ଅଭିନୟ
ଅଭିନୟ
ଅଭିନୟ କରୁ କରୁ କେତେ ବେଳେ ମୁଁ ଜୀବନର ଅପରାହ୍ନରେ ପହଞ୍ଚି ସାରଥିଲି ଜାଣି ପାରି ନଥିଲି।
ଆଜି ମୁଁ ସବୁ ପାଇଛି। ଘର ଗାଡ଼ି ସମ୍ନାନ ପ୍ରତିପତ୍ତି ସବୁକିଛି। ତଥାପି ଅନ୍ତର ଭିତରେ କିପରି ଶୂନ୍ୟତା ଅନୁଭବ କରୁଥିଲି। ପରିବାରର ରଙ୍ଗମଞ୍ଚରେ ଅଭିନୟ କରିକରି ମୁଁ ଥକି ପଡ଼ିଛି।ନା ସେ କଥା କା ଆଗରେ କହିପାରୁଛି ନା ସହିପାରୁଛି ।ଦୋଷ ନଥାଇ ବି ନିଜ ପାଖରେ ଦୋଷୀ ଟିଏ ମୁଁ। ହଁ ମୋର ଦୋଷ ଏତିକି ଯେ। ମୁଁ ସ୍ତ୍ରୀ ହିସାବରେ ତୁମ ପାଖରେ ସେ ସବୁ ଲୁଚାଇ ରଖିଥିଲି। ନିରଞ୍ଜନଙ୍କ ଫଟକୁ ଛାତିରେ ଭିଡ଼ିଧରି କାନ୍ଦି ଉଠିଲା ସୁରମା। ମୋତେ କ୍ଷମାକର ନିରଞ୍ଜନ ମୋତେ କ୍ଷମାକର। ତୁମେ କ୍ଷମା ନକଲେ ମୁଁ ମଲାପରେ ମୋର ଆତ୍ମ। ଅତୃପ୍ତ ହୋଇ ବୁଲିବ।
ମିନୁକୁ ଆଜି ପର୍ଯ୍ୟନ୍ତ ତୁମ ଝିଅ ବୋଲି କହୁଥିଲି। ତୁମେବି ଜାଣିଥିଲ ସେ ତୁମ ଝିଅ ବୋଲି କଥାରେ କହନ୍ତି ମା' ଜାଣେ ବାପ କିଏ । ସେଦିନର କଥା ମନେ ପଡ଼ିଲେ ଆଜିବି ମୋ ଲୋମ ଟାଙ୍କୁରି ଉଠୁଛି।
ତୁମ ସଙ୍ଗେ ନିର୍ବନ୍ଧ ସରିବା କିଛି ଦିନ ପରେ। ମୁଁ ଥରେ ଅଫିସିରୁ ଫେରିବା ଡେରି ହୋଇ ଗଲା। ସେତେବେଳକୁ ସନ୍ଧ୍ୟା ହୋଇ ଗଲାଣି। ବାଟରେ ଆସୁଆସୁ ହଠାତ୍ କାଳବୈଶାଖୀ ବର୍ଷାଟା ଗାଜିଦେଲା । ମୁଁ ପୁରା ଭିଜି ଯାଇଥିଲି ବାଟରେ ମୋ ସାଙ୍ଗ ଘର ପଡ଼ିଲା । ଭାବିଲି ତା ଘରେ ଯାଇ ତା ଡ୍ରେସ୍ ପାଲଟି; ବର୍ଷା ଛାଡ଼ିଗଲେ ଚାଲିଯିବି।ଏଇଆ ଭାବିକି ତାଙ୍କ କଲିଙ୍ଗ ବେଲ୍ ମାରିଲି। ତା ଭାଇ ଆସି କବାଟ ଖୋଲିଲା। ମୁଁ ଜାଣି ନଥିଲି ମୋ ସାଙ୍ଗ ଓ ତା ମା' ତା ମାମୁଁ ଘରକୁ ଯାଇଛନ୍ତି। ପ
ଳେଇ ଆସୁଥିଲି କିନ୍ତୁ ତା ଭାଇ କହିଲେ। ବର୍ଷା କମିଯାଉ ପାଳାଇବୁ ।ଯା ସେ ଘରେ ମିତାର ଡ୍ରେସ୍ ବଦଳାଇ ଦେବୁ ।ଯେହେତୁ ମିତା ମୋର।ଅନ୍ତରଙ୍ଗ ବନ୍ଧୁ, ଆଗପଛ ବିଚାର ନକରି ଡ୍ରେସ୍ ପାଲଟିବା ପାଇଁ ଚାଲିଗଲି।
ତା ପରେ ମୁଁ ନିଜକୁ ଆବିଷ୍କାର କଲି। ଖଟ ଉପରେ ନିସ୍ତେଜ ଅବସ୍ଥାରେ। ମୁଁ ଭାବିନଥିଲି ମୁଁ ଯାହା ହାତରେ ରାଖି ପୁର୍ଣିମା ରେ, ମିତା ସାଙ୍ଗରେ ମିଶି ରାକ୍ଷୀ ବାନ୍ଧେ ।ସେ ପୁଣି ଏପରି ନର ପିଚାସ ସାଜିପାରେ। ତା'ପରେ ମିତା ସାଙ୍ଗରେ ସମ୍ପର୍କ କାଟିଦେଲି ସିନା କିନ୍ତୁ,କାହା ଆଗରେ ସେ କଳାରାତି ର କାଳିମା କଥା କହି ପାରିନଥିଲି। କାହିଁକି ନା ମୋ ବାପା ଥିଲେ ହାଟ୍ ପେସେଣ୍ଟ। ମା' ଥିଲେ ସାବତ। ସବୁ କିଛି ଅନ୍ତର ଭିତରେ ଚାପି ରଖି, ଖୁସିର ଅଭିନୟ କରି ତୁମ ସଙ୍ଗେ ବାହା ହୋଇଗଲି। ଅନେକ ଥର ତୁମକୁ କହିବି ବୋଲି ଭାବିଛି । କିନ୍ତୁ ତୁମେ ମୋତେ ଏତେ ଭଲ ପାଉଥିଲ ଯେ, ତୁମକୁ ହରେଇବାର ଭୟ ମୋ ପାଟିକୁ ଚୁପ୍ କରିଦେଇଥିଲା। ସେଥିପାଇଁ ବୋଧହୁଏ ଭଗବାନ ତୁମକୁ ମୋଠାରୁ ଛଡ଼ାଇ ନେଇ ମୋ ପାପର ଶାସ୍ତି ଦେଇଛନ୍ତି। ସଂସାର ରଙ୍ଗମଞ୍ଚରେ ଅଭିନୟ କରୁକରୁ କୋରନାର କବଳରେ ମୁଁ ଆଜି କବଳିତ। ମୋ ଝିଅ ମିନୁ ,ଆମ ପୁଅ ମନୋଜ ସମସ୍ତେ ଭଲରେ ଅଛନ୍ତି। ସମସ୍ତଙ୍କୁ ମୁଁ ତୁମର ସଂସ୍କାର ଦେଇ ବଢ଼ାଇଛି। ସମସ୍ତେ ବି ମୋତେ ବହୁତ ଭଲ ପାଆନ୍ତି ।କିନ୍ତୁ ସମସ୍ତଙ୍କ ଠାରୁ ମୁଁ ମୋ ଜୀବନ ର ବାସ୍ତବିକତାକୁ ଲୁଚାଇ ରଖିଥିବାରୁ ସମସ୍ତେ ମୋ ବାସ୍ତବ ଜୀବନରୁ ଦୂରରେ ଅଛନ୍ତି । ମୁଁ ଆଜି କୋଭିଡ ହସ୍ପିଟାଲର ବେଡ଼ରେ। ଜୀବନ ମରଣ ସାଙ୍ଗରେ ସଙ୍ଘର୍ଷ କରୁଛି। ମୋତେ ତୁମ ପାଖୁ ନେଇ ଯାଅ ନିରଞ୍ଜନ। ତୁମ ପାଖୁ ନେଇଯାଅ ।