Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ଉମା ଶଙ୍କର ମାଝୀ

Drama Inspirational

3  

ଉମା ଶଙ୍କର ମାଝୀ

Drama Inspirational

କରୋନା କଣ୍ଟ୍ରୋଲ ରୁମ ଓ ସମୋସା

କରୋନା କଣ୍ଟ୍ରୋଲ ରୁମ ଓ ସମୋସା

3 mins
161


କ୍ଷୁଦ୍ର ଗଳ୍ପ


ଅରବିନ୍ଦ ନିଜକୁ ସବୁ ବେଳେ ଚାଲାକ ଭାବେ ,ଅନ୍ୟକୁ ହଇରାଣ କରିବା ତାହାର ଏକ ବଦଗୁଣ କହିଲେ ଭୁଲ ହେବ ନାହିଁ I 


ତାହାର ଏହି ବଦଗୁଣ ଯୋଗୁଁ ଲୋକ ମାନେ ଅନେକ ଥର ତାଙ୍କ ବାପାଙ୍କ ପାଖରେ ଆସି ଅଭିଯୋଗ କରନ୍ତି I


ତାଙ୍କ ବାପା ଅରବିନ୍ଦକୁ ବହୁତ ଏଥିପାଇଁ ତାଗିଦ କଲେଣି କିନ୍ତୁ ଅରବିନ୍ଦର ପ୍ରକୃତି ବଦଳିବାକୁ ନାହିଁ I 


ତାଙ୍କ ବାପା କୁହନ୍ତି ତୋର ବଦଗୁଣ ଯୋଗୁଁ ଦିନେନା ଦିନେ ନିଶ୍ଚୟ ବିପଦରେ ପଡ଼ିବୁ ଓ ସମସ୍ତଙ୍କ ଠାରେ ଉପହାସର ପାତ୍ର ହେବୁ I 


ଅରବିନ୍ଦ ହସି କୁହେ - " କିଛି ହେବନି ବାପା,ଯିଏ ଡରିଯାଏ ସେ ମରିଯାଏ I "


ଅନେକ ସମୟରେ ମୋବାଇଲ ଫୋନ କଷ୍ଟ୍ୟୁମରକେୟାରକୁ ଫୋନ କରି ଅବାଗିଆ ପ୍ରଶ୍ନ ପଚାରି ହଇରାଣ କରେ I


ଏପରିକି ଅଲଗା କୌଣସି ନମ୍ବରକୁ ନିଜ ମୋବଇଲରୁ ଅଯଥାରେ ବିଭିନ୍ନ ପ୍ରକାର ଫୋନରେ କରି ହଇରାଣ କରେ I 


ସେ ବାଇକ ବୁଲୁଥିବା ବେଳେ କୌଣସି ଜାଗାରେ ରହିଲେ ସେ ସ୍ଥାନର ଲୋକ କିପରି ହଇରାଣ ହେବେ ସେପା କରି ଅନେକ କାମ କରିଦିଏ ଯାହା ଲୋକ ମାନଙ୍କ ପାଇଁ କଷ୍ଟର କାରଣ ହୁଏ I


ଦିନେ ରାସ୍ତାରେ କିଛି ଲୋକ ସାଇକେଲ ରଖି ପାଖରେ ଥିବା ହୋଟେଲକୁ ଖାଇବାକୁ ଗଲେ ଅରବିନ୍ଦ ସେ ମାନଙ୍କୁ ହଇରାଣ କରିବା ପାଇଁ ସବୁ ସାଇକେଲକୁ ପଞ୍ଚର କରିଦେଇ ପଳେଇଲା I 


ଲୋକ ମାନେ ଫେରିଆସି ଦେଖନ୍ତି ତାଙ୍କ ସାଇକେଲର ଦୁଇଚକାରେ ଟିକିଏ ବି ପମ୍ଫ ନାହିଁ ସମସ୍ତେ ଚାଲିଚାଲି ସାଇକେଲକୁ ଠେଲିଠଲି ଫେରୁଥିଲେ I 


ଏ ଘଟଣାକୁ ତାଙ୍କ ସାଙ୍ଗ ମାନଙ୍କୁ କହି ବହୁତ ଅରବିନ୍ଦ ହସିଥିଲା I


କିନ୍ତୁ ସବୁବେଳେ ସମୟ ସମାନ ଯାଏନା I 


କରୋନାର ମୁକାବିଲା ପାଇଁ ଭାରତ ସରକାର ତରଫରୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନସାଧାରଣଙ୍କୁ 21 ଦିନ "ଲକ ଡାଉନ"ଘୋଷଣା କଲେ ଓ ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ଦେଶବାସୀଙ୍କ ସହଯୋଗ କାମନା କଲେ I 


କେହି ଘରୁ ବାହାରିବା ନାହିଁ ଘରେ ରହି କରୋନାର ମୁକାବିଲା କରିବାର ଆହ୍ୱାନ "ମନ କି ବାତ" ଜରିଆରେ ସନ୍ଦେଶ ଲୋକ ମାନଙ୍କ ମଧ୍ୟରେ ଏକ ଅପୂର୍ବ ଉଲ୍ଲାସ ଓ ଦେଶ ପାଇଁ କିଛି କରିବାର ପ୍ରେରଣା ଉଦ୍ରେକ କଲା I


କିନ୍ତୁ କୁକୁରର ଲାଞ୍ଜ ବଙ୍କା ପ୍ରକୃତି ପରି ଆଚରଣ କରୁଥିବା ଅରବିନ୍ଦକୁ ଘରେ ରହି ସମୟ ଅତିବାହିତ କରିବା ଅତି କଷ୍ଟକର ଲାଗୁଥାଏ I


 କାରଣ ଯାହାର ପ୍ରକୃତି ହେଉଛି ଅନ୍ୟକୁ ହଇରାଣ କରିବା ସେ କିପରି ଶାନ୍ତିରେ ଅନ୍ୟକୁ ବିପଦରେ ନ ପକେଇ ରହିପାରିବ I


ଗାଁ ସାରା ସହର ସାରା ଗଳିକନ୍ଦି ବୁଲି ପୋଲିସଗାଡି ଲୋକ ମାନଙ୍କୁ ସଚେତନତା ମାଇକ ଯୋଗେ କରୁଥାନ୍ତି I 


ଯଦି କୌଣସି ଅବୁଝା କଥା ଥାଏ ବା ସହଯୋଗର ଦରକାର ହୁଏ ତେବେ ଆପଣ ମାନଙ୍କୁ ପୋଲିସ ସଦାସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ I

  ପ୍ରତିଜିଲ୍ଲାର କରୋନା କଣ୍ଟ୍ରୋଲ ରୁମର ହେଲ୍ପ ଲାଇନ ନମ୍ବରର ବି ଘୋଷଣା କରାଯାଉଥାଏ I

 

ଅରବିନ୍ଦ ନିଜର କୂଟ ମନୋଭାବ ବଶତଃ ସେ କରୋନା କଣ୍ଟ୍ରୋଲ ରୁମକୁ ଫୋନ କରି କହିଲା- 

 ସାର,ମୋର କିଛି ସମୋସା ଦରକାର ଥିଲା ଆପଣ ପଠେଇବାର କଷ୍ଟ କରିବେ କି ?


ଏହା କହିସାରି ସେ ନିଜ ଫୋନକୁ କାଟିଦେଲା I 


ଏହି ଖବର ଜିଲ୍ଲାର ଜିଲ୍ଲାପାଳଙ୍କ କାନକୁ ଗଲା ସେ ଅରବିନ୍ଦକୁ କିଛି ଶିକ୍ଷI ଦେବା ପାଇଁ ନିଷ୍ପତ୍ତି ନେଲେ I


ଏହପରେ ଜିଲ୍ଲାପାଳ ମହୋଦୟ କିଛି ସମୋସା ପ୍ୟାକ କରି କିଛି ପୋଲିସ ସହ ପଠେଇଲେ ଓ ସମୋସା ଖାଇସାରିବା ପରେ ତାଙ୍କୁ ଗାଡ଼ିରେ ବସେଇ ଆଣିବାକୁ ନିର୍ଦ୍ଧେଶ ଦେଲେ I


ପୋଲିସ ମାନଙ୍କ ଗାଡି ଜିଲ୍ଲାପାଳ ନିର୍ଦ୍ଧେଶ ପାଇଁ ଅରବିନ୍ଦ ଘରେ ପହଞ୍ଚିଲା I  


ପୋଲିସଗାଡି ଘରପାଖରେ ଦେଖି ଅରବିନ୍ଦ ଘରକୁ ଭିତରକୁ ଦୌଡ଼ି ପଳେଇଲା I 


ଅରବିନ୍ଦଙ୍କ ବାପା ବାହାରକୁ ଆସି ପଚାରଲେ କଣ ହୋଇଛି I


ପୋଲିସ ଗାଡିରେ ବସିଥିବା ଜଣେ ପୋଲିସ କହିଲେ - ନାଇଁ ସାର,କିଛି ନାହିଁ ଆମ ଜିଲ୍ଲାପାଳ ସାର କିଛି ସମୋସା ଦେଇ ଅରବିନ୍ଦ ପାଖକୁ ପଠେଇଛନ୍ତି ଓ ଜିଲ୍ଲାପାଳ ମହାଶୟ କହିଛନ୍ତି ଅରବିନ୍ଦ ବାବୁ ଖାଇସାରିଲା ପରେ ଜିଲ୍ଲାପାଳଙ୍କୁ ଭେଟି ସନ୍ଧ୍ୟାରେ ଫେରିଆସିବେ I ଡରିବାର କିଛି ନାହିଁ I


ଅରବିନ୍ଦର ବାପା ଜାଣିଲେ କିଛି ତ ଗଡବଡ ଅଛି ନିଶ୍ଚୟ କିଛି ଭୁଲ ଅରବିନ୍ଦ କରିଛି ,କିନ୍ତୁ ଅରବିନ୍ଦକୁ କିଛି କହିଲେନି କହିଲେ ହଉ ଯା !! ଜିଲ୍ଲାପାଳ ମହାଶୟକୁ ଭେଟି ଚାଲିଆସିବୁ !!


ଏହା ପରେ ଅରବିନ୍ଦକୁ ନେଇ ପୋଲିସ ଗାଡି ଜିଲ୍ଲାପାଳ ନିକଟକୁ ନେଇଗଲା I ଜିଲ୍ଲାପାଳ ଅରବିନ୍ଦକୁ ଦେଖି କହିଲେ - ଓଃ ବାବୁ ତୁମେ ଫୋନ କରିଥିଲ ସମୋସା ପାଇଁ ଆମେ ସମୋସା ପଠେଇଥିଲୁ ନିଶ୍ଚୟ ପାଇଥିବ ?


ଆମ ପାଇଁ ଗୋଟିଏ କାମ କରିଦେଲେ ନିଶ୍ଚୟ ଖୁସି ହେବୁ I

ଅରବିନ୍ଦ କଣ କହିବ କିଛି ଭାବିପାରୁନ ଥାଏ ଏହା ପରେ ଜିଲ୍ଲାପାଳ କହିଲେ - ଅରବିନ୍ଦ ତୁମେ ଯଦି ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା କିଛି ଡ୍ରେନ ସଫା ପାଇଁ କାମ କରନ୍ତ,ବହୁତ ଭଲ ହୁଅନ୍ତା I 

ଆଶା କରେ ତୁମେ ମନା କରିବ ନାହିଁ I"

ଏହା କହିଁ ଡ୍ରେନ ସଫା ପାଇଁ ଆବଶ୍ୟକ ସାମଗ୍ରୀ ଅରବିନ୍ଦକୁ ଯୋଗେଇଦେଲେ I 


ଅରବିନ୍ଦ ଡରରେ ସେ କାମ କରିବାକୁ ଲାଗିଲା ଆଉ ଜିଲ୍ଲାପାଳ ଫୋଟୋ ଉଠେଇ ନିଜ ଫେସବୁକ ପେଜରେରେ ପୋଷ୍ଟ କରିଦେଲେ I


ତାହାର ପରଦିନ ଖବରକାଗଜରେ ଏମିତି ବାହାରିଥିଲା -

"କରୋନା କଣ୍ଟ୍ରୋଲ ରୁମକୁ ଫୋନ କରି ସମୋସା ମଗେଇଲେ  ଯୁବକ ,ଜିଲ୍ଲାପାଳ ସମୋସା ପଠେଇବା ସହ ଯୁବକଙ୍କୁ ମ୍ୟୁନିସିପାଲିଟିରେ ଗୋଟିଏ ଡ୍ରେନ ସଫା କରିବାକୁ ନିର୍ଦ୍ଧେଶ ଦେଇ ଉପଯୁକ୍ତ ଗାନ୍ଧୀ ନୀତିରେ ଶିକ୍ଷI ଦେଲେ ,ତେଣୁ ଘରେ ରୁହନ୍ତୁ ଆଉ କରୋନା ଵିରୋଧ ଲଢେଇରେ ସାମିଲ ହୁଅନ୍ତୁ I "


Stay home ,save life


Rate this content
Log in

More oriya story from ଉମା ଶଙ୍କର ମାଝୀ

Similar oriya story from Drama