Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା

ମୀରା

8 mins
193



କ୍ରିଷ୍ଣା ଆଜି ଅନେକ ବର୍ଷ ପରେ ଗାଁ କୁ ଫେରୁଛି l ମନରେ ଅସୁମାରୀ ଆନନ୍ଦ ର ଜୁଆର କୂଳ ଲଙ୍ଘିବାକୁ ବ୍ୟାକୁଳ ହେଉଛି l ମୋ ମାଟି,ମୋ ମାଆ, ମୋ ଗାଁ, ମୋ ଧାନ ବିଲ, ଗାଁ ପୋଖରୀ,ପାହାଡ଼ ତଳର ବୁଢ଼ୀ ଠାକୁରାଣୀ, ପିଲାବେଳୁ ସାଇତା ସବୁ ସ୍ମୃତି ଏମିତି ଅନେକ କିଛି ତା ଆଖିଆଗରେ ନାଚି ଉଠୁଛି l କେତେବେଳେ ରେଳଗାଡ଼ି ଟି ଗାଁ ଷ୍ଟେସନ ରେ ଲାଗିବ ସେ କେବଳ ଝରକା ବାଟେ ଚାହିଁ ରହିଛି l ଦୀର୍ଘ ବାର ବର୍ଷ ପରେ ସେ ତା ଗାଁ କୁ ଫେରୁଛି ସେଥିପାଇଁ ମନରେ ଖୁସି ଦ୍ବିଗୁଣିତ ହେଇଯାଉଛି l ରାଧୁଆ ମଉସା ଆଉ କଣ ବାଡ଼ି ଜଗୁଥିବ?

ସୁନେଇ ବୁଢ଼ୀ ପିଲାବେଳେ କେତେ ଗାଳି କରେ ତାକୁ ଗଲେ ଜାବୁଡି ଧରି ତା ଠାକେରା ଗାଲରେ ଆଗେ ଗୋଟେ ଚୁମା ଦେବାର ଇଚ୍ଛା l ଆରେ ପିଲାବେଳେ ତ ଏଇ ଦୁଷ୍ଟାମୀ କରୁଥିଲି ବୋଲି ବାପା ପଢିବାକୁ ସହରର ହଷ୍ଟେଲ କୁ ପଠେଇଦେଇଥିଲେ l ଏବେ ମୁଁ ବଡ ପିଲା ବୟସ ତେଇଶି ହେଲାଣି l ଏବେ ମୁଁ ମୋ ମନର ରାଜା l ଚାକିରୀ କଲିଣି l ଆଉ ବାପା ଏବେ ମୋତେ ଗାଳି କରିବେନି l ହାଃ... ହାଃ... ହାଃ...

(ଏମିତି ୟାଡୁ ସ୍ୟାଡୁ କଥା କ୍ରିଷ୍ଣା ଗାଡ଼ିରେ ବସି ଭାବିହେଉଥାଏ l ଆଖି ତାର ଅପଲକ ନୟନ ରେ ଲକ୍ଷ୍ୟ ସ୍ଥଳ ରେ ପହଂଚିବାର ଉତ୍କଣ୍ଠା ରେ ଭରା )

ଟ୍ରେନ ଆସି ଠିକ ସମୟ ରେ ଆସି ଷ୍ଟେସନ ରେ ପହଁଚିଲା l କ୍ରିଷ୍ଣା ଗାଡ଼ିରୁ ଉହ୍ଲାଇଲା l ହେଲେ ତାକୁ ନେବାକୁ ଘରୁ କେହି ଆସିଥିବାର ସେ ଦେଖିବାକୁ ପାଇଲାନି l କ'ଣ କରିବ l ସେ ପ୍ଲାଟଫର୍ମ ରେ କିଛି ସମୟ ଏଣେ ତେଣେ ବୁଲିବାକୁ ଲାଗିଲା l କାଳେ ବିଳମ୍ବ ହେବ ସେଥିପାଇଁ ଘରକୁ ଫୋନ କଲା l ବାପା ଫୋନ ଉଠେଇ କହିଲେ ଯେ କିଛି ସମୟ ରେ ଡ୍ରାଇଭର ଗାଡି ନେଇ ପହଁଚୁଛି l ଟିକେ ଅପେକ୍ଷା କରେ l କ୍ରିଷ୍ଣା ବାପାଙ୍କ ଠାରୁ ଏ ଉତ୍ତର ଶୁଣି ଅଧିକା ରାଗିଗଲା l କ'ଣ କରିବ, ସେ ପିଲାଟି ଦିନରୁ ଏଇଭଳି l କୌଣସି ଜିନିଷ କୁ ଅପେକ୍ଷା କରିବାର ଧୈର୍ଯ୍ୟ ତା ପାଖରେ ନାହିଁ l ତେଣୁ ସେ ଷ୍ଟେସନ ରୁ ବାହାରି ଏକ ଗାଡି ଭଡା କରି ଘର ଅଭିମୁଖେ ବାହାରିଗଲା l ଏବେ ତା ମନ ଟିକେ ଶାନ୍ତ l ଗାଡି ଗାଁ ଭିତରେ ପ୍ରବେଶ କରିବା ମାତ୍ରେ କ୍ରିଷ୍ଣା ଗାଡି ଭିତରୁ ମୁଣ୍ଡ କାଢି ସୁନ୍ଦର ପରିବେଶ କୁ ଉପଭୋଗ କରିବାରେ ମର୍ଜି ଗଲା l ଗାଡି ତାର ବେଗ ରେ ଛୁଟି ଚାଲିଥାଏ l ଗାଡିର ବେଗ ସହ କ୍ରିଷ୍ଣା ର ମନର ବେଗ ପ୍ରାୟତଃ ସମାନ ଭାବରେ ଗତି କରୁଥାଏ l ଘର ଆଉ କିଛି ଦୂର ଥାଏ l ହଠାତ ଡ୍ରାଇଭର ଟି ବହୁତ ଜୋର ରେ ବ୍ରେକ ଟି ମାରିଦେଲା l ଏମିତି କି ଯଦି ଆଉ ଟିକେ ଅସାବଧାନତା ହୋଇଥାନ୍ତା ତ ଆଗ ସିଟ ରେ ନିଶ୍ଚୟ କ୍ରିଷ୍ଣା ର ମୁହଁ ଯାଇକି ବାଜିଥାନ୍ତା l

କ୍ରିଷ୍ଣା :-କଣ ଏମିତି ବ୍ରେକ ମାରୁଛ ଭାଇ, ଟିକେ ଦେଖିକି ଗାଡି ଚଲାଅ l ମୋ ମୁହଁ ଯାଇଥାନ୍ତା ଏବେ.....

ଡ୍ରାଇଭର କିଛି କହିବା ଆଗରୁ କ୍ରିଷ୍ଣା ର ନଜର ସାମ୍ନାରେ ଏକ ତରୁଣୀ ଉପରେ ପଡିଲା l ବୋଧହୁଏ ତା'ରି ପାଇଁ ଡ୍ରାଇଭର ଟି ଏମିତି ହଠାତ ବ୍ରେକ ମାରିଥିଲା ଏ କଥା କ୍ରିଷ୍ଣା ବୁଝିସାରିଥିଲା l କାଳେ ଝିଅଟିର କିଛି କ୍ଷତି ହୋଇଥିବ ଭାବି ସଙ୍ଗେ ସଙ୍ଗେ କ୍ରିଷ୍ଣା ଗାଡ଼ିରୁ ଓହ୍ଲେଇ ଝିଅ ନିକଟରେ ଉପସ୍ଥିତ ହୋଇଗଲା l ଝିଅଟି ତଳକୁ ମୁହଁ ପୋତି ବହି,ଖାତା ଗୁଡିକୁ ସାଉଁଟି ବାରେ ବ୍ୟସ୍ତ ଥିଲା l ତାର ଲମ୍ବା ଲମ୍ବା ଘନ ଖୋଲା କେଶ ରେ ମୁହଁ ଟି ଲୁଚି ଯାଇଥିଲା l କ୍ରିଷ୍ଣା ତାର ସେଇ ସୁନ୍ଦର ଲମ୍ବା କେଶକୁ ଅପଲକ ଚାହାଣି ରେ ଚାହିଁ ରହିଥାଏ l ଏହି ସମୟରେ ଡ୍ରାଇଭର ମଧ୍ୟ ଗାଡ଼ିରୁ ଓହ୍ଲାଇ ଆସି ସେଠାରେ ଛିଡା ହୋଇଥିଲା ଏ କଥା କ୍ରିଷ୍ଣା କୁ ଜଣା ନଥିଲା l

ଡ୍ରାଇଭର :- ମୋତେ କ୍ଷମା କରିଦେବେ ମ୍ୟାଡ଼ାମ, ଆପଣ ହଠାତ ଏମିତି ଗାଡି ସାମ୍ନାକୁ ଆସିଗଲେ ଯେ ମୁଁ ବ୍ରେକ ମାରିକି ମଧ୍ୟ ଆପଣଙ୍କ ଠାରେ ଗାଡି ବାଡେଇ ହୋଇଗଲା l ଆପଣଙ୍କର କିଛି କେଉଁଠି ଆଘାତ ଲାଗିନି ତ? ଯଦି ଲାଗିଛି କୁହନ୍ତୁ ମୁଁ ଡାକ୍ତରଙ୍କ ପାଖକୁ ନେଇଯିବି l

ଝିଅଟି :-ଆରେ ନା, ନା, କ୍ଷମା ମାଗନ୍ତୁନି l ଭୁଲ ମୋର ମୁଁ ଅତି ତରବରିଆ ଭାବରେ ଚାଲୁଥିବା ଯୋଗୁ ହିଁ ମୋର ଦୁର୍ଘଟଣା ହେଲା l ଏଥିରେ ଆପଣଙ୍କର କିଛି ଦୋଷ ନାହିଁ l ମୋର କିଛି ହୋଇନି ମୁଁ ଠିକ ଅଛି l ଯାଅନ୍ତୁ ଆପଣ l ଏତିକି କହି ତରୁଣୀ ଟି ସେଠାରୁ ବିଦାୟ ନେଇ ଚାଲିଗଲା l କିନ୍ତୁ ବର୍ତମାନ ଯାଏ ମଧ୍ୟ କ୍ରିଷ୍ଣା କୌଣସି ଏକ ସ୍ବପ୍ନ ର ଦୁନିଆ ରେ ବୋଧହୁଏ ବୁଲୁଥିଲା l ତାକୁ ଏ ସବୁ କଥା କିଛି ଜଣା ନଥିଲା l ଡ୍ରାଇଭର :-ବାବୁ, ବାବୁ (ଟିକେ ଜୋରସେ ହଲେଇ ଦେଇ )

କ୍ରିଷ୍ଣା :-ହଁ, ହଁ l ଆରେ ସେ ଝିଅଟି?? ସେ ଝିଅଟି କୁଆଡେ ଗଲା? ସେ କେମିତି ଅଛି? କୁଆଡେ ଗଲା ସେ?

ଡ୍ରାଇଭର :- ବାବୁ ସେ କେତେବେଳୁ ଚାଲିଗଲେଣି l ସେ ଠିକ ଅଛନ୍ତି l ଆପଣ ଠିକ ଅଛନ୍ତି ନା ନାହିଁ କହିଲେ??

ଆପଣ କଣ କେଉଁ ସ୍ବପ୍ନ ଦୁନିଆକୁ ଚାଲିଯାଇଥିଲେ କି?

କ୍ରିଷ୍ଣା :- ନା,ମ.. (ନଜର ବଂଚେଇବାକୁ ପ୍ରୟାସ କରି )

ଡ୍ରାଇଭର :- ମୁଁ ଜାଣିଛି ବାବୁ ଆପଣ ସେ ଝିଅଟିକୁ ପ୍ରେମ କରିବସିଲେ ବୋଧହୁଏ l ହଉ ଚାଲନ୍ତୁ ଗାଡ଼ିରେ ବସନ୍ତୁ ତାପରେ କଥା ହେବା l

(ଦୁହେଁ ଗାଡ଼ିରେ ବସିଲେ )

କ୍ରିଷ୍ଣା :- ତୁମକୁ କାହିଁକି ଏମିତି ଲାଗିଲା ଯେ ମୁଁ ସେ ଝିଅଟିକୁ ଭଲ ପାଇ ବସିଲି ବୋଲି??

ଡ୍ରାଇଭର :- ମୋତେ କଣ ବାବୁ, ଆପଣ ଯେମିତି ସେ ଝିଅଟିକୁ ଚାହିଁକି କୁଆଡେ ହଜିଯାଇଥିଲେ ସେଥିରୁ ସ୍ପଷ୍ଟ ହେଉଥିଲା ଯେ ଆପଣଙ୍କୁ ସେ ପସନ୍ଦ ଆସିଲେ l

କ୍ରିଷ୍ଣା :-ପସନ୍ଦ ନା ଚୋପା, ମୁଁ ତ ତା ମୁହଁ ହିଁ ଦେଖିନି l ହଁ ତା କେଶଟି ବହୁତ ସୁନ୍ଦର l ସତ କହିଲ ସେ ଝିଅଟି ଦେଖିବାକୁ କେମିତି?

ଡ୍ରାଇଭର :- କଣ??...

ଆପଣ ସେତେବେଳୁ ଖାଲି ତାଙ୍କ କେଶକୁ ଚାହିଁ ବିଭୋର ହେଇଯାଇଥିଲେ l ହେ ଭଗବାନ.. l ଭଲ ହେଇଛି ଆପଣ ତାଙ୍କ ଚେହେରା ଦେଖିନାହାନ୍ତି, ଯଦି ତାଙ୍କ ଚେହେରା ଦେଖିଥାନ୍ତେ ତ ବେହୋସ ହୋଉଯାଇଥାନ୍ତେ l

(କ୍ରିଷ୍ଣା ମନର ଆବେଗ ଟିକେ ବଢିଗଲା )

କ୍ରିଷ୍ଣା :-କୁହ, ଭାଇ ସତରେ ସେ ଝିଅଟି ଦେଖିବାକୁ କେମିତି??

ଡ୍ରାଇଭର :-ଭାଇ ସତ କହିଲେ ପୁରା କାଚ ର କଣ୍ଢେଇ ପରି l ଏତେ ସୁନ୍ଦର ଝିଅ ମୁଁ ମୋ ଜୀବନରେ କେଵେବି ଦେଖିନି l

କ୍ରିଷ୍ଣା :- କଣ ସତରେ ଏତେ ସୁନ୍ଦର?

ଡ୍ରାଇଭର :-ହଁ ବାବୁ, ଆପଣ ତ ଏଇ ଗାଁ ରେ ରହିବେ l ଦିନେ ନାହିଁ ଦିନେ ନିଶ୍ଚିତ ଭେଟ ହେବ ସେ ଝିଅ ସହ ତାପରେ ମୋ କଥା ସତ କି ମିଛ ଜାଣିବେନି l

(ଘର ନିକଟରେ ଗାଡି ଆସି ପହଁଚିଲା )

ଡ୍ରାଇଭର :- ବାବୁ ଘର ଆସିଗଲା ଆପଣଙ୍କର l

କ୍ରିଷ୍ଣା :- ହଁ, ହଁ l

କ୍ରିଷ୍ଣା ଗାଡ଼ିରୁ ଓହ୍ଲେଇଲା l ଆଉ ସବୁ ଜିନିଷ ଗାଡ଼ିରୁ ସେ ଆଉ ଡ୍ରାଇଭର ଦୁହେଁ ଧୀରେ ଧୀରେ ବାହାର କରିବାକୁ ଲାଗିଲେ l ଏହି ସମୟରେ ଗାଡି ଆବାଜ ଶୁଣି ଘର ଭିତରୁ କ୍ରିଷ୍ଣା ର ମା ଆଉ ବାପା ଆସି ପହଂଚି ଗଲେ l

କ୍ରିଷ୍ଣା ର ମା ସୁନିତା ଦେବୀ l ଆଉ ବାପା ରାମନାରାୟଣ ସାମନ୍ତରାୟ l

ସୁନିତା ଦେବୀ :- ଆରେ କିଶୁ ତୁ ଆସିଗଲୁ l ହେଲେ ଆମ ଡ୍ରାଇଭର ତ ବାଟରେ ଥିଲା ବୋଲି କହୁଥିଲା l ତୁ କେମତି ଆସିଲୁ?

କ୍ରିଷ୍ଣା ମାକୁ ମୁଣ୍ଡିଆ ମାରୁ ମାରୁ କହିଲା l ଆରେ ମା ଚିନ୍ତା କରେନି l ଡ୍ରାଇଭର କୁ ମନା କରିଦେ l ମୁଁ ଟ୍ୟାକ୍ସି ନେଇ ଚାଲି ଆସିଲି l ସେଠାରେ ଏତେ ସମୟ ଅପେକ୍ଷା କରିବାକୁ ଭଲ ଲାଗିଲାନି ସେଥିପାଇଁ l

ରାମନାରାୟଣ :-ହେଲେ.. ତୁ ଜଣେଇ ତ ପାରିଥାନ୍ତୁ ନା..

କ୍ରିଷ୍ଣା ବାପା କୁ ମୁଣ୍ଡିଆ ମାରି କହିଲା l ରିଲାକ୍ସ ବାପା l ମୁଁ କ'ଣ ଛୋଟ ପିଲା ଆଉ ହେଇକି ଅଛି ଯେ ତୁମେ ଦୁହେଁ ଏତେ ଚିନ୍ତା କରୁଛ l

ଡ୍ରାଇଭର କୁ ରାମନାରାୟଣ ବାବୁ ଟଙ୍କା ଦେଇ ବିଦାୟ ଦେଲେ l କ୍ରିଷ୍ଣା ମଧ୍ୟ ଡ୍ରାଇଭର କୁ ଧନ୍ୟବାଦ ଦେଇ ତାଠାରୁ ବିଦାୟ ନେଲା l

କ୍ରିଷ୍ଣା, ମା ସୁନିତା ଦେବୀ ଆଉ ବାପା ରାମନାରାୟଣ ଘରକୁ ପ୍ରବେଶ କଲେ l ରାମନାରାୟଣ ବାବୁଙ୍କ ପରିବାର ସେ ଅଞ୍ଚଳ ର ଏକ ସମ୍ଭ୍ରାନ୍ତ ପରିବାର ଥିଲା l ସମନ୍ତେ ତାଙ୍କୁ ରାମ ବାବୁ ବୋଲି ଡାକୁଥିଲେ l ଗାଁ ରେ ସବୁଠାରୁ ବଡ଼ ଘର କହିଲେ କେବଳ ତାଙ୍କରି ଘର କୁ ହି ବୁଝାଏ l ତାଙ୍କ ଘର ଭଳି ଆଉ ଅନ୍ୟ ଏକ ଘର ସେ ଖଣ୍ଡମଣ୍ଡଳ ରେ କାହାରି ନଥିଲା l ଘର ନୁଁହେତ ମହଲ l

ସୁନିତା ଦେବୀ :- ଏତେ ବାଟରୁ ତୁ ଆସିକି ପହଞ୍ଚିଲୁଣି ଯା ଗାଧେଇକି ଆସେ ମୁଁ ହରିଆକୁ କହୁଛି ତୋ ପାଇଁ କିଛି ଖାଇବା ବନେଇବାକୁ l

କ୍ରିଷ୍ଣା :- ହଁ,ମା.. ମୁଁ, ମୋ ରୁମ କୁ ଯାଉଛି ଗାଧେଇକି ଆସେ ଟିକେ ଭଲ ଲାଗିବ l

ଏତକ କହି କ୍ରିଷ୍ଣା ରୁମକୁ ଗାଧେଇବାକୁ ଚାଲିଗଲା l ଗାଧେଇସାରି ଆସି ହରିଆ ରାନ୍ଧିଥିବା ଉପମା ଖାଇସାରି ଟିକେ ବାହାର ଆଡେ ବୁଲିଆସିବାକୁ ବାହାରିଲା l ଠିକ ସେଇ ସମୟରେ ସୁନିତା ଦେବୀ କ୍ରିଷ୍ଣା କୁ ଡାକ ଦେଲେ..

"କୁଆଡେ ଯାଉଛୁ କିଶୁ? "ସୁନିତା ଦେବୀ କହିଲେ l

କ୍ରିଷ୍ଣା :- ନା, ମ ଏଇ ଟିକେ ଗାଁ ଆଡେ ବୁଲିଆସେ l ବହୁତ ବର୍ଷ ହେଲାଣି କାହାରି ସହ ଦେଖା କରିନି l

ସୁନିତା :- ହଉ ଯା ଶୀଘ୍ର ପଳେଇଆସିବୁ l

ଆଜ୍ଞା ମା କହିକି କ୍ରିଷ୍ଣା ବାହାରେ ଥିବା ତାଙ୍କର ଗାଡି ଧରି ଗାଁ ବୁଲିବାକୁ ବାହାରିପଡିଲା l

ସେ ପ୍ରଥମେ ତ ସୁନେଇ ବୁଢ଼ୀ ପାଖକୁ ଚାଲିଲା l ସୁନେଇ ବୁଢ଼ୀ ବହୁତ ବୁଢ଼ୀ ହେଇଯାଇଥାଏ l ମାନେ ବୟସ ଅଶି କି ତା ଠୁ ଅଧିକ ହେବ ବୋଧ ହୁଏ l ଆଉ କିଛି ଭଲରେ ଦେଖା ବି ଯାଉନି ଆଉ l କ୍ରିଷ୍ଣା ସୁନେଇ ବୁଢୀର ଏମିତି ଅବସ୍ଥା ଦେଖି ବହୁତ ମନ ଦୁଃଖ ହେଲା l ହେଲେ ସିଏ ବି ଆଉ କଣ କରିପାରିବ?ସେ ତାପରେ ଗାଁ ର ପ୍ରାୟତଃ ଅଧିକାଂଶ ଲୋକ ଘରକୁ ବୁଲିଗଲା l ସାମନ୍ତରାୟ ପରିବାର ର ହୋଇଥିବାରୁ ଲୋକେ ଏବେ ଆଉ ତା ସହ ଏତେ ଖୋଲାଖୋଲି ମିସିପାରୁନଥିଲେ l ଡରୁଥିଲେ ହୁଏତ l ଏତେ ବଡ଼ ପରିବାର ର ସନ୍ତାନ ସିଏ, ରାମନାରାୟଣ ବାବୁଙ୍କୁ ସମସ୍ତେ ଗାଁ ରେ ମାନୁଥିବାରୁ କ୍ରିଷ୍ଣା କୁ ବି ଆଉ କେହି ତା ନାଁ ଧରି ଡାକୁନଥିଲେ l ସମସ୍ତେ ଛୋଟ ବାବୁ ବୋଲି ଡାକୁଥିଲେ l ସମସ୍ତିଙ୍କ ମୁହଁରୁ ଛୋଟ ବାବୁ ଶୁଣି ଶୁଣି କ୍ରିଷ୍ଣା ଟିକେ ବିରକ୍ତ ହୋଇଯାଇଥିଲା l ସେ ଘରକୁ ଫେରିଯିବାଟା ଶ୍ରେୟ ମଣିଲା l ସେ ଧୀରେ ଧୀରେ ଗାଡି ଚଳେଇ ଘରକୁ ଫେରୁଥାଏ l ହଠାତ ଗୋଟେ ଝିଅ ସହ କିଛି ପିଲାଙ୍କୁ ଏକତ୍ରିତ ଦେଖି ସେ ଗାଡି ସାଇଡ କୁ ରଖି ସେମାନଙ୍କ ଆଡକୁ ଚାହିଁଲା l ସତ କହିବାକୁ ଗଲେ ଇଏ ସେଇ ଝିଅ ଯାହା ସହ ତାର ସକାଳେ ଭେଟ ହୋଇଥିଲା l ଆଉ ଯାହାର ଲମ୍ବା ଘନ କେଶକୁ ଦେଖି କ୍ରିଷ୍ଣା ତାକୁ ମନେ ମନେ ଭଲ ପାଇ ବସିଥିଲା l କିନ୍ତୁ ଏଥର ବି ସେ ଝିଅଟିର ଚେହେରା ଦେଖିବାରୁ ବଂଚିତ ହେଲା l ସେ କେବଳ ତାର ଖୋଲା ଲମ୍ବା ଘନ କେଶ କୁ ପଛପଟୁ ହିଁ ଦେଖିପାରିଥିଲା l କିଏ ଏ ଝିଅଟି?? ତା ସହ ମୋର କି ସମ୍ପର୍କ? କାହିଁକି ତା ଚେହେରା ନ ଦେଖିକି ବି ମୁଁ ତା ପ୍ରତି ଢଳି ଯାଉଛି?(କ୍ରିଷ୍ଣା ଏମିତି ମନେ ମନେ ଭାବୁ ଥାଏ l ଝିଅଟି କିଛି ସମୟ ଭିତରେ ପିଲାମାନଙ୍କ ସହ କ୍ରିଷ୍ଣା ର ଆଖି ସାମ୍ନାରୁ କୁଆଡେ ଉଭେଇ ଗଲା l ଏଥରକ ବି କ୍ରିଷ୍ଣା କୁ ନିରାଶ ହେବାକୁ ପଡିଲା l)

କ୍ରିଷ୍ଣା ଗାଡି ବୁଲେଇ ଘର ଆଡକୁ ମୁହାଁଇଲା l ଘରକୁ ଫେରି ନିଜ ରୁମ କୁ ଯାଇ ଟିକେ ବିଶ୍ରାମ ନେଲା l କେଜାଣି କାହିଁକି ତାକୁ କିଛି ଭଲ ଲାଗୁ ନଥିଲା l ବାରମ୍ବାର ସେଇ ଝିଅଟିର ଲମ୍ବା କେଶ ତା ମନକୁ ବିଚଳିତ କରିପକାଉ ଥିଲା l କିଏ ସେ ଝିଅଟି? ଦେଖିବାକୁ କେମିତି ହେଇଥିବ?? ଏମିତି ସବୁ ଚିନ୍ତା ରେ କ୍ରିଷ୍ଣା ର ମୁଣ୍ଡ ଭିତରଟା କଣ ହେଇଗଲା l ସେ ଶୋଇବାକୁ ଚେଷ୍ଟା କରିବି ଶୋଇପାରୁନଥିଲା l ହଠାତ ତଳେ ହରିଆର ପାଟି ଶୁଣି କ୍ରିଷ୍ଣା ଉଠି ବସିଲା l

ହରିଆ, ସୁନିତା ଦେବୀ କୁ ଡାକୁ ଥିଲା l

ହରିଆ :- ମାଆ, ମାଆ ମୀରା ଆସିଛି l

ସୁନିତା :- ହଁ ତାକୁ କହ ମୁଁ ଯାଉଛି l

ହରିଆ ମିରାକୁ ବସିବାକୁ କହିଦେଇ ଭିତରକୁ ଚାଲିଗଲା l ସୁନିତା ଦେବୀ ନିଜ ରୁମ ରୁ ବାହାରକୁ ଆସୁଥିବାରୁ ଦେଖି ମୀରା ଛିଡା ହୋଇ ଦୁଇ ହାତ ଯୋଡି ପ୍ରମାଣ କଲା l ପ୍ରତିବଦଳରେ ସୁନିତା ଦେବୀ ମୁଣ୍ଡ ହଲେଇ ତାକୁ ବସିବାକୁ ଇସାରା କଲେ l

ମୀରା :- ମାଆ, ମୋର କଲେଜ ର ଫଳ ବାହାରିଛି l ମୁଁ ପୁରା କଲେଜ ରେ ଟପ୍ପର ହେଇଛି l ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି l

ସୁନିତା :- ଆରେ ବାଃ, ୟେ ତ ବହୁତ ଖୁସି ର କଥା l ଟିକେ ରହ ମୁଁ ଆସୁଛି l

ସୁନିତା ଦେବୀ ନିଜେ ଉଠିପଡ଼ି ରୋଷେଇ ଘରକୁ ଚାଲିଗଲେ l ଆଉ କିଛି ସମୟ ପରେ ଗୋଟେ ପ୍ଲେଟ ରେ କିଛି ମିଠା ଧରି ବାହାରକୁ ଆସିଲେ l ପ୍ଲେଟ ରୁ ଗୋଟେ ମିଠା ନେଇ ମୀରା କୁ ଖୁଆଇ ଦେଲେ l ମୀରା ଖୁସି ହୋଇ ସୁନିତା ଦେବୀ ଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ଗଲା l ସୁନିତା ଦେବୀ ତାକୁ ଉଠେଇ ନିଜ ବାହୁ ରେ କୁଣ୍ଢେଇ ଧରିଲେl ଏତିକି ବେଳେ କ୍ରିଷ୍ଣା ନିଜ ରୁମରୁ ବାହାରକୁ ଆସିଲା l ତା ନଜର ରେ ଏ ସବୁ ଦୃଶ୍ୟ ପଡିଲା l ସେ ଦେଖିଲା ତା ମା କାହାକୁ ଗୋଟେ କୁଣ୍ଢେଇ ଧରିଛନ୍ତି l ତା ମା କାହାକୁ ଏତେ ସ୍ନେହରେ କୁଣ୍ଢେଇ ଧରିଛନ୍ତି l ସେ ଟିକେ ନିରିଖେଇ କି ଦେଖିବାକୁ ଚେଷ୍ଟା କଲା କିନ୍ତୁ ସେ ଝିଅଟିର ଚେହେରା ଦେଖିବାରୁ ସେ ବିଫଳ ହେଲା l ସୁନିତା ଦେବୀ ଙ୍କ ଠାରୁ ବିଦାୟ ନେଇ ମୀରା ଯିବାକୁ ବାହାରିଲା l ଏଇ ସମୟରେ ହଠାତ କେମିତି କେଜାଣି ମୀରା ବାନ୍ଧିଥିବା ଚୁଡାଟି ଆପକୁ ଆପେ ଖୋଲିଗଲା l ତାର କେଶକୁ ଦେଖି କ୍ରିଷ୍ଣା ବହୁତ ଖୁସି ହେଇଗଲା l ଆରେ ଇଏ ତ ସେଇ ଝିଅ l ହେଲେ ଇଏ ଆମ ଘରେ l ଭଲ କଥା ମୋ ମାଆ ତାକୁ ଚିହ୍ନିଛନ୍ତି l ମୀରା ସେଠାରୁ ଚାଲିଗଲା ପରେ କ୍ରିଷ୍ଣା ତଳକୁ ଆସି ସୁନିତା ଦେବୀଙ୍କୁ ପଚାରିଲା :- ମାଆ, ସେ ଝିଅଟି କିଏ?

ସୁନିତା ଦେବୀ :- ସିଏ ମୀରା l


କ୍ରମଶଃ..............


Rate this content
Log in

Similar oriya story from Drama