Kalpana Ray

Tragedy Inspirational

3  

Kalpana Ray

Tragedy Inspirational

ଗର୍ବ

ଗର୍ବ

3 mins
199


 

      କାହିଁ କେଉଁ ଦୂରରୁ ମିଲୁ ଆସି ଶିକ୍ଷୟିତ୍ରୀ ଚାକିରି କଲା । ଲୋକମାନେ କହିଲେ ସେ ଏଠି ରହିବନି । କିନ୍ତୁ ସେ ଏଭଳି ଢାଞ୍ଚାରେ ତିଆରି ଯେ, ଯେଉଁ ଭଳି ପରିସ୍ଥିତି ଆସୁ ନିଜକୁ ଚଳାଇ ନେବ


    ଏମିତି ଏମିତି ମାସ ପରେ ବର୍ଷ ଗଡ଼ି ଚାଲିଲା । ନାନା ଅସୁବିଧାର ସମ୍ମୁଖୀନ ହୋଇ ସେ ସେଠାରେ ଯାଗାଟିଏ କିଣି ଘରକଲା । ଘର କରିବାରେ ସତପଣ, ପୂର୍ବପୁରୁଷଙ୍କ ଆଶୀର୍ବାଦ ହୁଏତ କାମ କଲା । ଦୁଇ ବଖରା ଘର କରିବାକୁ ସାହସ କରିପାରୁ ନ ଥିବା ମିଲୁ କିନ୍ତୁ ସୁଦୃଶ୍ୟ ତିନି ମହଲା ବିଶିଷ୍ଟ ଘରଟିଏ କଲା । 


   ସାମ୍ନାରେ ଥିଲେ ଜଣେ ତେଲି ପରିବାର । ବାପାମାଆ ତିନି ପୁଅ, ତିନି ବୋହୁ ଓ ନାତିନାତୁଣୀ, କୁକୁର ଗାଈ ଇତ୍ୟାଦି ଧରି ସେମାନେ ବିଗତ ୪୦/୫୦ ବର୍ଷ ଧରି ଏଠାରେ ରହୁଥିଲେ । ଘର କରିଲା ବେଳେ ମିଲୁ ତାଙ୍କର ସାମାନ୍ୟ ସାହାଯ୍ୟ ମଧ୍ୟ ନେଉ ନ ଥିଲା, ଏପରିକି ମଝିଆ ପୁଅ ବାଲି ବ୍ୟବସାୟ କରୁଥିଲେ ବି । ମିଲୁ ଖାଲି ମାଷ୍ଟ୍ରାଣୀ କାମ ଓ ଘର ଭିତରର ରୋଷେଇ କରୁଥିଲା । ତାର ବଡ଼ଭଉଣୀ ଘର ତିଆରି କଥା ଵୁଝୁଥିବାରୁ ବାଲି ସିଏ ତା'ଠୁ କିଣି ନ ଥିଲା ।


   ବାଲି କିଣୁ ନ ଥିଵାରୁ ଏବଂ ବାହାରପଟ ପୂରା ଟାଇଲ୍ସ ଲାଗିଥିବାରୁ ହୁଏତ ମଝିଆ ପୁଅ ର ହିଂସା ଓ ଅସୂୟା ବଢ଼ି ଯାଇଥିଲା । ମଝିରେ ମଝିରେ ୟାଡୁ ସ୍ୟାଡୁ କହିଯାଉଥିଲା । ମିଲୁ ସେସବୁକୁ ଶୁଣୁ ନ ଥିଲା । ତଥାପି ସେ ସେମିତି କହି ଚାଲିଥିଲା । 


    ମିଲୁର ଵଡଭଉଣୀ ଓ ପୁଅ ୩୦ କି.ମି. ଦୂରରେ ରହୁଥିଲେ । ପାଖରେ ଛୋଟ ଝିଅଟିଏ । ତାଙ୍କର ବଡ଼ ପରିବାର ଓ ବେଶି ଯାଗା ତାକୁ ଗର୍ଵର ଶେଷ ସୀମାରେ ପହଞ୍ଚାଇଥିଲା। 


    ଦିନେ ପାଖରେ ଥିବା ପୋଖରୀର ପାଣି କୌଣସି କାରଣରୁ ଗନ୍ଧ ହେବାକୁ ଲାଗିଲା । ଗାଁ ସାରା ଲୋକ ଓ ସ୍ତ୍ରୀ ଲୋକ ପୋଖରୀ ସାଇଡ୍ ର ପାଞ୍ଚଟି ଘରର ପାଣି ପୋଖରୀ ରେ ମିଶୁଥିବାର କହିଲେ ‌। ସେଥିରେ ମିଲୁ ଘର ବି ଥିଲା । ସମସ୍ତ ନାରୀ ଓ ପୁରୁଷ ଦେଖିଲେ ଯେ ମିଲୁ ଘର ପଛ ପୂରା ଶୁଖିଲା, କିନ୍ତୁ ମିଲୁ ଓ ଅନ୍ୟ ଚାରି ଘରକୁ ମିଟିଂ କୁ ଡାକିଲେ । କେହି ମିଟିଂକୁ ଗଲେ ନାହିଁ ମିଲୁ ଛଡ଼ା । ମିଟିଂ ରେ ଶହ ଶହ ଲୋକ ଓ ସ୍ତ୍ରୀ ଲୋକ ନାନା ଅପ ଶବ୍ଦ କହିଲେ । ସବୁଠାରୁ ବେଶି କହିଥିଲା ତେଲିବୁଢାର ମଝିଆ ପୁଅ । କାଲି ସକାଳ ନଅଟା ଭିତରେ ତିରିଶ ହଜାର ଟଙ୍କା ଫାଇନ ଦେବାକୁ କହିଲେ । ଵଡଭଉଣୀ ପାଖରେ ଏଟିଏମ୍ କାର୍ଡ ଥିବାରୁ ମହାକଷ୍ଟରେ ଯୋଗାଡ଼ କରି ଦେଇଥିଲା ଟଙ୍କା । 


    ନାରୀ, ତାର କେବଳ ନାରାୟଣ ଭରସା । ବହୁତ କାନ୍ଦିଥିଲା ମିଲୁ । ଟଙ୍କା ପାଇଁ ନୁହେଁ, ଏମିତି ଯାଇଛାତା ଶୁଣିଥିବାରୁ ।


    ଗର୍ବଗଞ୍ଜନ ଭଗବାନ । ଆସିଲା ମହାମାରୀ କରୋନା । ଅକାଳରେ ଝଡିପଡିଥିଲା ତେଲିବୁଢାର ମଝିଆ ପୁଅ । ତିନି ଦିନ ପରେ ପୁଅର ମୃତ୍ୟୁ ସହି ନ ପାରି ତେଲିବୁଢାର ମୃତ୍ୟୁ ହୋଇଥିଲା । କରୋନାରେ ମରିଥିବାରୁ କେହି ଆସି ନ ଥିଲେ। ଦୁଇ ଦୁଇ ଜଣ ମୃତ୍ୟୁବରଣ କରିଥିଲା ବି କାହାରିକୁ ଖାଇବାକୁ ଦେଇ ପାରି ନ ଥିଲେ । ଗର୍ବ କ'ଣ ପାଇଁ ??? ଦୁଇ ଦୁଇଟି ଦୋକାନ ବନ୍ଦ ରହିଥିଲା । ଘର ସାମନାରେ ଘର ଥିଲେ ବି ଜାଣି ପାରି ନ ଥିଲା ମିଲୁ । କାରଣ ପ୍ରାୟ ଏକ ଏକର ଯାଗାରେ ଆଗକୁ ଥିଲା ଘର । କ'ଣ ହେଲା ବୋଲି ଜାଣିବାକୁ ଚାହିଁ ଘଟଣା ସମ୍ପର୍କରେ ଅବଗତ ହେବାରୁ ମନଦୁଃଖ କରିଥିଲା ମିଲୁ ।


   ଫୋନ୍ କରି ଵଡଭଉଣୀକୁ କହିଥିଲା ମିଲୁ ଓ ଦୁଃଖକରୁଥିଲା । ଵଡଭଉଣୀକୁ କହିଲା ବେଳେ କହିଥିଲା,ତା ସାନଭାଇ କହିଲା,

ଆପଣଙ୍କୁ ଯିଏ ଗାଳି ଦେଇଥିଲା ସିଏ ଚାଲିଗଲା । ଵଡଭଉଣୀ କହିଲା, ଏକୁଟିଆ ନାରୀ ଦେଖି ସିଏ ଯାଇଛାତା କହିଥିଲା, ଭଗବାନ ଗର୍ଵ ସହିଲେନି, ଦେଖିଲୁ । ମିଲୁ କହିଲା, ହଁ ମୋର ଏବେ ମନେ ପଡୁଛି ସିଏ କେମିତି ଶହ ଶହ ଲୋକଙ୍କ ମଝିରେ ମୋତେ ଗାଳିଗୁଲଜ କରିବାଟା । ଏତେ ଛୋଟ ଛୁଆ ବାପଛେଉଣ୍ଡ ହୋଇଥିଵାରୁ ମିଲୁ ଦୁଃଖରେ ଖାଇ ନ‌ ଥିଲା । କିନ୍ତୁ କ'ଣ ହେବ, ତେଲି ମଝିଆପୁଅର ଗର୍ବ, ଖର୍ବ ହେବାରେ ସାରା ପରିବାର କଷ୍ଟ ପାଇବାକୁ ବାଧ୍ୟ ହୋଇ ଥିଲେ ଏକରକମ ।


    ଭଗବାନ ସବୁ ସହନ୍ତି, ଗର୍ବକୁ ଛାଡି । ତାହାହିଁ ହୋଇଥିଲା ମିଲୁ ପଡିଶାଙ୍କ ପାଇଁ ।


Rate this content
Log in

Similar oriya story from Tragedy