Nityananda Sahu

Drama Romance Tragedy

3  

Nityananda Sahu

Drama Romance Tragedy

ମନ ମୟୂରୀ-ଭାଗ ୩

ମନ ମୟୂରୀ-ଭାଗ ୩

6 mins
205



ପରିବାର ଆଉ ଭଲପାଇବା ର ଦୋ ଛକି ପାଖରେ ରାଜ ଆଜି ବାଟ ବଣା ହୋଇଯାଇଛି । ଘର ର ଦାୟିତ୍ୱ କୁ ନିଜ କାନ୍ଧରେ ନେବା ପାଇଁ ଯେଉଁ ପଣ କରି ଆସିଥିଲି ଗାଁ ମାଟି ଆଉ ମା କୁ ଛାଡି , ପ୍ରେମ ର ଅମଡା ବାଟରେ ଗୋଡ଼ ଖସେଇ କେମିତି ଆବଟ କୁ ଚାଲିଯିବି ! କ'ଣ ହେବ ମୋର ଛୋଟ ପରିବାର ର ? ଯେଉଁ ଟଙ୍କା ସୁଧକୁ ପଢିବା ବାବଦରେ ଆଣି ମା' ର ସୁନା କାଚକୁ ବାପା ଜିମା ଦେଇଛନ୍ତି ,ତାର ଋଣ ସୁଝି ମୁକେଳେଇ ଆଣିବା ମୋର ପ୍ରଥମ ଦାୟିତ୍ୱ ଅଟେ।


  କିନ୍ତୁ କ'ଣ କରିବି କିଛି ବୁଝି ପାରୁନି !!! ମାୟା ଙ୍କର ପ୍ରେମରେ ପଡିଲା ପରେ ମୋ ନିଜକୁ ଆଉ କେତେ ଦିନ ତାଙ୍କ ବିନା ରୋକି ପାରିବି !!! ରୁମ ରୁ ଗୋଡ଼ କାଢି କଲେଜ ରେ ପହଞ୍ଚିଲା ପରେ , ଅନେକ ଯୋଡ଼ା ପ୍ରେମୀ ଯୁଗଳ ମାନଙ୍କୁ ଦେଖିବା କୁ ମିଳେ । ଏ ସବୁ ନିତିଦିନିଆ ଦେଖି , ମୋ ମନ ବି ବିଚଳିତ ହୋଇ ଉଠେ । ଭଲପାଇବାର ଆସକ୍ତି ରେ ରୋକି ପରେ ନି ମୋ ନିଜକୁ । ପ୍ରତିଟି କ୍ଷଣ ପ୍ରେମର ଦହନରେ ଜଳିବା କୁ ପଡୁଛି । ଆଉ ଏ ହୃଦୟ ରେ ପ୍ରେମ ର ଉତାପ୍ତ ଅଗ୍ନିକୁ ମାୟାଙ୍କର ହରିଣୀ ଆଖି ନିଜର ତୀର ବିନ୍ଧି ପ୍ରଜ୍ଵଳିତ କରୁଅଛି।

   କାହାକୁ କହିବି ମୋ ମନର ଦୁଃଖ , କିଏ ବା ବୁଝିବ !


ରାଜ :- ଆଖିର ଲୁହ ରେ  ମୋ ସଂସାର ଦୁଃଖ ।

              ଦେଖି ସହି ପାରେ ନାହିଁ ଛାତି ।

         ତୁମରି ସ୍ୱପ୍ନରେ       ଭିଜେ ମୁଁ ନିଶାରେ ।

                  ସବୁ ଦିନ ସବୁ ରାତି ।

          ତୁମ ପାଶେ ବସି   ଦୁଃଖ ବାଣ୍ଟି ବାକୁ ।

                ନାହିଁ ମୋ ପାଖେ ସମୟ ।

          ହାରିବା ଭୟରେ , ତୁମ ଠାରୁ ଦୁରେ ।

               କେମିତି ବଞ୍ଚିବ ଏ ହୃଦୟ ।

           ମୁଠେ ପଖାଳକୁ   ବଡି ଚୁରା ରେ

               ଆଜି ମୁଁ ହୋଇଛି ବଡ଼ ।

        ତୁମେ ରାଜ କନ୍ୟା   ସ୍ୱପ୍ନ ର ସୁନ୍ଦରୀ ।

             କେମିତି ସମ୍ପର୍କ ହେବ ନିବିଡ଼ ।


ଜୀବନରେ ଜଣେ ମଧ୍ୟବିତ ପରିବାର ର ଯୁବକ ପାଇଁ ତାର ଭଲ ପାଇବା ଅପେକ୍ଷା ପରିବାର ବଡ଼ ହୋଇଥାଏ । କାହିଁକି ନା , ସେ ହିଁ ତାର ବୁଡ଼ିଲା ସଂସାର ର କୁଟା ଖିଅ ର ସହାର ହୋଇ ଥାଏ ।    ମନ ଭିତରେ ଆଜି ଅନେକ ଚିନ୍ତା । ରାଜର ଦେହ କୁ ଦଂସି ଚାଲିଛନ୍ତି ।

 

ବୁଟୁ:- ଆରେ ତୁ ଏ ଛାତ ଉପରେ ଏତେ ବେଳ ଯାଏଁ ଏକା ବସି କଣ ଭାବୁଛୁ । ମାଉସୀ( ରାଜ ର ମା' ) ଫୋନ କରିଛନ୍ତି , କଥା ହୋଇ ଯା' । ମୁଁ ରୁମ ରେ ଅପେକ୍ଷା କରିଛି ।

ରାଜ;- ପ୍ରଣାମ ବୋଉ । ଭଲ ଅଛୁ ?

ଶାନ୍ତି ଦେବୀ ( ରାଜା ର ମା) :- ହଁ ରେ ଧନ । ଭଲ ଅଛି ।   ଧନ ରେ କେମିତି ଅଛୁ ତୁ ! ତୋ ଦେହ ଭଲ ଅଛି ତ ? ଆମେ ସବୁ ଭଲ ଅଛୁ । ତୁ ଜମା ଆମ କଥା ଚିନ୍ତା କର ନି । ମନ ଦେଇ ପାଠ ପଢିବୁ । ଖାଇବା ପିଇବା ରେ କେବେ ବି ଅବହେଳା କରିବୁ ନାହିଁ ।


 ରାଜ :- ମୁଁ ଭଲ ରେ ଅଛି । ତୁମେ ଭଲରେ ଅଛ ଶୁଣି ଖୁସି ହେଲି । ମା" ଆଜି କ'ଣ ରୋଷେଇ କରିଛୁ , ତୋ ହାତ ରନ୍ଧା ବହୁତ ଦିନ ହେଲା ଖାଇନି ? ଭାରି ଇଚ୍ଛା ହେଉଚି , ତତେ ଆଉ ବାପା ଙ୍କୁ ଦେଖା କରିବା ପାଇଁ ।


     ଶାନ୍ତି :- ପାଞ୍ଚ ଦିନ ହେଲା    ଫୁଟଣ ଫୁଟି ନି ।

                   ଘରେ ନାହିଁ , ଟୋପେ ତେଲ ।

            ବାସି ପଖାଳ କୁ     ଆମ୍ବୁଲ ଖଟା ରେ ।

                   ଦୁଇ ପ୍ରାଣୀ ହେଉ କଲବଲ ।।

               ଖବର ଦେଇଛି     ସାହୁକାର ପୁଅ ।

                      ସୁଧ ପାଇବା କୁ ତାର ।।

            ତୋ ବାପା ଆଖିରେ   ହଜେଇଛି ନିଦ ।

         ମୂଲ ରେ କରିବେ ତା' ଋଣ ପରିଶୋଧ ।

          ଏଇ ଗୋଟେ ମାସ     ଚଳି ଯାଆନ୍ତୁ ନି ।

                     ଆର ମାସେ ଦେବୁ ପକା।

           ଆମ ଘର କଥା       ତତେ କି ଅଛପା ।

    ମନ ଉଣା କରିବୁ ନାହିଁ , ମୋ' ସୁନା ପୁଅଟା ।


ମୋ ବାବୁ ରେ ଜମା ମନ ଉଣା କରିବୁ ନି । ବାପା ତୋର ଦିନ ରାତି ଏକ କରିଦେଲେଣି । ତତେ ବଡ଼ କରିବା ପାଇଁ ଆମେ ସବୁ କିଛି କରି ପାରିବୁ । ଆସନ୍ତା ମାସ କୁ ଯେମିତି ହେଲେ ଟଙ୍କା ପଠେଇବୁ । ଏ ମାସ ଟା କେମିତି ଚଳେଇ ନଅନ୍ତୁ ନି !

     ମୋ କଥା ମନରେ ଧରିବୁ ନି ରେ ବାବୁ । ବାପା ତୋର ପଖାଳ କଂସା ପାଖରେ ବସି ନିତି ତୋରି କଥା କହୁଛନ୍ତି । ରାଜ ମୋର କେବେ ବଡ଼ ହେବ । ଏ ଘର ର ଦୁଃଖ କେବେ ବଦଳିବ । ଠିକେ ସେ ବି ଖାଇବା ତୋ ବାପା ଭୁଲି ଗଲେଣି ।


      ରାଜ:- ତୁମେ ବ୍ୟସ୍ତ ହୁଅନି । ମୁଁ କିଛି ବି ଗୋଟେ ବାଟ କାଢି ଦେବି । କିଛି ନ ହେଲେ କେଉଁ ଦୋକାନ ରେ କିଛି କାମ ହେଉ କି କାହା ଘରେ ଟିୟୁସନ କରିବି ! କିନ୍ତୁ ତୁମ ଆଖିରେ ମୋ ପାଇଁ ଆଉ ଲୁହ ଦେଖି ପାରିବି ନାହିଁ । ତୁ ବାପା ଙ୍କୁ କହ , ମୋ ପାଇଁ ଆଦୌ ଚିନ୍ତା କରିବେ ନାହିଁ ।


ଶାନ୍ତି :- ଧନରେ , ଭୋକ ଆଉ ଦୁଃଖ ଆମ ଭଳି ମଣିଷ କୁ ଅଭିଶାପ ରେ ମିଳିଛି । ସେଥିରେ ଆଜି ଯାଏଁ କଷଣ ରେ ପଡି ବଞ୍ଚି ଆସିଛୁ । ଆଗକୁ ବି ରହି ଯିବୁ । ତୋ ଦେହ ଜଗି ଯାହା କରିବୁ । ରହୁଛି , ପଡିଶା ଘର ଭାଇ ଠାରୁ ମୋବାଇଲ ଆଣିଥିଲି । କେତେ ଟଙ୍କା ତାର କଟି ଯିବଣି !ନିଜର ଯତ୍ନ ନେଉଥିବୁ।


ରାଜ ଆଖିର ଲୁହ ଧାର କୁ ପୋଛି , ରୁମ ଭିତରେ ବୁଟୁ କୁ ଫୋନ ଦେଇ ଥମ କରି ବସି ପଡେ ବେଡ଼ ଉପରେ ।

 ବୁଟୁ:- କଣ ହେଲା ରେ ତୋର । ତୋ ଆଖି ନାଲି ଦେଖା ଯାଉଛି , କାନ୍ଦୁଥିଲୁ ନା..... ? ମତେ କହିବୁ ନି କଣ ହୋଇଛି !


ରାଜ :- କ'ଣ କହିବି ରେ ଭାଇ । ଘରୁ ମା' ଫୋନ କରିଥିଲେ। ଏ ମାସ ର ଟଙ୍କା ପଠେଇ ପାରିବେ ନାହିଁ । ହଷ୍ଟେଲ ଭଡା ସହ ଖାଇବା ଆଉ କଲେଜ ର ପରୀକ୍ଷା ଫି ପାଇଁ ଏତେ ଟଙ୍କା ଏକ କାଳୀନ ଆର ମାସକୁ କେମିତି ଜମା କରିବି , କିଛି ବୁଝି ପାରୁନି ?

ବୁଟୁ:- ମୋର ଅବସ୍ଥା ବି ଠିକ ତୋ ପରି । ବାପା ଘରୁ ବହୁ କଷ୍ଟରେ ଟଙ୍କା ପଠେଇ ଦେଉଛନ୍ତି । କିଛି ବି ଅଧିକା ଆସୁନି । ନ ହେଲେ ତତେ ଦେଇ ଥାନ୍ତି !! ମତେ କ୍ଷମା କରିଦେବୁ ରାଜ । କିଛି ସାହାଯ୍ୟ ମୁଁ ତତେ କରି ପାରୁନି ।


ରାଜ:- ନାଇଁ ରେ ଭାଇ । ତୁ କଣ ପାଇଁ ଭୂଲ ମାଗୁଛୁ । ଦେଖିବା କାଲି ର ପ୍ରଭାତ ପରେ କିଛି ଗୋଟେ କାମ ବୁଝିବା କୁ ପଡିବ । ବାସ ଆଉ ନୁହେଁ , ମୋ ପରିବାର କୁ ଦୁଃଖ ଦେଇ ମୁଁ କଣ ଶାନ୍ତି ରେ ପାଠ ପଢି ପାରିବି ?

     

ବୁଟୁ:- ହେଲେ ରାଜ , ତୁ ଯଦି କେଉଁଠି କାମ କରିବୁ , କ୍ଲାସ ନ କରି । ତୋର ପାଠ ପଢ଼ାରେ ଅସୁବିଧା ହେବ । ପାଠ ଠିକ ସେ ନ ପଢିଲେ ମାର୍କ ବି କମି ଯିବ ।


ରାଜ:- ମୁଁ ବୁଝୁଛି ରେ ଭାଇ କିନ୍ତୁ କିଛି ତ କରିବା କୁ ପଡିବ!!! ଆଉ ମୁଁ ଜାଣିଛି ଆର ମାସ କୁ ବି ଘରୁ ଟଙ୍କା ଆସିବା ର ମତେ କାହିଁ ଲାଗୁନି । ପ୍ଲିଜ ଭାଇ , ତୁ ଟିକେ ମତେ ହେଲ୍ପ କରିବୁ !! କ୍ଲାସ ର ନୋଟ ମତେ ଟିକେ ଦେଉ ଥିବୁ । ବାକି ମୁଁ ନିଜକୁ କେମିତି ପ୍ରସ୍ତୁତ କରିବା କୁ ହେବ , ସ୍ଥିର କରି ନେବି ।


ବୁଟୁ:- ହଉ , ଯାହା ତୋର ଇଛା । ରାତି ବେଶି ହେଲାଣି, ଶୋଇପଡ । ଶୁଭ ରାତ୍ରି ।


ରାଜ:- ଶୁଭ ରାତ୍ରି ।

 

                  କ୍ରମଶଃ .........




Rate this content
Log in

Similar oriya story from Drama