ମୀରା ଭାଗ -୨
ମୀରା ଭାଗ -୨
ପୂର୍ବରୁ ପଢିଥିଲେ....(କ୍ରିଷ୍ଣା ତଳକୁ ଆସି ସୁନିତା ଦେବୀ ଙ୍କୁ ପଚାରିଲା, " ମାଆ ସେ ଝିଅଟି କିଏ? "
ସୁନିତା ଦେବୀ :- ଆରେ ସିଏ ମୀରା l)
ଏବେ ଆଗକୁ....
କ୍ରିଷ୍ଣା -ମୀରା, କିଏ ଉଁ.. ଆଁ... ଭାବିବାକୁ ଲାଗିଲା
ସୁନିତା - ଆରେ ମନେ ପଡୁନି କ'ଣ ମ ଆମ ଘରେ ଆଗରୁ ଯିଏ କାମ କରୁଥିଲା ନିତା ମାଉସୀ ତାରି ଝିଅ ସେ l ତୁ ତା ସହ ପିଲାବେଳେ ଖେଳୁ ନଥିଲୁ l ଏତେ ଶୀଘ୍ର ଭୁଲିଗଲୁ l
କ୍ରିଷ୍ଣା -ହଁ, ହଁ, ମନେ ପଡିଲା l ସିଏ ନିତା ମାଉସୀର ର ଝିଅ l ଏତେ ବଡ଼ ହେଇଗଲାଣି l
ସୁନିତା - ହଁ, ନିତା ର ଦେହାନ୍ତ ପରଠାରୁ ମୀରା ପୁରା ପୁରି ଭାଙ୍ଗି ଯାଇଥିଲା କିନ୍ତୁ ମୋ ଠାରୁ ଟିକେ ସ୍ନେହ ପାଇ ସେ ପୁଣି ଥରେ ନିଜକୁ ସମ୍ଭାଳି ଆଗକୁ ବଢିବାକୁ ଚେଷ୍ଟା କରୁଛି l ଆଉ ସବୁଠାରୁ ବଡ଼ ଖୁସିର କଥା ଯେ ସେ ଆଜି ପୁରା କଲେଜ ରେ ଟପ୍ପର ହେଇଛି l ବହୁତ ଭଲ ଝିଅଟେ l
କ୍ରିଷ୍ଣା :- ହେଲେ ସେ କେଉଁଠି ରହୁଛି?
ସୁନିତା :- କିଏ ମୀରା? ସେ ତାଙ୍କ ଘରେ ରହୁଛି ଆଉ କେଉଁଠି ରହିବ l
କ୍ରିଷ୍ଣା :-କିନ୍ତୁ ସେ ଏକୁଟିଆ....
ସୁନିତା - ବିଚାରିଟିର ଭାଗ୍ୟ ଟି ହିଁ ଛୋଟ କ'ଣ କରିବ l ତୋ ବାପା କାହିଁକି କେଜାଣି ତାକୁ ଜମାବି ପସନ୍ଦ କରନ୍ତିନି l ସବୁ ବେଳେ ମୋତେ ଗାଳି କରନ୍ତି ଯେ ମୁଁ କାହିଁକି ତାକୁ ପଢାପଢି ରେ ସାହାର୍ଯ୍ୟ କରୁଛି l ତୁ କହ କିଶୁ ମୁଁ କିଛି ଭୁଲ କରୁଛି କି? ବିଚାରି ଟି ତାର ଆଉ କିଏ ଅଛି କହିଲୁ l ମାଆ ଟେ ଥିଲା ଯେ ସିଏ ବି ଚାଲିଗଲା ତାକୁ ଅନାଥ କରିଦେଇ l ଆଉ ସେ ଏତେ ଭଲ ଝିଅଟେ ଯେ ମାଛି କୁ ମ ବି କୁହେନି l ଗାଁ ରେ ସମସ୍ତିଙ୍କର ଗେହ୍ଲି ସିଏ l ତା ରୂପ ଯେତିକି ସୁନ୍ଦର ଗୁଣ ଓ ମନ ମଧ୍ୟ ତାର ସେତିକି ସୁନ୍ଦର ଆଉ ସ୍ୱଚ୍ଛ l ମୋତେ ତ ତୋ ବାପା ଯେତେ ବି ଗାଳି କଲେ କରନ୍ତୁ କିନ୍ତୁ ମୋତେ ତାକୁ ସାହାର୍ଯ୍ୟ କରିବାରୁ କେହି ଅଟକେଇ ପାରିବେନି l ମୁଁ ବଂଚିଥିବା ଯାଏ ତା ମାଆ ନାହିଁ ବୋଲି କେବେ ଅନୁଭବ ହେବାକୁ ଦେବିନି l
କ୍ରିଷ୍ଣା -ମା ତୁ କେତେ ଭଲ l ତୁ କିଛି ଭୁଲ କରିନୁ l ତୁ ଦୁନିଆର ସବୁଠାରୁ ଭଲ ମାଆ l ଆଇ ଲଭ ୟୁ ମାଆ l
ଏତକ କହି କ୍ରିଷ୍ଣା ସୁନିତାକୁ କୁଣ୍ଢେଇ ପକେଇଲା l
ହଉ ହଉ ଚାଲ କ'ଣ ଖାଇବୁ, ସକାଳୁ ଯାହା ଖାଇଥିଲୁ ସେତକ, ଚାଲେ କ'ଣ ଟିକେ ଖାଇନେ ତାପରେ କଥା ହେବା l - ସୁନିତା ଦେବୀ କହିକି ସେଠାରୁ ଯିବାକୁ ବାହାରିଲେ l
କ୍ରିଷ୍ଣା - ok ମାଆ l
କ୍ରିଷ୍ଣା ଖାଇ ସାରି ଏମିତି ବଗିଚାରେ ବୁଲିବାକୁ ବାହାରିଗଲା l ସେ ବଗିଚାରେ ବୁଲୁଥିବା ସମୟରେ ତା ହୃଦୟ ଟି ଜୋର ଜୋର ରେ ଯେମିତି ଧକ୍ ଧକ୍ କରୁଛି ସେ ଅନୁଭବ କରିପାରିଲା l ହେଲେ ଏମିତି କ'ଣ ପାଇଁ ହେଉଛି ସେ କିଛି ବୁଝିପାରିଲାନି l ସେ ଏଣେ ତେଣେ ନଜର ବୁଲେଇ ଚାହିଁବାକୁ ଲାଗିଲା l ହେଲେ ଆଖପାଖ ରେ କେବଳ ସୁନ୍ଦର ଫୁଲଗଛ ଛଡା ଆଉ କେହି ତା ନଜରକୁ ଆସିଲାନି l ବଗିଚା କୁ ଲାଗି ବାହାରକୁ ଯିବାର ଗେଟଟି l କେହି ଜଣେ ଭିତରକୁ ଆସୁଥିବାରୁ ଦୃଶ୍ୟମାନ ହେଲା l ସେ ଭଲସେ ଟିକେ ଦେଖିଲାରୁ ଜାଣିପାରିଲା ଯେ ସିଏ ମୀରା l କିନ୍ତୁ ମୀରା ମୁହଁରେ ସ୍କ୍ରଫ ବାନ୍ଧିଥିଲା l
ଧେତ୍ ତେରିକି ପୁଣି ତା ଚେହେରା ଦେଖି ପାରିଲିନି, ମନେ ମନେ ଏତକ କହି କ୍ରିଷ୍ଣା ଗୋଡକୁ ଚଟାଣ ଉପରେ ଜୋରସେ ବାଡେଇ ଭିତରକୁ ମୀରା ପଛେ ପଛେ ଚାଲି ଆସିଲା l
ମୀରା ବର୍ତମାନ ଘର ଭିତରେ ଥିଲା l କ୍ରିଷ୍ଣା ମଧ୍ୟ ତାକୁ ଅନୁସରଣ କରି ଘର ଭିତରକୁ ଆସି ସାରିଥିଲା l ମୀରା ସେତେବେଳ ଯାଏଁ ମୁହଁରୁ କପଡା କାଢି ନଥିଲା l କ୍ରିଷ୍ଣା କେବଳ ତାର ମୁହଁ ର ଗୋଟିଏ ଝଲକ ଦେଖିବାକୁ ବ୍ୟାକୁଳ ହେଇଯାଉଥିଲା l ସୁନିତା ଦେବୀ ନିଜ ରୁମରୁ ବାହାରକୁ ଆସୁଥିବାରୁ ଦେଖି କ୍ରିଷ୍ଣା ଘରଭିତରେ ଥିବା ଏକ କାନ୍ଥ ପଛପଟେ ଲୁଚିଗଲା ଓ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲା l ସେ ଧୀରେ ଧୀରେ ମୁଣ୍ଡ କାଢି ସେ ଦୁହିଁଙ୍କୁ ଦେଖୁଥିଲା l ଆଉ କେତେବେଳେ ମୀରା ମୁହଁରୁ କପଡା କାଢ଼ିବ ଅପେକ୍ଷା କରିଥାଏ l
ମୀରା -ମା, ମୁଁ ଟ୍ୟୁସନ ଯାଉଛି l ଫେରୁ ଫେରୁ ସନ୍ଧ୍ୟା ହେଇଯିବ l ତେଣୁ କହିବାକୁ ଚାଲି ଆସିଲି l ମୋର ଡେରି ହେଲାଣି ଯାଉଛି l
ସୁନିତା -ହଉ, ଦେଖିକି ଯିବୁ l ଟ୍ୟୁସନ ସାରି ଘରକୁ ଆସିବୁ ଖାଇଦେଇ ଯିବୁ l ହେଲେ କ୍ରି......
ସେ କ୍ରିଷ୍ଣା କହିବା ଆଗରୁ କ୍ରିଷ୍ଣା ଆସି ସେ ଦୁହିଁଙ୍କ ଆଗରେ ଛିଡା ହୋଇସାରିଥିଲା l
ସୁନିତା - ନେ, ମୋ ପୁଅ ବି ଆସିଗଲା l ତୁମେ ଦୁହେଁ କଥା ହୁଅ l ମୁଁ ଆସୁଛି l
ଏତକ କହି ସୁନିତା ଦେବୀ ସେଠାରୁ ଚାଲିଗଲେ l କ୍ରିଷ୍ଣା ଓ ମୀରା ପ୍ରଥମ ଥର ପାଇଁ ଦୁହେଁ ଦୁହିଁଙ୍କ ସାମ୍ନାରେ ଥିଲେ l କଣ କଥା ହେବେ ଜାଣିପାରୁନଥିଲେ l
କ୍ରିଷ୍ଣା -ହାଏ, ନମସ୍କାର -ମୀରା ଦୁହିଁଙ୍କ ମୁହଁରୁ ଏକସଙ୍ଗରେ ଶବ୍ଦ ବାହାରି ଆସିଲା l ଦୁହେଁ ହସିବାକୁ ଲାଗିଲେ l କିନ୍ତୁ କ୍ରିଷ୍ଣା ମନରେ ଏବେବି ମୀରାର ଚେହେରା ଦେଖିବାକୁ ଚାହୁଁଥିଲା l ହେଲେ କଣ କରିବ ତାକୁ ତ ଆଉ କହିପାରିବନି କି ତୁମ ମୁହଁରୁ କପଡା କାଢ଼ ମୁଁ ତୁମ ଚେହେରା ଦେଖିବାକୁ ଚାହୁଁଛି l କରିବ ଯଦି ବା କଣ କରିବ l କେମିତି ଦେଖିବ ତାର ଚେହେରା l
ମୀରା, କ୍ରିଷ୍ଣା ର ମୁହଁ ସାମ୍ନାରେ ଚୁଟକୀ ମାରି ତାର ତନ୍ଦ୍ରା ଭଙ୍ଗ କଲା ଆଉ କହିଲା -କୁଆଡେ ହଜିଗଲେ କି ଆପଣ l ମୋର ଡେରି ହେଲାଣି ମୁଁ ଯାଉଛି ପରେ ଦେଖାହେବ l ବାଏ କହି ମୀରା ସେଠାରୁ ଯିବାକୁ ବାହାରିଲା l
କ୍ରିଷ୍ଣା - ok
ମୀରା ଯେମିତି ତା ଠାରୁ ଟିକେ ଦୁରକୁ ଯାଇଛି କ୍ରିଷ୍ଣା ର ହୃଦୟ ପୁଣିଥରେ ଧକ୍ ଧକ୍ କରିବାକୁ ଲାଗିଲା l ଏତେ ଜୋର ଯେ କ୍ରିଷ୍ଣା ନିଜ ହୃଦୟ ର ସ୍ପନ୍ଦନ ସ୍ପଷ୍ଟ ଶୁଣିପାରୁଥିଲା l ସେ ଏଥର ବୁଝିଗଲା ଯେ ମୀରା ତା ଆଖପାଖରେ ଥିଲାବେଳେ ହିଁ ତାର ଏପରି ଅବସ୍ଥା ହେଉଛି l ଛାଡ଼ ସେ ମୀରାର ଚେହେରା ଦେଖିପାରୁନଥିବାରୁ ବହୁତ ମନ ଦୁଃଖ କଲା l ସେ ମନେ ମନେ ହିଁ ତାକୁ ଭଲ ପାଇ ସାରିଥିଲା l କାହିଁ କେତେବେଳୁ ଆଉ ନିଜ ମା ଠାରୁ ତା ବିଷୟରେ ପ୍ରଶଂସା ଶୁଣି ସେଇ ଭଲ ପାଇବାର ଜୁଆର ଟି ମନ ରୂପୀ ସାଗର ର କୂଳ ଲଙ୍ଘିବାକୁ ବସିଥିଲା l ମୀରା ପୁଣି ଥରେ ରାତିକୁ ଆସିବ ଆଉ ସେ ସେତେବେଳେ ନିଶ୍ଚିତ ତା ଚେହେରା ଦେଖିବାର ସୁଯୋଗ ପାଇବ ଏଇ ବିଶ୍ୱାସ ରଖି ସନ୍ଧ୍ୟା ହେବାର ପ୍ରତୀକ୍ଷା କଲା l
ଏହାମଧ୍ୟରେ ଦୁଇ ଘଣ୍ଟା ବିତି ସାରିଥିଲା l ମୁହଁସଞ୍ଜ ହେଇ ଆସୁଥିଲା l ଯେମିତି ଯେମିତି ଘଡ଼ିର କଣ୍ଟା ଟିକ୍ ଟିକ କରୁଥିଲା କ୍ରିଷ୍ଣା ର ଛାତି ଭିତରଟା ବି ସେମିତି ଧକ୍ ଧକ କରୁଥିଲା l ଏଇ ସମୟରେ ମୋବାଇଲ ଟି ବାଜି ଉଠିଲା l କ୍ରିଷ୍ଣା ପକେଟରୁ ମୋବାଇଲ କାଢି ଦେଖିଲା l ତା ବାପାଙ୍କର ଫୋନ୍ ଥିଲା l ତ ସେ ଯେମିତି ଫୋନ୍ ଉଠେଇ ହାଲୋ କହିଛି ସେପଟୁ ରାମନାରାୟଣ କହି ଉଠିଲେ - ଆରେ କିଶୁ ଟିକେ ଅଫିସ କୁ ଆସିବୁକି l ମୋ ଦେହ ଟା କାହିଁକି କେଜାଣି ଭଲ ଲାଗୁନି l ମୁ ଡ଼୍ରାଇଭର କୁ ଘରକୁ ପଠେଇ ଦେଇଛି ତାର କଣ କିଛି କାମ ଥିଲା କହିବାରୁ l
କ୍ରିଷ୍ଣା- ହଁ ଆସୁଛି ବାପା l
ଏତକ କହି ଫୋନକାଟି କ୍ରିଷ୍ଣା ସିଧା ବାହାରକୁ ଚାଲି ଆସିଲା ଏବଂ କିଛି କ୍ଷଣ ମଧ୍ୟରେ ଗାଡି ଷ୍ଟାର୍ଟ କରି ଅଫିସ ଅଭିମୁଖେ ବାହାରିଗଲା l ଏଣେ ସନ୍ଧ୍ୟା ହେଇସାରିଥିଲା l ମୀରା ଟ୍ୟୁସନ ସାରି ଫେରିଲା l ସୁନିତା ଦେବୀ ମୀରା କୁ ଦେଖି କହିଲେ ଆରେ ତୁ ଆସିଗଲୁ l ହଉ ବସେ ମୁଁ ଖାଇବା ନେଇଆସୁଛି l ଇଏ କିଶୁ ଟା କୁଆଡେ ଗଲା କେଜାଣି l ଏଇଠି ତ ବସିଥିଲା ତୁ ଗଲା ପରଠୁ l କିନ୍ତୁ ଦେଖ ଏବେ ବାବୁ ସାହେବ କୁଆଡେ ଗାୟବ ହୋଇଗଲେଣି l ଏତକ କହି ସେ ରୋଷେଇ ଘର ଭିତରକୁ ଚାଲିଗଲେ l ଆଉ କିଛି କ୍ଷଣ ପରେ ମୀରା ପାଇଁ ଖାଇବା ଆଣିକି ତାକୁ ଦେଲେ l ମୀରା ହାତ ମୁହଁ ଧୋଇଧାଇ ହେଇ ଖାଇବାକୁ ବସିଲା l ସୁନିତା ଦେବୀ ଏହାମଧ୍ୟରେ କ୍ରିଷ୍ଣା କୁ ଫୋନ ଲଗେଇବାରେ ବ୍ୟସ୍ତ ହୋଇଗଲେ l ବହୁତ ସମୟ ପର୍ଯ୍ୟନ୍ତ ରିଂ ଯାଉଥିଲା କିନ୍ତୁ ସେ ରସିଭି କରୁନଥିଲା l ଶେଷରେ ସୁନିତା ଦେବୀ ବିରକ୍ତ ହେଇ ଫୋନ କାଟି ମୀରା ପାଖକୁ ଚାଲି ଆସିଲେ l ମୀରା ର ଖାଇବା ଶେଷ ହେଇସାରିଥିଲା ଆଉ ସେ ପ୍ଲେଟ ଧରି ଉଠିବାକୁ ଯାଉଥିଲା l
ସୁନିତା ଦେବୀ :- ଆରେ ମୀରା ତୁ ଖାଇସାରିଲୁଣି l ସରି ରେ ମୁଁ ଟିକେ ବ୍ୟସ୍ତ ହେଇଯାଇଥିଲି l ସେଥିପାଇଁ ତୋତେ ଆଉ କଣ ଦରକାର ପଚାରିପାରିଲିନି l
ମୀରା - କିଛି କଥା ନାହିଁ ମା l ଆପଣ ବ୍ୟସ୍ତ ହୁଅନ୍ତୁନି l ମୋର ପେଟ ପୂରିଯାଇଛି l ହେଲେ ଆପଣ ଏତେ ଚିନ୍ତିତ କାହିଁକି?
ସୁନିତା -ଆରେ ସେ କିଶୁ ର ଫୋନ ରେ ରିଂ ଯାଉଛି ହେଲେ ସେ ଫୋନ ଉଠାଉନି l କୁଆଡେ ଗଲା ପିଲାଟା କେଜାଣି?
(ଚିନ୍ତା ର ଭାବ ତାଙ୍କ ଚେହେରା ରେ ସ୍ପଷ୍ଟ ଜଣା ପଡୁଥିଲା l)
ମୀରା - ଚିନ୍ତା କରନି ମା, ସେ ଏଇଠିକୁ କେଉଁଠି ଯାଇଥିବେ ଆସିଯିବେ ବ୍ୟସ୍ତ ହୁଅନ୍ତୁନି l
ହଁ, ସୁନିତା ଦେବୀ କହିଲେ l
ମୀରା ତାଙ୍କ ଠାରୁ ବିଦାୟ ନେଇ ନିଜ ଘରକୁ ଚାଲି ଆସିଲା l
ଆଉ ଡ୍ରେସ ବଦଳେଇ ଶୋଇବାକୁ ଗଲା l ରାତି ୯ଟା ସେତେବେଳକୁ l ମୀରା ଆଖିକୁ କେଜାଣି କାହିଁକି ନିଦ ଆସିଲାନି ସେ ବୁଝିପାରିଲାନି l
ଏଣେ କ୍ରିଷ୍ଣା ତା ବାପାଙ୍କୁ ଗାଡ଼ିରେ ନେଇ ଘରକୁ ଆସିଗଲା l ସୁନିତା ଦେବୀ ଡ୍ରଇଂ ରୁମ ରେ ବସିକି କ୍ରିଷ୍ଣା କୁ ଅପେକ୍ଷା କରୁଥିଲେ l ରାମନାରାୟଣ କୁ କ୍ରିଷ୍ଣା ସହ ଦେଖି ସେ ସଙ୍ଗେ ସଙ୍ଗେ ଉଠି ତାଙ୍କ ପାଖକୁ ଦଉଡି ଗଲେ l ରାମ ବାବୁ ଟିକେ ଅସୁସ୍ଥ ଅନୁଭବ କରୁଥିଲେ l କ୍ରିଷ୍ଣା ଅଫିସ ରୁ ଫେରିବା ବାଟରେ ତାଙ୍କୁ ଡାକ୍ତର ପାଖରେ ଦେଖେଇକି ନେଇଆସିଥିଲା l ତେଣୁ ସେ ତା ମାଆ କୁ ଶାନ୍ତ ରହିବାକୁ ଇସାରା କରି ବାପା କୁ ତାଙ୍କ ରୁମକୁ ନେଇ ଗଲା l ସୁନିତା ଦେବୀ କ୍ରିଷ୍ଣା ର ଇସାରା ବୁଝିପାରିଲେ ଆଉ ଚୁପ ରହିଲେ ଆଉ କ୍ରିଷ୍ଣା ର ପଛେ ପଛେ ତାଙ୍କ ରୁମ କୁ ଚାଲିଲେ l କ୍ରିଷ୍ଣା ତା ବାପାକୁ ବେଡ଼ ରେ ଶୁଆଇ ଦେଇ ରୁମର ଲାଇଟ ବନ୍ଦ କରି ବାହାରକୁ ଚାଲି ଆସିଲା l ଆଉ ତା ପଛେ ପଛରେ ସୁନିତା ଦେବୀ l ତାଙ୍କ ମନରେ ଅନେକ ପ୍ରଶ୍ନ ଆଉ ମୁହଁରେ ଚିନ୍ତା ସ୍ପଷ୍ଟ ଜଣା ପଡୁଥିଲା l
ସୁନିତା :-କିଶୁ ଶୁଣେ (କ୍ରିଷ୍ଣା ର ପଛପଟୁ ଡାକ ଦେଇ )
କ୍ରିଷ୍ଣା :- ହଁ ମା l କୁହ l
ସୁନିତା :- ତୋ ବାପାର କଣ ହେଲା l ତୁ ମୋତେ କିଛି କହୁନୁ କାହିଁକି?
କ୍ରିଷ୍ଣା :- କିଛି ଚିନ୍ତା ନାହିଁ ମା, ଟିକେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା ତେଣୁ ସେ ମୋତେ ଫୋନ କରି ଅଫିସ ଡାକିଦେଇଥିଲେ l ଆଉ ମୁଁ ଅଫିସ ରୁ ତାଙ୍କୁ ଆଣିବା ରାସ୍ତାରେ ଡାକ୍ତରଙ୍କ ସହ ପରାମର୍ଶ କରି ଆସିଛି l ସେ ଏବେ ଠିକ ଅଛନ୍ତି l ଡାକ୍ତର ତାଙ୍କୁ ଇଞ୍ଜେକେସନ ଆଉ ମେଡିସିନ ଦେଇଛନ୍ତି l ତ ଚିନ୍ତା କରିବାର କିଛି କାରଣ ନାହିଁ l
ସୁନିତା ଦେବୀ କ୍ରିଷ୍ଣା ମୁହଁରୁ ସବୁ କଥା ଶୁଣିସାରି ଟିକେ ଆଶ୍ୱସ୍ତ ହେଲେ ତଥାପି ମନ ଏବେ ବି ବିଚଳିତ ଥିଲା l
ସୁନିତା :- ହଉ କିଶୁ ଚାଲେ ଖାଇନେ, ତାପରେ ଦେଖିବା l
କ୍ରିଷ୍ଣା ହଁ କହି ଡାଇନିଂ ଆଡେ ଚାଲିଲା l
କ୍ରିଷ୍ଣା ଖାଇସାରିଲା ପରେ ତା ରୁମକୁ ଶୋଇବାକୁ ଚାଲିଗଲା ଆଉ ସୁନିତା ଦେବୀ ରୋଷେଇ ଘର ସଫାସୁତୁର କରି ନିଜ ରୁମକୁ ଚାଲି ଆସିଲେ l ରାମନାରାୟଣ ବାବୁ ନିଘୋଡ଼ ନିଦରେ ସୋଇଥିଲେ l ତେଣୁ ସୁନିତା ଦେବୀ ତାଙ୍କ ଉପରେ କମ୍ବଳ ଟି ଅଧା ଘୋଡେଇ ଦେଇ ନିଜେ ଯାଇ ତାଙ୍କ କଡରେ ସୋଇଗଲେ l
ଏ ସବୁ ଚିନ୍ତା ଭିତରେ କ୍ରିଷ୍ଣା ମୀରା କଥା ପୁରାପୁରି ଭୁଲି ଯାଇଥିଲା l ଯେମିତି ସେ ଶୋଇବାକୁ ଯାଇଛି ତାର ମୀରା କଥା ମନେ ପଡ଼ିଗଲା l ସେ ମୀରା ସହ ଦେଖା କରିପାରିଲାନି ବୋଲି ଟିକେ ଉଦାସ ହୋଇଗଲା l ମନେ ମନେ ଭାବିଲା, ଆଜି ନହେଲା ନାହିଁ କାଲି କିନ୍ତୁ ତାକୁ ନିଶ୍ଚୟ ଭେଟିବି l ଏତକ ଭାବି ଲାଇଟ ଲିଭାଇ ଶୋଇଗଲା l
ସକାଳ ହେଲା l କ୍ରିଷ୍ଣା ର ନିଦ ଭାଙ୍ଗିଲା ବେଳକୁ ଦିନ ୯ ଟା l ସେ ବେଡ଼ ରୁ ଉଠି ରେଡି ହେଇ ତଳକୁ ଆସିଗଲା l ତଳେ ଆସି ସେ ସୁନିତା କୁ କିଛି କହିବା ଆଗରୁ ରାମ ବାବୁ ତାକୁ ଡାକ ଛାଡିଲେ ଯିଏକି ଡ୍ରଇଂ ରୁମ ର ସୋଫା ରେ ବସିଥିଲେ l
ରାମ :-ଆରେ କ୍ରିଷ୍ଣା good morning l
କ୍ରିଷ୍ଣା :- ହଁ ବାପା ମର୍ନିଙ୍ଗ l ଏବେ ଦେହ କେମିତି ଲାଗୁଛି?
ରାମ :- ହଁ ପୂର୍ବାପେକ୍ଷା ଟିକେ ଅଧିକ ଭଲ ଲାଗୁଛି l ହଉ ଶୁଣେ ଗୋଟେ କାମ କରିଦେବୁ?
କ୍ରିଷ୍ଣା :- ହଁ ବାପା କୁହ l
ରାମ :- ଟିକେ ଅଫିସକୁ ଯିବୁ ସେଠି ମୋ ଡ୍ର ରେ କିଛି ଜରୁରୀ ଫାଇଲ ଅଛି ନେଇଆସିବୁ?
କ୍ରିଷ୍ଣା ଆଜି ମୀରା କୁ ଦେଖା କରିବାକୁ ଯିବ ବୋଲି ଭାବିଥିଲା l ହେଲେ ତାର ସବୁ ଭାବନା ଭାବନାରେ ହିଁ ରହିଗଲା l ଏବଂ ବାପାଙ୍କ କଥାରେ ନାହିଁ କରିବାର କଥା ବି ସେ ଭାବି ପାରିଲାନି l
କ୍ରିଷ୍ଣା :- ହଉ ବାପା ମୁଁ ଚାଲିଯିବି l
ରାମ :- ହଁ
କ୍ରିଷ୍ଣା ଗାଡିନେଇ ଅଫିସ କୁ ବାହାରିଗଲା l ଯିବା ବାଟରେ ହଠାତ ପୂର୍ବପରି ତା ହୃଦୟ ର ସ୍ପନ୍ଦନଟା ଜୋର ଜୋରସେ ଧକ୍ ଧକ୍ କରିବାକୁ ଲାଗିଲା l ସେତେବେଳେ ତାର ଏମିତି ମନେ ହେଲା ଯେମିତି ତା ଆଖପାଖରେ କେଉଁଠି ମୀରା ଅଛି l କାରଣ ପୂର୍ବରୁ ଏମିତି ତା ସହ ଘଟି ସାରିଥିଲା l ତେଣୁ ସେ ଗାଡି ର ଗତିକୁ ଧିମା କରିଦେଲା ଆଉ ଏଣେ ତେଣେ ଚାହିଁଲା l ତା ନଜର ମୀରା କୁ ଖୋଜୁଥିଲା l କିଛି ଦୂର ଗଲାପରେ ତା ନଜର ରାସ୍ତା କଡରେ ଛିଡା ହେଇଥିବା ଗୋଟେ ଝିଅ ଉପରେ ପଡିଲା l ସେ ସଙ୍ଗେ ସଙ୍ଗେ ଜାଣିନେଲା ଯେ ସେ ହିଁ ମୀରା କାରଣ ତାର ହୃଦୟ ର ସ୍ପନ୍ଦନ ଆଉ ଶବ୍ଦ କରୁନଥିଲା l ସେ ଗାଡି ମୀରା ପାଖରେ ରଖିଦେଲା l ମୀରା ପୂର୍ବଭଳି ନିଜ ମୁହଁରେ ଆଜିବି କପଡା ବାନ୍ଧିଥିଲା l ହେଲେ ସେ ଯାହାବି ହେଉ ଆଜି ମୀରା ର ମୁହଁ ଯେମିତି ହେଲେ ଦେଖିବ ଏହା ଭାବି ମୀରା ଆଡକୁ ଚାହିଁ କ୍ରିଷ୍ଣା କହିଲା - ହାଏ ମୀରା l ଏଠି ରାସ୍ତାରେ କଣ କରୁଛ?
(ମୀରା, ଯିଏ କି ଟିକେ ଅନ୍ୟମନସ୍କ ଥିଲା ସେ କ୍ରିଷ୍ଣା ର ଡାକ ଶୁଣି ତା ଆଡକୁ ଚାହିଁଲା l ସେ ଆଶ୍ଚର୍ଯ୍ୟ ଥିଲା ଯେ କ୍ରିଷ୍ଣା ତାକୁ ଚିହ୍ନିଲା କେମିତି?)
ମୀରା - ହାଲୋ, ମୋର ଟିକେ ବଜାରକୁ ଯିବାର ଥିଲା l ତା ବସ କୁ ଅପେକ୍ଷା କରିଥିଲି l
କ୍ରିଷ୍ଣା -ବଜାରକୁ କାହିଁକି?
ମୀରା - ବଜାରରୁ ମୋତେ କିଛି ବହି ଆଣିବାର ଥିଲା l ଆଗକୁ ଏଣ୍ଟ୍ରାନ୍ସ ଅଛି ସେଥିପାଇଁ l
କ୍ରିଷ୍ଣା - ହାଃ ହାଃ ତୁମର ପଢିବା କଣ ଦରକାର?
ତୁମେ ତ କଲେଜ ଟପ୍ପର l ତୁମକୁ ବିନା ଏଣ୍ଟ୍ରାନ୍ସ ରେ ଆଡ଼ମିସନ ମିଳିଯିବ l (ଏତକ କହି ସେ ଟିକେ ହସିବାକୁ ଲାଗିଲା )
ମୀରା ତା ଆଡକୁ ଟିକେ ରାଗିକି ଚାହିଁଲା l କ୍ରିଷ୍ଣା ନିଜ ହସ ବନ୍ଦ କରି କହିଲା -ହେଲେ କେଉଁ ପରୀକ୍ଷା ପାଇଁ ଏଣ୍ଟ୍ରାନ୍ସ ଦେବ? ତୁମର ର ଗ୍ରାଜୁଏସନ ସରିଲା ନା l
ମୀରା ନିଜ ରାଗକୁ ଶାନ୍ତ କରି କହିଲା - ପିଜି କରିବାକୁ ଚାହୁଁଛି l ସେଥିପାଇଁ ବହି ନିହାତି ଦରକାର l
କ୍ରିଷ୍ଣା - ହଉ ହେଲା ବସ ମୋ ଗାଡ଼ିରେ ମୁଁ ନେଇ ଛାଡ଼ିଦେବି ବଜାର ରେ କହି କହି ନିଜ ଗାଡିର ଡୋର୍ ଟି ଖୋଲିଦେଲା l
ମୀରା - ନାହିଁ ଥାଉ ଆପଣ ଯାଆନ୍ତୁ ମୋ ପାଇଁ କାହିଁକି ଅଯଥାଟାରେ ହଇରାଣ ହେବେ l
କ୍ରିଷ୍ଣା - ଆରେ ହଇରାଣ କଣ ମ l ମୁଁ ତ ଅଫିସ କୁ ଯାଉଛି l ଆଉ ବଜାର ଦେଇ ଯିବାକୁ ହେବ l ତ ମୋ କାମ ବି ହେଇଯିବ ଆଉ ତୁମ ସହ ବଜାର ବି ଟିକେ ବୁଲିକି ଦେଖିନେବି l ବହୁତ ବର୍ଷ ହେଲାଣି ଦେଖିନି l
ମୀରା ଆଉ କିଛି କହିବାଟା ଠିକ ଭାବିଲାନି ଆଉ ଆସିକି ଆଗ ଡ୍ରାଇଭର ସିଟ ର କଡ଼ ସିଟରେ ବସିଗଲା l
କ୍ରିଷ୍ଣା ଆଜି ବହୁତ ଖୁସି l ଲାଗୁଥିଲା ଯେମିତି ଭଗବାନ ତା ମନ କଥା ଜାଣି ମୀରା ସହ ତାକୁ ଦେଖା କରେଇଦେଲେ l
କ୍ରିଷ୍ଣା ଗାଡି ଆଗର ମିରର କୁ ଟିକେ ମୀରା ଆଡ଼କୁ ବୁଲେଇଦେଲା ଆଉ ଗାଡି ଷ୍ଟ୍ରାଟ କଲା l ଗାଡି ଗଡି ଚାଲିଥାଏ l ଦୁହେଁ ରାସ୍ତା ଯାକ ପୁରା ନିରବ l କେହି କାହାରିକୁ କିଛି କହୁନଥାନ୍ତି l କହିବେ ବା କଣ କିଛି ଜାଣିପାରୁନଥିଲେ l କ୍ରିଷ୍ଣା ଗାଡି ନେଇ ଅଫିସ ପାଖରେ ଲଗେଇଦେଲା l ଆଉ ମୀରା କୁ ଗାଡ଼ିରେ ବସିଥାଓ ବୋଲି କହି ଅଫିସ ଭିତରକୁ ଚାଲିଗଲା l ମୀରାକୁ କିଛି ଭଲ ଲାଗୁନଥିଲା l ସେ ଆଗରୁ ଏମିତି କୌଣସି ପୁଅ ସହ ଏତେ ପାଖାପାଖି ନଥିଲା l କ୍ରିଷ୍ଣା ତାର ପିଲାବେଳର ସାଙ୍ଗ ତଥାପି ସେ ଗୋଟେ ପୁଅ ନା l କ୍ରିଷ୍ଣା କିଛି ସମୟ ମଧ୍ୟରେ ଅଫିସ ଭିତରୁ କିଛି ଫାଇଲ ଧରି ବାହାରି ଆସିଲା l
କ୍ରିଷ୍ଣା - ସରି, ମୋ ପାଇଁ ତୁମକୁ ଅପେକ୍ଷା କରିବାକୁ ପଡିଲା l
ମୀରା - ଇଟ୍ସ ଓକେ l ଏବେ ଯିବା ଚାଲ l
କ୍ରିଷ୍ଣା ମନେ ମନେ ଠାକୁରଙ୍କୁ ପ୍ରାଥନା କରୁଥିଲା କି ପ୍ରଭୁ ମୋର ଗୋଟିଏ ଇଛା ସେଇଟା ଖାଲି ମୀରା ର ଚେହେରା ଥରୁଟିଏ ଦେଖିବା l ଦୟାକର ମୋ ଇଛା ପୂରଣ କରିଦିଅ l
ମନ ଭିତରେ ଠାକୁରଙ୍କୁ ଡାକି ସେ ଆସି ଡ୍ରାଇଭର ସିଟ ରେ ବସିଗଲା ଆଉ ଗାଡି ବଜାର ଆଡକୁ ମୁହାଁଇଲା l
କ୍ରିଷ୍ଣା - ମୀରା, ଗୋଟେ କଥା କହିବି?
ମୀରା - ହଁ କୁହ l
କ୍ରିଷ୍ଣା - ତୁମେ ମୁହଁରେ କପଡା କାହିଁକି ବାନ୍ଧିଛ? ସେଇଟା ଖୋଲୁନ l
ମୀରା - ନା ଖରା ବହୁତ ଅଛି ଆଉ ମୋତେ ଧୂଳି ରେ ଆଲର୍ଜି ଅଛି ସେଥିପାଇଁ ବାନ୍ଧିଛି l
କ୍ରିଷ୍ଣା - ଓଃ ହଉ ଠିକ ଅଛି l
ଦୁହେଁ ବଜାର ରେ ପହଂଚି ସାରିଥିଲେ l ସାଙ୍ଗ ହୋଇ ବଜାର ବୁଲିଲେ l ଆଉ ମୀରା ତାର ଦରକାର ବହିତକ କିଣିଲା l ଆଉ ସାଙ୍ଗ ହୋଉ ଦୁହେଁ ପୁଣି ଘରକୁ ଫେରିଲେ l ମୀରା ଗାଁ ପାଖାପାଖି ହେବାରୁ କହିଲା - ସାନ ବାବୁ ମୋତେ ଏଇଠି ଛାଡିଦିଅନ୍ତୁ ମୁଁ ଚାଲି ଚାଲି ପଳେଇବି l ତୁମକୁ ଆଉ ମୋତେ ଏକାଠି କିଏ ଦେଖିନେଲେ ଫାଲତୁ ଟାରେ ଗାଁ ଲୋକେ ନଅ କୁ ଛଅ ଲଗେଇକି କହିବା ଆରମ୍ଭ କରିଦେବେ l
କ୍ରିଷ୍ଣା ଗାଡି ଗୋଟେ କଡ଼କୁ ନେଇ ଷ୍ଟ୍ରାଟ ବନ୍ଦ କଲା l ଆଉ ମୀରା ଗାଡ଼ିରୁ ଓହ୍ଲାଇ ଗଲା ଆଉ thanks କହି ଯିବାକୁ ବାହାରିଲା l ସେ ଯିବାର ଦେଖି କ୍ରିଷ୍ଣା କହିବାକୁ ଲାଗିଲା - ମୀରା...
ମୀରା ବୁଲିକି ଚାହିଁଲା ଆଉ କହିଲା - ହଁ ସାନ ବାବୁ କିଛି କହୁଛନ୍ତି କି?
କ୍ରିଷ୍ଣା :- ଆରେ ଗାଁ ତ ହେଇଗଲାଣି ଏବେ ତ ମୁହଁରୁ କପଡାଟା କାଢ଼..
ମୀରା କ୍ରିଷ୍ଣା ର ମନ କଥା ବୁଝିପାରିଲା ଆଉ ଟିକେ ଏଣୁ ତେଣୁ କଣ ଭାବି ନିଜ ମୁହଁରେ ବନ୍ଧା ହୋଇଥିବା ସ୍କ୍ରାଫଟି କାଢିଲା....
କ୍ରମଶଃ....