STORYMIRROR

Tilottama Prusty

Inspirational

4  

Tilottama Prusty

Inspirational

ମାନବିକତା

ମାନବିକତା

2 mins
489


କାର୍ତ୍ତିକ ପୂର୍ଣ୍ଣିମା ବିତି ସାରିଥିଲେ ମଧ୍ୟ । ସେଦିନର ଘଟଣା ମୋ ମନକୁ ବାରମ୍ବାର ଆନ୍ଦୋଳନ କରୁଥିଲା। ସେଦିନର ଘଟଣା 

   ରାସ୍ତା ଘାଟ ଆଲୋକ ମାଳା ସହିତ ରଙ୍ଗ ବେରଙ୍ଗର ଡଙ୍ଗା ସବୁ ସଜା ହୋଇଥାଏ । ଗାଁ ହେଉ ବା ସହର ଛୋଟ ହେବା ବଡ଼ ସମସ୍ତଙ୍କ ମନରେ ଅକୁହା ଆନନ୍ଦ ରାତିରୁ ଉଠି ଡଙ୍ଗା ଭସାଇବା ପାଇଁ ଯିବେ । ପୁଣ୍ୟ ପାଇବା ପାଇଁ ଯିବେ ମୋ ମନରେ କିନ୍ତୁ ଗୋଟିଏ ପ୍ରଶ୍ନ  ଉଙ୍କ ମାରୁଥିଲା। ଡଙ୍ଗା ଭସାଇବରେ ସତରେ କ'ଣ ପୁଣ୍ୟ ଅଛି। ଛୋଟ ବେଳେ ବୁଲିବା ଓ ଖାଇବା ଉଦ୍ଦେଶ୍ୟରେ ଡଙ୍ଗାଭସାଇ ବାକୁଯାଉଥିଲୁ ।ଆଉ ଏବେ ପାପ ପୂଣ୍ୟର ହିସାବ କରୁକରୁ କଳ୍ପନାର ଫୋନ ଆସିଲ କଣ କାଲି ଯିବଟି ? କାଲି ଭୋର ହେବା ପୂର୍ବରୁ ଯିବା ।ଯମା ଡେରି କରିବନି ହେଲା । ମୁଁ ଅନ୍ୟ ମନସ୍କ ଭାବେ କହିଲି କୁଆଡ଼େ  ! କୁଆଡେ କ'ଣ ମ'! ମାସସାର ନିରାମିଷ ଖାଇ ସୋମବାର ବଡ଼ଓଷା କଲେ। ପୂର୍ଣ୍ଣିମାକ ଡଙ୍ଗା ଭସାଇବା ଭୁଲିଯାଉଛ। ଡଙ୍ଗା ନ ଭସାଇଲେ କିଛି ପୂଣ୍ୟ ମିଳିବନି।ତମ ମାସକ ଯାକର ତପ ଶୁଖୁଆ ପୋଡାରେ ଯିବ ସତରେ ହେଉବା ଥଟ୍ଟାରେ ହେଉ। ତାଙ୍କ କଥା ଶୁଣି ହଁ ମାରିଲି। କାହିଁକିନା ,ସକାଳର ସୂର୍ଯ୍ୟଦୟ ଅତିବଡ ମନୋହର।ସେ ପୁଣି ନଈ କୂଳରେ ।ତାକୁ ଦେଖିବର ସୁଯୋଗ ତ ମିଳିଯିବ ।ତା ଛଡା ଠାକୁରଙ୍କ ଦର୍ଶନ ବି ହୋଇଯିବ ।

 ରାତି ଚାରିଟାରୁ ନିଜର ନିତ୍ୟକର୍ମ ସାରି ବାହାରି ପଡ଼ିଲୁ। ଡଙ୍ଗା ଭସାଇବା ପାଇଁ। ସୂର୍ଯ୍ୟୋଦୟ ପୂର୍ବରୁ ମହାନଦୀ କୂଳରେ ପହଞ୍ଚି ସାରଥିଲୁ ।ପ୍ରବଳ ଭିଡ଼।ମନେ ମନେ ଭାବୁଥିଲି।ଏତେ ଭିଡ଼ରେ କିଏ ଯିବ ମ । ଏତିକି ବେଳେ ନିଜର ପଡ଼ିଲା ଛୋଟ ଝିଅ ଟିଏ ଉପରେ।ବୟସ ତାର ମାତ୍ର ସାତ ଆଠବର୍ଷ ହେବ। ଏତେ ଥଣ୍ଡାରେ ବି ଦେହରେ ତା'ର ଚିରା ଫ୍ରକଟିଏ ସେ ପୁଣି ଓଦା। ପିଲାଟି ଡଙ୍ଗାରେ ଭାସୁଥିବା ପଇସାକୁ ପାଣିରେ ବୁଡି ସଂଗ୍ରହ କରୁଛି ଓ ମଝିରେ ମଝିରେ ଉପରକୁ ଆସି। ମା ' କିଛି ଦିଅ । ଧର୍ମ ହେବ ।ବାବୁ ଦିଅ କିଛି।ଦୁଇ ଦିନ ହେଲା କିଛି ଖାଇନି।ତା ଆଖିରୁ ଲୁହ ବୋହି ଯାଉଥିଲା ତାପ୍ରତି କାହାର ନିଘା ନଥାଏ। ସମସ୍ତେ ପୂଣ୍ୟ କିଣିବାରେ ବ୍ୟସ୍ତ। ତାକୁ ଠେଲି ଦେଇ ସ୍ତ୍ରୀ ଲୋକ ଜଣଙ୍କ ଡଙ୍ଗା ଭସାଇବା ପାଇଁ ଚାଲିଗଲା। ଝିଅଟି ତଳେ ପଡି କାଦୁଅ ସରସର ହୋଇ କହୁଥାଏ ମା' ଦୁଇ ଟଙ୍କା ଦିଅ। ତତେବା କହିଲି ସିଆଡେ ଯା

     ସ୍ତ୍ରୀ ଲୋକଟିର ବେଶ ଭୂଷା ଦେଖିଲେ ବଡ଼ ଲୋକର ଛାପା ବାରି ହୋଇ ଯାଉଥାଏ। ହାତରେ ପୁଣି ବୋଇତ ପରି ବଡ଼ ଦାମି ଡଙ୍ଗା।ଦାମ ତାହାର ଅନୁମାନ ପାଞ୍ଚଶହ ଟଙ୍କାରୁ କମ୍ ହେବନି। ମନେମନେ ଭାବିଲି ଦାମି ଡଙ୍ଗାରେ କ'ଣ ବେଶି ପୂଣ୍ୟ ମିଳିବ। ଛୁଆଟିକୁ ଦୁଇ ଚାରି ଟଙ୍କା ଦେଇଥିଲେ କ'ଣ ସରିଯାଇଥାନ୍ତା ।ପାଣିରେ ପୁଣି ଏତେ ଟଙ୍କାର

ହଠାତ୍ ପିଲାଟିର ପାଟିରେ ମୁଁ ମୋ ଭାବନା ରାଜ୍ୟରୁ ଫେରିଆସିଲି ।ମା' କାହାପାଉଜି ଏଠି ପଡ଼ିଛି ସମସ୍ତେ ନିଜ ନିଜର ଗୋଡ଼କୁ ଅଣ୍ଡାଳିଲେ। ପାଉଁଜି ଟି ଦାମିଡଙ୍ଗା ଭସାଇଥିବା ଲୋକଟିର ଥିଲା। ସେ ଧାଇଯାଇ ପାଉଁଜିଟି ଆଣି ତା ହାତକୁ ଧରାଇ ଦେଲା ପାଞ୍ଚଟଙ୍କା। ଦେଖିଲେ ଅନୁମାନ ଦୁଇ ହଜାର ଟଙ୍କା ରୁ କମ୍ ହେବନି ପାଉଁଜିଟି । ମନେମନେ କିନ୍ତୁ ମୁଁ ଭାବୁଥିଲି ଏ କ'ଣ ମାନବିକତା '।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational