Debaki Behera

Drama Romance Fantasy

4  

Debaki Behera

Drama Romance Fantasy

ମୀରା ଭାଗ -୩

ମୀରା ଭାଗ -୩

7 mins
145


ମୀରା ଯେମିତି ମୁହଁରୁ କପଡା କାଢ଼ିଛି କ୍ରିଷ୍ଣା ତାକୁ ଏକ ଲୟରେ ସେମିତି ହିଁ ଚାହିଁ ରହିଗଲା l କି ସୁନ୍ଦର ଚେହେରା ସତରେ l ତା କଳ୍ପନା ଠାରୁ ମଧ୍ୟ ଅଧିକ ସୁନ୍ଦରୀ ଥିଲା ମୀରା l ପିଲାବେଳେ ସେ ସୁନ୍ଦରୀ ଥିଲା କି ନାହିଁ ତାର ମନେ ପଡୁନି ହେଲେ ମୀରା ଏବେ ଯୌବନ ରେ ପାଦ ଥାପି ସାରିଛି l ସୁନ୍ଦର ଢଳ ଢଳ ଦୁଇ ନୟନ l ସାଗର ଠାରୁ ଅଧିକ ଗଭୀର ଯେମିତି ତା ଆଖି ଦୁଇଟିରେ l ଚେହେରା ତ ସତେ ଯେମିତି ଚାନ୍ଦ ର ଚାନ୍ଦିନୀ ଠାରୁ ଅଧିକ ସୁନ୍ଦର l ଓଠ ଓଃ କଣ ଆଉ କହିବ....ସେ ସବୁ ଭୁଲିଯାଇଥିଲା ଆଉ ଖାଲି ମୀରାର ମୁହଁକୁ ଚାହିଁ ରହିଥିଲା l 

ଏତିକି ଯଥେଷ୍ଟ ଥିଲା କ୍ରିଷ୍ଣା ପାଇଁ ମୀରାର ପ୍ରେମରେ ପଡ଼ିବାକୁ l ସତରେ ଡ୍ରାଇଭର ଭାଇ ଠିକ କହିଥିଲେ l କ୍ରିଷ୍ଣା କୁ ଏମିତି ଚାହିଁ ଥିବାର ଦେଖି ମୀରା ଧୀର ସ୍ୱର ରେ କହିଲା :- ସାନ ବାବୁ ମୁଁ ଯାଉଛି ଏବେ ଡେରି ବହୁତ ହେଲାଣି l

କ୍ରିଷ୍ଣା ର ମନ ଜମାରୁ ମାନୁନଥିଲା l ତାର ଖାଲି ଇଛା ହେଉଥିଲା କି ମୀରା ଏମିତି ତା ଆଖିସାମନାରେ ଥାଉ ଆଉ ସେ ତାକୁ ଦେଖୁଥାଉ l ହେଲେ ମନ ଯାହା ଚାହେଁ ସବୁ ପୂରଣ ହୁଏନି ତେଣୁ ସେ ମୁଣ୍ଡ ହଲେଇ ହଁ ବୋଲି କହିଲା l

କ୍ରିଷ୍ଣା କୁ ଆଉ କିଛି ଜଣାପଡୁନଥିଲା l ଆଗରୁ ସେ ତା ଘନ ଲମ୍ବା କେଶ ଦେଖି ତା ପ୍ରେମରେ ପାଗଳ ହେଇସାରିଥିଲା l ଆଉ ଏବେ ତାର ଚାହାଣି ଓ ସୁନ୍ଦର ଚେହେରା ହାଏ ତା କଲିଜା ହାଣି ହେଇଗଲା ପରି ମନେ ହେଉଥିଲା l ମୀରା ଯିବା ବାଟକୁ ସେ ସେମିତି ଚାହିଁ ରହିଥିଲା ସେତେଯାଏ ଯେତେବେଳ ଯାଏଁ ମୀରା ତା ଆଖି ସାମ୍ନାରୁ ଦୁରେଇ ନ ଯାଇଛି l

ମୀରା ଚାଲିଗଲା ପରେ ସେ ବି ଟିକେ ନିଜକୁ ସହଜ କରିନେଲା ଆଉ ଘରକୁ ଯିବାକୁ ବାହାରିଲା l ହେଲେ ରାସ୍ତା ଯାକ ତାକୁ ଖାଲି ମୀରା ର ଚେହେରା ହିଁ ଦିଶୁଥିଲା l ସେ ଘରେ ପହଁଚିଲା ଆଉ ଅନ୍ୟମନସ୍କ ଭାବରେ ଘର ଭିତରକୁ ପ୍ରବେଶ କଲା l ତାକୁ ଅନ୍ୟମନସ୍କ ଦେଖି ସୁନିତା କହିଲେ -କିଶୁ, କିଶୁ.... କିଶୁ...

କ୍ରିଷ୍ଣା ତରବରିଆ ଭାବରେ କହିଦେଲା ହଁ ମୀରା.....

ହାଃ ହାଃ..

ମୀରା...

ସୁନିତା ଦେବୀ ତା ମୁହଁକୁ ବଲବଲ କରି ଚାହିଁଲେ l

ଆରେ ମୀରା ନୁହେଁ ମୁଁ.. ମୁଁ ତୋ ମା...

କ୍ରିଷ୍ଣା ନିଜର ଭୁଲ ଆଉ ମୂର୍ଖାମୀ ବୁଝିସାରିଥିଲା l ଆଉ ଜିଭ କାମୁଡି ବୁଲିକି ଚାହିଁଲା l ମାଆ ଏବେବି ତା ଆଡକୁ ଅନେଇଥିଲେ l

ସୁନିତା :- ମୀରା, କଣ କହିଲୁ ତୁ ମୀରା?ମୀରା କଥା ତୁ ଭାବୁ ଥିଲୁ ନା l ତୁ ତାକୁ ଭଲ ପାଉନୁ ତ??

ଏକ ପ୍ରଶ୍ନ ଭରା ଚାହାଣି ରେ ସୁନିତା ଦେବୀ କ୍ରିଷ୍ଣା ଆଡକୁ ଚାହିଁଲେ l

କ୍ରିଷ୍ଣା ନିଜର ମନର କଥାକୁ ମନରେ ଚାପି ରଖି କଥା ବୁଲେଇବାକୁ ଚେଷ୍ଟା କରିବାକୁ ଯାଇ କହିଲା - ନା ମା ସେମିତି କିଛି ନାହିଁ l

ଯଦି ସେମିତି କିଛି ହୁଏ ତେବେ ମୋତେ କହିବୁ l ମୋର ମୀରା ବହୁତ ପସନ୍ଦ l ସତରେ ତା ଭଳି ଝିଅ ଭାଗ୍ୟରେ ଥିଲେ ମିଳେ l ମୁଁ ତାକୁ ବହୁତ ଭଲ ସେ ଜାଣିଛି l ଆଉ ତୋତେ ଆଉ ଏ ଘରକୁ ଯଦି କିଏ ସମ୍ଭାଳି ପାରିବ ତ ସେ କେବଳ ମୀରା l

ଏବେ ମା ମୁହଁରୁ ତା ଭଲ ପାଇବା କୁ ସ୍ୱୀକୃତି ମିଳିସାରିଲା ପରେ କ୍ରିଷ୍ଣା ବହୁତ ଖୁସି ହେଇଯାଇଥିଲା l କିନ୍ତୁ ସେ ମୀରାକୁ ଭଲ ପାଉଛି ବୋଲି ମା କୁ କିଛି ବି କହିଲାନି l ଆଉ ଚୁପ ହୋଇ ସେଠାରୁ ନିଜ ରୁମକୁ ଚାଲି ଆସିଲା l ଆଉ ନିରବ ହୋଇ ବାଲକୋନୀ ରେ ଛିଡା ହୋଇ ବାହାରକୁ ଚାହିଁଲା l ଏବେ ସେ ନିଷ୍ପତି ନେଇସାରିଥିଲା ଯେ ସେ ତା ମନ କଥା କାଲି ହିଁ ମୀରା କୁ କହିଦେବ l କିନ୍ତୁ ଏ କଥା ତାକୁ କହିବ କେମିତି ସେଇୟା ଭାବି ଭାବି ରୁମକୁ ଆସି ଶୋଇଗଲା l

ସାନ୍ଧ୍ୟବେଳେ ଉଠିଲା l ଆଉ କଣ କରିବ କେମିତି କହିବ ଭାବିଥାଏ ବସିକି l ଠିକ ଏଇ ସମୟରେ ତା ଫୋନ ଟି ବାଜି ଉଠିଲା l ସେ କଲ ରିସିଭ କରିବା ମାତ୍ରେ ସେପଟରୁ ଆବାଜ ଆସିଲା :- କ୍ରିଷ୍ଣା ତୁମେ ଗାଁ କୁ ଚାଲିଗଲ l ଆଉ ମୋତେ କିଛି ଜଣେଇଲ ବି ନାହିଁ l ମୁଁ ତୁମକୁ ବହୁତ ମିସ କରୁଛି l କେବେ ଫେରିବ??

କ୍ରିଷ୍ଣା ସେପାଖର ଆବାଜ ଶୁଣି ଟିକେ ଚିନ୍ତିତ ହୋଇଗଲା l ହଡ଼ବଡ଼େଇ ହୋଇ ଖାଲି ଏତିକି କହିଲା - ହଁ ବହୁତ ଜଲଦି l ଏତକ କହି ଫୋନ କାଟିଦେଲା l ତାର ଛୁଟି ସରିବାକୁ ଆଉ ପନ୍ଦର ଦିନ ଥିଲା l ତାକୁ ପୁନଶ୍ଚ ତା କାମକୁ ଫେରିବାର ଥିଲାl ସେ ଏକ ବଡ଼ ଆଉ ପ୍ରସିଦ୍ଧ ଏମ. ଏନ. ସି କମ୍ପାନୀର ମ୍ୟାନେଜର ଥିଲା l ରାମନାରାୟଣ ବାବୁଙ୍କର କମ୍ପାନୀ କୌଣସି ଏମ. ଏନ. ସି କମ୍ପାନୀ ଠାରୁ କମ ନଥିଲା l କିନ୍ତୁ କ୍ରିଷ୍ଣା ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ଚାହୁଁଥିଲା ଆଉ ଦୁନିଆରେ ନିଜର ଏକ ପରିଚୟ ବନେଇବାକୁ ଚାହୁଁଥିଲା l ସେଇ ଫୋନ କଲ ଟି ପାଇ କେଜାଣି କାହିଁକି ତା ମନ ବିଚଳିତ ହେଇସାରିଥିଲାlତେଣୁ ସେ ଆଉ ଉପରେ ନରହି ତଳକୁ ଚାଲିଆସିଲା l ମୀରା ସେତିକିବେଳେ ଘରକୁ ଆସିଥାଏ l ଆଉ ସୁନିତାଙ୍କୁ ରୋଷେଇଘରେ ତାଙ୍କ କାମରେ ସାହାର୍ଯ୍ୟ କରୁଥାଏ l ଦୁହେଁ ବହୁତ ଖୁସି ଥିଲେ l ଆଉ କଣ ସବୁ ଗପିକି ହସୁଥିଲେ l କ୍ରିଷ୍ଣା ସେଠାରୁ ନିଜ ରୁମକୁ ଫେରି ଆସିଲା l ଆଉ ଗୋଟିଏ କାଗଜ ରେ ନିଜ ମନ କଥା ଲେଖିଦେଲା l ଆଉ ତଳକୁ ଚିଠିଟିକୁ ଧରି ତଳକୁ ଆସିଲା l ମୀରା ଡାଇନିଂ ରେ ଖାଇ ବସିଥାଏ l ସୁନିତା ଦେବୀ ରୋଷେଇ ଘରେ କଣ କାମ କରିଥାନ୍ତି l କ୍ରିଷ୍ଣା ଆସି ମୀରା ର ଠିକ ସାମ୍ନା ସିଟ ରେ ବସିଗଲା l ସେ କ୍ରିଷ୍ଣା କୁ ଦେଖି କିଛି ପ୍ରତିକ୍ରିୟା ଦେଲା ନାହିଁ ପୂର୍ବପରି ଖାଇବା ରେ ଲାଗିଥିଲା l କ୍ରିଷ୍ଣା ତାକୁ ଏପରି ଦେଖି ଟିକେ ଅଖାଡୁଆ ଲାଗିଲା l ତଥାପି କ୍ରିଷ୍ଣା ତା ସାମ୍ନାରେ ବସି ତାକୁ ଖାଉଥିବା ର ଦେଖୁଥାଏ l ମୀରା ଖାଇସାରିଲା ଆଉ ହାତ ଧୋଇ ଘରକୁ ଯିବାକୁ ବାହାରିଲା l ସୁନିତା ଦେବୀଙ୍କ ଠାରୁ ବିଦାୟ ନେଇ କ୍ରିଷ୍ଣା ପାଖକୁ ଆସିଲା l ଆଉ ଗୁଡ଼ ନାଇଟ କହି ଯେମିତି ଯିବାକୁ ବାହାରିଲା l ସେମିତି କ୍ରିଷ୍ଣା ତା ହାତରେ କିଛି ଗୋଟେ ଧରେଇ ଦେଲା l ମୀରା ନିଜ ହାତ ଖୋଲି ଦେଖିଲା ତ ଏକ ଚିଠି l ସେ ଚିଠିକୁ ଖୋଲିବାକୁ ଯାଉଛିକି କ୍ରିଷ୍ଣା କହିଲା - ମୀରା ୟାକୁ ଘରେ ଆରାମ ସେ ପଢିବ ଆଉ କାଲିକୁ ମୋତେ ଉତ୍ତର ଦେବ l ଏତିକି ବେଳେ ସୁନିତା ଦେବୀ ସେଠାକୁ ଆସିଯାଇଥିଲେ l ତେଣୁ ମୀରା ଚିଠିଟିକୁ ହାତରେ ଲୁଚେଇଦେଲା ଆଉ ସେଠାରୁ ଚାଲି ଆସିଲା l କ୍ରିଷ୍ଣା ମଧ୍ୟ ଡିନର କରିସାରି ନିଜ ରୁମକୁ ଚାଲିଆସିଲା l ଆଉ ମୀରା କଣ ଉତ୍ତର ଦେବ? ଚିଠି ପଢିକି ତାର ପ୍ରତିକ୍ରିୟା କ'ଣ ହେବ l ଏହା ଭାବୁ ଭାବୁ ତାକୁ ନିଦ ଆସିଗଲା ଏଣେ ମୀରା ଘରକୁ ଆସି ଚିଠି ଖୋଲି ପଢିଲା l ସେଇ ଚିଠିଟିକୁ ନିଜ ବହି ଭିତରେ ରଖିଦେଇ ଶୋଇପଡ଼ିଲା l ତହିଁ ଆରଦିନ ସକାଳୁ ଭୋରୁ କ୍ରିଷ୍ଣା ର ନିଦ ଭାଙ୍ଗିଗଲା l ସେ ଜାଣିଥିଲା ମୀରା ସକାଳେ ତାଙ୍କ ଘରକୁ ଆସିବ ତେଣୁ ସେ ଲନ ରେ ଆସି ତା ଆସିବା ବାଟକୁ ଚାହିଁ ରହିଲା l ଲନ ରେ ସେ କେତେବେଳୁ ଅପେକ୍ଷା କରିଥିଲା କିନ୍ତୁ ମୀରା ର ଦେଖା ନାହିଁ l ହରିଆ ଆସି କହିଲା - ବାବୁ ମା ଡାକୁଛନ୍ତି l

କ୍ରିଷ୍ଣା - ହଁ ତୁ ଯା ମୁଁ ଆସୁଛି l

ହରିଆ ସେଠାରୁ ଚାଲିଯିବା ପରେ କ୍ରିଷ୍ଣା ଘର ଭିତରକୁ ଚାଲି ଆସିଲା l ତାକୁ ଦୂରରୁ ଆସୁଥିବାର ଦେଖି ସୁନିତା ଦେବୀ କହିଲେ - ଆରେ କିଶୁ ମୀରା କିଛି କାଲି କହୁଥିଲା କି?

କ୍ରିଷ୍ଣା ଆଶ୍ଚର୍ଯ୍ୟ ହୋଇ କହିଲା - ନା ମା କାଇଁ କଣ ହେଲାକି?

ସୁନିତା - ଆରେ ନା କିଛି ନାହିଁ ସେ ସବୁଦିନ ସକାଳୁ ଯେମିତି ହେଲେ ଆସେ କିନ୍ତୁ କାଇଁ ଆଜି ତାର ଦେଖାନାହିଁ କେଜାଣି l ତୁ ଗୋଟେ କାମ କରିବୁ ଟିକେ ତା ଘର ଆଡେ ବୁଲିଆସିବୁ l ସେ ଠିକ ଅଛି କି ନାହିଁ ଦେଖିକି l

ସେ କାହିଁକି ତା ଘରକୁ ଯିବ? ତାର ସେଠିକି ଯିବା କିଛି ଦରକାର ନାହିଁ l ପଛରୁ ଏକ ଶକ୍ତ ଆବାଜ ଶୁଣି ଦୁହେଁ ପଛକୁ ବୁଲି ଚାହିଁଲେ l ପଛରେ କ୍ରିଷ୍ଣା ର ବାପା ଛିଡା ହୋଇ ଥିଲେ l ଆଉ ବହୁତ ରାଗିଥିବାର ମଧ୍ୟ ତାଙ୍କ ଚେହେରା ରୁ ଜଣା ପଡୁଥିଲା l ରାମ ବାବୁ କହିବାକୁ ଲାଗିଲେ - କିଶୁ ତୁ ମୀରା ଘରକୁ ଯିବୁନି l ମୋତେ ଜମା ବି ସେ ଝିଅଟି ପସନ୍ଦ ନୁହେଁ l ଆଉ ମୋ କଥା ଯଦି ନ ମାନୁ ତ ପରିସ୍ଥିତି ବହୁତ ଭୟଙ୍କର ହେବ l

ଯିଏ କି ସକାଳୁ ମୀରା କୁ ଦେଖିନି ବୋଲି ବ୍ୟସ୍ତ ଥିଲା ଏଣେ ବାପାଙ୍କ ଠାରୁ କଡା ତାଗିଦ ଶୁଣି ଆହୁରି ଉଦାସ ହୋଇଗଲା l ରାମ ବାବୁ ଟିକେ ରାଗିକି ସୁନିତା ଦେବୀଙ୍କୁ ଚାହିଁଲେ ଆଉ ସେଠାରୁ ଚାଲିଗଲେ l କ୍ରିଷ୍ଣା କଣ କରିବ କିଛି ଭାବି ପାରୁନଥିଲା l ତାକୁ ଉଦାସ ଦେଖି ସୁନିତା ଦେବୀ କହିଲେ - ତୁ ଚିନ୍ତା କରେନି l ତୋ ବାପା କଥା ଶୁଣିବା କିଛି ଦରକାର ନାହିଁ l ସେ ଅଫିସ ଗଲା ପରେ ତୁ ମୀରା ଘରକୁ ଯାଇ ତାକୁ ଟିକେ ଦେଖିଆସିବୁ l ରାମ ବାବୁ ପୂର୍ବ ଅପେକ୍ଷା ବହୁତ ଭଲ ହେଇ ସାରିଥିଲେ l ତେଣୁ ସେ ଅଫିସ ବାହାରିଗଲେ l ଆଉ ତାଙ୍କ ପଛେ ପଛେ କ୍ରିଷ୍ଣା ମୀରା ଘର ଆଡକୁ l

ସେ ବର୍ତମାନ ମୀରା ଘର ସାମ୍ନାରେ ଥିଲା l ଛୋଟିଆ ଘରଟିଏ l ମନେ ଗୋଟିଏ ଛୋଟ ପକ୍କା ଘରଟିଏ l ସେ ଡୋର ବେଲ ମାରିଲା l ଆଉ କିଛି ସମୟ ପରେ ମୀରା ଆସି ଡୋର ଖୋଲିଲା l କ୍ରିଷ୍ଣା କୁ ତା ଘରେ ସାମନରେ ଦେଖି ମୀରା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଲା l ଆଉ ତା ମୁହଁରୁ କିଛି ଶବ୍ଦ ହିଁ ବାହାରୁ ନଥିଲା l ତାକୁ ଦେଖି କ୍ରିଷ୍ଣା ଧୀର ସ୍ୱର ରେ କହିଲା - ମୁଁ ଭିତରକୁ ଆସିପାରେ କି? ସେ ଏବେବି କବାଟ ପାଖରେ ଛିଡା ହୋଇଥିଲା l

ମୀରା ହଁ କହିବ ନା ନାହିଁ କିଛି ଜାଣିପାରୁନଥିଲା l ମୀରା ବହୁତ ସାଧାରଣ ଝିଅଟିଏ l ଲୋକ ଲଜ୍ଜା କୁ ତାକୁ ବହୁତ ଡର l ତା ଚରିତ୍ର ଉପରେ କିଏ ଆଙ୍ଗୁଠି ଉଠେଇବ ସେ ଜମାବି ସହି ପାରିବନି l ଆଉ କ୍ରିଷ୍ଣା ଏ ଅଞ୍ଚଳ ର ସବୁଠାରୁ ଧନୀକ ଘର ର ପିଲା l ତଥାପି କେଜାଣି କାହିଁକି ହକହି ସେ ଟିକେ କଡେଇ ଗଲା l କ୍ରିଷ୍ଣା ଭିତରକୁ ପ୍ରବେଶ କଲା l ଆଉ ମୀରା କବାଟ ଆଉଜେଇ ଦେଇ ଭିତରକୁ ଚାଲିଆସିଲା l ଛୋଟିଆ ଦୁଇଟା ରୁମ l ଗୋଟେ ବଡ଼ ରୁମ ଆଉ ତା କଡ଼କୁ ଲାଗି ବାଥରୁମଟିଏ l ଥରୁଟିଏ ନଜର ଘରର ଚାରିକାନ୍ଥ ରେ ବୁଲେଇଆଣିଲା କ୍ରିଷ୍ଣା l

ମୀରା - ଆପଣ ଛିଡା କାହିଁକି ହେଲେ ବସନ୍ତୁ ନା l ସେ ଚ୍ୟାର ଆଡକୁ ଇସାରା କରି କହିଲା l

କ୍ରିଷ୍ଣା ଚ୍ୟାର ରେ ବସିଗଲା l ମୀରା ମଧ୍ୟ ତା ସାମ୍ନାରେ ଥିବା ଅନ୍ୟ ଏକ ଚ୍ୟାର ରେ ବସିଗଲା l କିଛି ସମୟ ପାଇଁ ଦୁହେଁ ପୁର ନିରବ ଭାବରେ ଦୁହେଁ ଦୁହିଁଙ୍କୁ ଖାଲି ଦେଖି ଚାଲିଥିଲେ l ଏଥରକ କ୍ରିଷ୍ଣା ନିଜକୁ ଭାବନା ରାଜ୍ୟରୁ ଫେରେଇ ଆଣି କହିଲା -ମା ତୁମକୁ ଖୋଜୁଥିଲା l ସକାଳର କାହିଁକି ଘରକୁ ଆସିଲନି l

ମୀରା - ନାହିଁ କାଲି ରାତିରେ ପଢୁ ପଢୁ ବହୁତ ଡେରିରେ ଶୋଇଲି ତେଣୁ ଡେରିରେ ନିଦ ଭାଙ୍ଗିଲା l ମା ଙ୍କୁ କହିବେ ସେ ବ୍ୟସ୍ତ ହେବେନି l

କ୍ରିଷ୍ଣା - ମୋ ଚିଠି ପଢିଲ?

ମୀରା - ହଁ

କ୍ରିଷ୍ଣା - ତ ତୁମ ଠାରୁ ଉତ୍ତର ପାଇବାର ଅପେକ୍ଷା ରେ ମୁଁ?

ମୀରା ତଳକୁ ମୁହଁ ପୋତି ବସିଥିଲା l ଆଉ କିଛି ସମୟ ପରେ ଆଉଥରେ କ୍ରିଷ୍ଣା ପଚାରିଲା -କୁହ ମୀରା ତୁମେ ମୋତେ ପସନ୍ଦ କର ନା ନାହିଁ? ମୁଁ ତୁମକୁ ବହୁତ ଭଲ ପାଏ ମୀରା l ତୁମ ମୁହଁରୁ ହଁ ଶୁଣିବା ଅପେକ୍ଷାରେ ମୁଁ ମୀରା l

.................

କ୍ରମଶଃ......


Rate this content
Log in

Similar oriya story from Drama