ମାଟି ମାଆର ଦାୟାଦ
ମାଟି ମାଆର ଦାୟାଦ
ସେଦିନ ଓଡ଼ିଶାର ସାଂସ୍କୃତିକ ସାହିତ୍ୟ ସଭାରେ ପ୍ରସ୍ତାବଟିଏ ଗୃହୀତ, ପାରିତ ତଥା ସ୍ବୀକୃତି ପ୍ରାପ୍ତ ହେଲା, ଏହିକି ଯେ, ଓଡିଆ ସଂସ୍କୃତିର ପୁରାତନ ସଂସ୍କୃତି ସଂହତି ତଥା ଗୌରବ ପ୍ରତି ଆଜିକାର ନୂତନ ପିଢ଼ି ମାନେ ବିମୁଖତା ତଥା ଅନାଗ୍ରହ ଦେଖେଇବା କାରଣରୁ ଲୋକ କଳା ସହ ସାଂପ୍ରତିକ ଉଚ୍ଚ ପ୍ରତିଭାଶାଳୀ କଳା ଗୁଡ଼ିକ ଲୋକୋପ୍ରିୟତା ହରାଇବା ସହ ସେହି ଆଦର୍ଶମୟ ଲୋକକଳା ଆଜି ବିଲୁପ୍ତ ପ୍ରାୟ। ଯୁବପିଢୀଙ୍କ ନିମନ୍ତେ ସେହି କଳା ଗୁଡିକ ପାଇଁ ଆନ୍ତରିକତା ଭରିଦେଇ ପୁଣି ସେଗୁଡିକୁ ଉଜ୍ଜୀବିତ କାରିବାକୁ ଆନୁଷ୍ଠାନିକ ଭାବେ ଗୋଟେ ପାରମ୍ପାରିକ କଳା ସମୂହର ବିକାଶ କରିବାକୁ , ସେହିସବୁ କଳାରେ ଯିଏ ଉତ୍କୃଷ୍ଠ ସଫଳତା ପାଇବ ତାଙ୍କୁ ମାନଦଣ୍ଡ ସ୍ବରୂପ ସମ୍ବର୍ଦ୍ଧନା ପ୍ରଦାନ କରି ଆଗକୁ ବଢ଼ିବାକୁ ଉତ୍ସାହିତ କରିବାକୁ, ପ୍ରତିଯୋଗିତା ଟିଏ କରିବା ପାଇଁ ସର୍ବସମକ୍ଷରେ ପ୍ରସ୍ତାବ ଅନୁମୋଦିତ ହୋଇ ବିଜ୍ଞାପନ ପ୍ରକାଶ ପାଇଲା।
ବିଷୟ ବସ୍ତୁ ରୂପେ ପାଲା, ଦାସକାଠିଆ, ଘୋଡାନାଚ, ବାଡ଼ି ଖେଳ, ଦଣ୍ଡ ନାଚ ତଥା ଯାତ୍ରା କୁ ପ୍ରଥମ ସୀକୃତି ମିଳିଥିଲା । ପ୍ରତିଯୋଗିତା ଦିନ ଯେଉଁମାନେ ସବୁ ଉପରୋକ୍ତ ବିଷବସ୍ତୁରେ ଭାଗ ନେଲେ। ସବୁ ଦଳ ବିପକ୍ଷରେ ନିଶ୍ଚିନ୍ତ ଭାବରେ ଗିରିଜନ ବା ଆଦିବାସୀ ଯୁବକ ସାମିଲ ଥିଲେ। ଯେଉଁମାନେ ଯେଉଁ ପ୍ରତିଯୋଗିତା ସବୁ ପ୍ରଦର୍ଶିତ କରୁଥାନ୍ତି ବିଷୟ ବସ୍ତୁ ଅଲଗା ହେଲେବି , ବାର୍ତ୍ତାରେ ସାମଞ୍ଜସ୍ୟ ପରିଲିଖିତ ହେଉଥିଲା। ପୂର୍ବ ଅତୀତର ଐତିହ୍ୟ , ଗୌରବ, ସାହାସ, ଧର୍ଯ୍ୟ, ଶକ୍ତି, ଜ୍ଞାନ, ଆତ୍ମନିର୍ଭରଶୀଳତା, ସହନଶୀଳତା, ଧାର୍ମିକ ମନୋଭାବ, ନୈତିକତା, ସାମ୍ୟବାଦ , ଵୀରତ୍ଵ, ଓଡ଼ିଶାର ପରମ୍ପରା, ସଂସ୍କାର, ସଣ୍ଠଣା, ସହୃଦୟତା, ଆତ୍ମବଳିଦାନ, ସ୍ବାର୍ଥତ୍ୟାଗ, ଭାଇଚାରା, ସାମ୍ୟବାଦୀତା, ପର୍ବ, ମୂଲ୍ୟବୋଧ ଆଦି ଗୁଣ ଧର୍ମ ର ପରିସ୍ଫୁଟନ ମଧ୍ୟରେ, ଶୈଳୀ, ଭାବ, ଲୟ , ଛନ୍ଦ, କଥନ, ମର୍ଯ୍ୟାଦା ଓ କର୍ମ ଗୁଣ ଆଧାରରେ ଜୁରୀମାନେ ଯେଉଁ ସବୁ ଦଳକୁ ସର୍ବାଧିକ ନମ୍ବର ଦେଇ ଜୟଯୁକ୍ତ ହେବା ଘୋଷଣା କରିଥିଲେ, ଆଶ୍ଚର୍ଯ୍ୟ କଥା ସେମାନେ ସମସ୍ତେ ଥିଲେ ଜନଜାତି ଆଦିବାସୀ ଶ୍ରେଣୀ, ପ୍ରାୟ ଓଡ଼ିଶାର କେ ବି କେ ଜିଲ୍ଲାର।
ସେମାନଙ୍କ ଏପରି ସଫଳତାର ରହସ୍ୟ କଣ ବୋଲି ପଚରା ଯାଇଥିଲା, ତ ସବୁ ଦଳର ଗୁରୁ ଥିଲେ ଜଣେ ଜଣେ ବା ତତୋଧିକ। ଗୁରୁ ମାନଙ୍କୁ ଷ୍ଟେଜ କୁ ଡକା ଗଲା, ସେମାନଙ୍କୁ ତାଙ୍କ ସଫଳତା ବିଷୟରେ ପଚରା ଗଲା ତ ସେମାନଙ୍କ ଉତ୍ତର ଥିଲା, ତାଙ୍କ ରାଜ୍ୟର ଅବକ୍ଷୟ ଅର୍ଥାତ ପାଶ୍ଚାତ୍ୟାଭିମୁଖି ସନ୍ଦର୍ସନ ତାଙ୍କୁ ଅତୀତ ଗୌରବର କଳା ସଂସ୍କୃତି ଓ ପରମ୍ପରାକୁ ବିନମ୍ରତାର ସହ ସେମାନେ ତାଙ୍କ ଶିଷ୍ୟ ମାନଙ୍କୁ ଶିକ୍ଷା ଦେଉଛନ୍ତି, ଯାହାକୁ ତାଙ୍କ ପିଲାମାନ ସ୍ଵଇଛା, ଧୀ ଶକ୍ତି ଓ ମେଧା ଆକାରରେ ଅନୁସରଣ କରି ଆଜି ଓଡିଶା ମାଟି ମାଆ କୁ ଧନ୍ୟ କରିବା ସହ ଏହିସବୁ ବିଭିନ୍ନ କଳାରେ ମାଟି ମାଆ କୁ ଅଳଙ୍କୃତ ମଧ୍ୟ କରିଛନ୍ତି।
ସମସ୍ତେ ଚମତ୍କୃତ। ପିଲାମାନଙ୍କୁ ଅର୍ଥାତ ପାର୍ଥିମାନଙ୍କୁ କିଛି କହିବାର ଅଛିକି ପଚାରିବାରୁ, ସେମାନେ ପ୍ରତ୍ୟେକ ପ୍ରତ୍ୟକଙ୍କ ଗୁରୁମାନଙ୍କର ପଦ ବନ୍ଦନା କରି ନିଜକୁ ମିଳିଥିବା, ସମ୍ବର୍ଦ୍ଧନା, ଉତ୍ତରୀୟ ଓ ସମ୍ମାନ, ଗୁରୁଙ୍କ ପାଦପଦ୍ମ ତଳେ ସମର୍ପଣ କରୁଥିଲେ, ତ ଘନ ଘନ କରତାଲିରେ ଫାଟି ପଡୁଥିଲା ରଙ୍ଗ ଭରା ଷ୍ଟେଜ।
