STORYMIRROR

suchismita Panda

Drama Tragedy Others

3  

suchismita Panda

Drama Tragedy Others

କ୍ୟାନସର

କ୍ୟାନସର

2 mins
115

        ପଶ୍ଚିମ ଆକାଶରେ କଅଁଳ ସୁଲୁସୁଲୁ ହୋଇ ପବନ ବୋହୁଥାଏ ଏବଂ ରବିଙ୍କର ବିଦାୟ ବେଳା ଆରମ୍ଭ ହୋଇଯାଇଥାଏ । କୋଳାହଳମୟ ସହର ଆହୁରି ଅଧିକ କୋଳାହଳରେ ଭରିଉଠେ। କେତେ ଦୂର ଦୂରକୁ ଖାଦ୍ୟ ପାଇଁ ଯାଇଥିବା ପକ୍ଷୀଗଣଙ୍କ ଲେଉଟି ଆସିବାର ଛବିରେ ଆକାଶ ମଧ୍ୟ ଭରା ଭରା ମନେ ହେଉଥାଏ । କେତେ ଡଙ୍ଗା ମଧ୍ୟ ଧାଡି ଧାଡି ହୋଇ କୂଳକୁ ଫେରୁଥାନ୍ତି । ଏସବୁ ଦୃଶ୍ୟରାଜିକୁ ସମୁଦ୍ର କୂଳେ ବସି ଉପଭୋଗ କରୁଥାଏ ଛଅ ବର୍ଷ ରାଘବ । 

     ଦୁଇ ପଟେ ବାପା ମାଆଙ୍କ ଦୁଇ କୋମଳ ହାତ ଏବଂ ଆଖି ଆଗେ ଇପସିତ ଦୃଶ୍ୟପଟ୍ଟ । ରାଘବ ଭାରି ଖୁସିରେ ସବୁ ମୂହୁର୍ତ୍ତକୁ ବଞ୍ଚିଚାଲୁଥାଏ ଓ ସେ ସବୁକୁ କଏଦ କରି ରଖୁଥାନ୍ତି ମାଆ ସାରିକା । ଧୀରେ ଧୀରେ ସଞ୍ଜ ହେବାକୁ ଆରମ୍ଭ ହୁଏ । ଦିନର ଉଜ୍ବଳତା କମି ରାତ୍ରିର ଘନତ୍ବ ବଢେ । ତା ସହ କମେ ରାଘବର ଆୟୁଷ ଏବଂ ବଢେ ଦୁଃଖର ପରଦ । ରାତି ଆସେ । ରାଘବର ଇଚ୍ଛା ମଧ୍ୟରୁ ଗୋଟେ ଇଚ୍ଛା ପୂର୍ଣ୍ଣ ହେବା ପରେ ସେମାନେ ବଢନ୍ତି ଜଗନ୍ନାଥଙ୍କ ଦ୍ବାରା ଆଗକୁ । ବଡ ଦେଉଳର ବଡ ଠାକୁରଙ୍କ ଦର୍ଶନ ପରେ ରାଘବର ସମସ୍ତ ଅଭିଳାଷ ପୂର୍ଣ୍ଣ ହେବ । 

     ସାରିକା ପୁଅର ସମସ୍ତ ଇଚ୍ଛା ସିନା ପୂରଣ କରିଦେଇ ଖୁସିରେ ଥାନ୍ତି ହେଲେ ମନ ଭିତରଟା ତାଙ୍କ ଫାଟି ପଡୁଥାଏ । ସେ ଜମାରୁ ଖୁସିରେ ହସି ପାରୁନଥାନ୍ତି । ସେ ନା ରାତିରେ ଆରାମ ଶୋଇପାରନ୍ତି ନା ଦିନରେ ମନ ଖୋଲି ହସିପାରନ୍ତି । କେବଳ କ୍ୟାଲେଣ୍ଡରେ ଦିନ କାଟି କାଟି ଚାଲନ୍ତି । ହାତରେ ବଳକା ଦିନର ହିସାବ କରନ୍ତି । କାରଣ ରାଘବ ହାତରେ ଆଉ ହାତ ଗଣତି କିଛି ଦିନ ବାକିଥାଏ । 

     ରାଘବ ଜଣେ କ୍ୟାନସର ରୋଗୀ । କ୍ୟାନସରର ଚତୁର୍ଥ ପାହାଚରେ ସେ ଉପନୀତ । ଚିକିତ୍ସାର ସବୁ ଚେଷ୍ଟା ବିଫଳ । ରାଘବ ମାତ୍ର ଛଅ ବର୍ଷର ହେଲେ ସେ ନିଜେ ତା ରୋଗ ବିଷୟରେ ସବୁକିଛି ଜାଣିଖୁସିରେ ଥାଏ । ଏବଂ ବଳକା ଦିନ ଭିତରେ ତା ଜୀବନର ସମସ୍ତ ଇଚ୍ଛା ପୂର୍ଣ୍ଣ ପାଇଁ ବାପା ମାଆଙ୍କ ସହ ବିଚାର କରେ । ଠିକ୍ ତା ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେମାନେ ସେମିତି ହିଁ କରନ୍ତି ।

      ସରି ସରି ଦିନ ସରି ଆସେ । ଦିନେ ସକାଳ ହୁଏ ହେଲେ ରାଘବର ଆଖିରେ ଆଉ ଆଲୋକ ନଥାଏ । ଯେଉଁ ଦିନକୁ ଅପେକ୍ଷା କରି କରି ରହିଥାନ୍ତି ସେଇ ଦିନ ପହଞ୍ଚିଯାଏ । କ୍ୟାନସର ଆଗେ ହାରିଯାଏ ଜୀବନ । ହେଲେ ଜୀବନରେ ବିତାଇଥିବା ମୂହୁର୍ତ୍ତ ଜୀବନ୍ତ ରହେ ସ୍ମୃତିରେ, ହୃଦୟରେ । ରାଘବ ସିନା ଚାଲିଯାଏ ତଥାପି ଦୁଃଖ ବଦଳରେ ଅସୀମିତ ଧୈର୍ୟ୍ଯ ଏବଂ ଜୀବନ୍ତ ସ୍ମୃତି ଛାଡିଯାଏ ଯାହା ବଞ୍ଚିବାର ସାହାରା ପାଲଟେ । 


Rate this content
Log in

Similar oriya story from Drama