STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

"ମା"

"ମା"

2 mins
269

କଣ ଲେଖିବି? କେଉଁଠୁ ଆରମ୍ଭ କରିବି ଓ କେଉଁଠି ସମାପ୍ତ‌ କରିବି???

   ସୃଷ୍ଟିର ଆରମ୍ଭ ରୁ ମା କୁ ବିଭିନ୍ନ ରୂପରେ ବର୍ଣିତ ଓ ଚିତ୍ରିତ କରାଯାଇଛି।ମା ସାଗର ଠୁ ଗଭୀର, ନଡ଼ିଆ ଭଳି କଠୋର, ଆକାଶ ପରି ଉଚ୍ଚମନା,ତାର ହୃଦ କନ୍ଦର ଲତା ପରି ଅଙ୍କାବଙ୍କା, ଯାହା ବୁଝିବା କଷ୍ଟକର, ଏସବୁ ଭିତରେ ମୁଁ ଯେତେବେଳେ ଜରାଶ୍ରମ କୁ ଯାଏ ସେମାନଙ୍କୁ ଦେଖି ସନ୍ତାନ ମାନଙ୍କ ର ମା ପ୍ରତି କର୍ତ୍ତବ୍ୟ କ'ଣ ସ୍ବତଃ ପ୍ରଶ୍ନ କରେ...

              ଜାନୁଆରୀ ୨୬ଥାଏ, ଏହି ମହାନ୍ ଦିନରେ ମୁଁ ଓମ୍ ଗ୍ରୁପ ର କିଛି ଭ‌ଉଣୀ ମାନଙ୍କୁ ନେଇ ଏକ ଜରାଶ୍ରମ କୁ କିଛି ମିଠା, ଫଳ ଓ ପୁଷ୍ପ ଗୁଚ୍ଛନେଇ ଯାଇ ଥିଲୁ, ଉଦେଶ୍ୟ ଥିଲା ଏହି ଆଶ୍ରମ ବାସୀଙ୍କ ମୁହଁ ରେ ହସ ଫୁଟେଇବା, ସେଠାରେ ପହଞ୍ଚି ବା ପରେ ମୁଁ ଯାହା ଦେଖିଲି ଆଖି କୁ ବିଶ୍ଵାସ କରିପାରିଲିନି,ଏକ ମା ନାଳରେ ତାଙ୍କ ବ୍ରସ୍ ଟି ବୁଡ଼ାଇ ଦାନ୍ତରେ ଘସୁଥାଆନ୍ତି, ମୁଁ ଏହି ଘଟଣାରେ କ୍ରୋଧିତ ହୋଇ ସେଠାରେ ପରିଚାଳକଙ୍କୁ ପଚାରିଲି ସେ କହିଲେ...ସେ ପାଗଳି ହୋଇ ଯାଇଛନ୍ତି ତେଣୁ ଏହି ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ମୁଁ କିନ୍ତୁ ଏହିକଥା କୁ ଗ୍ରହଣ କରିପାରିଲିନି, ସେହି ମା ପାଖକୁ ଯାଇ ପଚାରିଲି ମା ଆପଣଙ୍କର ନାମ କ'ଣ?ସେ ହସିଦେଇ କହିଲେ ସୁଧା ମହାନ୍ତି, ମୋର ଗୋଟିଏ ପୁଅ ଓ ଦୁଇ ଟି ଝିଅ, ଭୁବନେଶ୍ୱର ଠାରେ ଟଙ୍କପାଣି ରୋଡ୍ ରେ ଆପାର୍ଟମେଣ୍ଟରେ ମୋର ପୁଅ ସହିତ ରହୁଥିଲି,ଆମ ନିଜର ଘର, ମୋର ସ୍ବାମୀ ଙ୍କର ଦୁଇ ବର୍ଷ ତଳେ ଦେହାନ୍ତ ହୋଇଯାଇଛି, ମୋର ପୁଅ କଲେଜରେ ଅଧ୍ୟାପକ ଅଛି, ମୋର ଗୋଡ଼ ଭାଙ୍ଗି ଯିବାରୁ ପୁଅ ବୋହୁ ଏଠାରେ ଛାଡ଼ି ଦେଇଛନ୍ତି, ମୁଁ ଆଶ୍ଚର୍ଯ୍ୟର ସହିତ ପଚାରିଲି ସେମାନେ ଆସୁଛନ୍ତି?ସେ କହିଲେ ହଁ ମଝିରେ ମଝିରେ ଆସୁଥିଲେ ଏବେ ଆଉ ମୋଟେ କାହିଁକି ଆସୁନାହାନ୍ତି କହି ଭୋ ଭୋ ହୋଇ କାନ୍ଦି ଉଠିଲେ, ମୁଁ ଲୋତକ ଭରା ନୟନରେ ତାଙ୍କର ଆଖିରୁ ଲୁହ ପୋଛି ଦେଇ ଵୁଝାଇଲି ମା ମୁଁ କଣ ଆପଣଙ୍କ ଝିଅ ନୁହେଁ?ସେ କ୍ରନ୍ଦନ ଭିତରେ ତାଙ୍କର ପୁଅ ବୋହୁ,ନାତି ନାତୁଣୀ କେମିତି ଅଛନ୍ତି ଭାବି ବେସ୍ତ ହେଇପଡୁଥିଲେ, ମୁଁ ଭାବୁଥିଲି ଏହି ହିଁ "ମା"ଯିଏ ନିଜ କଷ୍ଟକୁ ଭୁଲିଯାଇ ସନ୍ତାନ ମାନଙ୍କ ପାଇଁ ଭାବି ଲୋତକ ଗଡାଉଛି,ଅଥଚ ଧନୀକ ଶ୍ରେଣୀର ହୋଇ ଘରେ ନର୍ସ ରଖି ସେବା କରିବା ପରିବର୍ତ୍ତେ ମା କୁ ଜରା ଶ୍ରମ ରେ ଛାଡି ଦେଇ ଛନ୍ତି ତାଙ୍କୁ ପାଗଳି ର ଆଖ୍ୟା ଦିଆଯାଇଛି, ମୁଁ ଭାବିଲି ଆମ ସଭ୍ୟ ସମାଜରେ ମା ର ସ୍ଥାନ କଣ ବୃଦ୍ଧାଶ୍ରମ?????

              ସୋସିଆଲ ମିଡ଼ିଆରେ ସନ୍ତାନକୁ ଛାଡ଼ି ମା ଅନ୍ୟତ୍ର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଚାଲି ଯାଉଛି, କେଉଁଠି ଛୁଆ ମାନଙ୍କୁ ଛାଡି ପ୍ରେମିକ ସହିତ ପଳାୟନ କରୁଛି ଏହି ଭଳି କୁତ୍ସିତ ଘଟଣା ଆମେମାନେ ଦେଖିବାକୁ ପାଉଛୁ,ଇଏ ପୁଣି କି ପ୍ରକାର ମା????

           ମାଆ ନିଜ ଜୀବନ କୁ ତିଳ ତିଳ କରି ଜାଳି ଘର ସନ୍ତାନ ପାଇଁ ତ୍ୟାଗର ଉଦାହରଣ ଅଟେ,ତାର ମାପକାଠି ସୀମା ହୀନ, ସେ ଚଳନ୍ତି ପ୍ରତିମା, ମୁଁ ଜନ ସମାଜକୁ ଅନୁରୋଧ କରୁଛି ମାଆ କୁ ଅଣଦେଖା କରନ୍ତୁ ନାହିଁ ଯେତେ ପାରିବେ ତାଙ୍କ ପ୍ରତି କର୍ତ୍ତବ୍ୟ କରନ୍ତୁ କାରଣ ତାଙ୍କର କର୍ତ୍ତବ୍ୟ ଓ ତ୍ୟାଗ ର କାଣିଚାଏ ଆମେ ଦେଇ ପାରିବା ନାହିଁ କେବଳ ପ୍ରୟାସ କରିବା, ପ୍ରକୃତ ଠାକୁରାଣୀ ଆମର ପୂଜ୍ୟା ମାଆ ଅର୍ଥାତ୍ ବୋଉ ଅଟନ୍ତି, ଏମିତି କିଛି ଭୁଲ କରନ୍ତୁ ନାହିଁ ପଛରେ ପ୍ରସ୍ତେଇବାକୁ ପଡ଼ିବ ।

             ମାଆ ଠାରୁ ବଡ଼ ଧନ ବଡ ସମ୍ପତ୍ତି ଆଉ କିଛି ନାହିଁ,ମାଆ ଠୁ ବଡ଼ କିଛି ବଡ଼ ସଂସାରରେ ନାହିଁ,ସେ ଚୀର ନମସ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics