Kalpana Ray

Tragedy Action Classics

2  

Kalpana Ray

Tragedy Action Classics

ଆଧୁନିକ ଯୁଗରେ ବିକ୍ରମ ଓ ବେତାଳ

ଆଧୁନିକ ଯୁଗରେ ବିକ୍ରମ ଓ ବେତାଳ

1 min
150



       ରାମୁ ସବୁଦିନ ଗାଁର ସମସ୍ତ ଲୋକର ଜେଜେମା ମନ୍ଦି ମାଆଠାରୁ ଗପ ଶୁଣୁଥିଲା, ପୁଣି ଫେରି ନିଜ ଘରେ ସୁଖଦୁଃଖ ହସକାନ୍ଦର ଅନୁଭୂତି ସାଉଁଟୁଥିଲା । ବୟସ ବଢୁଥିଲା ‌। ସଂସାରରେ ଵିକ୍ରମଙ୍କ ସଂଖ୍ୟା କମୁଥିବାର ଅନୁଭବ କରୁଥିଲା ।


    ବେତାଳମାନେ ତାଙ୍କର ଅଙ୍କାବଙ୍କା ଅବୁଝା ପ୍ରଶ୍ନ ନେଇ ସମାଜରେ ନାଚ କରୁଥିଲେ । ସମାଜର ଅବୁଝା ପ୍ରଶ୍ନର ସମାଧାନ ରାଜା ବିକ୍ରମାଦିତ୍ୟଙ୍କ ବୁଦ୍ଧି ବିଷୟରେ ଚିନ୍ତା କରୁଥିଲା ।


     ଏମିତି ଏମିତି କିଛି ଦିନ ଗଲା ପରେ ଗାଁ ରେ ଏକ ଦୁର୍ଘଟଣା ହେଲା । ସାହୁଙ୍କ ପରିବାରକୁ ରାତିରେ କିଏ ମାରି ଲମ୍ବା କରି ଶୁଆଇ ଦେଇଥିବା ସେ ଜାଣିବାକୁ ପାଇଲା । ଗାଁରେ ଅସଂଖ୍ୟ ପୋଲିସ, ଏମ୍ ପି. , ଡି.ଏସ୍.ପି, ସନ୍ଧାନୀ କୁକୁର କଲେକ୍ଟର, ମିଡିଆବାଲାଙ୍କ ଧାଡ଼ି ଛୁଟିଥିଲା । କିନ୍ତୁ କେହି କ'ଣ ହେଲା ଜାଣି ପାରୁ ନ ଥିଲେ । ବେତାଳ ଵିକ୍ରମକୁ କାନ୍ଧରୁ ଖସାଇ ଚାଲିଯାଇଥିଲା ଯେମିତି ।


     ସାହୁ ପରିବାର କାହାରି ସୁଖଦୁଃଖରେ ହସ୍ତକ୍ଷେପ କରୁ ନ ଥିଲେ । ଦୁଇ ଝିଅ ଦୁଇପୁଅ ବାପାମାଆଙ୍କୁ କିଏ କାହିଁକି ହତ୍ୟା କଲା । ଝିଅକୁ ଦୁଷ୍କର୍ମ କରିବାକୁ କିଏ ଆସିଥିଲା କି । ଚୋର ଚୋରୀ‌ କରି ଏମାନଙ୍କୁ ହତ୍ୟା କରିଛି କି ?

ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇଁ ଆସିଥିଲା ତାର ପ୍ରିୟ ମନ୍ଦିମାଆ ପାଖକୁ । କିନ୍ତୁ ତା'ର ବିକ୍ରମ ପାଖରେ ସେଦିନ କିଛି ଉତ୍ତର ନ ଥିଲା । 


    ଆଧୁନିକତାର ସ୍ପର୍ଶ ସେଦିନର ବିକ୍ରମାଦିତ୍ୟଙ୍କୁ ନେଇଯାଇଥିଲା ଯେମିତି । ଶବ ବ୍ୟବଛେଦ ପରେ ଏକ ସାଙ୍ଗରେ ପୋଲିସ ଉପସ୍ଥିତିରେ ଦାହ କରାଯାଇଥିଲା । କିନ୍ତୁ ରାମୁ ମନରେ ଅସମାହିତ ପ୍ରଶ୍ନଗୁଡିଏ ଛାଡ଼ି


#ନନଷ୍ଟପ ନଭେମ୍ବର


Rate this content
Log in

Similar oriya story from Tragedy