Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ଉମା ଶଙ୍କର ମାଝୀ

Abstract Action Classics

3  

ଉମା ଶଙ୍କର ମାଝୀ

Abstract Action Classics

କରୋନା କଣ୍ଟ୍ରୋଲ ରୁମ,ଲୋଭୀ ଦୋକାନୀ

କରୋନା କଣ୍ଟ୍ରୋଲ ରୁମ,ଲୋଭୀ ଦୋକାନୀ

3 mins
151


ଗଳ୍ପ - କରୋନା କଣ୍ଟ୍ରୋଲ ରୁମ ଓ ଲାଭଖୋର ଦୋକାନୀ 


ଶେଷଦେବ ଜଣେ ଦୋକାନୀ I ସେ ଗାଁ ରେ ଗୋଟିଏ ଦୋକାନ I 

 ସେ ସେହି ଅଞ୍ଚଳ ର ବଡ଼ ଦୋକାନୀ I 


ଦୋକାନ ରେ ଫଳମୂଳ ,ପନିପରିବା ସହ ବିଭିନ୍ନ ନିତ୍ୟ ବ୍ୟବହାଯ୍ୟ ଜିନିଷ ବିକ୍ରିକରି ଥାଏ I 


ଗ୍ରାମାଞ୍ଚଳ ହେତୁ ସେ ଗରିବ ଓ ଅଶିକ୍ଷିତ ତଥା ନିରକ୍ଷର ଲୋକଙ୍କୁ ଦୋକାନୀ ସାମଗ୍ରୀ ରେ ଠକି ବହୁତ ଲାଭ ଉଠେଇ ଥାଏ I 


ଏହା ସହ ଜିନିଷ ଗୁଡିକ ରେ ଅପମିଶ୍ରଣ କରି ବିକ୍ରି କରିବା ତାହାର ଯେମିତି ବ୍ୟବସାୟ ସେ ଲାଭ ର ଗୋଟିଏ ବଡ଼ ମାଧ୍ୟମ ଥିଲା I 


ଏପରି ନ କରିବା ପାଇଁ ଶେଷଦେବ ର ବନ୍ଧୁ,ତାଙ୍କ ସମ୍ପର୍କୀୟ ତାଙ୍କ ପତ୍ନୀ ,ପୁତ୍ର ବହୁତ ଅନୁରୋଧ କରିଛନ୍ତି କିନ୍ତୁ ସବୁ କୁ ହେୟ ଜ୍ଞାନ କରି ଗର୍ବ ରେ ଫାଟି ଶେଷଦେବ କୁହେ -


"ମୋ ପାଇଁ ଟଙ୍କା ସବୁ କିଛି ,ମୁଁ ଅନ୍ୟାୟ କରି କି ଲାଭ ପାଏ !!

 ଲୋକ ମାନେ ମୋର କଣ କରିବେ ?

ମୋତେ ଯାହା କୁହନ୍ତୁ ମୋର କିଛି ଜାଣିବାର ଇଚ୍ଛା ନାହିଁ I "


ସବୁବେଳେ ସମୟ ସମାନ ଯାଏନାହିଁ I 


କରୋନା କୁ ମୁକାବିଲା କରିବା ପାଇଁ ଭାରତ ସରକାର ଏକୋଇଶ ଦିନ ପର୍ଯ୍ୟନ୍ତ "ଲକ ଡାଉନ" ଘୋଷଣା କଲେ I


ଏହି ଏକୋଇଶ ଦିନ ପର୍ଯ୍ୟନ୍ତ ସମସ୍ତେ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀ ଙ୍କ ଅନୁରୋଧ କଲେ I 


ଏହା ସହ ପ୍ରତି ଜିଲ୍ଲା ରେ କରୋନା ର ମୁକାବିଲା ଓ ଜନସଧାରଣ କୁ ସହଯୋଗ ପାଇଁ କରୋନା କଣ୍ଟ୍ରୋଲ ରୁମ କୁ କୌଣସି ସମସ୍ୟା ହେଲେ ହେଲ୍ପ ଲାଇନ ନମ୍ବର ଜରିଆରେ ଫୋନ କରି ପୋଲିସ ପ୍ରଶାସନ ନିକଟରୁ ସାହାଯ୍ୟ ଲାଭ କରିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ଘୋଷଣା କରାଯାଉଥିଲା I


ଏହି ସମୟ ରେ ଲକ ଡ଼ାଉନ ସୁଯୋଗ ର ଫାଇଦା ଉଠେଇ ଶେଷଦେବ ଦୋକାନୀ ଚଢ଼ାଦର ରେ ଜିନିଷ ପତ୍ର ବିକିବାକୁ ଲାଗିଲା I 


ଏହି ସମୟରେ ଗାଁ ରେ ଲୋକେ କରୋନା ମୁକାବିଲା ପାଇଁ ଲକ ଡ଼ାଉନ ସମୟରେ ଦୋକାନ ରେ ଚଢ଼ା ଦର ରେ ଦୋକାନ ରେ ଫଳମୂଳ,ପନିପରିବା ଆଉ ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ପୂର୍ବେ ଯେଉଁ ଦାମ ରେ ବିକିଲେ ସେତିକି ଦାମ ରେ ବିକିବା ପାଇଁ ଅନୁରୋଧ କଲେ I 

କିନ୍ତୁ କେବଳ ଲାଭ ମନୋବୃତ୍ତି ରଖୁଥିବା ଶେଷଦେବ ପାଇଁ ତାହା ତାହାର ହୃଦୟ କୁ ତରଲେଇବା ଯଥେଷ୍ଟ ନ ଥିଲା I


ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ଗ୍ରାମ ଓ ସହର ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ବିକ୍ରି ପାଇଁ ଗୋଟିଏ ମୂଲ୍ୟ ସ୍ଥିର କରି ପ୍ରତି ଦୋକାନ ଆଗରେ ବିକ୍ରି ତାଲିକା ଟି ବାହାରେ ଟାଙ୍ଗିବା ପାଇଁ ନିର୍ଦ୍ଧେଶ ଦିଆଗଲା I


କିନ୍ତୁ ଲୋଭୀ ଶେଷଦେବ ଏହାକୁ ଖାତିରି ନ କରି ଚଢ଼ା ଦାମ ରେ ଜିନିଷ ବିକ୍ରି କରିବାକୁ ଲାଗିଥିଲା I


ଦୋକାନୀ ମାନେ ଠିକ ଭାବରେ ନୀତିନିୟମ ପାଳନ କରୁଛନ୍ତି କି ନାହିଁ ସେହି ଜିଲ୍ଲା ର ଜିଲ୍ଲାପାଳ ବେଶ ବଦଳେଇ ବିଭିନ୍ନ

ଅଞ୍ଚଳ ସାଧାରଣ ବେଶ ରେ ବୁଲି ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଲେ I


ଦୈବାତ ସେ ଆସି ପହଞ୍ଚିଲେ ଶେଷଦେବ ଙ୍କ ଗାଁ ରେ ଥିବା ଦୋକାନ ରେ !


ପୋଲିସଗାଡି କୁ ଗାଁମୁଣ୍ଡ ରେ ରଖି ମୁଁ ଫୋନ କଲେ ଗାଁ ଭିତରକୁ ଆସିବ କହି ଦେଇ ଚାଲିଚାଲି ଶେଷଦେବ ଦୋକାନ ନିକଟକୁ ଗଲେ I 


ଏହା ପରେ ଜିଲ୍ଲାପାଳ ଦୋକାନୀକୁ କହିଲେ 

: "ଆଜ୍ଞା,ଆଳୁ ତିନି କେଜି,ପିଆଜ ଦୁଇ କେଜି ଆଉ ଅଟା ଗୋଟିଏ ପ୍ୟାକେଡ଼ ଦିଅନ୍ତୁ I"


ଶେଷଦେବ ସବୁ କୁ ଓଜନ କରିସାରି ଆଳୁ ଓ ପିଆଜ ସହ ଅଟା ପ୍ୟାକ ପ୍ୟାକେଟ ବେଶବଦଳେଇଥିବା ଜିଲ୍ଳାପାଳ ଙ୍କ ହାତ କୁ ସାମଗ୍ରୀ ବଢ଼େଇ ଦେଲେ I


ଜିଲ୍ଲାପାଳ ହିସାବ କରି ଟଙ୍କା ଦେଲେ I


ଏହାପରେ ଶେଷଦେବ ଦୋକାନୀ ଟଙ୍କା ହିସାବକରି କହିଲା :-ଓଃ ବାବୁ ! ଏହାର ଦାମ ଏବେ ବଢିଯାଇଛି ଏତେ ହେବନାହିଁ ଆହୁରି 120 ଟଙ୍କା ଦିଅ ?


ଏହା ଶୁଣି ଧୀର ଓ ନମ୍ର ଭାବରେ ବେଶବଦଳେଇଥିବା ଜିଲ୍ଲାପାଳ କହିଲେ - ଆଜ୍ଞା ! ସରକାର ଏ କରୋନା ପରି ଭାଇରସ କୁ ରୋକିଇଁ "ଲଗ ଡ଼ାଉନ" ସାରା ଦେଶ ରେ ସରକାର 

ଘୋଷଣା କରିଛନ୍ତି Iବା ପାଇଁ ସମସ୍ତଙ୍କୁ ସଚେତନ କରୁଛନ୍ତି Iସେଠି ପା

ଏହା ସହ ଏ ଘଡ଼ି ସନ୍ଧି ମୁହୂର୍ତ୍ତ ରେ କଳାବଜାରୀ କୁ ରୋକିବା ପାଇଁ ସରକାର କୌଣସି ଜିନିଷ କେତେ ଦାମ ରେ ବିକ୍ରି ହେବ ତାହାର ତାଲିକା ସବୁ ଦୋକାନ ସମ୍ମୁଖ ରେ ଲଗେଇଛନ୍ତି I ତଥାପି ଆପଣ ଅଟେ ଚଢ଼ା ଦାମ ରେ ଦୁଇ ରୁ ତିନିଗୁଣା ଅଧିକ ରେ ବିକ୍ରି କରିବା ଦ୍ୱାରା ଅସୁବିଧାରେ ପଡିପାରନ୍ତି I


ଏହା ଶୁଣି ଶେଷଦେବ କହିଲା - ଏ ବାବୁ ! ତୋତେ ନିଜକୁ କଲେକ୍ଟର ଭଳିଆ ଲାଗୁଛି କି ?


ମୋତେ କେଉଁ ଜିନିଷ କେତେରେ ଵିକିଵି କହୁଛୁ ?


ମୋ ଦୋକାନ ମୁଁ ଯେଉଁ ଜିନିଷ ଯେତେ ଦାମ ରେ ବିକ୍ରି କରିପାରେ I


ଯଦି ପାଖରେ ପଇସା ନାହିଁ ଆଉ ଏତେ ଦାମ ଦେଇପାରିବୁ ନାହିଁ ଏଠୁ ପଲା !!


ଯା କେଉଁ କଲେକ୍ଟର କି ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ କି କହିବୁ ଯା !!!


ହାଃ...ହାଃ.. ..ହାଃ..ନିଜେ ତ ଭିକାରି ପରି ଲାଗୁଛୁ ତୁ ମୋର କଣ କରିବୁ ?


ଏହାଶୁଣି ଜିଲ୍ଲାପାଳ ତାଙ୍କ ପକେଟ ରୁ ଫୋନ ବାହାରକରି ଫୋନ କଲେ ଏ ସଙ୍ଗେ ସଙ୍ଗେ ପୋଲିସ ଗାଡି ଦୋକାନ ସମ୍ମୁଖ ରେ ଆସି ପହଞ୍ଚିଲା I


ଜିଲ୍ଲାପାଳ କହିଲେ - ଆରେଷ୍ଟ ହିମ ?


ଶେଷଦେବ କିଛି କହିବା ଆଗରୁ ପୋଲିସ ମାନେ ତାକୁ ଧରି ଗାଡ଼ି ରେ ବସେଇଲେ I 


ପୋଲିସ ମାନେ କହିଲେ - ଏ ହେଉଛନ୍ତି ଆମ ଜିଲ୍ଲା ର କଲେକ୍ଟର !


ଜିଲ୍ଲାପାଳ ଶେଷଦେବ କୁ ଚାହିଁ କହିଲେ -କରୋନା ମୁକାବିଲା ମୁହୂର୍ତ୍ତ ରେ ଆମ ସମସ୍ତଙ୍କ କର୍ତ୍ତବ୍ୟ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ I 

ଯଦି ଆମେ ନିଜ ନିଜ ଭିତରେ ଏମିତି କେବଳ ଲୋଭ ମନୋବୃତ୍ତି ରଖି ଅନ୍ୟ ର ଦୁଃଖ ସୁଖ ରେ ସାହାଯ୍ୟ ସହଯୋଗ କରିବା ନାହିଁ ତେବେ ଆମ ମନୁଷ୍ୟ ଓ ପଶୁ ଭିତରେ କଣ ପ୍ରଭେଦ ରହିଲା ?


ମନୁଷ୍ୟ ସେବା ହିଁ ଭଗବାନ ଙ୍କ ସେବା,ଯଦି ଏ ପବିତ୍ର ସେବା କରିବାର ସୁଯୋଗ ମିଳୁଛି କାହିଁକି ହାତଛଡା କରିବା I

 



Rate this content
Log in

More oriya story from ଉମା ଶଙ୍କର ମାଝୀ

Similar oriya story from Abstract