ମାଆ
ମାଆ
ମାଆ ଯୁଗେ ଯୁଗେ ବନ୍ଦନୀୟା, ମାଆର ତ୍ୟାଗ, କର୍ତ୍ତବ୍ୟ, ସହିଷ୍ଣୁତା ସ୍ୱର୍ଗ ର ପାରିଜାତ ଠୁ ବି ଅଧିକା, ମାଆ ର ପଣତ ଶ୍ରୀମନ୍ଦିର ନେତ ସହ ତୁଳନା କରାଯିବା ସମୟରେ, ଗୁରୁଦିବସ ପାଳନ ର ତାତ୍ପର୍ଯ୍ୟ ଭିତରେ ରାଧାକ୍ରୀଷ୍ଣନ ଙ୍କ ତ୍ୟାଗ ଆଖିରେ ପଡେ, ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମ ଦିବସ ଗୁରୁଙ୍କ ସମ୍ମାନାର୍ଥେ ଅର୍ପଣ କରିବାର, ବହୁତ ଅଭିସନ୍ଧି ଭିତରୁ, ଗୁରୁ ଜ୍ଞାନର ଆଲୋକ ଦେଖାଇବା ସହ ପରିବାର ରେ ପିତା ମାତା ଙ୍କ ତ୍ୟାଗ ମଧ୍ୟ ଦର୍ଶାଇ ଥାନ୍ତି ସୁନ୍ଦର ସୁନ୍ଦର ଉପାଖ୍ୟାନର ଅବତାରଣା କରି ଫଳରେ ପରବର୍ତ୍ତୀ ପିଢ଼ି ଭବିଷ୍ୟତ ରେ ପିତାମାତା ଙ୍କୁ ଅଣହେଳା କରିବା ପରିବର୍ତ୍ତେ ତାଙ୍କ ସେବା କରିବାକୁ କୁଣ୍ଠିତ ହେବ ନାହିଁ, ଗୁରୁ ଦିବସରେ ରାଧାକ୍ରୀଷ୍ଣନ ଙ୍କ ପିତା ମାତା, ଜନ୍ମ, ଶିକ୍ଷା, କର୍ମ, ଜୀବନର ମୂଲ୍ୟବୋଧ ଭିତରେ ତାଙ୍କ ମାତା ଯେ ନିଶ୍ଚୟ ଜାଣେ ମହିୟସୀ ନାରୀ ଏଥିରେ ସମସ୍ତେ ଏକମତ ହେବେ ନିଶ୍ଚୟ, ଯେତେ ମହାପୁରୁଷଙ୍କ ଜୀବନଶୈଳୀ ପର୍ଯ୍ୟାଲୋଚନା କରିବା ସେମାନଙ୍କ ପିତା ଓ ମାତା ଙ୍କ ପ୍ରଭାବ ନିଶ୍ଚୟ ପରିପୃଷ୍ଠକତା ଯୋଗାଇଥାଏ ମଣିଷ ପରି ମଣିଷ ଟିଏ ହେବାକୁ, ସେଦିନ ଗାନ୍ଧିଜୀ ବାପାଙ୍କ ପାକେଟ ରୁ ପଇସା ଚୋରୀ କରିଥିଲେ ସତ, କିନ୍ତୁ ବାପାଙ୍କ କୌଶଳପୂର୍ଣ୍ଣ ପ୍ରଶ୍ନ ରେ ମାନିଯାଇଥିଲେ ଦୋଷ ଓ ପରବର୍ତ୍ତୀ ସମୟରେ ଦୋଷ କରିବା, ମିଛ କହିବା ଭଳି ଅପରାଧ ରୁ ନିବୃତ୍ତ ରହି ଜାତିର ପିତା ହୋଇଗଲେ l
ସେଦିନ ଏଇ ସବୁ ମହାପୁରୁଷ ମାନଙ୍କ ଜୀବନ ଦର୍ଶନ ବଖାଣୁ ଥାଏ ତ ମହାତ୍ମା ନେଲସନ ମଣ୍ଡେଲାଙ୍କ ଏକଶତତମ ଶ୍ରାଦ୍ଧ ଦିବସରେ, ଦକ୍ଷିଣ ଆଫ୍ରିକାରେ ଲୋକସମୁଦାୟ ତାଙ୍କ କର୍ତ୍ତବ୍ୟ କର୍ମ ଗୁଣାବଳୀ ର ସ୍ମୃତି ଚାରଣ କରି ତାଙ୍କୁ ମନେପକାଉଥିବା ବେଳେ, ସ୍ୱର୍ଗ ରେ ବି ଚାଲିଥାଏ ସଭାଟିଏ, ଯେଉଁଠି ମଣ୍ଡେଲା ଙ୍କ ମାତା ଡ଼କାଇଥିଲେ ଅଧିବେଶନ ଟିଏ, ପୁତ୍ର ର ଗୁଣଗାନ କରିବାକୁ, ଆଉ ଆମନ୍ତ୍ରିତ କରିଥିଲେ କସ୍ତୁରବା,ଗାନ୍ଧୀ, ଗୋପବନ୍ଧୁ, ଗୋପବନ୍ଧୁଙ୍କ ପୁତ୍ର, ମଣ୍ଡେଲା, ମଣ୍ଡେଲାଙ୍କ ପୁତ୍ର ଇତ୍ୟାଦିଙ୍କୁ, ଆଉ ମହାତ୍ମା ମଣ୍ଡେଲା, ମହାତ୍ମା ଗାନ୍ଧୀ, ଓଡିଶା ଗାନ୍ଧୀ ଗୋପବନ୍ଧୁଙ୍କ ଅନୁପସ୍ଥିତିରେ, ସଭାରେ କସ୍ତୁରବା, ଗୋପବନ୍ଧୁଙ୍କ ପୁଅ ଓ ମଣ୍ଡେଲାଙ୍କ ପୁଅ ଅଭିଭାଷଣ ରଖିଥିଲେ l
ଅଭିଭାଷଣ ରେ ସେମାନେ ବିଷୋଦ୍ଗାର ବର୍ଷଣ ହିଁ କରୁଥିଲେ, କସ୍ତୁରବା ବି ବାଦ ପଡିନଥିଲେ, କହୁଥିଲେ, ମୋ ନାରୀତ୍ୱ ର ଅବହେଳା କରି ମହାତ୍ମା ଆଖ୍ୟା ପାଇ ମତେ ପାଷାଣୀ ହେବାକୁ ପଡିଛି, ସହଧର୍ମିଣୀ, ସହକର୍ମୀଣି ହୋଇ ମୁଁ ପାଇଛି କଣ???, ସେହିପରି ମଣ୍ଡେଲାଙ୍କ ପୁଅ ମଧ୍ୟ ପିତାଙ୍କ ବର୍ଣ୍ଣବିଦ୍ୱେଷୀ ନୀତି ଯୋଗୁଁ ଜେଲ ଯିବା ଫଳରେ ପରିବାର କି ଅକଥନୀୟ ଦୁର୍ଦଶା ର ସମ୍ମୁଖୀନ ହୋଇଛି, ଏବଂ ନିଜ ଜୀବନ କୁ ବାଜି ଲଗେଇ ସେ ପାଇଛନ୍ତି କଣ ଆଉ ପରିବାର ତଥା ମତେ ଦେଇଛନ୍ତି କଣ କହି କଳା ଲୋକମାନଙ୍କ ପାଇଁ ସାମଞ୍ଜସ୍ୟତା ଆଣିବାକୁ ଯାଇ, ପିତା ଙ୍କ କର୍ତ୍ତବ୍ୟ ଭୁଲି ଯାଇଛନ୍ତି l
ତାଙ୍କ ବକ୍ତବ୍ୟ ପରେ ଗୋପବନ୍ଧୁ ଙ୍କ ପୁଅ ମଧ୍ୟ ପିତାଙ୍କ ବିରୁଦ୍ଧରେ କହିବାକୁ ପଛେଇ ନାହାଁନ୍ତି କି ଗୋଟିଏ ପୁଅ କୁ ଜୀବନ ଦାନ ଦେଇ ନପାରି ସହଶ୍ର ପୁତ୍ର କନ୍ୟାଙ୍କ ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ସେ ସାମାଜିକ ସଂସ୍କୃତି ପରମ୍ପରା ର କୁଠାରଘାତ କରିନାହାନ୍ତିକି?, ମତେ ବଞ୍ଚାଇ ରଖି ପରିବାର ର ମେରୁଦଣ୍ଡ ସବଳ କରି ପିତୃଶ୍ରାଦ୍ଧ ପାଇବାକୁ ବି ବାଟ ରଖିନାହାଁନ୍ତି, ପରବର୍ତ୍ତୀ ପିଢିକି ନୀତି ଆଦର୍ଶ ଶିଖାଇବା ବେଳେ ନିଜ ଦାୟାଦ କୁ ସମ୍ପୂର୍ଣ୍ଣ ଭୁଲିଯାଇନାହାନ୍ତିକି??
ସହି ପାରିଲେନି ସଭାପତି ମହୋଦୟା ଆସନ ଅଳଙ୍କୃତ କରିଥିବା ମହାତ୍ମା ମଣ୍ଡେଲା ଙ୍କ ମାଆ, କହିଉଠିଲେ, ଚୁପ କର, ଚୁପ କର, ନିଜ ସ୍ୱାର୍ଥ ପରିହାର କରି ସମୂହ ସ୍ୱାର୍ଥ ଦେଖୁଥିବା ପୁତ୍ରଗଣ ମୋର ପ୍ରକୃତ ଅମୃତ ସନ୍ତାନ, କର୍ମ ତାଙ୍କର କାଳଜୟୀ, ଆଶା ତାଙ୍କର ଉଦବୋଧନା ହୋଇ ଆଜିବି ଜାଗ୍ରତ କରେ ପରପିଢ଼ିଙ୍କୁ, ସେମାନେ ମରି ବି ଅମର l
ଭାଙ୍ଗିଯାଇଥିଲା ମୋ ସ୍ବପ୍ନ ଅଧାରୁ, ମୁଁ ଗୁରୁଦିବସ ଉପଲକ୍ଷେ ପ୍ରସ୍ତୁତ ହେଉଥିଲି ସ୍କୁଲ ଯିବାକୁ ହେବ l
