STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମାଆ ଗୁରୁ

ମାଆ ଗୁରୁ

3 mins
7

ଅନାଗତ ଆଶଙ୍କାରେ ମାଆ ଆଶାଙ୍କ ମନ ଶଙ୍କା ଓ ଶୋଚନାରେ ବୁଡ଼ିଯାଇଥିଲା କାରଣ ବନ୍ଧୁପତ୍ନୀ ବିମଳାଙ୍କ ଏକମାତ୍ର ଝିଅର ଆତ୍ମହତ୍ୟାରେ ଭାଙ୍ଗିପଡ଼ିଥିଲେ ପିତା ମାତା ଦୁହେଁ. ରାଜକିଶୋର ବାବୁ ଆଶାଦେବୀଙ୍କ ସ୍ୱାମୀ ରାଜେଶଙ୍କ ବନ୍ଧୁ. ସେହି ହିସାବରେ ଦୁଇ ପରିବାର ମଧ୍ୟରେ ସମ୍ପର୍କ. ଯୋଗକୁ ଦୁହିଁଙ୍କର ଗୋଟିଏ ଗୋଟିଏ ଝିଅ. ବନ୍ଧୁପତ୍ନୀ ବିମଳା କୁହନ୍ତି ଦୁଇ ଝିଅ କର୍ତ୍ତୀ ଓ ସୁମି ସମସାମୟିକ ତ କାହାର ଆଗ ବାହାଘର ହେବ କଣ କହିହେବ! ତା ଛଡା ତୁମ ଝିଅ ହଷ୍ଟେଲରେ ରହି ପାଠ ପଢୁଥିଲା ବେଳେ ଆମ ଝିଅ କର୍ତ୍ତୀର ପାଠ ପଢ଼ା ସରିଲାଣି. ବିମଳା ଠିକ କହୁଥିଲେ ବାହାଘର କାହା ହାତରେ ନଥାଏ. ଯୋଗ ଫିଟିଗଲେ ହୋଇଯାଏ. ଠିକ ସେମିତି କର୍ତ୍ତୀର ଯୋଗ ଫିଟିଗଲା. ନାମୀ ଦାମୀ କମ୍ପାନୀର ଏମ. ଡି ଥିବା ପୁଅ ସହ ବିବାହ ପ୍ରସ୍ତାବ ଠିକ ହୋଇଯିବା ପରେ ଘରେ ଖୁସିର ବାତାବରଣ ଚାଲିଥିବା ବେଳେ ହଠାତ ରାଜକିଶୋରବାବୁ ରେଡରେ ଧରା ହେଲେ.ସଙ୍ଗୀନ ଅଭିଯୋଗ. ଲାଞ୍ଚ ନେଲାବେଳେ ଧରା ପଡିବା ଘଟଣାକୁ ଯେତେ ମିଛ ପ୍ରମାଣିତ କରିବାକୁ ଚେଷ୍ଟା କଲେ ମଧ୍ୟ କଥାଟା ହାଟରେ ପଡି ଦାଣ୍ଡରେ ଗଡୁଥିଲା. ସେତିକି ବେଳେ ଘରକୁ ଆସୁଥିବା ଫୋନ ସବୁକୁ ଏକମାତ୍ର ଝିଅ କର୍ତ୍ତୀ ଉଠାଇ ସଫେଇ ଦେଉ ଦେଉ ଗୋଟେ ଫୋନ ଥିଲା ତା ପ୍ରସ୍ତାବିତ ଭାବୀ ଶଶୁରଙ୍କର. ସେ କର୍ତ୍ତୀଠୁ ତା ବାପା ନିର୍ଦୋଷ ତାଙ୍କୁ ଚକ୍ରାନ୍ତ କରି ଫସେଇ ଦିଆଯାଇଛି ଶୁଣି କହିଥିଲେ ତୁମେ ଯାହା କହୁଛ ସତ ହେଇଥିବ ଝିଅ କିନ୍ତୁ ଲୋକଙ୍କ ତୁଣ୍ଡକୁ ତ ବନ୍ଦ କରିହେବନି. ଲୋକଲଜ୍ୟା ମରଣରୁ ଗରୁ କହି ଆସୁଥିବା ଭାବୀ ଶଶୁରଙ୍କ ଠାରୁ ଆଉ କିଛି ଶୁଣିବା ପୂର୍ବରୁ କର୍ତ୍ତୀ ସିନା ଫୋନ କାଟିଦେଲା କିନ୍ତୁ ତା ପରଦିନ ତା ବେକର ରଶି କାଟି ନିର୍ଜୀଵ ଦେହଟାକୁ ଧରି ବିମଳା କାନ୍ଦୁଥିବା ଦୃଶ୍ୟରେ ଗଛ ପତ୍ର କାନ୍ଦୁଥିଲେ ଯେମିତି. ଆଉ ସେହି ଘଟଣା ପରେ ଆଶା ଖାଲି ଦୁଃଖରେ ନୁଁହଁ ବରଂ ଆଶଙ୍କାରେ ଖଣ୍ଡ ବିଖଣ୍ଡିତ ହୋଇ ପଡୁଥିଲେ.ମୁକ୍ତିର ପଥ କଣ ଆତ୍ମହତ୍ୟା!
    ସେ ଜାଣିଥିଲେ ପିଲାଦିନେ ତାଙ୍କ ଝିଅ ସୁମିର ଡ୍ରଇଂ ପ୍ରତି ଖୁବ ଆଗ୍ରହ ଥିଲା ତ ଝିଅ ହଷ୍ଟେଲରୁ ଫେରିବା ବେଳକୁ ତା ରୁମ ସାରା ଖାଲି ପେଣ୍ଟିଙ୍ଗ କାନଭାସ ଟଙ୍ଗା ହୋଇଥିଲା. ଏ ଭିତରେ ଆସିଥିବା ଅନେକ ପ୍ରସ୍ତାବ ବିରୁଦ୍ଧରେ ଛିଡା ହୋଇ ସୁମି ମାଆ ବାପାଙ୍କର ଚିନ୍ତାର କାରଣ ହୋଇସାରିଥିଲା. ଯୋଉ ପୁଅ ମୋ ଫୋଟୋ ଦେଖି ରାଜି ହେବ ସେଇ ପୁଅକୁ ବାହାହେବ ବୋଲି ସୁମି ରୋକଠୋକ ଶୁଣେଇ ସାରିଥିଲା ଓ କୌଣସି ବରପାତ୍ର ଆଗକୁ କଣ୍ଢେଇ ପରି ସଜେଇ ହୋଇ ଯିବନି ବୋଲି କହିବା ପରେ ବାପା ମାଆ ଆଉ ବିବାହ ପ୍ରସ୍ତାବ ଆଣୁନଥିଲେ ଵା ଆସୁଥିବା ପ୍ରସ୍ତାବ ସବୁକୁ ଏଡେଇ ଝୁଲା ଅବସ୍ଥାରେ ରଖିଥିଲେ.ସୁମି ଯୋଉଦିନ ଘରେ ପହଁଚିଲା ମୁଗ୍ଧ ହୋଇଗଲା ଏତେ ସବୁ ପେଣ୍ଟିଙ୍ଗ ଦେଖି.ମାଆ ଆଶଙ୍କୁ ପଚାରୁଥିଲା ଏସବୁ ତ ଆମ ଘରେ ନଥିଲା ମାଆ? କୋଉଠୁ ଆସିଲା, କିଏ ଏସବୁ ଆଙ୍କିଛି, ଏମିତି ଅନେକ ପ୍ରଶ୍ନର ଉତ୍ତର ଥିଲା ମାଙ୍କ ପାଇଁ ଏସବୁ ତୋ ଆଈ ଦେଇଛନ୍ତି.ସୁମି କିନ୍ତୁ ପଚାରିଥିଲା ପ୍ରଶ୍ନ ପରେ ପ୍ରଶ୍ନ ତ ମାଆ କହୁଥିଲେ ଆରେ ଆଈଙ୍କ ଘର ନୂଆଘରକୁ ଚାଲିଯିବେ ତ ଯାହା ଜିନିଷ ତାକୁ ଦେଇଦେବାକୁ ଯାଇ ମୋ ହାତଅଙ୍କା କାନଭାସଗୁଡିକୁ ମତେ ଦେଇଦେଇଛନ୍ତି ଆଉ ମୁଁ ଜାଣେ ତତେ ସେଗୁଡିକ ନିଶ୍ଚୟ ଭଲ ଲାଗିବ ତେଣୁ ତୋ ରୁମରେ ସଜେଇ ଦେଇଛି.
    ଦଉଡି ଆସି କୁଣ୍ଢେଇ ପକାଇଲା ସୁମି ମାଆଙ୍କୁ ଓ କହିଲା ତୁମ ହାତରେ ଏତେ ଯାଦୁ ଅଛି ବୋଲି ମୁଁ ଜାଣିନଥିଲି ମାଆ. ମତେ ଆଗରୁ କହିଥିଲେ ମୁଁ ତୁମକୁ ମୋ ଗୁରୁ କରି ତୁମଠାରୁ ଏସବୁ ଶିଖିପାରିଥାନ୍ତି. ମାଆ କହିଲେ ହଉ ଏବେ କୋଉ ସମୟ ହୋଇଯାଇଛିକି!କାଲିଠାରୁ ତୋର ମୋର କାମ ଆରମ୍ଭ କରିଦେବା. ସତକୁ ସତ ପ୍ରକୃତିରେ ଥିବା ଅନେକ ବସ୍ତୁ, ପଦାର୍ଥ ଓ ପ୍ରାଣମାନଙ୍କୁ ମନ ମସ୍ତିଷ୍କ କାନଭାସ ରେ ରଖି ପ୍ରଥମେ ଗୁଣ୍ଡୁଚମୂଷାର ଚିତ୍ରଟି ଆଙ୍କିଥିଲା ସୁମି. ସେହି ଚିତ୍ର କାନଭାସଟି ଚିତ୍ର ପ୍ରତିଯୋଗିତାରେ ସ୍ଥାନ ପାଇଥିଲା ସେବର୍ଷ. ତାକୁ ଦେଖି ତା ତଳେ ଥିବା ଠିକଣରେ ଫୋନ ଆସିଥିଲା ମାଆ ଆଶା ଓ ବାପା ରାଜେଶ ବାବୁଙ୍କ ପାଖକୁ ଯେ ଆମେ ଆପଣଙ୍କ ଝିଅକୁ ବୋହୁ କରିବାକୁ ଚାହୁଁ. ଡକ୍ଟର ଜୋଇଁ ଙ୍କୁ ଅପସନ୍ଦ କରିବାର କିଛି କାରଣ ନଥିଲା. ସୁମି ମଧ୍ୟ ସ୍ୱୀକୃତି ଦେଇସାରିଥିଲା କିନ୍ତୁ ସୋନିର ସାଙ୍ଗ କର୍ତ୍ତୀର ଆତ୍ମହତ୍ୟା ପରେ ଭାଙ୍ଗିପଡ଼ିଥିବା ବାପା ରାଜକିଶୋରବାବୁ ଓ ମାଆ ବିମଳାଦେବୀ ହିଁ କନ୍ୟାଦାନ କରିବା ପ୍ରସ୍ତାବ ସମସ୍ତଙ୍କ ଦ୍ୱାରା ଅନୁମୋଦନ ହୋଇସାରିଥିଲା. କନ୍ୟାଦାନ  ମହାପୂଣ୍ୟ ବିଚାରି ସେମାନେ ମୁକ୍ତିପଥ ପାଇଯାଇଥିଲେ ଯେମିତି. ସୋନି ଏବେ ଦୁଇ ବାପା ମାଆଙ୍କୁ ଛାଡ଼ି ଶାଶୁଘର ଯିବା ବେଳେ ଖୁବ କାନ୍ଦୁଥିଲା ସତ ହେଲେ ଆଈ ପଠେଇଥିବା ସବୁ ଚିତ୍ରପଟଗୁଡିକୁ ଏକମାତ୍ର ଯୌତୁକ ରୂପେ ନେବାକୁ ଭୁଲିନଥିଲା. ଏବେ ଦେଶ ବିଦେଶରେ ତା ହାତ ଅଙ୍କା ଚିତ୍ର ଗୁଡିକ ଖୁବ ଆଦୃତି ଲାଭ କରିଚାଲିଥିଲା.


Rate this content
Log in

Similar oriya story from Action