Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Kalpana Ray

Drama Tragedy Thriller


3  

Kalpana Ray

Drama Tragedy Thriller


ବିପଦର ଵନ୍ଧୁ

ବିପଦର ଵନ୍ଧୁ

4 mins 204 4 mins 204


              ରୀତା ପାଇକରାୟ । ପାଇକରାୟ ବଂଶର ବଡ଼ ଝିଅ । ଚୁପ୍ ଚାପ୍ ସ୍ଵଭାବ । ସବୁ କଥା ପେଟରେ ରଖେ । ଯେତେ ବଡ଼ କଥା ହେଲେ ବି ତା ମୁହଁରୁ ବାହାରିବା କଷ୍ଟ । ବାହା ହୋଇ ଯେଉଁ ଘରକୁ ଗଲା, ସେଠି ବି ବଡ ବୋହୁ । ପାଠ କମ୍ ପଢିଥିଲେ ସେମାନେ । ରୀତା ପାଠ ପଢି ହେଡମାଷ୍ଟର । ଗୋଟିଏ ପୁଅ । ସ୍ବାମୀ ମଧ୍ୟ ‌ହାଇ ସ୍କୁଲ ହେଡମାଷ୍ଟର । ଟଙ୍କାର ଅଭାବ ନାହିଁ । ବହୁତ ଗାମ୍ଭୀର୍ଯ୍ୟ ତାର ।


    ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସ୍ଵାଭିମାନ ବହୁତ । ତାର ସ୍ଵାମୀ ମଧ୍ୟ ମୁହଁ ଖୋଲନ୍ତି ନାହିଁ । କିନ୍ତୁ ରାଜନୀତିର କଥାବାର୍ତ୍ତା । ସମ୍ଭ୍ରାନ୍ତ ଶ୍ରେଣୀର ଭାବି ଆତ୍ମଗର୍ବ । କିନ୍ତୁ କାହାରିକୁ କିଛି ନ କହି ଭଲ କଥାବାର୍ତ୍ତା ମାଧ୍ୟମରେ ସମ୍ପର୍କ ରଖିବା କଳାରେ ଧୂରନ୍ଧର । 


     ଗାଁ ପାଖ ସହରକୁ ଯାଇ ଘରଖଣ୍ଡେ ମଧ୍ୟ କରିଛନ୍ତି । ଗାଁ ଚୂଡା, ମୁଗରେ ଲୋଭ ଥିଲେ ବି ମୁହଁ ଖୋଲି ମାଗନ୍ତି ନାହିଁ କି ଆଣନ୍ତି ନାହିଁ ।


     ଇତିମଧ୍ୟରେ ରୀତାର ଭଉଣୀ ର ବାହାଘର ହେଇଛି । ସ୍ବାମୀ ଵି.ଏସ.ଏନ.ଏଲ ରେ ଭଲ ପଦବୀ ରେ ଚାକିରି କରନ୍ତି । କିନ୍ତୁ ବହୁତ ଭଡଭଡିଆ ଲୋକ । ସେଥିପାଇଁ ରୀତା ଆଉ ତା ସ୍ବାମୀ ଅନ୍ତରରେ ଭଲ ପାଆନ୍ତି ନାହିଁ । କିନ୍ତୁ କାହାକୁ କିଛି ନ କହିଵା ସ୍ଵଭାବ ହେତୁ ମୁହଁରେ କିଛି କୁହନ୍ତିନି ।


    ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବେଶ୍ ନିବିଡ଼ । କାହା ବିରୁଦ୍ଧରେ କେହି କିଛି ଶୁଣନ୍ତି ନାହିଁ । ନିଜେ ବହୁତ କିଛି ଜାଣିଛନ୍ତି ଭାବି ସାନଭାଇମାନଙ୍କ କଥା ବି ଶୁଣନ୍ତି ନାହିଁ କି ତାଙ୍କ ପରାମର୍ଶ ଗ୍ରହଣ କରନ୍ତି ନାହିଁ । ସ୍ବାମୀ ସ୍ତ୍ରୀଙ୍କ ଉଭୟ ଉଭୟଙ୍କ ପରାମର୍ଶରେ କାମ କରନ୍ତି ।


    ସାନଭାଇମାନେ କିନ୍ତୁ ବେଶ୍ ମେଳାପି ଆଉ ସ୍ନେହି ସ୍ବଭାବର । ଵଡଭାଇ ଭାଉଜଙ୍କୁ ସମ୍ମାନ କରନ୍ତି, କଥା କହିବାକୁ ଡରନ୍ତି । ଭାଇ ଭାଉଜ ଭି ସୁଯୋଗ ମିଳିଲେ ବେଶ୍ ଦି ପଦ କଡ଼ା କଥା ଶୁଣାଇ ଦିଅନ୍ତି ।


     ଆଜିକାଲି ଯୌଥ ପରିବାର ବ୍ୟବସ୍ଥାକୁ ସ୍ବୀକୃତି ଦେଲେ ବି ପ୍ରକୃତ ପକ୍ଷେ ଏକାକୀ ରହିବାକୁ ସମସ୍ତେ ଆଦରି ନେଉଛନ୍ତି । ଠିକ୍ ତାହା ହିଁ ଘଟିଥିଲା ରୀତା କ୍ଷେତ୍ରରେ ତା ଶାଶୁଶଶୁର ମରିଯିବା ପରେ ପରେ ।


   ପାଞ୍ଚ ଭାଇ ସମସ୍ତେ ଅଲଗା ଅଲଗା ରହୁଥିଲେ ଯଦିଓ ବାହାରକୁ ସେମାନେ ଏକାଠି ଥିଲେ । ରୀତା ଆଉ ତା ସ୍ବାମୀ ସେମିତି ବେଶୀ ସମ୍ପର୍କ ରଖୁ ନ ଥିଲେ କି ଗାଁ କୁ ଯିବା ବନ୍ଦ କରି ନ ଥିଲେ । ସେମାନେ ଭାବିଥିଲେ ଗୋଟିଏ ପୁଅ ପାଠ ପଢ଼ି ଚାକିରୀ କରିଛି । କମ୍ ଦରମା ହେଲେ ବି ଆମ ଦୁଇ ଜଣଙ୍କର ପେନସନ ବହୁତ ଅଧିକ ଆମେ ଚଳିବାକୁ । ପୁଅ ଜଣଙ୍କ ପେନସନ ନେଉ । ରିଟାଏଡ୍ ମେଣ୍ଟ ଟଙ୍କାରେ ଭବିଷ୍ୟତ ପାଇଁ ଭୁବନେଶ୍ବରରେ ଘର କରି ଆରାମରେ ରହିବୁ । ସେଇ ହିସାବରେ ପୁଅକୁ ଟଙ୍କା ହୁଏତ ଦେଉଥିଲେ ‌ । ତାର ଚୁପ୍ ଚାପ୍ ପ୍ରକୃତି ହେତୁ ପୁଅ ବିଷୟରେ ମଧ୍ୟ କେଉଁଠି କହେନାହିଁ । ଅଫିସ୍ ରେ ମଧ୍ୟ ସିଏ ଜଣେ ସମ୍ମାନାସ୍ପଦା ମହିଳା ।ସମ୍ମାନକୁ ବହୁତ ଜଗି ସାନକୁ ସାନର ଏବଂ ବଡକୁ ବଡର ବ୍ୟବହାର ଦେଇଥାଏ ।


   ‌ ଦୁଇ ଜଣଙ୍କ ରିଟାଏଡମେଣ୍ଟ ପରେ ପୁଅର ବାହାଘର କରନ୍ତି ଧୂମଧାମରେ । ବୋହୁ ବିଷୟରେ କାହାରିକୁ ନ ପଚାରି ନ ଦେଖାଇ । ଏମିତିକି ଚାରିଦିଅର ଓ ମାଆଙ୍କୁ ଡାକନ୍ତିନି ଝିଅ ଦେଖିବାକୁ । ଭାବନ୍ତି ସେମାନେ କଣ ଦେଖିବେ, ଷ୍ଟାଇଲ ଦେଖିବେ, ଚାକଚକ୍ୟ ଦେଖିବେ । ତେଣୁ ବାପାମାଆ ପୁଅ ମିଶି ଝିଅ ଦେଖି ଠିକ୍ କରନ୍ତି ଓ ବାହାଘର ହୁଏ ।


     ଛୁଞ୍ଚି କାମ ଶାବଳ କରେନା କି ଶାବଳ କାମ ଛୁଞ୍ଚି କରି ପାରେନା । ପାଞ୍ଚ ଜଣ ଦେଖିଲେ ନିଶ୍ଚୟ କିଛି ନା କିଛି କାହା ଆଖିରେ ପଡିବ । ଏକଥା ଵୁଝି ନ ଥିଲେ ରୀତା ଆଉ ତାର ସ୍ଵାମୀ । ସେମାନେ ଭାବିଥିଲେ ଆମେ ମଣିଷ ତିଆରି କାରଖାନାରେ ଚାକିରି କରି ସାରିଛୁ । ଆମେ ଯାହା ଦେଖିଵୁ ଆମ ଭାଇମାନଙ୍କର କ'ଣ ସେ ବୁଦ୍ଧି ହେବ ?? 


    ସମୟ କିନ୍ତୁ ବଳବାନ । ବିବାହର ଦଶ/ପନ୍ଦର ଦିନ ପରେ ପୁଅ ବୁଝିପାରେ ମୁଁ ୟା ପାଖରେ ଚଳିବା ସମ୍ଭବ ନୁହେଁ, ଇୟେ ଆମ ଘରେ ଚଳି ପାରିବ ନାହିଁ । ବହୁତ ଉତ୍ପାତ କରେ ବୋହୂ । ସାରା ପରିବାରକୁ କାଠିରେ ନଥାଏ । ସେ ଝିଅର ବୋହୁ ହେବାର ଯୋଗ୍ୟତା ନ ଥିଲା । ଥିଲା କେବଳ ପୁରୁଷ ମନସ୍କତା । ଫଳରେ ଇଂରାଜୀ ମିଡିୟମ ରେ ପଢିଥିବା ଝିଅ ଶାଶୁ କୁ କଞ୍ଚା ଓଡ଼ିଆରେ ଗାଳି କରେ । ତିରିଶ ବର୍ଷ ଧରି ତିଆରି କରିଥିବା ରୀତା ଆଉ ତାର ସ୍ଵାମୀ ର ସମ୍ମାନ କୁ ତିନି ଦିନରେ ଧଜିଆ ଉଡ଼ାଇ ଦିଏ । ଇତିମଧ୍ୟରେ ପୁଅ ରୋଗାକ୍ରାନ୍ତ ହୋଇ ପଡେ । ଅସହିଷ୍ଣୁ ହୋଇପଡେ ବୋହୁ । ପାଗଳ ଭଳି ହୁଏ । ବିଷ ଖାଏ । ଏ ସବୁକୁ ଖାତିର ନକରି ରୀତା ଆଉ ତାର ସ୍ଵାମୀ ପୁଅକୁ ଧରି ସାନଭଉଣୀ ଘରେ ରୁହନ୍ତି ।


    ଲମ୍ବା ଟ୍ରିଟମେଣ୍ଟ ପୁଅର । ପୁଅ ଯେତେବେଳେ ବହୁତ ସିରିୟସ ସାନ ଭଉଣୀ ଓ ଭଉଣୀ ଜ୍ବାଇଁ ଅତି ନିଜର ଭାବେ ସେବାଯତ୍ନ, ଡାକ୍ତର, ମେଡିକାଲ ଇତ୍ୟାଦି ନିଆଅଣା, ବୁଝାସୁଝା କରନ୍ତି । ଏତେବେଳେ ରୀତା ଓ ତାର ସ୍ଵାମୀ କହନ୍ତି, ମୋ ସାନ ଭଉଣୀ ଓ ଭଉଣୀ ଜ୍ବାଇଁ ଆମପାଇଁ ଭଗବାନ । ମାନିବା ଉଚିତ ଆଉ ମାନିବାଟା ବଡ଼ କଥା ।


     ରୀତା ଆଗରୁ ପିଉସୀ ଝିଅ ଭଉଣୀ ଘରକୁ ଯିବା ଇଛାରେ ନ ଥାଏ (ଯେତେବେଳେ ଶାଶୁଶଶୁର ଥିଲେ) । ଆମ ଟଙ୍କାରେ ସ୍ବାଭିମାନ ରେ ବଞ୍ଚବୁ ବୋଲି ମନରେ ଭାବେ । ଶାଶୁ ଶ୍ୱଶୁର ଚାଲିଗଲା ପରେ ଏକାକୀ ରହିବା ରେ ପଇସା ବଳ ବଢ଼ିଗଲା ପରେ ସେ ଭଉଣୀ ଘରକୁ ବି ଯାଏ । ପୁଅ ଦେହ ଖରାପରେ ସେ ଭଉଣୀ ବି ନିଜତ୍ବ ପଣରେ ଯେତେ ସମ୍ଭବ ସେତେ ସାହାଯ୍ୟ କରେ ।


    ସ୍ଵପ୍ନ ଚୁରମାର ହୋଇଗଲା ପରେ ରୋକଠୋକ କହୁଥିବା ଲୋକକୁ ଘୃଣା ପରିବର୍ତ୍ତେ ଆଦର ସମ୍ମାନ କରେ ।


     ବିପଦରେ ସାହାଯ୍ୟ କରିବା, ପାଖରେ ଛିଡ଼ା ହେବାର, ଯତ୍ ପରୋନାସ୍ତି ସାହାଯ୍ୟ କରିବା ହିଁ ପ୍ରକୃତ ବନ୍ଧୁତା । 


     ସ୍ଵଭାବ କେମିତି ବି ହୋଇପାରେ କିନ୍ତୁ ସେଥିରେ ଥିବା ଭାବକୁ ଜାଣିବା, ବୁଝିବା ଦରକାର । ମଣିଷକୁ ଟିକିପୋକର ଜ୍ଞାନ ହିଁ ବିପଦକୁ ନିମନ୍ତ୍ରଣ କରେ ।



Rate this content
Log in

More oriya story from Kalpana Ray

Similar oriya story from Drama