ମନ ମୟୂରୀ-ଭାଗ ୪
ମନ ମୟୂରୀ-ଭାଗ ୪
ଆଜି ମାନସିକ ଭାବରେ ରାଜ ଭାରକ୍ରାନ୍ତ ଥିଲା । ମାଆ ଙ୍କର ଫୋନ ଆସିଲା ପର ଠାରୁ ତାର ଆଖିରୁ ନିଦ ହଜିଯାଇଛି । ରାଜକୁ ବଡ଼ ମଣିଷ କରିବା ପାଇଁ , ସବୁ ଦୁଃଖ ଆଉ କଷଣକୁ ଛାତିକୁ ପଥର କରି ସହିଯାଉଛନ୍ତି ସେମାନେ।
ସକାଳୁ ନିଜର ନିତ୍ୟକର୍ମ ସହଳ ସାରି ଦେଇ , ଆଟାଜି ରୁ ମନି ପର୍ସ କାଢି ଦେଖେ ମାତ୍ର ଟଙ୍କା ହଜାରେ ଟି ପଢ଼ିଛି । ଖୁଚୁରା ପଇସା ବୋଧ ହୁଏ ବେଶି ହେଲେ ଟଙ୍କା ଦୁଇ ଶହ ହୋଇଥିବ ।
ନିଜକୁ ପ୍ରସ୍ତୁତ କରି ନିଏ । ଆସୁଥିବା ଝଡ଼ କୁ ସମ୍ନା କରିବାର ବଳ ନଥିଲେ ବି ମନରେ ଅତ୍ମୋବିଶ୍ୱାସ ଧରି ହଷ୍ଟେଲ ରୁ କଣ ଟିକେ ଟିଫିନ କରିଛି କି ନାହିଁ ... ନୂଆଁ କାମ ଖୋଜିବା ପାଇଁ ବାହାରି ପଡେ ରାଜ ।
ମୁଣ୍ଡ ଉପରେ ଅଗ୍ନି ର ପ୍ରକୋପ ରେ ଦେହ ହାତ ରୁ ଗମ ଗମ ଝାଳ ବୋହି ଚାଲିଥାଏ । ଦିନ ସାରା ଏଠି ସେଠି କାମ ଖୋଜି ନିରାଶ ହୋଇ ପାଖ ଏକ ଚା' ଦୋକାନରେ ଚା' ଢୋକେ ରେ ନିଜର କ୍ଲାନ୍ତ ଦେହ କୁ ଟିକେ ହଲକା କରେ ।
ରାଜ:- କିଛି ହସ ଆଜି ଲୁହ ମୋର ସାଜି
କାନ୍ଦେ ହୃଦୟ ବେଳା ରେ ଲୁଚି ।
ଭଲ ପାଇବାର ଆବେଗ ମଧ୍ୟରେ ,
ମୋ ଜୀବନ ହୋଇଯାଏ ଛନ୍ଦି ।
ପିତା ମାତା ଦୁଃଖ , ଦେହେ ମୋ ଯାଏନା ।
କେମିତି ସହିବି ମୁଁ ପୁଅ ହୋଇ ।
ତାଙ୍କରି ଟଙ୍କା ରେ ଖୁସି ମନେଇବା ,
ସେମିତି ପୁଅ ମୁଁ, ହୋଇ ପାରିବି ନାହିଁ ।
ମୋରି ପାଇଁ ଆଜି ବାପା ମାଆ ଦୁହେଁ ଅଭାବ ଅନାଟନ ରେ ପଡି ଛଟପଟ ହେଉଛନ୍ତି । ତଥାପି ମତେ ବଡ଼ କରିବା ପାଇଁ ଅଣ୍ଟା ଭିଡି ଛନ୍ତି । ଏମିତି ପିତା ମାତା ଭାଗ୍ୟ ରେ ଥିଲେ ମିଳନ୍ତି। କିନ୍ତୁ ମୁଁ କଣ ପୁତ୍ର ଧର୍ମ ଠିକ ସେ ପାଳନ କରି ପାରୁଛି !!
ହୁଏତ ନା !!! ମୋ ସ୍ୱପ୍ନ କୁ ସବୁ ନିଜ ହାତରେ ମାରି ମତେ ତାଙ୍କରି ସ୍ୱପ୍ନ ପାଇଁ ବଂଚିବା କୁ ହେବ ।
ସେଇ ଶୁଷ୍କ ଓଠ ଧାର ରେ ଯଦି ହସ ର ପାଖୁଡା ମୁଁ ଫୁଟେଇ ନ ପାରିଲି , ଧିକ ମୋ ପୁଅ ହେବାର ଜୀବନ ।
" ମାରି ଦେଉଛି ମୋ ଆଖିର ସପନ ,
ଆଜି ଠୁ ହଜେଇ ଦେଲି ମୋ ନିଦ ।।
ଛାତି କୁ ପଥର କରିଣ ସହିବି କଷଣ ,
ପାଳନ କରିବି ପୁତ୍ର ହେବାର ଧର୍ମ" ।।
କିଏ ଜାଣେ ଆଜିର କ୍ଲାସ ରେ କଣ ସବୁ ପଢ଼ା ହୋଇଥିବ!!! ତଥାପି ବୁଟୁ ଠାରୁ ନୋଟ ଆଣି ସବୁ ରାତି ରେ ବସି ପଢିବା କୁ ହେବ , ନ ହେଲେ ଆଗକୁ ପରୀକ୍ଷା ରେ ଭଲ ନମ୍ବର କେମିତି ରଖି ପାରିବି ?
ଆଜି ତ ବହୁତ ଖୋଜା ଖୋଜି କଲା ପରେ ବି କିଛି କାମ ମିଳିଲା ନାହିଁ , କାଲି ଆଉ ଥରେ ନିଶ୍ଚିତ ଚେଷ୍ଟା କରିବି!!
ମାୟା:- ବୁଟୁ ଏ ବୁଟୁ ଆରେ ଟିକେ ଶୁଣ !! ତୋ ସାଙ୍ଗ ଆଜି କାହିଁ କଲେଜ ଆସିନି ? କୁଆଡେ ଗଲେ କି ?
ବୁଟୁ :- ଆଛା ତୁମର ତା " ପ୍ରତି ଏତେ ଦରଦ କଣ ପାଇଁ ଶୁଣେ ?
ମାୟା:- ତୁମେ ଯେମିତି ରାଜ ର ସାଙ୍ଗ ମୁଁ ବି ଠିକ ସେମିତି । ସେ କେବେ ଆଜି ଯାଏ କ୍ଲାସ ମିସ କରିବାର ଦେଖିନି କିନ୍ତୁ ଆଜି ନ ଆସିବାରୁ ମନ ଠିକ ଲାଗିଲାନି ତ ପଚାରି ଦେଲି !
ବୁଟୁ:- ବିଚରା ଦୁଃଖ ର ବୋଝ ଉପରେ ନିଜକୁ ପଥର କରି ଵଂଚୁଛି । ସେ ଆଉ ତ ତୁମ ପରିକା ଧନୀ ଘର ର ପିଲା ନୁହଁ । ସେଥିପାଇଁ ନିଜ ଗୋଡ଼ରେ ଠିଆ ହେବା ପାଇଁ କାମ ଖୋଜୁଥିବ କେଉଁଠି ଯାଇ । ଜାଣିଛ ମାୟା ବିଚରା କାଲି ରାତି ଠାରୁ ଠିକ ସେ ଶୋଇନି । ସକାଳୁ କଣ ଟିକେ ଖାଇଛି କି ନାହିଁ , କୁଆଡେ ଯାଇଛି ତାର କିଛି ଖବର ବି ନାହିଁ ।
ମାୟା:- ଆଛା ତାଙ୍କର କିଛି ନମ୍ବର ଅଛି ଯଦି ଦବ କି ? ମୁଁ କଥା ହୋଇଯିବି !
ବୁଟୁ :- ତାର ମୋବାଇଲ ନାହିଁ ନମ୍ବର କେଉଁଠୁ ଆସିବ । ସେ ଯାହା ଘର ଲୋକଙ୍କ ସହ ମୋ ଫୋନ ରୁ କଥା ହୁଏ ।
ମାୟା:- ତୁମେ କେମିତିକା ସାଙ୍ଗ ହୋଇଛ । ନିଜର ସାଙ୍ଗ କୁ ବିପଦ ବେଳେ ସାହାଯ୍ୟ କରିବା ବଦଳେ , ତାଙ୍କର ପ୍ରତି ଟିକେ ସମବେଦନା ନାହିଁ ଦେଖୁଛି ।
ବୁଟୁ:- ସମବେଦନା ଦେଲା ଭଳି ସାମର୍ଥ୍ୟ ବି ମୋର ଏତେ ନାହିଁ। ଥିଲେ ନିଶ୍ଚିତ ରାଜ କୁ ସାହାଯ୍ୟ କରିବା କୁ ପଛେଇବି ନାହିଁ । ହେଲେ ତୁମକୁ ଯଦି ଏତେ କଷ୍ଟ ଲାଗୁଚି , ତାକୁ ସାହାଯ୍ୟ କଲେ ତୁମର କଣ କିଛି ଅସୁବିଧା ହୋଇଯିବ !
ମାୟା:- ଯଦି ପାରିବି , ନିଶ୍ଚିତ କରିବି ! ତୁମ ପରି ଚୁପ ରହିବା ମୋର ଅଭ୍ୟାସ ନୁହେଁ ?
ଏତକ କହି ମାୟା ଚାଲି ଯାଇଛି ।
ମାୟା:-
ହେ ମୋର ମନ ର ପୁରୁଷ ,
ସ୍ୱପ୍ନ ର ନାୟକ ,
କାହିଁ ଅଛ ତୁମେ ରହି ।
ତୁମ ବିରହ ର ପ୍ରେମ ର ବଂଶୀ ରେ
ଝୁରେ ମୁଁ, ତୁମ ଫୁଲେଇ ।
ମନ ଖୋଲି ସିନା କହି ମୁଁ ପାରିନି ,
ତୁମେ ତ ଜାଣିଛ ମୋ ମନ କଥା ।
ତୁମ ବିରହ ରେ , ତୁମ ଠାରୁ ଦୂରେ ଥାଇ
ଅସହ୍ୟ ହୁଏ ,ମୋ ଛାତି ତଳ ର ବ୍ୟଥା ।
ପ୍ରଥମ ଦେଖା ରୁ ତୁମକୁ ମୋ ମନ ଦେଇ ଦେଇଛି । ତୁମ ପ୍ରତି ମୋର ଦୁର୍ବଳତା କୁ ଶବ୍ଦ ରେ ପ୍ରକାଶ କରି ପାରୁ ନାହିଁ । ବିରହ ର ଲହୁ ଆଜି ତୁମ ବିନା ସାଗର ରେ ପରିଣତ । ତୁମକୁ କଷ୍ଟରେ ଦେଖି ସହି ପାରେ ନାହିଁ ଏଇ ମୋ ହୃଦୟ । ସେ ଯାହା ବି ହେଇ ଯାଉ , ତାଙ୍କର ମୁଁ କିଛି ବି ହେବାକୁ ଦେବି ନାହିଁ ? ମୁଁ ଥାଉ ଥାଉ ସେ ଯଦି କଷଣ ର ଜୀବନ କାଟନ୍ତି । ତାହା ହେଲେ ମୁଁ କଣ ନିଜକୁ କ୍ଷମା କରି ପାରିବି । ତୁମେ ମୋ ମନର ପୁରୁଷ , ହୃଦୟ ର ଦେବତା । ତୁମ ଜାଣତରେ ହେଉ ଅବା ଅଜାଣତରେ ମୋ ମନ ଆଉ ହୃଦୟ କୁ ତୁମର ପୟର ତଳେ ସମର୍ପି ଦେଇଛି।
କାଲି ପ୍ରଭାତରେ ତୁମ ସହ ଦେଖା କରି ସମସ୍ତ ଦୁଃଖ କୁ ତୁମର ସାରା ଜୀବନ ପାଇଁ ମୋର କରି ଦେବି।
ଝରକା ବାହାରେ ପୂର୍ଣ୍ଣିମା ର ଜହ୍ନ ଆଜି ହସି ଉଠୁଥିଲା , କୁଆଁରୀ ମନ ର ପ୍ରେମ ଆଳାପ ରେ , ଆଉ ଅନ୍ୟ ପଟେ ଏଫ ମ ରୁ ମାୟା ଶୁଣେ କାହାର କବିତା ଆବୃତ୍ତି ର ସ୍ୱର :-
ଅସମାପ୍ତ ଏହି ହୃଦୟର ଏ ଭଷା ,
ଆଜି ବି ରହିଚି ଅଧା ।।
ତୁମ ସଜଳ ଆଖିର ମହନୀ ନିଶାରେ,
ଝୁରେ ମୁଁ ତୁମକୁ ରାଧା ।।
ପ୍ରଥମ ବର୍ଷ ର ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବହୁତ ଭିଡ଼ ନୋଟିସ ବୋର୍ଡ ପାଖରେ । ନୋଟିସ ବୋର୍ଡ ରେ ରେଜଲ୍ଟ ପ୍ରକାଶିତ ହେଲା ପରେ , ସମସ୍ତେ ନିଜ ନିଜର ରେଜଲ୍ଟ ଜାଣିବା ପାଇଁ ନୋଟିସ ବୋର୍ଡ ପାଖରେ ଭିଡ଼ ଜମେଇ ଦେଇଛନ୍ତି ।
ଦୂରରୁ ଏକ ଚେୟାର ରେ ବସି ରାଜ ନିଜର ପରୀକ୍ଷା ଫଳ କଣ ହୋଇଥିବା ଭାବି ମନେ ମନେ ବିଚଳିତ ହେଉଥାଏ ।
ବୁଟୁ:- କଂଗ୍ରାଚୁଲେସନ ରାଜ । ତୁ ସାରା କଲେଜ ରେ ପ୍ରଥମ
ସ୍ଥାନ ରେ ଅଛୁ ।
ରାଜ:- ଦେଖ ଭାଇ , ମୋ ମନ ଆଦୌ ଠିକ ନାହିଁ । ତୁ ଆଉ ଥରେ ମୋ ସହ ଥଟା ତାମସା କର ନି ? ମୁଁ ବହୁତ ସିରିୟସ ଅଛି ।
ବୁଟୁ :- ତୋର ଯଦି ମୋ କଥା ବିଶ୍ୱାସ ହେଉନାହିଁ ।ତା ହେଲେ ନିଜେ ଯାଇ ରେଜଲ୍ଟ ଚେକ କରି ଆସେ ।
ବୁଟୁ ଠାରୁ ଏମିତି ଶୁଣିବା ପରେ ରାଜ ଆଉ ନିଜକୁ ରୋକି ନ ପାରି ନୋଟିସ ବୋର୍ଡ ଆଡକୁ ଚାଲିଲା। ସତ କୁ ସତ ତାର ନାଁକୁ ରେଜଲ୍ଟ ଲିଷ୍ଟ ର ପ୍ରଥମ ସ୍ଥାନ ରେ ଦେଖି ଖୁସି ରେ ଅତ୍ମୋହରା ହୋଇ ପଡିଲା । ତା" ପଛକୁ ଦ୍ଵତୀୟ ସ୍ଥାନ ରେ ଆକାଶ ଥିଲା ।
ପ୍ରଥମ ଥର ପାଇଁ ତାକୁ ବହୁତ ଖୁସି ଲାଗୁଥିଲା । ଜୀବନରେ ଏତେ କଷଣ ମଧ୍ୟରେ ନିଜର ସଫଳତା କୁ ମନେଇବା ପାଇଁ ସାଙ୍ଗ ସାଥି ଙ୍କର ଗ୍ରହଣରେ ଟଙ୍କା ର ଘୋର ଅଭାବ ତା ପାଖରେ ଥିଲା ।
ରାଜ:- ପରିଶ୍ରମ ଆଜି ସୁନା ପାଲଟିଛି ।
ଫେରିଛି ମୋ ଓଠେ ହସ ।।
ଭଗବାନ , ମତା ପିତାଙ୍କର ଆଶିର୍ବାଦ ଲଭି ।
ଅପସରି ଯିବାକୁ ବସିଛି ମୋ ଠୁ ଦୁଃଖ ।।
ଆଜିର ସଫଳତା ତୁମ ବିନା ଫିକା ।
କାହିଁ ଅଛ ମୋ ରାଧା ।।
ବିରହ ଯାତନା ଦୂରେ , ସହି ବି ହୁଏନା ।
ତୁମ ସ୍ପର୍ଶ ବିନା ଆଜି ବି ମୁଁ ଅଧା ।।
ବୁଟୁ ମଧ୍ୟ ମୋ ମନର ପରିସ୍ଥିତି କୁ ବୁଝି କୌଣସି ପ୍ରକାର ର ଡିମାଣ୍ଡ କରି ନ ଥିଲା ।
ବୁଟୁ ଠାରୁ ମୋବାଇଲ ମାଗିକି ନେଇ , ଘରକୁ ଫୋନ କରି ମାଆ ଙ୍କୁ ମୋର ରେଜଲ୍ଟ କଥା କହିଲା ପରେ , ସେ ବି ବହୁତ ଖୁସି ହୋଇଯାଇଥିଲେ ।
ମାଆ ଲୁହଭରା ଆଖିରେ ମତେ ଆଶିର୍ବାଦ କରିବା ସହ ମୋର ଆଗାମୀ ଭବିଷ୍ୟତ ପାଇଁ ଭଗବାନ ଙ୍କୁ ମଧ୍ୟ ପାର୍ଥନା କରିଲେ ।
ମାଆ ଙ୍କର ସହ କଥା ହେଲା ପରେ ମତେ ଟିକେ ହଲକା ଲାଗିଲା । ଏଇ କିଛି ଦିନ ହେଲା ଯେଉଁ ସବୁ ଉଦ୍ୟମ କରୁଥିଲି , ତାହା ର ଫଳ ଆଜି ରେଜଲ୍ଟ ରେ ଦେଖି ମନ ନାଚି ଉଠୁଥିଲା ।
ଅନ୍ୟ ସାଙ୍ଗ ମାନେ ବି ମତେ ଅଭିନନ୍ଦନ ଦେଇ ଚାଲିଯାଉଥିଲେ ନିଜର ବାଟରେ ।
କଲେଜ ରେ ସମସ୍ତ ଙ୍କୁ ଦେଖିବା କୁ ପାଉଥାଏ ହେଲେ ମାୟା ଙ୍କର ଦେଖା ମିଳୁ ନଥିଲା । ଚାରି ଆଡ଼େ ଆଖି ବୁଲେଇ ଖୋଜି ହେଉଥିଲି । ସମୟ ଆଉ ପାଖରେ ମାତ୍ର କେତୋଟି ମିନିଟ ବାକି ରହିଯାଇଥାଏ , କର୍ମ ଭୂମି କୁ ଫେରିଯିବା ପାଇଁ । ମାୟା ଙ୍କୁ ନ ପାଇ ମନ ବ୍ୟାକୁଳ ହୋଇ ଉଠୁଥାଏ ।
ବୁଟୁ:- ତୁ ଯାହାଙ୍କୁ ଖୋଜୁଛୁ , ସେ ଏ ଯାଏଁ କଲେଜ ଆସି ନାହାନ୍ତି । ଅପେକ୍ଷା କର ନିଶ୍ଚିତ ଆସିଯିବେ ।
ରାଜ:- କଣ ଯେ ତୁ କହୁ ।ମୁଁ ଡ଼ନ" କୁ ମନେ ମନେ ଖୋଜୁଛି । ସେ କୁଆଡେ ଗଲା କି ?
ବୁଟୁ:- ସତ କେବେ ଲୁଚି ରହିଛି ନା ରହିବ । ତୋ ମନ କଥା ମତେ କଣ ଅଛପା ଅଛି ଭାବୁଛୁ କି ? ତୁ ଆଜି ଯେମିତି ପାଗଳ ଭଳି ମାୟା କୁ ଖୋଜୁଛୁ । ତୁ ନ ଆସିବାରୁ , ସେ ବି ତତେ ଝୁରି ହେଉଥିବ ମନେ ମନେ । ମତେ ତ କେତେ ଥର ତୋ ବିଷୟ ରେ ପଚାରିଛି ।
ବୁଝିଲୁ ରାଜ , ମାୟା ତତେ ବହୁତ ଭଲ ପାଏ । ତୁ କଲେଜ ଆସିଛୁ ସେ ଜାଣିଲେ ନିଶ୍ଚିତ ତତେ ଖୋଜି ଖୋଜି ଆସି ଦେଖା କରିବ ।
ମୋ ଅନୁପସ୍ଥିତରେ ମାୟା ମତେ ଖୋଜୁଥିଲେ ଜାଣିବା ପରେ ,ମୋ ଦେହରେ ସିହରଣ ଖେଳି ଗଲା ପରି ଅନୁଭବ ହେଲା । ମତେ ଯେମିତି ଲାଗିଲା ମାୟା ମତେ ଏଇ ପାଖରେ କେଉଁଠି ଲୁଚି ଲୁଚି ଦେଖୁ ଛନ୍ତି । ଆଖି ବନ୍ଦ କରି ଦେଖିଲେ ଲାଗୁଥାଏ , ସେ ମୋ ପ୍ରେମ ବିରହରେ ଝୁରି ଝୁରି ସତେଜ ଗୋଲାପ ରୁ ଶୁଷ୍କ ଦେଖା ଗଲେଣି ।
ମୋ ଅନ୍ୟମନସ୍କ କୁ ଭାଙ୍ଗିବା କୁ ଯାଇ ଡନ ଆସି ମୋ ହାତ କୁ ଧରି କେଉଁ ଆଡେ ଭିଡି ନେଉଥାଏ । ବୁଟୁ ବି ମୋ ପଛେ ପଛେ ଚାଲିଥାଏ ।
ଆରେ ଡ଼ନ ତୁ ମତେ କେଉଁଆଡ଼େ ନେଉଛୁ । କିଛି ନ କହି ଡ଼ନ ଆମ ଦୁହିଁଙ୍କୁ କଲେଜ ଗେଟ ସମ୍ନା କୁ ନେଇଗଲା ।
ରାଜ:- ଆରେ କିଛି କହିବୁ ନା ନାହିଁ । ଏମିତି କଣ ଏଠି ଘଟିବ ଯେ ତୁ ନେଇ ଆସିଲୁ ।
କଲେଜ ଗେଟ ପାଖରେ ଥିବା ଫୁଲ ଉଦ୍ୟାନ ଆଡେ ତା ପଛେ ପଛେ ଯିବା ପାଇଁ ଆମକୁ ନିର୍ଦ୍ଦେଶ କରି ସେ ଆଗେଇ ଚାଲି ଥାଏ ।
ବୁଟୁ ଆଉ ମୁଁ କିଛି ବି ବୁଝିପାରୁ ନ ଥିଲୁ ।
ଉଦ୍ୟାନ ପାଖେଇ ଆସିବା କ୍ଷଣି ମୋ ଛାତିର ସ୍ପନ୍ଦନ ଯେମିତି ବଢିବା କୁ ଲାଗିଲା । ଯେମିତି ମତେ ଅନୁଭବ ହେଉଥାଏ ମାୟା ଏଇ ମୋ ପାଖରେ କେଉଁଠି ଅଛନ୍ତି ।
ଦୂରରୁ ମାୟା ଙ୍କ ହାତରେ ଗୋଲାପ ଗୁଛ ଦେଖି ମୋ ଶରୀର ମଧ୍ୟରେ ଶୀତଳତା ଅନୁଭବ ହେବାକୁ ଲାଗିଲାଣି ।
ଜଡ ହେବାର ଆସନ ପରିସ୍ଥିତି ଯେମିତି ଆସିଯାଇଥିଲା । ଆଉ ଟିକେ ପାଖକୁ ଯାଇ ଦେଖେତ , ଆକାଶ ଆଣ୍ଠୁମାଡ଼ି ମାୟା ଙ୍କୁ ପ୍ରପୋଜ କରୁ ଅଛି । ସମସ୍ତେ ମାୟା ଙ୍କୁ ଆକାଶ ର ପ୍ରସ୍ତାବ ରେ ହଁ ଭରିବା ପାଇଁ ପ୍ରେରଣା ଦେଇ ଚାଲିଛନ୍ତି ।
ଆକସ୍ମିକ ଜୀବନରେ ଏମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହେବି ବୋଲି ନିଜକୁ ପ୍ରସ୍ତୁତ ମଧ୍ୟ କରି ନ ଥିଲି । ମାୟା ଙ୍କୁ ଆକାଶ ପ୍ରପୋଜ କରିବାର ଦୃଶ୍ୟ ଦେଖି ମୁଁ ସେଇ ଠାରେ ଶବ ପାଲଟି ଗଲିଣି । ଗୋଡ଼ ହାତ ମୋର ଥରୁ ଥାଏ । ଦେହରୁ ଗମ ଗମ ଝାଳ ବାହାରୁ ଥାଏ ।
ମନ ର ଗତି ବିଜୁଳି ଠାରୁ ଆହୁରି ଜୋର ରେ କ୍ଷିପ୍ର ଗତିରେ କଣ ସବୁ ଭାବି ଗତି କରିଚାଲି ଥାଏ । ନିଜର ମାନସୀ କୁ ଆଉ କିଏ ମୋ ଠାରୁ ଛଡେଇ ନେବ , ଭାବିଲା ବେଳକୁ ମୋ ଆଖି ଲୋତକାପ୍ଳୁତ।
ନିଜର କୋହ ସମ୍ବରଣ କରି ପାରୁ ନ ଥାଏ । ହାତ ରେ ଗୋଲାପ ଫୁଲ ଧରି ମାୟା ବି ଆକାଶ ସମ୍ନା ରେ ଚୁପ ଚାପ ଠିଆ ହୋଇଥିଲେ ।
ଆଜି ସମଗ୍ର ଶରୀର ମୋର ଶୁଷ୍କ ମରୁଭୂମି ପାଲଟି ସାରିଥିଲା । ଜୀବନର ରଙ୍ଗୀନ ଯୌବନ ର ଫଗୁଣ ଆଜି ଫିକା ଲାଗୁଥିଲା । ବସନ୍ତ ଫେରି ଯାଉଥିଲା ଶ୍ରାବଣ କୁ ଆବାହନ କରି । ବିରହ ର ରାଗିଣୀ କାହିଁକି ଆଜି ସୁ ମଧୁର ଶୁଣା ଯାଉଥିଲା ।
ମୁହଁରେ ଆଜି ଅବସାଦ ର ଛାୟା ପରିଲେଖିତ ହେଉଥାଏ। ଜଣେ ମୋର ବନ୍ଧୁ , ଭାଇ ବୋଲି ଆପଣା ପଣ ରେ ମତେ ବନ୍ଧୀ କରି ନେଇଛି । ଆଉ ଜଣେ ମୋ ମନ ର ମୟୂରୀ , ହୃଦୟ ର ମାନସୀ ଆଉ ମୋ ଜୀବନର ପ୍ରଣା କେନ୍ଦ୍ର ।
କେଉଁ ସମ୍ପର୍କ କୁ ନେବି ଆପଣେଇ । ମନରେ ଅନେକ ପ୍ରଶ୍ନ ? କଣ କରିବି କିଛି ବୁଝି ପାରୁ ନାହିଁ !!
ନିଜର ଭଲପାଇବା ପାଇଁ ଦୁଇ ଦୁଇଟି ସମ୍ପର୍କ ମଧ୍ୟରେ ମୁଁ କଣ ପାଚେରୀ ହୋଇ ଠିଆ ହେବା ଠିକ ହେବ !!ବୋଧ ହୁଏ ନା" । ହୃଦୟ ର କବର ମଧ୍ୟରେ ମନ ର ସମସ୍ତ ଭାବନା କୁ ମାରି ଦେଇ , ନିଜର ମନର ମାନସୀ କୁ ଭୁଲିଯିବା ପାଇଁ ମନ ମଧ୍ୟରେ ଭାବି ,ପାଦ ଫେରେଇ ଆସିଥିଲି ସେଇ ଜାଗା ରୁ ।
ହୃଦୟରେ ଆଜି ଶ୍ରାବଣ ର ଧାର ଘନ କଳା ବାଦଲ ସାଜି , ଯେମିତି ଅନବରତ ବର୍ଷା ହେଲା ଭଳି ଅନୁଭବ ହେଉ ଥାଏ ।
ଗେଟ ପାଖକୁ ଆସି ଅଟୋ ଅଟକାଇ ଚାଲିଆସିବା ବେଳ କୁ ବୁଟୁ ଡାକ ରେ ପଛକୁ ଫେରି ଦେଖେ ତ , ମାୟା ଙ୍କ ସହ ଆଉ ଥରେ ମୋ ନଜର ମିଶିଯାଏ । ଆଖି ଫେରେଇ ଆଣିଥିଲି ପ୍ରଥମ ଥର ତାଙ୍କ ଠାରୁ । କାହାକୁ କିଛି ନ କହି ଫେରି ଆସୁଥିଲି ପରାଜିତ ହୋଇ ମୋ ନିଜ ପାଖରେ ।
ହଁ , ଏଇ ତ ସେ ବର୍ଷା ! ଆଜି ବରଷି ବାକୁ ଆରମ୍ଭ ହୋଇଛି । ତୁମ ବିନା ହୃଦୟ ର ଶୂନ୍ୟସ୍ଥାନ ଆଉ ବା କିଏ ପୂର୍ଣ୍ଣ କରି ପାରିବ ! ବୋଧ ହୁଏ ଏ ଜନ୍ମ ରେ ଆଉ କେହି ନୁହେଁ ।
ଏକତରଫା ପ୍ରେମ ରେ ମୁଁ କଣ ଏକା ଏ ଦୁନିଆଁ ରେ ଅଛି କି ? ମୋ ଭଳି ଅନେକ ପଥ ଭୁଲି , ଆବଟ କୁ ଚାଲିଯାଇଛନ୍ତି।ମୁଁ କିନ୍ତୁ ପାରିବି ନାହିଁ ।
ସବୁବେଳେ ତୁମର ଶୁଭ କାମନା କରି ଚାଲିଥିବି ,ହୃଦୟରେ ପ୍ରେମ ର ଦୀପାଳି ଜାଳି ।
ରାଜ:-
ଯାଯାବର ଥିଲା ଏଇ ମନ ,
ପାଉଥିଲା ଭଲ ତତେ ଜହ୍ନ ।
ନିରି ମାଖୀ ଏଇ ତୋର ଆଖି ,
ନେଉ ଥିଲା ମତେ ପାଖେ ଡାକି ।
ସପନ ରେ ମତେ ପ୍ରେମ ରେ ପକେଇ ,
ଚାଲି ଯାଉ ଆଜି କାହା ହାତ ଧରି ।
କେମିତି ବଂଚିବି ତୋ ବିନା ମୁଁ ,
ଥରେ କହିଲ ନି ........
ମନ ମୟୂରୀ ତୁମେ, ମୋ ହୃଦୟକୁ
ଚିହ୍ନି ପାରିଲ ନି ........
ତୁମେ ଚିହ୍ନି ପାରିଲନି ।
ଅସ୍ତ ହୋଇ ଆସୁଥିଲେ ପ୍ରଭାକର ସୁନୀଳ ଅମ୍ବୁରେ । ପ୍ରେମ ରେ ପଡି ସାରିଥିଲା ଲକ୍ଷ୍ମଣ ରେଖା ହୃଦୟରେ ।
ଜୀବନ ହାରିବା ର ଯନ୍ତ୍ରଣା ଭିତରେ , ପିତା ମାତା ଙ୍କର ଛବି ନାଚି ଉଠୁଥିଲା ମୋ ଦୁଇ ଆଖିରେ । ବନ୍ଧୁତା ଆଉ ଭଲପାଇବାର ର ଦୁଇଟି ଧାର ରେ , କାହାକୁ ବି ପର ଭାବି ପାରୁ ନ ଥିଲି ମୋ ଜୀବନ ରେ ।
ବାସ ଆଉ କେବଳ ବାକି ଥିଲା , ପ୍ରେମ ବିନା ଵଂଚିବା ର ଇଛା ମୃତ୍ୟୁକୁ ଆପଣେଇ , ଚାଲିବାକୁ ହେବ ଏକା ଯାଯାବର ହୋଇ ।
କ୍ରମଶଃ