STORYMIRROR

Tilottama Prusty

Inspirational

3  

Tilottama Prusty

Inspirational

ଅଧୁରା ସ୍ଵପ୍ନ

ଅଧୁରା ସ୍ଵପ୍ନ

2 mins
382


ସତରେ ସ୍ଵପ୍ନା! ତୁମେ କେବଳ ମୋ ଅଧୁରା ସ୍ଵପ୍ନ ପୁରଣ କରିଛ, ତା ନୁହେଁ। ତୁମେ ସମଗ୍ର ନାରୀ ଜାତି ପାଇଁ ପ୍ରେରଣା ର ଉତ୍ସ ପାଲଟି ଯାଇଛି। ପ୍ରମାଣ କରି ଦେଇଛ ଯେ,ନାରୀ ବି ପୁରୁଷଙ୍କ ଠାରୁ କୋୖଣସି ଗୁଣରେ କମ୍ ନୁହନ୍ତି। ଇଛାଶକ୍ତି ବଳରେ ସେ, ଚାହ୍ନିଲେ ଅସାଧ୍ୟକୁ ସାଧ୍ୟ ଓ ଅସମ୍ଭକୁ ସମ୍ଭବ କରି ପାରିବ। ମୁଁ ଆଜି ତୁମ ପାଇଁ ଗର୍ବିତ। ନହେଲେ ଏ ପଙ୍ଗୁ। ହୁଏତଃ, କେଉଁ ମନ୍ଦିର କିମ୍ବା ଫୁଟ୍ ଫାତରେ ଭିକ ମାଗିଥାନ୍ତା। ସାମାନ୍ୟ ଅଟୋ ଡ୍ରାଇଭର। ମୁଁ ।ଆକ୍ସିଡେଣ୍ଟେରେ ଗୋଡ଼ ଦୁଇଟାକୁ ହରାଇଲା ପରେ, ମୋର ସବୁ ସ୍ବପ୍ନ ଭାଙ୍ଗି ଯାଇଥିଲା। କୋଳରେ ତୁମର ସେତେବେଳେ ଦୁଇ ବର୍ଷର ପୁଅଟିଏ।ମତେ ଯେପରି ଆକାଶଟା, ଛିଡି ପଡ଼ିଲା ପରି, ମନେ ହେଲା। ତୁମରି ସେବାରେ ସିନା ଆରୋଗ୍ୟ ଲାଭ କଲି। ହେଲେ ସବୁଦିନ ଲାଗି ନିକମା ହୋଇଗଲି। କାଲି ପରି ମନେ ପଡେ ତମେ ଯେତେବେଳେ,ତୁମ ମା' ର ଭଲ ପାଇବାର ଶେଷ ସନ୍ତକ ବିକ୍ରି କରି ଆଟୋଟିକୁ ମରାମତି କରି ନିଜେ ଚଲାଇଲ। ସେତେବେଳ ତୁମକୁ ସାହିପଡିଶା ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ,ଟାହିଟାପରା ଠାରୁ ଆରମ୍ଭ କରି ଦେଖେଇ ଶିଖେଇ କେତେ କଣନକହିଛନ୍ତି । ସେସବୁ ଖାତିରି ନକରି,ରାତିଚାରିଟାରୁ ଉଠି ନିତ୍ୟକର୍ମ ସାରି ମୋର ଓ ପୁଅର କାମ ସାରି, ଟେବୁଲ୍ ଉପରେ ମୋର ଖାଇବା ପିଇବା ରଖି ପୁଅକୁ ସାଥିରେ ନେଇ ବାହାରିଯାଅ । ସେତେବେଳ ମୁଁ ନିଜକୁ ବହୁତ ଧକ୍କରେ। ଇଛାହୁଏ ।ତୁମ ଉପରେ ବୋଝ ହେବା ଅପେକ୍ଷା ମରିଯିବା ଭଲ। କିନ୍ତୁ ପାରେନି କାହିଁକି ନା ମୁଁ ଥାଇତ ଲୋକମାନେ ତୁମକୁ ଏତେ କଥା କହୁଛନ୍ତି। ମୁଁ ମରିଗଲେ କାଳେ ତୁମେ ହାରି ଯିବ। ଆମ ପୁଅକୁ ଇଞ୍ଜିନିୟରିଂ କରିବାର ସ୍ଵପ୍ନ ଅଧୁରା ରହିଯିବ। ସୁଧିରଙ୍କ ପାଟିରେ ହାତ ଦେଇ ସ୍ବପ୍ନା ଥାଉ ଆଉ ଦିନେ ନିଜକୁ ନିକମା ବୋଲି ମୋ ଆଗରେ କହିବନି। ଭଗବାନ ସିନା ତୁମ ଗୋଡ ଦୁଇଟିକୁ ନେଇ ଯାଇଛନ୍ତି। ହେଲେ ହାତରେ ବି ତୁମେ କମ୍ ପରିଶ୍ରମ କରିନ। ମୋ ପୁଅ ପାଇଁ ଓ ମୋ ଘର ପାଇଁ। ସାରାଦିନ ଛୋଟ ପିଲାଙ୍କ ସାଙ୍ଗରେ ବକର ବକର ହୋଇ ଟିୟୁସନ କରୁଥିଲ । ନହେଲେ ମୁ କ'ଣ ଏକା ଆମ ପୁଅକୁ ଇଞ୍ଜିନିୟର କରି ପାରି ଥାନ୍ତି।ପୁଅ ଆଜି ଆମର ପୁନାରେ ଅଛି ସତ, ଆମର କୋୖଣସି ଥିରେ ଅଭାବ କରିନି ।ତା ପାଇଁ ତୁମକୁ ଅଟୋ ଚଳାଇବ।କୁ ପଡୁନି ।କି ମୋତେ ଟିୟୁସନ କରିବକୁ ପଡୁନି ।ଏପରି କି ଆମର ଦେଖାଶୁଣା କରିବା ପାଇଁ ଚାକର ପିଲାଟିଏ ରଖିଛି।। ଯେଉଁ ସାହି ପଡିଶା ବନ୍ଧୁ ବାନ୍ଧବ ତୁମକୁ ଦେଖେଇ ଶିଖେଇ କହୁଥିଲେ ସେମାନେ ଆଜି ତୁମର ସାବାସି କରୁଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational