Debaki Behera

Drama Romance Fantasy

4  

Debaki Behera

Drama Romance Fantasy

ମୀରା (ଭାଗ - ୭ )

ମୀରା (ଭାଗ - ୭ )

6 mins
178



ମୀରା ଏପରି କାନ୍ଦିକି ଚାଲିଯିବାଟା କ୍ରିଷ୍ଣାକୁ ବହୁତ ଖରାପ ଲାଗିଲା l ମୀରା ପ୍ରତି ଥିବା ଭଲ ପାଇବା ଦିନକୁ ଦିନ ବଢ଼ି ଚାଲିଥିଲା କ୍ରିଷ୍ଣା ମନରେ l ତାକୁ ଟିକେ କଷ୍ଟ ହେଲେ ସେ କଷ୍ଟକୁ କ୍ରିଷ୍ଣା ଅନୁଭବ କରିପାରୁଥିଲା l ମୀରାକୁ ପଛରୁ ଡ଼ାକିବ ସତ୍ୱେ ବି ମୀରା ସେଠାରୁ ଚାଲିଯାଇଥିଲା l ତାର ସେଠାରୁ ଏମିତି ଚାଲିଯିବାର ଦେଖି ଯେମିତି ହିଁ କ୍ରିଷ୍ଣା ତା ବାପା ଆଡକୁ ଚାହିଁ ରାଗରେ କିଛି କହିବାକୁ ବାହାରିଲା, ପଛରୁ ସୁନିତା ଦେବୀ ତା ହାତ ଧରିନେଲେ l ସୁନିତା ଦେବୀ ବହୁତ ଭଲସେ କ୍ରିଷ୍ଣା ର ରାଗକୁ ଜାଣିଥିଲେ l ତେଣୁ ସେ ଯଦି ରାମନାରାୟଣ ବାବୁ ଆଉ କ୍ରିଷ୍ଣା ମଝିରେ ଆଜି ନ ଆସିବେ ତେବେ କଥା ବହୁତ ବିଗିଡି ଯିବାର ସମ୍ଭାବନା ଅଛି l ତେଣୁ ସେ କ୍ରିଷ୍ଣା ର ହାତକୁ ଧରି ସେଠାରୁ ଟାଣିନେଇ ରୋଷେଇ ଘର ଆଡେ ଚାଲିଗଲେ l ରାମନାରାୟଣ ବାବୁ ସେଠାରେ ସେମିତି ଏକୁଟିଆ ଛିଡା ହୋଇଥାନ୍ତି l ମୀରା ସେଠାରୁ ଚାଲିଯାଇଥିଲା, କ୍ରିଷ୍ଣା ଓ ସୁନିତା ମଧ୍ୟ ସେଠାରେ ନଥିଲେ ତାଙ୍କ କଥା ଶୁଣିବା ପାଇଁ ତେଣୁ ସେ ମଧ୍ୟ ନିଜ ରୁମକୁ ଚାଲି ଆସିଲେ l କିଛି କ୍ଷଣ ପରେ ପ୍ରସ୍ତୁତ ହୋଇ ଗାଡି ଧରି ଅଫିସ ବାହାରିଗଲେ l

କ୍ରିଷ୍ଣା ରୋଷେଇ ଘରେ ପଡ଼ିଥିବା ଏକ ଚ୍ୟାର ରେ ବସିଥାଏ ଏବେ ବି ସେ କ୍ରୋଧରେ ଫଁ ଫଁ ହେଉଥାଏ l ସୁନିତା ଦେବୀ ତା ନିକଟକୁ ଆସିଲେ ଆଉ କହିଲେ - କିଶୁ କ୍ରୋଧ ଶାନ୍ତ କରେ l ମୁଁ ଜାଣିଛି ତୋତେ ଏବେ ବହୁତ ରାଗ ଲାଗୁଛି କିନ୍ତୁ ଭାବେ ସେ ତୋର ବାପା l ଆଉ ସବୁ ବାପା ତାଙ୍କ ସନ୍ତାନଙ୍କର ମଙ୍ଗଳ ହିଁ ଚାହାଁନ୍ତି l

ସୁନିତା ଦେବୀ ଙ୍କ କଥା ଶୁଣି ମଝିରୁ ହିଁ କ୍ରିଷ୍ଣା କହିଲା - ମଙ୍ଗଳ, ହେଁ.... କି ମଙ୍ଗଳ l ବାପା କଣ ଦୁନିଆରେ ସବୁଠାରୁ ଧନୀ ମଣିଷ କି? କଣ ପାଇଁ ଏତେ ଗର୍ବ କରୁଛନ୍ତି? ମୁଁ କହିଦେଉଛି ମା, ବାପା ଆଜି ଯାହା କଲେ ମୀରା ସହ କିଛି ଠିକ କଲେନି l ଆରେ ମୀରା ତାଙ୍କ ଠାରୁ ବି ଅଧିକ ଧନୀ ଘରର ଝିଅ l ବାପା ଏମିତି କେମିତି କରିପାରିଲେ l

ସୁନିତା ଦେବୀ ଭଲ ଭାବରେ କ୍ରିଷ୍ଣା ର ମନର ବେଦନାକୁ ବୁଝିପାରୁଥିଲେ l କିଛି ସମୟ ସେ ବି ଶାନ୍ତ ରହିବା ପରେ କ୍ରିଷ୍ଣା କୁ କହିଲେ - କିଶୁ ଯା ଟିକେ ମୀରା ଘର ଆଡେ ବୁଲିଆସିବୁ l ତାକୁ ବହୁତ କଷ୍ଟ ଲାଗିଥିବ ଆଜି l

କ୍ରିଷ୍ଣା ହଁ କହି ରୋଷେଇ ଘରୁ ଚାଲି ଆସିଲା ଏବଂ ଗାଧୋଇ କରି ସିଧା ଗାଡି ଧରି ବାହାରିଗଲା ମୀରା ଘରକୁ l

ମୀରା ସେତେବେଳୁ କ୍ରିଷ୍ଣା ଘରୁ ଆସି ମନ ଦୁଃଖ କରି ବେଡ଼ ରେ ବସିଥାଏ l ତା ଆଖିର ଲୁହ ଗାଲ ଉପର ଦେଇ ବୋହି ଚାଲିଥାଏ l ତାକୁ ସତରେ ଆଜି ବହୁତ ବାଧିଥିଲା କାରଣ ରାମନାରାୟଣ ବାବୁ ତା ମା କୁ ନେଇ ବହୁତ ଖରାପ କଥା ସବୁ କହିଥିଲେ l

କ୍ରିଷ୍ଣା, ମୀରା ଘର ର କବାଟ ଠକ୍ ଠକ୍ କଲା କିନ୍ତୁ ଭିତରୁ କିଛି ଉତ୍ତର ମିଳିଲାନି l ପୁଣି ଥରେ କବାଟ ବାଡେଇବାରୁ ସେ ଜାଣିପାରିଲା ଯେ କବାଟଟି ଖୋଲା ଅଛି ତେଣୁ ସେ ଭିତରକୁ ଗଲା l ମୀରା ସେମିତି କାନ୍ଦି ଚାଲିଥାଏ l କ୍ରିଷ୍ଣା ମୀରାର ଏପରି ଅବସ୍ଥା ଦେଖି ସାହିପାରିଲାନି l ସେ ମୀରା ପାଖକୁ ଯାଇ ତାକୁ ବୁଝାଇବାକୁ ଚେଷ୍ଟା କଲା l ମୀରା, କ୍ରିଷ୍ଣା କୁ ପାଖରେ ପାଇ ନିଜ ମନର କୋହକୁ ଚାପି ରଖିପାରିଲାନି l ସେ କ୍ରିଷ୍ଣା କୁ ଜାବୁଡି ଧରି ଆହୁରି ଅଧିକ କାନ୍ଦିବାକୁ ଲାଗିଲା l କ୍ରିଷ୍ଣା ତାକୁ ଚୁପ କରେଇବାକୁ ଚାହୁଁଥିଲା l କ୍ରିଷ୍ଣା ପ୍ରଥମ ଥର ମୀରା ଶରୀର ର ସ୍ପର୍ଶ ଅନୁଭବ କରିପାରିଥିଲା l ଏପରି ପରିସ୍ଥିତି ରେ ଯେ କୌଣସି ପୁଅ ବି ମଉକା ର ଫାଇଦା ଉଠେଇବାକୁ ଚାହିଁବ l କିନ୍ତୁ ସେ ନିଜର ମର୍ଯ୍ୟାଦା ଜମାରୁ ବି ଭୁଲିନଥିଲା l ମୀରା ର ଅନୁମତି ବିନା ସେ ତା ଶରୀରକୁ ସ୍ପର୍ଶ କରିବାଟା ଏକ ଅପରାଧ ହେବ ବୋଲି ଭାବୁଥିଲା ତେଣୁ ସେ ମୀରାର ମୁଣ୍ଡକୁ ସାଉଁଳେଇ ତାକୁ ଚୁପ ହେବାକୁ ବୁଝେଇବାକୁ ଲାଗିଲା l ମୀରା, ଯେମିତି କ୍ରିଷ୍ଣା ହାତର ସ୍ପର୍ଶ ତା ମୁଣ୍ଡରେ ଅନୁଭବ କଲା ସେ ଜାଣିପାରିଲା ଯେ ସେ କ୍ରିଷ୍ଣା ର ଛାତିରେ ମୁଣ୍ଡ ଲଗେଇ କାନ୍ଦୁଅଛି l ତେଣୁ ସେ ଟିକେ କ୍ରିଷ୍ଣା ଛାତିରୁ ମୁଣ୍ଡ କାଢି ଟିକେ ଘୁଂଚି କି ବସିଲା l କ୍ରିଷ୍ଣା ବି ଟିକେ ଦୁରେଇ ଗଲା l ମୀରା ନିଜର ଆଖି ଲୁହ ପୋଛି କ୍ରିଷ୍ଣା ମୁହଁକୁ ଚାହିଁଲା l ଦୁନିଆ ରେ ପ୍ରାୟତଃ ସମସ୍ତେ ଦୁଃଖ ସମୟରେ କାହା ଠାରୁ ଟିକିଏ ଆସେରା ପାଇଲେ ତା ଆଡକୁ ଢଳି ଯାନ୍ତି l ଆଉ ସିଏ ଯଦି ତୁମକୁ ଅତି ଭଲ ପାଉଥିବା ମଣିଷ ଟେ ହୁଏ ତ ପ୍ରେମରେ ପଡିବା ସ୍ୱାଭାବିକ l ବର୍ତମାନ ମୀରା ମଧ୍ୟ ସେଇ ପରିସ୍ଥିତି ଦେଇ ଗତି କରୁଥିଲା l କ୍ରିଷ୍ଣା ପାଖରେ ଥିବା ଜଗ ରୁ ଗୋଟିଏ ଗ୍ଲାସ ପାଣି ଆଣି ମୀରା ଆଡକୁ ବଢ଼େଇଦେଲା ଆଉ କହିଲା - ନିଅ ମୀରା ପାଣି ଟିକେ ପିଇଦିଅ ତୁମକୁ ଭଲ ଲାଗିବ l

ମୀରା, କ୍ରିଷ୍ଣା ହାତରୁ ପାଣି ଗ୍ଲାସଟି ନେଇ ପିଇବାକୁ ଲାଗିଲା ଆଉ କହିଲା - ଥାଙ୍କସ୍

କ୍ରିଷ୍ଣା - ଥାଙ୍କସ୍ କଣ ପାଇଁ? ମୋତେ ତ ତୁମକୁ ସରି କହିବା ଦରକାର l ବାପା ତୁମ ସହ ବହୁତ ଖରାପ ବ୍ୟବହାର କଲେ ତାଙ୍କର ଏପରି କରିବାର ନଥିଲା (କ୍ରିଷ୍ଣା ମୁହଁରେ ରାଗ ଓ ଦୁଃଖର ଭାବ ସ୍ପଷ୍ଟ ବାରି ହୋଇଯାଉଥିଲା )

ମୀରା ମଧ୍ୟ କ୍ରିଷ୍ଣା ର ଚେହେରା ର ଭାବ କୁ ସ୍ପଷ୍ଟ ପଢିପାରୁଥିଲା l ତେଣୁ ସେ ନିଜ ଆଖିର ଲୁହକୁ ପୋଛି ଅତି ନମ୍ର ଭାବରେ କ୍ରିଷ୍ଣା କୁ କହିଲା - ସାନ ବାବୁ, ଏତେ ରାଗ ଭଲ ନୁହଁ l ଭୁଲ ମୋର ଥିଲା... ବଡ଼ ବାବୁ ରାଗିବାଟା ସ୍ୱାଭାବିକ l ତେଣୁ ଆପଣ ତାଙ୍କ ସହ ଯୁକ୍ତି କରି କିଛି ଠିକ କଲେନି l

କ୍ରିଷ୍ଣା, ମୀରା ର ମୁହଁକୁ ଚାହିଁଲା ଆଉ କହିଲା - ମୀରା ତୁମେ କେଉଁ ମାଟିରେ ଗଢ଼ା l ଏତେ ସବୁ ପରେ ବି ବାପାଙ୍କ ସପକ୍ଷରେ କହୁଛ!

ମୀରା - ମୁଁ କାହାରି ସପକ୍ଷ ରେ କହୁନି l ଯେଉଁଟା ସତ ସେଇଟା କହୁଛି l ଛାଡ଼ ସେ କଥା ସବୁ ଆପଣ କିଛି ଖାଇଛନ୍ତି ନା ନାହିଁ l ରୁହ ମୁଁ କିଛି ବନେଇ ଦେଉଛି ସାଙ୍ଗ ହୋଇ ଖାଇବା l (ମୀରା, କ୍ରିଷ୍ଣା ର ମନକୁ ଭୁଲଇବାକୁ ଚେଷ୍ଟା କକରୁଥିଲା l )

ମୀରା ସେଠାରୁ ଉଠିଯାଇ ଜଳଖିଆ ପ୍ରସ୍ତୁତ ରେ ଲାଗିଗଲା l କ୍ରିଷ୍ଣା ସବୁ ବୁଝିପାରୁଥିଲା କିନ୍ତୁ ସେ ଆଉ କିଛି କହି ମୀରା ମନରେ କଷ୍ଟ ଦେବାକୁ ଚାହୁଁ ନଥିଲା l କ୍ରିଷ୍ଣା, ମୀରାକୁ କାମ କରୁଥିବାର ଦେଖୁଥିଲା l ତାର ସରଳ,ନିରୀହ ଚେହେରା ଆଉ ଏପରି ସୁନ୍ଦର ହୃଦୟ ଥିବା ଝିଅଟିଏ ସେ ତା ଜୀବନ କାଳ ମଧ୍ୟରେ ଜମା ବି ଦେଖି ନଥିଲା l କ୍ରିଷ୍ଣା ଏମିତି ଭାବନରେ ହଜିଥିଲା କି ସେତିକିବେଳେ ତାର ଫୋନ ଟି ବାଜି ଉଠିଲା l କ୍ରିଷ୍ଣା ର ତନ୍ଦ୍ରା ଭଙ୍ଗ ହେଲା l ସେ ଫୋନ ଟିକୁ ଦେଖିଲା ଆଉ ସାଇଲେଣ୍ଟ କରି ରଖିଦେଲା l କ୍ରିଷ୍ଣା ପୁନଶ୍ଚ ମୀରାକୁ ଦେଖିବାରେ ବୁଡିଗଲା ଠିକ୍ ଏଇ ସମୟରେ ଦ୍ଵିତୀୟ ଥର ଫୋନଟି ବାଜି ଉଠିଲା l କ୍ରିଷ୍ଣା ବିରକ୍ତ ହୋଇ ଫୋନ ଟି ଉଠାଇଲା ଆଉ କହିଲା - କଣ ହେଲା?

ସେପଟରୁ କିଛି ଶୁଣି କ୍ରିଷ୍ଣା ଉତ୍ତର ଦେଲା 'ନା, ଆଉ ଯିବିନି l ମୁଁ ସାରା ଜୀବନ ପାଇଁ ମୋରି ଗାଁ ରେ ରହିବି l ଏବେ ଖୁସ୍ l ' ଏତକ କହି କ୍ରିଷ୍ଣା ଫୋନଟି କାଟିଦେଲା l ମୀରା, କ୍ରିଷ୍ଣା ଫୋନ ରେ ଯାହା କଥା ହେଲା ସେ ପାଖରେ ଥିବାରୁ ସବୁ ଶୁଣିଥିଲା କିନ୍ତୁ କିଛି କହିନଥିଲା l

ଜଳଖିଆ ପ୍ରସ୍ତୁତ କରି ଦୁଇଟି ପ୍ଲେଟ ରେ ମୀରା ଆଣି କ୍ରିଷ୍ଣା ସମ୍ମୁଖରେ ରଖିଦେଲା l ଦୁହେଁ ନୀରବରେ ନିଜ ନିଜର ପ୍ଲେଟ ର ଜଳଖିଆ ଖାଇଲେ l ଖାଇ ସାରିବା ପରେ ମୀରା କହିଲା - ସାନ ବାବୁ, ଆପଣ ଏବେ ଘରକୁ ଯାଆନ୍ତୁ l ମା କୁ କହିବେ ମୁଁ ଠିକ ଅଛି ମୋ ପାଇଁ ଅଧିକ ଚିନ୍ତା କରିବେନି l ମୋର ଆଗକୁ ପରୀକ୍ଷା ଥିବାରୁ କିଛିଦିନ ପାଇଁ ମୁଁ ସେଠାକୁ ଯାଇପାରିବିନି l ହଁ, ସାନ ବାବୁ ଆପଣ ଙ୍କର ଇଛା ହେଲେ ଆପଣ ମୋ ଘରକୁ ଆସିପାରନ୍ତି l

କ୍ରିଷ୍ଣା, ନିରବ ରେ ଏ କଥା ସବୁ ଶୁଣୁଥିଲା l ସେ ମୀରା ମନର କଥାକୁ ଠିକ ବୁଝିପାରୁଥିଲା ତେଣୁ ସେ ଅଧିକ ତାକୁ କିଛି ନ କହି ତା ଠାରୁ ବିଦାୟ ନେଇ ଘରକୁ ଚାଲି ଆସିଲା l

ଏମିତି ଏମିତି ରେ ଗୋଟେ ସପ୍ତାହ ବିତିସାରିଥିଲା l କ୍ରିଷ୍ଣା ୟା ଭିତରେ ପ୍ରାୟତଃ ସବୁଦିନ କିଛି କିଛି ସମୟ ନିଶ୍ଚିତ ରୂପରେ ମୀରା ଘରେ ଯାଇ କାଟୁଥିଲା l ଦୁହେଁ ବହୁତ ଖୁସି ଗପ କରୁଥିଲେ l ମୀରା ମନରେ ମଧ୍ୟ କ୍ରିଷ୍ଣା ପ୍ରତି ଟିକେ ଟିକେ ଦୁର୍ବଳତା ଜନ୍ମ ନେଇ ସାରିଥିଲା l କ୍ରିଷ୍ଣା ତାକୁ କେତେବେଳେ ତାଗିଦ କରୁଥିଲା ତ କେତେବେଳେ ତାକୁ ୟାଡୁ ସ୍ୟାଡୁ କହି ଚିଡାଉ ଥିଲା l ମୀରା କୁଆଡେ ଯିବାକୁ ଚାହିଁଲେ ସଙ୍ଗେ ସଙ୍ଗେ ଗାଡି ହାଜର କରିଦେଉଥିଲା l ଦୁହେଁ ବହୁତ ଖୁସି ଥିଲେ l ଧୀରେ ଧୀରେ ମୀରା କ୍ରିଷ୍ଣା ଆଡକୁ ଢଳିବାରେ ଲାଗିଥିଲା l ସବୁ ଠିକ ଠାକ ଚାଲିଥିଲା l

ଏମିତି ଦିନେ କ୍ରିଷ୍ଣା ସକାଳୁ ସକାଳୁ ଡ୍ରଇଂ ରୁମରେ ବସି ଚାହା ପିଉଥିଲା ଠିକ ଏହି ସମୟରେ ଡୋର୍ ବେଲ୍ ଟା ବାଜି ଉଠିଲା l ହରିଆ ଯାଇ କବାଟ ଖୋଲିଲା l କ୍ରିଷ୍ଣା ଡ୍ରଇଂ ରୁମରେ ଥାଇ ଯେମିତି ହିଁ କବାଟ ଆଡକୁ ଚାହିଁ ଦେଲା ତା ଚେହେରା ର ରଙ୍ଗ ଉଡ଼ିଗଲା l ସେ ଆଶ୍ଚର୍ଯ୍ୟ ଭରା ଚାହାଣି ରେ କେବଳ ଚାହିଁରହିଥାଏ l କଣ କହିବ କିଛି ବୁଝିପାରୁନଥାଏ l ତଥାପି ନିଜକୁ ସମ୍ଭାଳି ସେ କହିଲା - ତୁମେ.... ତୁମେ ଏଠି କେମିତି?........


.......କ୍ରମଶଃ......


Rate this content
Log in

Similar oriya story from Drama