STORYMIRROR

Sunanda Mohanty

Action Thriller Others

3  

Sunanda Mohanty

Action Thriller Others

ମାଦଳ ବାଜା ତାଳେ

ମାଦଳ ବାଜା ତାଳେ

3 mins
15


   ସିକୁ ଏ ଘରକୁ ଆସିଥିଲେ ତାଙ୍କ ବର୍ଷକର ପୁଅକୁ ଧରି, ବଜାର ଯାଗାରେ ରହିଲେ ହସ୍ପିଟାଲ, ସ୍କୁଲ,କଲେଜ, ସଙ୍ଗୀତ ମହାବିଦ୍ୟାଳୟ, ମନ୍ଦିର ଇତ୍ୟାଦି ପାଖ ହେବ ଫଳରେ ତାଙ୍କର ଦୁଇ ଶାଶୁଙ୍କୁ ହସ୍ପିଟାଲ ନେବା ଆଣିବା ସୁବିଧା ହେବ. ତାଙ୍କ ଶାଶୁ ଓ ଖୁଡି ଶାଶୁ ଦୁଇ ଶାଶୁ ଏଇଥିପାଇଁ କି, ଖୁଡିଙ୍କର ପୁଅ ହୋଇଥାନ୍ତି ସିକୁଙ୍କ ସ୍ୱାମୀ ସରୋଜ.ସେ ଦୁଇଜଣ ଯେବେ ଆସନ୍ତି, ଉପଯୁକ୍ତ ପଡ଼ୋଶୀ ପାଆନ୍ତି ନାହିଁ, ଟିକେ ଗପସପ ବା ଦୁଃଖ ସୁଖ ହେବାପାଇଁ କାରଣ ସମସ୍ତଙ୍କର ସ୍ଵାମୀ ସ୍ତ୍ରୀ ଦୁହେଁ ଚାକିରିଆ ହୋଇଥିବାରୁ, ସେମାନଙ୍କ ଦୁଆର ତାଲା ପଡିଥାଏ ଦଶଟାରୁ ଚାରିଟା. ସେମାନେ ଫେରିଲା ପରେ କେବେ ବିଜୁଳି ଆଲୁଅ ଥାଏ ତ କେବେ ନଥାଏ. ସିକୁଙ୍କରଆଗରୁ ପୁଅଟିଏ ଥାଏ.ଏ ଭିତରେ ଝିଅଟିଏ ଜନ୍ମ ହେଲା ଆଉ ତା ସହିତ ଗୋଟେ ନୂଆ ପରିବାର ଛଅ କି ସାତ ଘର ଛାଡ଼ି ,ଖାଲିପଡ଼ିଥିବା ପଡ଼ିଆଟିକୁ କିଣି ଘରକରି ସ୍ଥାୟୀ ବାସିନ୍ଦା ହେଲେ.ତାଙ୍କ ବଡ଼ପୁଅ ସନ୍ୟାସୀ ହୋଇଯାଇଥାଏ.ଦ୍ୱିତୀୟ ପୁଅ ବୋହୁ ପୁରୀରେ ରହୁଥାନ୍ତି.ଦୁଇ ବିବାହ ଯୋଗ୍ୟା ଝିଅ ଓ ସାନପୁଅକୁ ନେଇ ବୁଢ଼ା ବୁଢ଼ୀ ରହନ୍ତି ଏଠାରେ.ସିକୁଙ୍କ ଶାଶୁ ଦୁହିଁଙ୍କୁ ଉତ୍ତମ ପଡ଼ୋଶୀ ମିଳେ.ସେମାନେ ମଧ୍ଯ ଦୂର ସମ୍ପର୍କୀୟ ହିସାବ କରି ବନ୍ଧୁ ବୋଲାନ୍ତି ତ ଘନିଷ୍ଠତା ବଢେ. କାଳ କ୍ରମେ ସେମାନଙ୍କ ଦୁଇ ଝିଅ ବାହାହୁଅନ୍ତି, ସାନପୁଅ ଚାକିରୀ ପାଇ ବାହା ହୋଇ, ସରକାରୀ କ୍ୱାଟର ପାଇ ଚାଲିଯାଏ.ସିକୁଙ୍କ ଦୁଇ ଶାଶୁ ମଧ୍ଯ ସ୍ଵର୍ଗାରୋହଣ କରନ୍ତି. ଆଉ ସେହି ପରିବାରର ବୁଢ଼ା ବୁଢ଼ୀ ଦୁହେଁ ଘରେ ହିଁ ରହିଥାନ୍ତି. କେବେ କେବେ ସିକୁ ତାଙ୍କ ଘରକୁ ଯାଆନ୍ତି ତ ଦେଖନ୍ତି ବୟସ ତାଙ୍କ ପାଖରେ ହାର ମାନିଛି.ନଡ଼ିଆ କଟା ହୋଇ ଶୁଖୁଥିବ, ନଡ଼ିଆ ତେଲ ହେବା ପାଇଁ.ବଡି ପାମ୍ପଡ ଇତ୍ୟାଦି ଖରା ଦେଉଥିବେ ବୁଢ଼ୀ ତ ଭାରି ଖୁସି ଲାଗେ. ପୋଷା କୁକୁର ବନ୍ଧା ସ୍ଥାନ ଅତୀବ ପରିଷ୍କାର ପରିଚ୍ଛନ୍ନ ଥିବ.ବିଲେଇଟିଏ ମଧ୍ଯ ଥାଏ ତାଙ୍କର.ସେମାନଙ୍କୁ ଦେଖିବାକୁ ସିକୁଙ୍କ ପୁଅ ଝିଅ ତାଙ୍କ ସହ ଅନେକ ଥର ତାଙ୍କ ଘରକୁ ଯାଆନ୍ତି.ଏ ଭିତରେ ସେମାନଙ୍କ ଝିଅ ବାହାଘର ନିମନ୍ତ୍ରଣ କାର୍ଡ ନେଇ ତାଙ୍କ ଘରକୁ ଯାଆନ୍ତି ସିକୁ ତ ଠିକ୍ ପୂର୍ବପରି ସବୁ ଯଥା ସ୍ଥାନରେ ଯଥା ଜିନିଷ ପରିଷ୍କାର ପରିଚ୍ଛନ୍ନ ହୋଇ ଥାଏ.ଠିକ ପୂର୍ବଭଳି ନଡ଼ିଆ ତେଲମରା, ନଡିଆ କୋରା, ବଡି ପାମ୍ପଡ଼ କରିବା ଛାଡି ନଥାନ୍ତି ବୁଢ଼ୀ. ଆଉ ନିଜ ତଦାରଖରେ ମୁଲିଆ,ମଜୁରିଆ, ମିସ୍ତ୍ରୀଙ୍କ ସହ ନିଜେ ସାମିଲ ହୋଇ ତିନି ମହଲା ପରେ ପୁଣି ବୁଢ଼ାଙ୍କ ଘରତୋଳା କାମ ଚାଲିଥାଏ .ଘରତୋଳା କାମ ଚାଲିବା ଦ୍ଵାରା ଘର ଅସନା ନାହିଁ କି କାମବାଲୀ ରଖି ନାହାଁନ୍ତି.ସୁନ୍ଦର ଭାବେ ସବୁ ଗୋଡି ବାଲି, ଇଟା ରଖାଯାଇଛି. ଏସବୁ ଦେଖି ବଳ ଆସିଗଲା ଆମ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର, ମନ ଓ ହୃଦୟରେ. ଅବସର ବୟସ ଆସିବାକୁ ଢେର୍ ବାକି ଥିବା ବେଳେ ଆମେ ଭାଙ୍ଗି ପଡୁଛୁ.କେମିତି ଝିଅ ବାହାଘର, ନେଇଆଣି, ବୁଝିବାଝି, ଶୃଙ୍ଖଳିତ ଭାବେ କରିବୁ ବୋଲି ଘାରି ହେଉଛୁ ତ ସେହି ମଉସା ମାଉସୀ, ସେମାନଙ୍କୁ ଦେଖି ଓ ତାଙ୍କ କଥା ଶୁଣି ଠିକ୍ ବୁଝି ହୋଇଗଲା, ହାରିବାର ବୟସ ଗୋଟେ କଣ? ମନ ଦୃଢ଼ କଲେ...କିବା ଅସାଧ୍ୟ ଏ ମହୀ ତଳେ. ପୁଣି ସେ ଦୁହେଁ ବୁଝାନ୍ତି ଜୀଵନ ମଧ୍ୟ ଏକ ବିଜୁଳି ଆଲୋକ ଭଳି କେବେ ଜୀବନରେ ପୂର୍ଣ୍ଣମୀ ନେଇ ଆସିବ ତ କେବେ ଅନ୍ଧାର ନେଇ ଅମାବାସ୍ୟା କିନ୍ତୁ ଅନ୍ଧାରରେ ଥରେ ଦୀପ ତେଜି ପାରିଲେ ବିଜୁଳି ଆଲୋକ ଆସିବା ଯାଏଁ ଡର ନଥିବ. ସେ ଦୁହିଁଙ୍କ କଥାରୁ ପ୍ରେରଣା ମିଳେ. ସିକୁ ଓ ସରୋଜ ନିଜେ ନିଜେ ନିଜ ଘରକାମ କରନ୍ତି. ନଡ଼ିଆ ତେଲ ମାରନ୍ତି, ଆଚାର ବଡି ପାମ୍ପଡ଼ କରିବା ସହ ନିଜ ପରିବେଶ ସଫା ରଖନ୍ତି.

   ପୁଅ ବୋହୁ ସେଦିନ ଘରକୁ ଆସିଥାଆନ୍ତି. ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରତି ତିନି ବର୍ଷରେ ବଦଳି ଥାଏ ତ ଏଥର କୋରାପୁଟ ଯିବେ ଦୁହେଁ ତେଣୁ ବିଜୁଳି ଆଲୋକ ଥାଉ ନଥାଉ ପ୍ୟାକିଙ୍ଗ ଚାଲିଥାଏ. ସବୁ ଜିନିଷ ସଜାଡି ସାରିବା ପରେ ସିକୁ ବୋହୁକୁ କହିଲେ କିଛି ଛାଡିନୁ ତ ବୋହୁ?ମନେପକାଇ ସବୁ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ନନେଲେ ସାଙ୍ଗରେ ଛୋଟ ଛୁଆ ହଇରାଣ ହେବ. ତ ବୋହୁ କହୁଥିଲା ମାଆ ତାଳପତ୍ର ବିଞ୍ଚଣା ଦୁଇଟି ହେଲେ ଭଲ ହୁଅନ୍ତା. ତ ସେଥିରୁ ଦୁଇଟି ଦେଇ ଅନ୍ୟାନ୍ୟ ଜିନିଷ ପତ୍ର ସହ ହୀରାଖଣ୍ଡ ଏକ୍ସପ୍ରେସରେ ଛାଡ଼ିଦେଇ ଘରକୁ ଫେରିଲେ ସିକୁ ଓ ସରୋଜ. ଗରମ ଦିନ. ବିଜୁଳି ଆଲୋକ ବାରମ୍ବାର କଟୁଥିଲେ ଟିକି ନାତି ହଇରାଣ ହେଉଥିବ କାଳେ ଭାବିଲା ବେଳକୁ ବୋହୁ ଫୋନ କରି କହୁଥିଲା ନାହିଁ ମାଆ ବ୍ୟସ୍ତ ହେବେନି. ଏଠାରେ ଯେଉଁ ପ୍ରାକୃତିକ ପରିବେଶ ଭୂସ୍ବର୍ଗ ଭଳି ଲାଗୁଛି.ଏମିତିକି ବିଜୁଳି ଆଲୋକ ନଥିଲେ ମଧ୍ୟ ବିଞ୍ଚଣାର ଆବଶ୍ୟକତା ପଡୁନି. ଦେହରୁ ଝାଳ ବାହାରିବା ଆମେ ଏଠି ଜାଣୁନୁ. ଆପଣ ମଧ୍ୟ ଏଠାକୁ ଚାଲିଆସନ୍ତୁ. ଏଠିକା ଜନଜାତି ଅଧିବାସୀମାନେ ଖୁବ ନିରୀହ ଓ ପରିଶ୍ରମୀ. ଖାଲି ସେତିକି ନୁହେଁ ଉପକାରୀ ମଧ୍ୟ. ତେଣୁ ପୁଅକୁ ପଡୋଶୀମାନଙ୍କ ପାଖେ ଛାଡି ଆମେ ଦୁହେଁ ନିର୍ଦୋନ୍ଦରେ ଅଫିସ ଯାଉଛୁ. ଏବର୍ଷ ସାବିତ୍ରୀ ଅମାବାସ୍ୟା ଦିନ ଶୀଳ ଶିଳପୁଆ ପୂଜା ପାଇଁ ଅନେକ କାଇଁଚ, କଉଡ଼ି, ରୁଦ୍ରାକ୍ଷ ଓ ଅନ୍ୟାନ୍ୟ ବନଜାତ ପଦାର୍ଥ ସହ ମାଣ୍ଡିଆ ଦେଇଛନ୍ତି ସେହି ସରଳିଆ ପଡୋଶୀମାନେ. ଆପଣ ଦୁହେଁ ଆସିଲା ବେଳେ ସମସ୍ତଙ୍କ ପାଇଁ ଆମ ସେପଟ ସୂତା ଶାଢ଼ୀ ଓ ଗାମୁଛା ଆଣିଥିବେ. ଦେଖିବେ ବିଶେଷ ଉତ୍ସବ ମାନଙ୍କରେ ସେମାନଙ୍କ ମାଦଳ ତାଳେ ତାଳେ ଘୁମୁରା ନାଚ. ସିକୁ ଓ ସରୋଜ ବାହାରୁଥିଲେ କୋରାପୁଟ ।



Rate this content
Log in

Similar oriya story from Action