STORYMIRROR

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ମାଆ

ମାଆ

2 mins
168


ସବୁ ରବିବାର ସେ ଭିକାରୁଣୀ ବୁଢ଼ୀ କାହିଁକି ଆମ ଘରକୁ ଆସେ ମାଆ, ଆଉ କାହିଁକି ତୁମେ ତାକୁ ଏତେସବୁ ଖାଇବା ଜିନିଷ, ଲୁଗାପଟା ଦିଅ ମାଆ?? ଉତ୍ତରରେ କାକଳୀ ପଟ୍ଟନାୟକ ସ୍ତବ୍ଧ, ଚକିତ ଓ ରୋମାଂଚିତ, ଚାହିଁଲେ ସ୍ୱାମୀଙ୍କୁ, ନିର୍ଲିପ୍ତ ହସ ଭିତରେ ତାଙ୍କର କେତେ ଯେ ଅକୁହା କଥା କାକଳୀଙ୍କ ହୃଦୟରେ ଲେଖିହେଇଯାଉଥିଲା, ସେକଥା ପୁଅକୁ କହି ହେଉନଥିଲା, କିନ୍ତୁ ପୁଅ ଯେବେ ଏ ବୁଢ଼ୀ ପ୍ରତି ରବିବାର ତୋର କଣ ଆମ ଘରକୁ ହିଁ ଆସିବାର ଥାଏ, ଆଉ ଆସୁ ତ ଆସୁ ମାଆ ତତେ ଏତେ ସବୁ ଜିନିଷ ଦେବା ପରେ ବି ତୁ ମୋ ହାତରେ ସେସବୁ ନେବାକୁ ଜିଦ କାହିଁ କରୁ??, ବୁଢୀଟି କଣ ବୁଝିଲା, କଣ ଭାବିଲା କେଜାଣି କଚାଡି ହୋଇ ପଡିଗଲା, ତ ଦଉଡି ଗଲେ କାକଳୀ, ପଛେ ପଛେ ସ୍ୱାମୀ ଆଶୁତୋଷ l


   ହସ୍ପିଟାଲ ରେ ଭିକାରୁଣୀ ବୁଢ଼ୀର ରକ୍ତ ଦରକାର ହେଲାତ, ନା କାକଳୀ ର ନା ଆଶୁତୋଷ ଙ୍କର ବରଂ ବହୁକଷ୍ଟ ରେ ରାଜି ହୋଇଥିବା ପୁଅର ରକ୍ତ ହିଁ ମିଶିଗଲା, କିନ୍ତୁ ବୁଢ଼ୀ ସୁସ୍ଥ ହେବା ପରିବର୍ତ୍ତେ ଚାଲିଗଲା ଆର ପାରିକୁ, ତାର ସମସ୍ତ ଶୁଦ୍ଧି କ୍ରିୟା କର୍ମ ପୁଅ ସୁମିତ କୁ କରିବାକୁ ବାଧ୍ୟ କଲେ ବାପା ମାଆ ତ ସୁମିତ ଆଶ୍ଚର୍ଯ୍ୟ ଚକିତ, ହେଲେ ସେ ଯେବେ ସେଇ ଭିକାରୁଣୀ ର ପୁଅ ବୋଲି ଜାଣିବାକୁ ପାଇଲା, କାକଳୀ ମାଆ ହେବାର ସୌଭାଗ୍ୟ ରୁ ବଂଚିତ ହୋଇ କୋଳେଇ ନେଇଥିଲେ ଭିକ ମାଗି ତିନି ଚାରୋଟି ପିଲାର ମାଆ ହୋଇ ଅଭାବ ଅସୁବିଧା ଭିତରେ ଠିକ ଠାକ ଲାଳନ ପାଳନ କରିପାରୁନଥିବା ଭିକାରୁଣୀ ର ଏହି ଶେଷ ସନ୍ତାନଟିକୁ l


  ସବୁ ଜାଣି ସାରିବା ପରେ ପୁଅ ଖୋଜୁଥିଲା ଅନ୍ୟ ଭାଇଭଉଣୀ ଙ୍କ ପରିଚୟ ସହ ଅବସ୍ଥିତି ହେଲେ ଅସମ୍ଭବ ଥିଲା ତାହା କାରଣ ସେମାନେ ହୁଏତ ଏ ଦୁନିଆଁ ରେ ଥିବେ କି ନାହିଁ ଜଣାନଥିଲା, ତ କାନ୍ଦୁଥିବା ପୁଅର ଆଖିକୁ କାକଳୀ ପଣତରେ ପୋଛି ଦେଲା ବେଳେ, ପୁଅ ସୁମିତ ମାଆ କାକଳୀ ଙ୍କୁ ଜାବୁଡି ଧରି, ମୁଁ ତୁମରି ପୁଅ ମାଆ, ମୁଁ କେବଳ ତୁମରି ପୁଅ, ହଁ ବାବା ତୁ କେବଳ ଆମରି ପୁଅ, ଆଉ ସୁମିତ କୁ ଚକିତ କରି ତା ଭାଇ ଭଉଣୀଙ୍କୁ ଖୋଜି ଆଣିଦେଇଥିଲେ କାକଳୀ ଓ ଆଶୁତୋଷ, ସମସ୍ତେ ଗୋଟିଏ ପରିବାର ହୋଇ ରହିବାପାଇଁ, ଆଉ ସୁମିତ ବୁଝିସାରିଥିଲା, ମାଆ ର ତ୍ୟାଗ, ସହାନୁଭୂତି ଓ ଶହନଶୀଳତରେ କି ଚରମ ଆତ୍ମତୃପ୍ତି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action