କ୍ରୋଧର ନିଆଁ
କ୍ରୋଧର ନିଆଁ
ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପ୍ରଦୀପ ବାବୁ ଅନୁତାପ ର କାଠଗଡା ଭିତରେ ଛିଡ଼ାହୋଇ ବିବେକ ରୂପୀ ଜଜ୍ ଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତିି,
'କେବଳ ଜେଲ୍ ନୁହେଁ, ତାଙ୍କର ଭୁଲ୍ ପାଇଁ ମୃତ୍ୟୁ ଦଣ୍ଡ ଦରକାର ଥିଲା।'ସତରେ କ୍ରେଧର ନିଆଁରେ ବସବର୍ତ୍ତୀ ହୋଇ ସେ ଯେଉଁଁ ଭୁଲ୍ କରିଛନ୍ତିି। ସେଥିପାଇଁ ଆଜି ବନ କେବଳ ସେ କୁହଳି କହୁଳି ଜଳି ଆସୁଛନ୍ତି ।
ପ୍ରଦୀପ ବାବୁ ଯାହାର କି ଆଗରେ କେହି ନାହିଁନ୍ତି କି ପଛରେ ମଧ୍ୟ କେହି ନାହିଁନ୍ତି । ସ୍ତ୍ରୀ ସଙ୍ଗୀତା ଷାଠିଏ ବର୍ଷ ତଳେ କନ୍ୟା ସନ୍ତାନ ଟିଏ ଜନ୍ମ ଦେଇ ଆରପାରିକୁ ଚାଲି ଯାଇଛି । ସ୍ତ୍ରୀ ନୁହେଁତ ମୋ ପାଇଁ ଲକ୍ଷ୍ମୀଟିଏ ଥିଲା। ବିଭାଘରର ବର୍ଷ ଦୁଇଟାରେ ମୁଁ ଚା ଦୋକାନୀରୁ ବଡ଼ ବ୍ୟବସାୟି ଟିଏ ପାଲଟି ଯାଇଥିଲି। ସଙ୍ଗିତା ତା ବାପା ମା'ଙ୍କର ଯେହେତୁ ଗୋଟିଏ ଝିଅ ଥିଲା
ସେଥିପାଇଁ, ତା ବାପା ଲୁଗା ଦୋକାନଟିଏ କରିବାପାଇଁ କିଛି ଟଙ୍କା ଦେଇଥିଲେ । ତାଙ୍କରି ସାହାଯ୍ୟ ପାଇ ପ୍ରଥମେ ଛୋଟିଆ ଦୋକାନ ଟିଏ କରି କିଛି ଲୁଗା ବିକୁଥିଲି । କିନ୍ତୁ ବର୍ଷ ଦୁଇଟାରେ ମୁଁ ବଡ଼ ଦୋକାନ ଟିଏ କରି ସଫଳ ବ୍ୟବସାୟି ଟିଏ ପାଲଟି ଯାଇଛି।
ସଙ୍ଗୀତା, ରୂପରେ ଯେମିତି ଗୁଣରେ ସେମିତି ଥିଲା । କେବଳ ମୁଁ ନୁହେଁ ମୋ ବାପା, ମା' ବନ୍ଧୁ ବାନ୍ଧବ ସମସ୍ତେ ତାକୁ ଭଲ ପାଉଥିଲେ। ମୋତେ ତ ସରଗର ଚାନ୍ଦ ପାଇଲା ପରି ମନେ ହେଉଥିଲା ,ବିଭାଘର ଦୁଇ ବର୍ଷ ପରେ ସେ ଗର୍ଭବତୀ ହେଲା । ମୋର ଖୁସି ଦ୍ଵିଗୁଣିତ ହେବାକୁ ଲାଗିଲା।
ଦିନ ଗଡ଼ି ଚାଲିଥାଏ, ସେପଟ ସଙ୍ଗୀତାର
ଗର୍ଭ ମଧ୍ୟ ବଢି ଚାଲିଥାଏ। ଭଗବାନ ସମସ୍ତଙ୍କୁ ସବୁବେଳେ ଖୁସି ଦିଅନ୍ତିନି । ମୋର ମଧ୍ୟ ସୁଖର ସମୟ ସରି ଆସିଥିଲା
ସଙ୍ଗୀତାର ଡେଲିଭରି ପାଇଁ ନର୍ସିଙ୍ଗହାମ ନେଲି। ସେଠାରେ ସେ କନ୍ୟା ସନ୍ତାନ ଟିଏ ଜନ୍ମ ଦେଇ ଆର ପାରିକୁ ଚାଲିଗଲା। ତାର ବିୟୋଗ ମୋତେ ଏତେ ମର୍ମାହତ କରିଥିଲା ମୁଁ ସାଙ୍ଗେ ସାଙ୍ଗେ ଘରକୁ ଚାଲି ଆସିଲି, ଝିଅଟିକୁ ଦେଖିବାକୁ ଇଚ୍ଛା ମଧ୍ୟ କଲିନି। ବାପା ଝିଅ କୁ ନେଇ ଘରକୁ ଆସିଲେ ।
ସଙ୍ଗୀତାର ଦଶାହ କର୍ମ ମଧ୍ୟ ଶେଷ କଲେ । କେଉଁ ଥିରେ ମୁଁ ସାମିଲ
ି ହେଲିନି । କିଛି ଦିନ ପରେ ବାପା,ବୋଉ
ଦ୍ୱିତୀୟ ବିବାହ କରିବା। ପାଇଁ କହିଲେ , ବହୁତ ଚେଷ୍ଟା କରିଥିଲେ,
ତାଙ୍କ କଥାରେ ଗୁରୁତ୍ଵ ଦେଲିନି, ସବୁବେଳେ ବ୍ୟବସାୟରେ ବ୍ୟସ୍ଥ ରହିଲି। ବୁଢା ବାପା ମା' ପାଇଁ ଗୋଟେ ପୁଅରକର୍ତ୍ତର୍ବ୍ୟ ଓ ଗୋଟିଏ ଛୋଟିଆ ଝିଅ ପାଇଁ, ବାପାର କର୍ତ୍ତବ୍ୟ ମୁଁ ଭୁଲିଗଲି । ବାପା ବାଧ୍ଯ ହୋଇ ତାଙ୍କ ସାଙ୍ଗର ପୁଅକୁ ଆଣି ପାଖରେ ରଖିଲେ, ନିଜର ଦେଖାଶୁଣା କରିବାଲାଗି ।
ତାଙ୍କ ସାଙ୍ଗ ଓ ତା ସ୍ତ୍ରୀ ଆକ୍ସି6ଡଣ୍ଟରେ ମରିଗଲା ପରଠାରୁ ପୁଅଟି ତା ମାମୁଁ ଘରେ ରହି ପଡ଼ୁଥିଲା ।
ବାପା ବି ମଝିରେ ମଝିରେ ଯାଇ ତାର ଭଲ ମନ୍ଦ ବୁଝୁଥିଲେ. ମୋର ହାବ ଭାବ ଲକ୍ଷ କରି , ବାପା ବାଧ୍ୟହୋଇ ତାକୁ ଆମ ଘରକୁ ନେଇଆସିଥିଲେ , ନିଜର ଦେଖାଶୁଣା କରିବା ପାଇଁ। ଏହା ମଧ୍ୟରେ ବୋଉ ବି ମୋର ଆର ପାରିକୁ ଚାଲି ଯାଇଥିଲା। ବାପା ମଧ୍ୟ କିଛି ଦିନ ପରେ ମୋତେ ଏକା କରି ଆରପାରିକୁ ଚାଲି ଗଲେ। ଏ ଦୁନିଆଁରେ ନିଜର ବୋଲି ଯେଉଁ ଝିଅ ଟିଏ ଥିଲା . ତାକୁ ମୋ ଠାରୁ ଦୂରରେ ହଷ୍ଟେଲେରେ ରଖୁଥିଲି। ଅବସ୍ୟ ମଝିରେ ମଝିରେ ଘରକୁ ଆସେ । ଏବେବି ତା ପ୍ରତି ମୋ ପିତୃତ୍ଵର ମମତା ଜଗୁ ନଥିଲା। ବରଂ ତାକୁ ଦେଖିଲେ , ସଙ୍ଗୀତାର ମୃତ୍ୟୁ ମୋ ଆଖି ଆଗରେ ନାଚି ଉଠୁଥିଲା । କହିବାକୁ ଗଲେ ମୋତେ ଯେପରି ଲାଗୁଥିଲା ସଙ୍ଗୀତର ମୃତ୍ୟୁ ପାଇଁ ସେ ହିଁ ଦାୟି ଥଲା । କଣ ଏକ ଛୁଟିରେ ଘରକୁ ଆସିଥାଏ ସେ , ମୋ ଦେହ ଅସୁସ୍ଥ ଲାଗିବାରୁ, ମୁଁ ସେଦିନ ଜଳଦି ଘରକୁ ଫେରି ଆସିଲି। ଘରକୁ ଆସି ଦେଖେତ ,ମୋ ଝିଅ ଓ ବାପାଙ୍କ ସାଙ୍ଗର ପୁଅ ରାହୁଲ୍ ଗୋଟିଏ ବେଡ଼ରେ ଶୋଇଛନ୍ତି । ତାଙ୍କୁ ଦେଖି ମୋ କ୍ରୋଧର ନିଆଁ ଜଳିଉଠିଲା। ମୁଁ ରାଗ ସମ୍ଭାଳି ନ ପାରି ଫଳ କଟ। ଛୁରିରେ ରାହୁଲକୁ ମାରିଦେଲି, ଝିଅ ମୋତେ ଦେଖି ଦୌଡିଯାଇ ଛାତ ଉପରୁ ଡେଇଁ ପଡି ଆତ୍ମହତ୍ୟାକଲା, ନିମିଷକ ମଧ୍ୟର ସବୁ କିଛ ନିଃଶବ୍ଦ ହୋଇ ଯାଇଥିଲା।କ୍ରେଧର ନିଆଁ ଲିଭିଲା ବେଳକୁ ,ନଅନୁତାପର ନିଆଁ ଜଳୁଥିଲା ।ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପୂର୍ବରୁ ଏତିକି କହିବି ।
' କ୍ରୋଧ ମଣିଷକୁ ଅମଣିଷ କରିଦିଏ।
ଲାଳସା ମଣିଷର ମାନବିକତାକୁ ଲୋପ କରିଦିଏ ।'
ତେଣୁ କ୍ରୋଧାନ୍ୱିତ ହୋଇ,କୈାଣସି କାମ କରିବା ଉଚିତ୍ ନୁହେଁ।