ଉମା ଶଙ୍କର ମାଝୀ

Children Stories Inspirational Thriller

3  

ଉମା ଶଙ୍କର ମାଝୀ

Children Stories Inspirational Thriller

ଆଲେକଜ଼ାଣ୍ଡର ଓ ଚର୍ଚ୍ଚିଲ ସାହାଯ୍ୟ

ଆଲେକଜ଼ାଣ୍ଡର ଓ ଚର୍ଚ୍ଚିଲ ସାହାଯ୍ୟ

4 mins
485



କଥାରେ ଅଛି ଭଲ କାମ କଲେ ନିଶ୍ଚୟ ଭଲ ଫଳ ମିଳିଥାଏ ତେଣୁ ଆମକୁ ଯଦି ଅନ୍ୟ ପାଇଁ କିଛି ସାହାଯ୍ୟ ସହଯୋଗ କରିବାର ଅବସର ମିଳେ ନିଶ୍ଚୟ ହାତ ବଢ଼େଇବା ଉଚତ I

ଭଲ କାମ ର ଫଳ କେତେବେଳେ କେଉଁ ରୂପରେ ଆସେ ଯାହା ନା ପିଲା ମାନେ ତୁମେ ଜାଣିପାରିଥାଅ ନା ଆମେ ଜାଣିପାରୁ ଯାହା ଆମ ଜୀବନ ଗତିପଥ କୁ ବଦଳେଇ ଦେଇଥାଏ I


ବ୍ରିଟେନ ର ସ୍କଟଲାଣ୍ଡ ରେ ଜଣେ ଗରିବ ଚାଷୀ ରହୁଥିଲେ I ତାଙ୍କ ନାମ ଥିଲା ଫ୍ଲେମିଙ୍ଗ I ସେ ଗରିବ ସିନା ଥିଲେ କିନ୍ତୁ କିଏ ଯଦି କୌଣସି ବିପଦ ରେ ପଡିଛି ତେବେ ସେ ନିଶ୍ଚିତ ନିଜ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିଥାନ୍ତି I 


ଦିନେ ସେ ନିଜ ଘର ଚାରିପଟ ସଫା କରୁଥାନ୍ତି I


 ହଟାତ ଫ୍ଲେମିଙ୍ଗ ଶୁଣିବାକୁ ପାଇଲେ ଯେ କେହି ଜଣେ ଚିତ୍କାର କରୁଛି ସାହାଯ୍ୟ କରିବା ପାଇଁ ! ! !


ସେ ନିଜର କାମ ଛାଡ଼ି ଦୌଡ଼ି ଆସି ଦେଖନ୍ତି ! ! !


ଏ କଣ ! ଆଠ ନଅ ବର୍ଷ ର ପିଲାଟିଏ ପାଖ ପଙ୍କ ପରିପୂର୍ଣ୍ଣ ପୋଖରୀ ରେ ପଙ୍କ ମଧ୍ୟରେ ଫସି ରହିଛି I


ପିଲାଟି ସାହାଯ୍ୟ ପାଇଁ ଚିତ୍କାର କରୁଥାଏ I


       ଫ୍ଲେମିଙ୍ଗ ଦେଖିଲେ ପିଲାଟି ର ଅଣ୍ଟା ପର୍ଯ୍ୟନ୍ତ ପଙ୍କ ଭିତରେ ଫସିଗଲାଣି ଯେପରି ହେଉ ପିଲା ଟିକୁ ଏହି ବିପତ୍ତି ରୁ ରକ୍ଷI କରିବାକୁ ହେବ ଡେ଼ରିହେଲେ କିଛି ବି ଅଘଟଣ ଘଟିଯାଇପାରେ I 


ସେ ଚିତ୍କାର କଲେ -"ପୁଅ,ବ୍ୟସ୍ତ ହୁଅନାହିଁ ,ତୁମେ ହଲଚଲ ନ ହୋଇ ସେମିତି ରୁହ ମୁଁ କିଛି ବ୍ୟବସ୍ଥା କରୁଛି I "


ପଙ୍କ ପୋଖରୀ କୁ ଲାଗି ଫ୍ଲେମିଙ୍ଗ ଚାରି ଆଡ଼କୁ ଦୌଡ଼ି ଦୌଡ଼ି ସାହାଯ୍ୟ ପାଇଁ କିଛି ଜିନିଷ ଖୋଜିବାକୁ ଲାଗିଲେ ଓ ପୋଖରୀ ନିକଟରେ ଗୋଟିଏ ପଡ଼ିଥିବା ବାଡ଼ି ସାହାଯ୍ୟରେ ପୋଖରୀ ର ଅଳ୍ପ ଭିତରକୁ ପଶି ଜୀବନକୁ ପାଣି ଛଡେଇଲା ପରି ବହୁତ ପରିଶ୍ରମ କରି ସେହି ଛୋଟିଆ ପିଲାଟିକୁ ପଙ୍କ ଭିତରୁ ଉଦ୍ଧାର କଲେ I 


ଏହାପରେ ଛୋଟ ପିଲା ଟି ଚାଷୀ ଙ୍କୁ ଧନ୍ୟବାଦ ଦେଇ ନିଜ ଘର କୁ ଗଲାI


ତାହା ପରଦିନ ଫ୍ଲେମିଙ୍ଗ ଙ୍କ ଗରିବ କୁଡ଼ିଆ ଆଗରେ ଗୋଟିଏ ଚକମକ କରୁଥିବା କାର ଆସି ପହଞ୍ଚିଲା ଆଉ ତାହା ଭିତରୁ ଜଣେ ସୁଟବୁଟ ପିନ୍ଧା ଜଣେ ଧନୀ ବ୍ୟକ୍ତି ବାହାରି ଫ୍ଲେମିଙ୍ଗ କୁ ପଚାରିଲେ - ଏହା କଣ ଫ୍ଲେମିଙ୍ଗ ଙ୍କ ଘର ?


ଫ୍ଲେମିଙ୍ଗ କହିଲେ- ହଁ ଆଜ୍ଞା କୁହନ୍ତୁ ! ମୁଁ ଫ୍ଲେମିଙ୍ଗ I ମୁଁ ଆପଣଙ୍କ ପାଇଁ କଣ କାମ କରିପାରେ I 


ପରସ୍ପର ପରସ୍ପର କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କଲେ I


ସେହି ଧନୀବ୍ୟକ୍ତି ଟି କହିଲେ - ମୁଁ ରୁଡଲଫ ଚର୍ଚ୍ଚିଲ I ଆପଣ ଯେଉଁ ପିଲା କୁ କାଲି ପଙ୍କ ରୁ ଉଦ୍ଧାର କରି ନୂଆ ଜୀବନ ଦେଲେ ମୁଁ ସେହି ପୁଅର ବାପା I ମୁଁ ଆପଣଙ୍କୁ କିପରି ଧନ୍ୟବାଦ ଦେବି ଭାବିପାରୁନାହିଁ I 


ମୁଁ ଆପଣଙ୍କ ସାହାଯ୍ୟ ପାଇଁ ଆପଣ ଙ୍କୁ ଅଶେଷ ଧନ୍ୟବାଦ ଦେଉଛି ଆଉ ଆପଣଙ୍କ ସାହାଯ୍ୟ ର ପ୍ରତିବଦଳ ରେ ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିବାକୁ ପ୍ରସ୍ତୁତ I

ଆପଣ ଯାହା ମାଗିପାରନ୍ତି I"


ଏହା ଶୁଣି ଫ୍ଲେମିଙ୍ଗ କହିଲେ - ମହାଶୟ,ମୁଁ ଜଣେ ମନୁଷ୍ୟ କର୍ତ୍ତବ୍ୟ କରିଛି I ଜଣେ ବିପଦରେ ପଡିଥିବା ବେଳେ ସାହାଯ୍ୟ କରିବା ହିଁ ପ୍ରକୃତ ମାନବିକତା I ଆପଣଙ୍କ ପୁଅ ସ୍ଥାନ ରେ ମୋ ପୁଅ ବି ଯଦି କୌଣସି ବିପଦ ରେ ପଡିଲେ ନିଶ୍ଚୟ ଆପଣ ସେ ସ୍ଥାନ ରେ ଥିଲେ ସାହାଯ୍ୟ ର ହାତ ବଢ଼େଇ ଥାନ୍ତେ I ଆପଣଙ୍କ 

ପୁଅ ବି ମୋ ପୁଅ ପରି ନୁହେଁ କି ! 


ଆପଣ ପରି ଧନ୍ୟାଢ଼ ବ୍ୟକ୍ତି ମୋ ପରି ଗରିବ କୁଟୀର ରେ ପାଦ

ଥାପିବା କୌଣସି କାମ ଗୌରବ ର କଥା ନୁହେଁ I ଆପଣଙ୍କ ଠାରୁ ସାହାଯ୍ୟ ମୁଁ ଗ୍ରହଣ କରିପାରୁନାହିଁ ସେଠି ପାଇଁ କ୍ଷମା ମାଗୁଛି I


କୁହାଯାଏ ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ! !


ଠିକ ଏହି ସମୟରେ ଫ୍ଲେମିଙ୍ଗ ଙ୍କ ଛୋଟ ପୁଅ ଟି ଘରଭିତରୁ ବାହାରକୁ ବାହାରିଲା I 


ତାହାକୁ ଦେଖି ରୁଡଲଫ ଚର୍ଚ୍ଚିଲ କହିଲେ - ଫ୍ଲେମିଙ୍ଗ ମହାଶୟ ଏହା ଆପଣଙ୍କ ପୁଅ ନା !


ଫ୍ଲେମିଙ୍ଗ- ହଁ ମୋ ପୁଅ,ବହୁତ ଭଲ ପାଠ ମଧ୍ୟ ପଢ଼େ I


ଏ କଥା ଶୁଣି ଚର୍ଚ୍ଚିଲ କହିଲେ - ଶୁଣନ୍ତୁ ଫ୍ଲେମିଙ୍ଗ,ଆପଣ ଙ୍କୁ ମୋ ଗୋଟିଏ କଥା ରଖିବାକୁ ପଡ଼ିବ I ଆପଣ କହିଥିଲେ ଆପଣଙ୍କ ପୁଅ ମୋ ପୁଅପରି I ତେବେ ତ ସେମାନେ ମୋ ମତରେ ଭାଇ ଭାଇ I 


ମୁଁ ଆପଣଙ୍କ ପୁଅ ର ସବୁ ପଢ଼ିବା ଖର୍ଚ୍ଚ ବ୍ୟୟ କରିବାକୁ ଚାହେଁ I ମୁଁ କଥା ଦେଉଛି ମୋ ପୁଅ ଯେମିତି ସ୍କୁଲ ରେ ପଢ଼ୁଛି ମୁଁ ଆପଣଙ୍କ ପୁଅ କୁ ଠିକ ସେମିତି ଗୋଟିଏ ସ୍କୁଲ ରେ ପାଠ ପଢ଼େଇବି I ତାହାର ସମସ୍ତ ପଢ଼ିବା ଭାର ମୋ ଉପରେ ନ୍ୟସ୍ତ ହେଉ ,ମନା କରିବେନି I ଆଶା କରେ ମନା କରିବେନି I "


ରୁଡଲଫ ଚର୍ଚ୍ଚିଲ ଙ୍କ ଏହି କଥା ଶୁଣି ଫ୍ଲେମିଙ୍ଗ ନୀରବ ରହିଲେ ଓ ଭାବିବାକୁ ଲାଗିଲେ I 


"ସେ ଗରୀବ ଚାଷୀଟିଏ I କେବେ ମଧ୍ୟ ନିଜ ପୁଅ କୁ ନିଜ ଆର୍ଥିକ ସତି ଶୋଚନୀୟ ହେତୁ ଉଚ୍ଚ ଶିକ୍ଷI ଦେଇପାରିବେ ନାହିଁ, ପୁଅ ର ଭଲ ଭବିଷ୍ୟତ ପାଇଁ ଯଦି ଏହା ଇଶ୍ୱର ଙ୍କ ଈଛା ତାହା ହିଁ ଠିକ ଇ"


କୁହାଯାଏ -"ମୌନ ସମ୍ମତି ଲକ୍ଷଣମ " I 


ଫ୍ଲେମିଙ୍ଗଙ୍କ ନୀରବତା କୁ ସମ୍ମତି ଧରିନେଇ ରୁଡଲଫ ଚର୍ଚ୍ଚିଲ ଫ୍ଲେମିଙ୍ଗ ଙ୍କ ପୁଅ କୁ ସହର କୁ ଆଣି ନିଜ ପୁଅ ସହ ପାଠ ପଢ଼େଇଲେ I


ଆଉ ପିଲା ମାନେ ଯେଉଁ ଗରିବ କୃଷକ ପିଲାଟିକୁ ଆଣି ରୁଡଲଫ ଚର୍ଚ୍ଚିଲ ପାଠପଢ଼େଇ ଥିଲେ ସେ ପରବର୍ତ୍ତୀ ସମୟରେ ବହୁତ ବଡ଼ ବୈଜ୍ଞାନିକ ହୋଇପାରିଥିଲେ I ଯିଏ କି ଚିକିତ୍ସା ରେ ବିଶଲ୍ୟକରଣୀ କୁହାଯାଉଥିବା ଔଷଧ "ପେନସିଲିନ ଇଞ୍ଜେକ୍ସସନ " ର ଆବିଷ୍କାର କରିଥିଲେ I


ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ ରେ ଅନେକ ଆଘାତପ୍ରାପ୍ତ ସୈନିକ ମାନଙ୍କୁ ପେନସିଲିନ ଔଷଧ ସହାୟତା ରେ ଜୀବନ ବଞ୍ଚେଇ ହୋଇଥିଲା I 


ପେନସିଲିନ ଇଞ୍ଜେକ୍ସସନ ଆବିଷ୍କାର ପାଇଁ ତାଙ୍କୁ ବିଜ୍ଞାନ କ୍ଷେତ୍ର ରେ ଅବଦାନ ପାଇଁ ନୋବେଲ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା I 


ଆଉ ସେହି ବୈଜ୍ଞାନିକ ସେହି ଗରିବ କୃଷକ ର ପିଲା ଟି କେହି ନୁହେଁ ସେ ଥିଲେ ବୈଜ୍ଞାନିକ ଆଲେକ୍ସଜ଼ାଣ୍ଡର ଫ୍ଲେମିଙ୍ଗ I  


      କାହାଣୀ ଏତିକି ରେ ସରିନାହିଁ ରୁଡଲଫ ଚର୍ଚ୍ଚିଲ ଙ୍କ ପୁଅ ଯିଏ ଆଲେକ୍ସଜ଼ାଣ୍ଡର ଙ୍କ ସହ ପଢୁଥିଲେ ତାହାଙ୍କୁ ମଧ୍ୟ ଯେତେବେଳେ ଘାତକ ବେମାରୀ ହୋଇଥିଲା ସେତେବେଳେ ଏହି ପେନସିଲିନ ଔଷଧ ସାହାଯ୍ୟ ରେ ସେହି ଚର୍ଚ୍ଚିଲ ପୁଅ ଙ୍କ ଚିକିତ୍ସା କରାଯାଇଥିଲା ଓ ରୋଗ ରୁ ମୁକ୍ତ ହୋଇପାରିଥିଲେ I


ଆଉ ରୁଡଲଫ ଚର୍ଚ୍ଚିଲ ଙ୍କ ପୁଅ କେହି ନ ଥିଲେ ସେ ଥିଲେ ୱେଷ୍ଟନ ଚର୍ଚ୍ଚିଲ ଯିଏ କି ବ୍ରିଟେନ ର ଦୁଇ ଦୁଇ ଥର ପ୍ରଧାନ ମନ୍ତ୍ରୀ ହୋଇ ପାରିଥିଲେ I 


ଉଭୟ ଆଲେକଜ଼ାଣ୍ଡର ଓ ରୁଡଲଫ ଚର୍ଚ୍ଚିଲ ପରସ୍ପର କୁ ସାହାଯ୍ୟ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଉଭୟ ଙ୍କ ପୁତ୍ର ଆଲେକ୍ସଜ଼ାଣ୍ଡର ଫ୍ଲେମିଙ୍ଗ ଓ ୱେଷ୍ଟନ ଚର୍ଚ୍ଚିଲ ପାଇଁ ତଥା ସାରା ବିଶ୍ୱ ପାଇଁ ଖୁସିର ଏକ କାରଣ ହୋଇଥିଲା I


ତେଣୁ ତ ପିଲା ମାନେ କୁହନ୍ତି - ଜୀବନ ର ଯେ କୌଣସି ମୋଡ଼ରେ ନିଜେ କରିଥିବା ଉପକାର ପୁଣି ଫେରି ଆସେ ନୁଆ ଗୋଟିଏ ଖୁସି ନେଇ ! ! !


 



Rate this content
Log in