ମାଆ ପୁଅ
ମାଆ ପୁଅ
ବୋଉ ପ୍ରଥମ ଥର ତା ଘରକୁ ଆସିଥିଲା, ତେଣୁ କଣ ଆଣିଛି ବୋଲି ପୁଅ ଯେବେ ସବୁ ଜିନିଷ ପତ୍ର ଅଟୋ ରୁ ତଳକୁ ରଖି ପୁଣି ତିନି ତାଲା ଉପର କୁ ନେଲା ଖୁସି ଯେତିକି ହେଲା ବିରକ୍ତ ବି ସେତିକି, ଖୁସି ଥିଲା ଏଇଥି ପାଇଁ ଯେ ବୋଉ ତାଙ୍କ ଗାଁ ରୁ ତାଙ୍କ ବାଡ଼ିର ଆମ୍ବ ଗଛରୁ ତା ପାଇଁ ସବୁ ଆମ୍ବ ନେଇ ଆସିଥିଲା, ଯାହାକୁ ସେ ସ୍ବପ୍ନ ଦେଖୁଥିଲା ଆଉ ନବ ବିବାହିତା ପତ୍ନୀ ଆଗରେ ତାଙ୍କ ଗ୍ରାମ ରେ ନିଜ ଘର ବାଡ଼ିପଟ ଆମ୍ବଗଛରେ ଫଳିଥିବା ଆମ୍ଭର ସ୍ୱାଦ ସହିତ ଏହି ସହରରେ ମିଳୁଥିବା ଆଖୁରସ ଆମ୍ବ ବି ଫିକା ପଡ଼ିଯିବ କହୁଥିଲା , ତ ବୋଉ ତା ପାଇଁ ଏତେ ସବୁ ଆମ୍ବ ନେଇ ଆସିଛି ବସ୍ତା ତ ଓଜନ ହେବ ହେଲେ ଦ୍ୱିତୀୟ ବସ୍ତା ଟି ବି ଓଜନିଆ ଦେଖି ବୋଉ କଣ ଆଣିଛି ଦେଖିଲା ବେଳକୁ ମାଟି, ତ ବିରକ୍ତ ପ୍ରକାଶ କଲା ପୁଅ, ଏତେ କଷ୍ଟ କରି ମାଟି ଆଣିଛୁ କାହିଁକ? ମୁଁ ପୁଣି ତାକୁ ତିନି ତାଲା ଉପରକୁ ଏତେ କଷ୍ଟ ରେ ଆଣିଲି କାହିଁକି କହି ପୁଅ ବୋଉ ଆସିଥିବା ଖୁସି କୁ ସାଉଁଟୁ ଥିଲା କେବେ ତା ପଣତରେ ଶୋଇପଡି ତ କେବେ ତା ପାଇଁ କଣ ସବୁ ଆଣିବାର ଉନ୍ମାଦନା ଭିତରେ ଯାଉଥିଲା ବଜାର, ବୋଉ ବାରଣ କରୁଥିଲା ଆରେ ଏଵେ କ'ଣ ଏସବୁ ଖାଦ୍ୟ ମୋର ହଜମ ହେଉଛି ଯେ ତୁ ଏତେ କଥା ଆଣୁଛୁ ମୋ ପାଇଁ, ପୁଅ ହସିଦେଇ କୄତ୍ୟୁ କୄତ୍ୟୁ ହେଇଯାଉଥିଲା, କେତେ ଥର ଯେ ତିନି ତାଲା ଟପି ବଜାର ଯାଇ କଣ ସବୁ ଆଣୁଥିଲା ତାର ହିସାବ ନଥିଲା l
ସକାଳୁ ପୁଅ ବୋହୂ କେତେ ରକମ ଖାଇବା କରି ବୋଉ କୁ ଖୋଜିଲା ବେଳକୁ ବୋଉ ନଥିଲା, ବ୍ୟସ୍ତ ହୋଇ ଖୋଜୁ ଖୋଜୁ ବୋଉ ତ ପୁରା ଛାତ ଉପରେ ମିଳିଲା, ହେଲେ ଏ କଣ ବୋଉ କୁଡ଼ିଆ ମାନଙ୍କରେ ଆଣିଥିବା ମାଟି ରଖି, ସେଇ ମାଟି ଭିତରେ ଆଣିଥିବା ତୁଳସୀ ଗଛ ସବୁ ଲଗେଇ ଧାଡ଼ିକି ଧାଡି କରି ରଖି ପାଣିଦେଇ କହୁଥିଲା, ମାଧବ ପରା କହୁଥିଲା ସହରରେ ଏଵେ ଅମ୍ଳଜାନ ର ଘୋର ଅଭାବ, ସେଇଥିପାଇଁ ମୁଁ ଏ ତୁଳସୀ ଗଛ ସବୁ ଆଣିଛି, ଦେଖିବୁ ରହ, ଆଉ ଅମ୍ଳଜାନ ର ଅଭାବ ହେବନାହିଁ ତୋ ପାଇଁ, ତ ଏଵେ ବୋଉ ର ମାଟି ଆଣିବା ମତଲବ ବୁଝି ପୁଅ ଟି ବୋଉ କୁ କୁଣ୍ଢେଇ ପକେଇ କହୁଥିଲା, ତୁ ଥିଲେ ମୋର ଅମ୍ଳଜାନ ର ଅଭାବ ହେବନି ବୋଉ, ବୋଉ ହସି ହସି କହୁଥିଲେ ବାୟା ଟା, ଗଛ ନଥିଲେ ଅମ୍ଳଜାନ ଆସିବ କୁଆଡୁ,? ଏ ସହର ବାସୀ ପରା ଗଛ କାଟି ପଦା କରି କଂକ୍ରିଟମୟ କରିସାରିଲେଣି, ଅମ୍ଳଜାନ ଅଭାବ ହେବନି କେମିତି କହ? , ବୋଉ କଥା ଶୁଣି ପୁଅ ବି ପାଣି ଆଣି ତୁଳସୀ ଗଛ ମୂଳେ ଢାଳୁଥିଲା ହସି ହସି l