙ୍ଗ ଏତିକି ବେଳ ଯାଏଁ ଶୋଇରହିଛି. ସେଇ ପିଲାଦିନର ଏହି କଟକଣା ଜନିତ ସ୍ନେହ ଶ୍ରଦ୍ଧାର ସଂସ୍କାର ତାଙ୍କୁ ଏ ପର୍ଯ୍ୟନ୍ତ କୋଉଠି ହରାଇ ନଥିବା ବେଳେ ସେ ଅନ୍ୟର ଦୋଷ ତ୍ରୁଟିକୁ ନିର୍ବିକାର ରୂପେ ହଜମ କରିବାକୁ ବାଧ୍ୟ ହେଉଛନ୍ତି କାହିଁକି? ଏହାହିଁ ବୋଧେ ତାଙ୍କ ପିଲାଦିନର ପିତୃମାତୃ ଦତ୍ତ ଆଶୀର୍ବାଦ.କେବଳ ସେହି ପିଲାଦିନର ବାପା ବୋଉଙ୍କ ସଂସ୍କାର ଯୋଗୁଁ ଅଜାଗା ଘା ଦେଖାଇ ହୁଏନି କି କଷ୍ଟ ସହିହେଉନଥିବା ଦୁଃଖ ଯନ୍ତ୍ରଣା ବେଳେ ରୁବିଙ୍କର ମନେପଡେ ଫେରିଆସନ୍ତାକି ସେହି ପିଲାଦିନ.

  ପିଲାଦିନ ଖୋଜିଲେ ଆଉ ମିଳେନା. ରୁବି ନିଜକୁ ଭାଗ୍ୟବାନ ବୋଲି ଭାବନ୍ତି . ବାପାଙ୍କଠାରୁ ପାଇଥିବା ସଂସ୍କାରର ଉପଯୋଗ କରନ୍ତି ଖୁବ.ସଂସାର ଭିତରେ ଘର କରିଥିଲେ ବିପଦ ପଡିଲେ ସହିବା ସତ କଥା କିନ୍ତୁ ରୁବିଙ୍କ ଭାଗ୍ୟରେ ସେମିତି ବିପଦ ଆସିନି କିନ୍ତୁ ଯୋଉଭଳି ବିପଦ ତାହା କାହାକୁ ପ୍ରକାଶ କରିହୁଏନା ତଥାପି ହାରି ଯାଆନ୍ତି ନାହିଁ ରୁବି ଏଇଥି ପାଇଁ କି ବାପା ପିଲାଦିନେ ଦେଇଥିବା ସଂସ୍କାର ସାଙ୍ଗକୁ ବୋଉର ସଂଠଣାକୁ ପାଥେୟ କରି ରୁବି ଏଯାଏଁ ମୁଣ୍ଡ ଟେକି ଚାଲିପାରୁଛନ୍ତି. ବାପାଙ୍କ ସଙ୍ଗେ ପରିବର୍ତ୍ତନଶୀଳ ଦୁନିଆଁର ହାବଭାବ ଓ ରୀତିନୀତିରେ ଅତିଷ୍ଠ ହେବା ବିଷୟରେ ଆଲୋଚନା ହୁଏ. ବାପା କହନ୍ତି ଝିଅରେ, ଯୁଗ ବଦଳି ଗଲାଣି. କାହାକୁ ଦେଇଥିଲେ କହିବନି ଦେଇଥିଲି.ପାଇବାକୁ ଆଶା କରିବନି. କଣ ବୋଲି ରୁବି ପଚାରିଦିଅନ୍ତି ଯେବେ ସେତେବେଳେ ତ ବାପା କୁହନ୍ତି ଯାହା ବି ହେଉ.ଉପକାର, ଶ୍ରଦ୍ଧା, ସ୍ନେହ, କର୍ତ୍ତବ୍ୟ ପରାୟଣତା ସବୁ ତୁମେ ଅଜାଡୁଥିବ କିନ୍ତୁ ସେହି ଜିନିଷ ତୁମେ କାହାଠାରୁ ଆଶା କରିବ ନାହିଁ. ବୋଉ କୁହେ ପରକୁ ଆପଣାର କରିବା ଗୋଟେ କଳା. ଗୃହିଣୀ ହେଲାପରେ ରୁବି ଯେତେ ପରକୁ ଆପଣାର କରିଛନ୍ତି, ପରତ ପର ନିଜ ଲୋକଙ୍କ ଠାରୁ ପାଇଛନ୍ତି ଧୋକା, ଚୁଗୁଲି ଚପଟ, ଇର୍ଷା, ଅଶହନଶୀଳତା ଓ ସ୍ୱାର୍ଥପରତା ସାଙ୍ଗକୁ ସର୍ତ୍ତର ଖିଲାପ. ସାହିଯାଇଛନ୍ତି ସବୁକୁ ନୀଳକଣ୍ଠ ପରି କେବଳ ପିଲାଦିନର ଶିକ୍ଷା, ସଂସ୍କୃତି, ଆଚାର ଓ ବ୍ୟବହାର ଯୋଗୁଁ.ରୁବି ଲକ୍ଷ କରନ୍ତି ଅତି ଭଲ ହେଲେ ସ୍ୱାମୀ ମଧ୍ୟ ପୌରୁଷର ଅହଂରେ କଥା କୁହନ୍ତି. ବିବାହିତ ଝିଅକୁ ଯେତେ ନିଜର କଲେ ସେ ଅନ୍ୟ ପରିବାରର ହୋଇଯାଇଥାଏ ଆଉ ବିବାହିତ ପୁଅର ମନ ବୁଝି ଯେତେ ସନ୍ତୁଷ୍ଟ କଲେ ବି ସେ ଆଉ ପିଲାଦିନ ପରି ରହି ନଥାଏ .ଏହିତ ସବୁଠୁ ନିଜ ଲୋକମାନଙ୍କ କଥା ଆଉ ଅନ୍ୟଙ୍କ କଥା କଣ କହିବା? ନୂଆବର୍ଷ ଆସୁଛି. ପିଲାଦିନ ମନେପଡୁଛି. ବାପାଙ୍କ ସଙ୍ଗେ ଜଗନ୍ନାଥ ଦର୍ଶନ, ସମୁଦ୍ରରେ ବୁଡ଼ ସହ ଚୁଡାଘଷା ଡ଼ାଲମାର ମହକ ଭିତରେ ରୁବି କହୁଥିଲେ ଆସ ନବବର୍ଷ, ରାମରାଜ୍ୟ କରିଦେଇ ଯାଅ.ପ୍ରତିଟି ପରିବାର ଭିତରେ ଭରିଯାଉ ସ୍ନେହ ଶ୍ରଦ୍ଧାର ଫଲ୍ଗୁ. ପ୍ରତିଟି ଗ୍ରାମରେ ଫୁଟୁ ଭାଇଚାରା ଫୁଲ ଆଉ ପ୍ରତି ଦେଶର ମଣିଷ ଭିତରେ ମଣିଷପଣିଆର ମହକ. ଦୀପ ଧୂପ ଲଗେଇସାରିବା ବେଳକୁ ସ୍ୱାମୀ ପୁଅ ବୋହୁ ଝିଅ ଜୋଇଁ ନାତି ନାତୁଣୀ ସମସ୍ତେ ଆସି ବେଢ଼ି ଯାଇଥିଲେ ରୁବିଙ୍କ ଚତୁଃପାର୍ଶ୍ୱରେ ତ ରୁବିଙ୍କ ପାଇଁ ନୂଆବର୍ଷରେ କିଛି ନୂଆ ଅନୁଭବ ତାଙ୍କୁ ମୁଗ୍ଧ କରୁଥିଲା.

  ଏବେ କିନ୍ତୁ ଭାରି ଅସ୍ତବ୍ୟସ୍ତ ଲାଗୁଥିଲା ରୁବିଙ୍କୁ. ତାଙ୍କ ପଡାରେ ଥିବା ଆଠଟି ଘର. ସେଇ ଘରମାନଙ୍କର ବଳକା ଖାଦ୍ୟ ଖାଉଥିବା କୁକୁରମାନେ କାହାରି ନା କାହାରି ଦୁଆରେ ଶୋଇରହିଥାଆନ୍ତି. କିଏ ଚୁ ଚୁ ଡାକିଦେଲେ ଦଉଡି ଯାଆନ୍ତି ପଞ୍ଝାକଜାକ. କିଏ ଡାକୁଥାଏ ଆ କାଳିଆ ଆ ତ କିଏ ଡାକୁଥାଏ କୁଆଡେ ଗଲ କିରେ ସବୁ ବୋଲି କେଡେ ସରାଗରେ.ସେ ସରାଗ କିନ୍ତୁ ଆଉ ନାହିଁ କାହାରି ମନରେ. ବର୍ଷାରେ ଓଦା ହୋଇଯାଉଥିଲେ କେହି ଅଖାଟିଏ ପାରି ଦେଉନି କି କହୁନି ଆ ଆ ଉଠିଆ ପିଣ୍ଢା ଉପରକୁ କାଳିଆ, ଓଦା ହୋଇଯିବୁ. ତାର କାରଣ ସମସ୍ତଙ୍କ ମନ ମରିଯାଇଛି. ସମସ୍ତେ ଆତଙ୍କିତ. କାଳିଆ କସରା ଦୁଇ କୁକୁର ଅସ୍ୱାଭାବିକ ଭାବେ ଭୁକି ଲାଗିଛନ୍ତି ଏମୁଣ୍ଡରୁ ସେମୁଣ୍ଡ ଯାଏଁ. ଭୁକିବା କୁହାଯାଇ ନପାରେ କାନ୍ଦୁଛନ୍ତି କୁକୁର ଦୁଇଟି. 9040977327ରୁବି ଲକ୍ଷ କରୁଛନ୍ତି ତାଙ୍କ ଦୁଆର ଆଗରେ ବେଶି ସମୟ କାନ୍ଦୁଛିନ୍ତି . ସେକଥା ମଧ୍ୟ ପଡୋଶୀମାନଙ୍କୁ କହିହେଉନି ସେମାନେ ମଧ୍ୟ ସେଇ ଗୋଟିଏ କଥା କହିବେ ଆମ ଦୁଆର ଆଗରେ ବେଶି କାନ୍ଦୁଛି ସେଇ କାଳିଆ ତ କିଏ କହୁଛି କସରା କିନ୍ତୁ ରୁବି ଠିକ ଲକ୍ଷ କରନ୍ତି ଗେଟ ଭିତରୁ ଚାହିଁ ଦେଖନ୍ତି ତାଙ୍କରି ଘର ଆଗରେ ଦୁହେଁ କାଳିଆ କସରା ସାଙ୍ଗ ହୋଇ କେତେବେଳେ କୋଉ ଦିଗକୁ ମୁହଁ କରି ଭୁକିବାରେ ତ ନୁହେଁ କାନ୍ଦିବାରେ ଲାଗିଛନ୍ତି.

  ରୁବିଙ୍କ ସ୍ୱାମୀ ଗାଁ ମଣିଷ ହେଲେ ବି ତାଙ୍କ ବାପାଙ୍କ ଭଳି ଏସବୁକୁ ଅନ୍ଧବିଶ୍ୱାସ କହି ଏଡାଇ ଯାଉଥିବା ବେଳେ ରୁବି ଦେଖନ୍ତି ରାଶିଫଳ. ପିତାଙ୍କ ଉପରେ ବିପତ୍ତି ଅଛି ଦେଖି ରୁବି ଭାବନ୍ତି ତାଙ୍କ ପିତା ଆଉ ନାହାଁନ୍ତି ତେବେ ଅଖଣ୍ଡ ଦୀପ ଜାଳି ସ୍ୱାମୀ,ପୁଅ, ବୋହୂ,ଝିଅ, ଜୋଇଁ, ନାତୁଣୀ, ନାତି ଓ ଭାଇ ଭଉଣୀ ତଥା ରକ୍ତସମ୍ପର୍କୀୟ, ଚିହ୍ନଜଣା, ପଡୋଶୀ ତଥା ବନ୍ଧୁବାନ୍ଧବଙ୍କ ଶୁଭ ମନାସୁଥିବା ବେଳେ ଦେଖନ୍ତି ଦୀପ ଆଗପରି ଜଳୁନି. ଦୀପଦାନୀ ମାଜିମୁଜି ଯେତେ ପରିସ୍କାର କଲେ ବି ସଳିତା ପୋଡି ପୋଡି ଟାଣ ହୋଇ ଦୀପ ଅଗ୍ରରେ ବସି ଯିବା ଦ୍ୱାରା ଦୀପ ଲିଭୁଛି ଥରକୁ ଥର . ସେଇ ଦୀପ, ସେଇ ତେଲ, ସେଇ ଘିଅ, ସେଇ ବଳିତା ଆଗରୁ ଜଳୁଥିଲା, ଏବେ ଜଳୁନି, ଆତଙ୍କିତ ମନ ପ୍ରାଣ ରୁବିଙ୍କର . ତଥାପି ରାଶିଫଳରେ ପଢିଲେ ରୁବି.ଝିଟିପିଟି ଦେଖିଲେ କାନ୍ଥରେ ଭାରି ଶୁଭ ଆଉ ଚାଲୁଥିଲେ ଆହୁରି ଶୁଭ କହୁଥିଲା ରାଶିଫଳ ତ ରୁବି କାନ୍ଥରେ ଅନୁସନ୍ଧାନ କରୁ କରୁ ଗୋଟେ ବି ଝିଟିପିଟି ଦେଖୁନଥିଲେ.

  ଏବେ ଗାଁର କୁକୁରସବୁଙ୍କୁ ଖାଦ୍ୟ ଦେଉଥିବା, ସ୍ନେହ ଶ୍ରଦ୍ଧା କରୁଥିବା ପଡୋଶୀଙ୍କ ଉଚ୍ଚାରଣ ଓ ଆଚରଣରେ ବ୍ୟତିକ୍ରମ. କିଏ ଟେକା ମାରୁଛି ତ କିଏ କହୁଛି ଯା ଯା.. ହେ ହେ.. ଛିକ ଛିକ. ରୁବିଙ୍କୁ କଷ୍ଟ ହୁଏ. କୁକୁରଙ୍କର କି ଦୋଷ!ଏମିତିରେ ବୁଲାକୁକୁରଙ୍କର ଖାଦ୍ୟ କଷ୍ଟ, ଆଶ୍ରୟ କଷ୍ଟ ଭିତରେ ତାଙ୍କ ଭୁକିବା ଶୈଳୀ ଆଧାରରେ କେଵେ ଖାଦ୍ୟ ଆଶ୍ରୟ ମିଳୁଛି ତ କେଵେ ଦୂର ଦୂର ଭାଗ ଭାଗ. କଷ୍ଟ ଲାଗିଲା ରୁବିଙ୍କୁ. ବିସ୍କୁଟ ଡବା ଝାଡିଦେଲେ ଉପରୁ ଥାଇ ତଳକୁ ତ ଝୁପୁ ଝୁପୁ ବର୍ଷାରେ ଓଦା ହୋଇ ଯାଉଥିଲା ବିସ୍କୁଟ ଗୁଡିକ. କୁକୁରମାନଙ୍କର ବି ଆଗ୍ରହ ନାହିଁ ଖାଦ୍ୟପାଇଁ.ସେଥିପାଇଁ ରୁବିଙ୍କ ମନ ଖୁବ ସନ୍ତାପିତ ହେଉଥିଲା ବେଳେ ହଠାତ କାନ୍ଥରେ ଝିଟିପିଟିଟିଏ ଦେଖି ଉଜ୍ଜ୍ୱଳ ଦିଶିଲା ମୁହଁ. ନା ତାଙ୍କର ଆଉ ଭୟ କରିବାର ନାହିଁ ହେଲେ ଏ କଣ ଝିଟିପିଟିଟା ଆଗ ଦୁଇଗୋଡ଼ରେ ଲେପେଟେଇ ଲେପେଟେଇ କଷ୍ଟରେ ଚାଲୁଛି. ପଛ ଦୁଇ ଗୋଡ଼ ଯେମିତି ଯୋଡି ହୋଇଯାଇଛି.ରୁବି ଭାବୁଥିଲେ କିନ୍ତୁ କେମିତି? ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବାକୁ ଲାଞ୍ଜ ଛିଣ୍ଡେଇ ଖସି ଯାଉଥିବା ଝିଟିପିଟିର ଲାଞ୍ଜ ଠିକ ଅଛି.ତ ତେବେ କବାଟରେ ଚାପି ହୋଇଗଲାକି? ନା ଝିଟିପିଟିଙ୍କୁ ବି ପାରାଲିସିସ ହୁଏ!ଏମିତି ଭାବୁ ଭାବୁ କୁକୁରଙ୍କ କଥା ମନେପଡ଼ିଲା. ବିଚରା ଗୁଡାକ ବିନା ଦୋଷରେ ଟେକା ମାଡ଼ ଖାଇ ଖାଇ ଛୋଟା ହୋଇ ଏମିତି ଘୁଷୁରୁଛନ୍ତି. ଛି ଛି କି ଅମାନବିକତା. ଦଉଡିଲେ ରୋଷେଇ ଘରକୁ. ଚିକେନ କଣ୍ଟା, ମାଛ କଣ୍ଟା ଗୋଳେଇ ଭାତ ଆଣି ତଳକୁ ଯାଇ ତାଙ୍କୁ ଦେବେ ବୋଲି . ଫୋନ ଏତିକି ବେଳକୁ ଆସିବାର ଥିଲା?ଝିଅର ଫୋନ ଥିଲା. ଝିଅ କହୁଥିଲା ଅଜାଶଶୁର ଚାଲିଗଲେ ମାଆ. ତାଙ୍କୁ ପାରାଲିସିସ ହୋଇଥିଲା. ଚଳପ୍ରଚଳ କରିବାରେ ଅସୁବିଧା ଭିତରେ ବୟସାଧିକ ଓ ରୋଗ ଯୋଗୁଁ ଚାଲିଗଲେ. ମାଛ, ଚିକେନ ଗୋଳା ଭାତ ଥୋଇଦେଇ ସେଇଠି ବସିଗଲେ ରୁବି. ଜୋଇଁ ମଧ୍ୟ ଫୋନ କରି କହୁଥିଲେ ଶଶୁରଙ୍କୁ ମାନେ ରୁବିଙ୍କ ସ୍ୱାମୀଙ୍କୁ ଖବରଟି ତ ସ୍ୱାମୀ କହୁଥିଲେ ଧର୍ଯ୍ୟ ଧର. କେତେବେଳେ ମୃତ୍ୟୁ ଆସିବ ତ କହିହେବନି. ହଁ ବାପା କିନ୍ତୁ ପାରାଲିସିସରେ ଥାଇ ମଧ୍ୟ ଅଜା ତାଙ୍କ ଟାଇପରାଇଟର ଚଳାଇ କିଛି ବି ଲେଖୁଥିଲେ ସବୁଦିନ . ରୁବି ଖୋଜୁଥିଲେ ଝିଟିପିଟିଟାକୁ ତ ସ୍ୱାମୀ କୁକୁରଙ୍କ ଖାଦ୍ୟ ନେଇ ଦାଣ୍ଡରେ ଡାକୁଥିଲେ କାଳିଆ ଆ ଆ ଚୁ ଚୁ.ରୁବିଙ୍କର ତାଙ୍କ ବାପା ମନେପଡୁଥିଲେ ଖୁବ. ଝିଅର ଅଜା ଶଶୁର ତ ତାଙ୍କ ବାପାଙ୍କ ଭଳି ଥିଲେ ନା.



Rate this content
Log in

Similar oriya story from Action