Kalpana Ray

Drama Action Inspirational

3  

Kalpana Ray

Drama Action Inspirational

କର୍ମ ହିଁ ଶ୍ରେଷ୍ଠ

କର୍ମ ହିଁ ଶ୍ରେଷ୍ଠ

3 mins
187



      ପାହାନ୍ତି ସ୍ବପ୍ନରେ କଡ଼ ଲେଉଟେଇଲା ନମିତା । ସକାଳୁ ଉଠିବା ଅଭ୍ୟାସ । ମୁହଁଟା ଧୋଇ ପ୍ରଥମେ ଫୁଲ ତୋଳେ ଠାକୁରଙ୍କ ପାଇଁ । ନ ହେଲେ ଗଛରେ ଆଉ ଫୁଲ ନ ଥାଏ । ସେଇଠୁ ଆରମ୍ଭ କାମ ଯେ ରାତିରେ ଶୋଇବା ପର୍ଯ୍ୟନ୍ତ । ବାପାଙ୍କ ଠାରୁ ବହୁତ ଗୁଣ ଶିଖିଥିଲା ନମିତା । 


      ବାପାଙ୍କ ଯିବା ବାର ବର୍ଷ ହେଇଗଲା । ହଠାତ୍ ଚମକି ପଡ଼ିଲା ନମିତା । କ'ଣ ହେଲା ?? ଦୌଡ଼ି ଯାଇ ଦେଖିଲା, ନା କିଛି ନୁହେଁ, କାହିଁକି ଏମିତି ଲାଗିଲା ତାକୁ । ହଁ କୋଡ଼ିଏ ବର୍ଷ ତଳେ ଆସିଥିଲା ଏଠାକୁ, ବ୍ୟାଗ୍ ଖଣ୍ଡେ ଧରି । ଓଡ଼ିଶାର ପୁରୁଣା ରାଜଧାନୀରୁ ପୁରପଲ୍ଲୀକୁ, ଜଙ୍ଗଲଘେରା ଗାଁ। ଆଗରୁ କେବେ ଏପରି ଗାଁ ଦେଖି ନ ଥିଲା ନମିତା । ଚାକିରି କରିବା ନିଶା ଆଉ ତା ବଞ୍ଚିବାର ଆବଶ୍ୟକତାକୁ ଧ୍ୟାନ ଦେଇ ଆସିବାକୁ ପଡ଼ିଥିଲା ।


     ଛୋଟବେଳୁ ଘରେ ବହୁତ କାମ କରେ । ନିହାତି ଛୋଟ ଶିଶୁଟି ବେଳୁ ଘରର ଅଭାବ ବିଷୟରେ ଜାଣିପାରିଥିଲା ସେ । ବାପାମାଆଙ୍କ ସହିତ ଅନ୍ୟର କାମ କରିବାରେ ବି ଅଭ୍ୟସ୍ତ ଥିଲା । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ବେଳେ ମେଡିକାଲରେ ଲୋକଙ୍କୁ ଜଗିବା ଆରମ୍ଭ କରି କେତେବେଳେ ଅଭ୍ୟାସରେ ପରିଣତ ହୋଇଥିଲା ସେ ନିଜେ ଜାଣି ପାରି ନ ଥିଲା । ଏମିତି ଏମିତି ଶୈଶବ ତାର ଜଣେ ପୋଖତ ମଣିଷ ପରି କଟି ଯାଇଥିଲା । ପଢ଼ିବାପାଇଁ ବହିଖାତା କ'ଣ ବସିବା ପାଇଁ ଯାଗା ଟିକେ ନ ଥିଲା ତାଙ୍କ ଘରେ । ବଡ଼ ମେଡ଼ିକାଲ ପାଖରେ ତାଙ୍କ ଵସାଘର ଥିବାରୁ ମାମୁଁଘର ଓ ତାଙ୍କ ଗାଁରୁ ବହୁତ ଲୋକ ଆସୁଥିଲେ, ସଵୁଥିଲେ ବେଶ୍ ସ୍ବାର୍ଥପର ଗୋଷ୍ଠୀ । ବାପାମାଆ ବଡ଼ ସାଦାସିଧା । ତେଣୁ ନିର୍ଦ୍ବନ୍ଦ୍ବରେ ସେମାନେ କାମ କରୁଥିଲେ । କଷ୍ଟ କରି ଭଗବାନଙ୍କ ଆଶୀର୍ବାଦରୁ ସମସ୍ତେ ପାଠ ପଢି ଭଲ ମଣିଷ ହୋଇଥିଲେ । ଭଲ ମଣିଷ କହିଲେ ସଚ୍ଚୋଟ, ସତ୍ୟବାଦୀ, କର୍ମନିଷ୍ଠ ଓ ହୃଦୟବାନ ମାନବ । ନମିତାର ପାଞ୍ଚ ଭାଇଭଉଣୀ ସମସ୍ତେ ସତ୍ୟବାଦୀ, ନିର୍ଭୀକ, ମିଷ୍ଟଭାଷୀ ଓ ସିଧାସଳଖ କଥା କହିଲାବାଲା । 


 ‌ ବିଏ,ବିଏଡ୍ କରିଥିଲା ନମିତା । ତା'ପରେ ସେ ଥାଇରଏଡ଼ ରୋଗାକ୍ରାନ୍ତ ହୋଇ କ୍ୟାନ୍ସର ପୀଡ଼ିତ ହୋଇଥିଲା । ମାତ୍ର ପ୍ରଥମ ଷ୍ଟେଜରେ ଥିବାରୁ କ୍ୟାନ୍ସର କୁ ଜୟ କରିଥିଲା ସତ, କିନ୍ତୁ ମଲା ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଲା । ଫଳରେ ଔଷଧ ର ମାତ୍ରା ବଢିବା ସଙ୍ଗେ ସଙ୍ଗେ ଖର୍ଚ୍ଚ ମଧ୍ୟ ବଢିବ ଜାଣି ଛୋଟ ମୋଟ କାମ ଓ ଟ୍ୟୁମର ଇତ୍ୟାଦି କରିବାରେ ଲାଗିଲା ।


      ବାପା ତାର ସକାଳୁ ନିରନ୍ତର ହରେକୃଷ୍ଣ ଭଜନ କରନ୍ତି । ମାଆ ବି ଗୁରୁଜନଙ୍କ କଥା କେବେ ଅବଜ୍ଞା କରନ୍ତି ନାହିଁ । ସେହି ପ୍ରଭାବ ପଡ଼ିଥିଲା ନମିତା ଓ ତା ଭାଇଭଉଣୀ ଙ୍କ ଉପରେ ।


     ଔଷଧର ଖର୍ଚ୍ଚକୁ ଆଖି ଆଗରେ ରଖି ଚାକିରି ଯେଉଁଠି ମିଳିଲା ସେ ଚାଲିଆସିଥିଲା । ଏଠାକୁ ଆସିବାପରେ ଏ ଯାଗା ବହୁତ ଖରାପ ବୋଲି ସମସ୍ତେ କହୁଥିଲେ । ବାପା ବାରମ୍ବାର ଏମିତି ଶୁଣି ଚାକିରି ଛାଡ଼ି ଚାଲିଆସିବାକୁ କହିଲେ । ନମିତା ଭାବିଲା, ଚାକିରି ଛାଡ଼ିଵା ସହଜ, କିନ୍ତୁ ମିଳିବା କାଠିକର ପାଠ । ଯାହା ଭାଗ୍ୟରେ ଥିବ ହେବ । ଭାଗ୍ୟ ଖରାପ ଥିଲେ ବାପାମାଆ ଥାଇ ମଧ୍ୟ ଦୁଷ୍କର୍ମ ପୀଡ଼ିତା ହେବାକୁ ପଡିପାରେ । ତେଣୁ ମନରେ ସାହସ ବାନ୍ଧିଲା ନମିତା ।


    ନମିତା ଭାବିଲା ମୁଁ ତ ଶିକ୍ଷୟିତ୍ରୀ ଭାବେ ଏଠାକୁ ଆସିଛି । ସେବା ଦେବାରେ ହେଳା ହେବନି, ଅର୍ଥାତ୍ ମୁଁ ଭଲ ପାଠ ପଢାଇଵି, କାହାକୁ ଠକିବିନି, କାହା ପଇସା ଖାଇବିନି, ତେବେ କାହିଁକି ମୋର କ୍ଷତି ହେଵ ?? ଦୃଢ଼ ବିଶ୍ୱାସ ତାର ସତ ହେଲା । ତା ପାଠପଢ଼ାରେ ସନ୍ତୁଷ୍ଟ ସମସ୍ତ ଗାଁ ପିଲା ଓ ତାଙ୍କ ଅଭିଭାବକଙ୍କ ମନ ଜିତିଥିଲା ନମିତା ତା କର୍ମନିଷ୍ଠ ଗୁଣରେ । ଏଠି ତାର କେହି ଭାଇଵନ୍ଧୁ ନ ଥିଲେ । କର୍ମ ହିଁ ତାକୁ ଗାଁ ର ସମସ୍ତ ହୃଦୟ ଭିତରେ ସ୍ଥାନ ଦେଇଥିଲା ।


      ଏବେ ଗାଁ ର ସବୁ ଯୁବକ ତାର ବିଗତ ଛାତ୍ର । ଇତି ଅବସର ରେ ନମିତାର ଟ୍ରାନସଫର ହୁଏ । ଏହି ଗାଁ ରେ ନିଜକୁ ଖାପଖୁଆଇ ନେଇଥିବାରୁ ସେ ଯିବାକୁ ଇଛା କରେନା । ତା ଇଛାକୁ ପ୍ରାଧାନ୍ୟ ଦେଇ ଗାଁର ଯୁବକମାନେ ଓ ବୃଦ୍ଧ ଗୋଷ୍ଠୀ ପ୍ରତିବାଦ କରନ୍ତି । ଶେଷରେ ଟ୍ରାନସଫର କ୍ୟାନସଲ ହୁଏ ।


     କର୍ମ ହିଁ ଶ୍ରେଷ୍ଠ ପ୍ରତିପାଦିତ ହୁଏ ନମିତା ଜୀବନରୁ । କର୍ମ ହିଁ ଆଶୀର୍ବାଦ ରୂପେ ଝରିଆସି ମରଣାନ୍ତକ ରୋଗରୁ ବଞ୍ଚାଇଥିଲା । ଏବେ ସେହି କର୍ମ ବଳରେ ଘର ଠାରୁ ପାଞ୍ଚଶହ କିଲୋମିଟର ଦୂର ଗାଁର ଏକ ଆବଶ୍ୟକୀୟ ମାନବ, ଦିଦି ‌ । ପିଲାଠୁ ବୁଢା ତାକୁ ଦିଦି ଡାକି ନମସ୍କାର କରନ୍ତି । ବାପାଙ୍କ କର୍ମନିଷ୍ଠ ଗୁଣ ହିଁ ତାକୁ କର୍ମନିପୁଣ କରି ତୋଳିଥିଲା । କର୍ମ ହିଁ ଶ୍ରେଷ୍ଠ ବୋଲି ସେ ମର୍ମେ ମର୍ମେ ଅନୁଭବ କରି ଵଞ୍ଚିରହିଥିଲା ସ୍ଵାଭିମାନର ସହ ।



Rate this content
Log in

Similar oriya story from Drama