Kalpana Ray

Tragedy Inspirational Others

3  

Kalpana Ray

Tragedy Inspirational Others

ଭୟଙ୍କର ବ୍ୟାଧି

ଭୟଙ୍କର ବ୍ୟାଧି

3 mins
218



   

      ମାଧିଆ ଶ୍ରୀମନ୍ଦିରର ସେବକ । ଦାଣ୍ଡଦୁଆରେ ବସି ଖୁଁ ଖୁଁ କାଶୁଥିଲା । କାମ ତ ବିଶେଷ କିଛି ନାହିଁ । ଶ୍ରୀମନ୍ଦିର ସେବାକାର୍ଯ୍ୟ ସରିଗଲା ପରେ କିଛି ସମୟ ଦୋକାନ ଖୋଲେ । ବଡ଼ଦାଣ୍ଡରେ ଘର ‌ ବହୁ ପୂଣ୍ୟ ଫଳରେ ବଡଦାଣ୍ଡରେ ପାଦ ରଖେ ମଣିଷ । ତାର କିନ୍ତୁ ଦାଣ୍ଡଦୁଆର ହିଁ ବଡ଼ଦାଣ୍ଡ । ବାପା କହନ୍ତି, ସତରେ ମାଧିଆ ଆମ ବଂଶର ସମସ୍ତେ ପୂଣ୍ୟଵନ୍ତ । କାହାକୁ ଠକି କେବେ ଟଙ୍କା ରୋଜଗାର କରିବାକୁ ମନ ବଳାଇବୁନି । ମୁଁ ସେବା କରୁଥିଲି, ତୁ କରୁଛୁ । ବଡ଼ଠାକୁରଙ୍କୁ ନିଇତି ଆମେ ଦେଖିଛୁ । ରହିବାକୁ ଖଣ୍ଡେ ଘର, ଖାଇବାକୁ ଗଣ୍ଡେ, ପିନ୍ଧିବାକୁ ଖଣ୍ଡେ ହେଲାତ, ଆଉ କ'ଣ ଲୋଡା ‌


     ବାପାଙ୍କ କଥା ମାନି ଚଳିଆସିଛି ମାଧିଆ । କେବେ କିଛି ଅସୁବିଧା ହୋଇନି, କିନ୍ତୁ ଏ ମହାମାରୀ ଆଇଲା ଦିନୁ ଭକ୍ତଙ୍କ ଦର୍ଶନ ବନ୍ଦ । ଭକ୍ତଙ୍କ ପାଇଁ ସିନା ରୋଜଗାର । ଦୋକାନଟା ବି ଭକ୍ତଙ୍କ ପାଇଁ ଚାଲେ । ଚାରିମାସ ହେଲା ଦୋକାନ ବନ୍ଦ, ମନ୍ଦିର ବନ୍ଦ, ଟଙ୍କା ଦି'ଟା ଯାହା ରଖିଥିଲା ସରିଲାଣି । କୋଉ ଖର୍ଚ୍ଚ ବନ୍ଦ ଅଛି ଯେ ?? କାଲି ଠାରୁ ବାପାଙ୍କୁ ଜ୍ଵର । ଔଷଧ ଆଣି ଦେଇଥିଲା । ମନ୍ଦିରର ପଡିରେ କ'ଣ ଘର ଚଳିବ ?? ଘରେ ଦି' ଦି' ଟା ଛୋଟ ଛୁଆ । ଗୋଟିଏ ଘର ଭଡା ଦିଆଯାଇଥିଲା, ଆଉ ଗୋଟେ ଘର ଦିନିକିଆ ଭକ୍ତଙ୍କ ପାଇଁ । ଯିଏ ଯାହା ଦିଏ ଆରାମରେ ଘର ଚଳେ । ମାସିକିଆ ଭଡ଼ା ଲୋକ ମହାମାରୀ ଯୋଗୁଁ ତାଙ୍କ ଗାଁ କୁ ପଳାଇଥିଲେ । ଆର ଘର ତ ଖାଲି । ଭକ୍ତ ତ ଆସୁନାହାନ୍ତି ରହିବ କିଏ ??


      ପିଣ୍ଡାରେ ବସି ଖୁଁ ଖୁଁ କାଶିବା ଦେଖି ଛତିଶା ନିଯୋଗର ତିନି ଜଣ ପାଟି କରି ଗଲେଣି । ସାଆନ୍ତକୁ ଜ୍ବର, ଦାଦା ତୁମେ କାଶୁଛ, ଯାଅ ଟେଷ୍ଟ ଟିକେ କରିଦିଅ । ସେଇଠୁ ଉଠିଲା ମାଧିଆ । ଯୋଉଠିକୁ ଗଲା ମାଧିଆ ସବୁଠି ଲମ୍ବା ଲାଇନ । ଠିଆ ହୋଇ ଗୋଟିଏ ଦିନ ଗଲା ପରେ ମାଧିଆ ଦେଖିଲା ତାକୁ ଜୋର ଜ୍ଵର । ଶ୍ରୀମନ୍ଦିର ଅଫିସକୁ ଯାଇ କହିବା ଫଳରେ ଶ୍ରୀମନ୍ଦିର ସେବାୟତ ବୋଲି ଶୀଘ୍ର ପରୀକ୍ଷା ହୋଇଥିଲା । ବାହାରିଲା କୋଭିଡ୍ ପଜିଟିଭ୍ । ଘରୁ ନ ବାହାରିବାକୁ କହି କିଛି ଔଷଧ ଦେଇ ଗୋଟାଏ ଫୋନ ନମ୍ବର ଦେଲେ । କହିଲେ, ଅସୁବିଧା ହେଲେ ଫୋନ୍ କରିବ । 


     ବାପାର ଜ୍ଵର ସାଙ୍ଗରେ କାଶ ଆରମ୍ଭ ହୋଇଗଲାଣି । ମାଧିଆର ବି କାଶ ସାଙ୍ଗକୁ ପ୍ରବଳ ଜ୍ଵର । ଉଠିପାରୁନି, ଭୀଷଣ ଘୋଳାବିନ୍ଧା । ଫୋନ୍ କଲା ମାଧିଆ । କିଛି ସମୟ ଭିତରେ ଗାଡ଼ି ଆସି କୋଭିଡ୍ ହସ୍ପିଟାଲକୁ ନେଇଗଲେ । ସେଇଠୁ ପୁଣି ଅଶ୍ଵିନୀ ହସ୍ପିଟାଲକୁ । ସେନ୍ସ୍ ନ ଥିଲା ହାରାହାରି । ୟା ଭିତରେ ବାପାଙ୍କର ବି ଦେହ ବହୁତ ଖରାପ ହୋଇ ମହାମାରୀରେ ଚାଲିଗଲେ ।ମାଆ, ସ୍ତ୍ରୀ, ଛୁଆକୁ ବି ମାଆ ପଛେ ପଛେ କୋଭିଡ୍ ହସ୍ପିଟାଲକୁ ନେଇ ଯାଇଥିଲେ ସରକାରୀ କୋଭିଡ୍ ଯୋଦ୍ଧା । ବାପାଙ୍କ ମୃତ୍ୟୁ ହେବା ପରେ ସରକାରୀ ଲୋକ ପୋଡିଥିଲେ । ମାଆ, ସ୍ତ୍ରୀ କିମ୍ବା ଛୁଆ କେହି ଦେଖିନାହାନ୍ତି । ମାଧିଆର ଦେହ ବହୁତ ଖରାପ ହୋଇଥିଲା । ଭେଣ୍ଟିଲେଟରରେ ରହି ରହି ଭଲ ହେଲା ମାସେ ପରେ । ଡାକ୍ତର ଆଶା ଛାଡି ଦେଇଥିଲେ । ମାଧିଆ କିନ୍ତୁ ଭଲ ହୋଇ ଘରକୁ ଆସିଲା ‌ । 


     ଘରକୁ ଆସି ପ୍ରଥମେ ବାପା କୁ ଖୋଜିଲା । ସମସ୍ତଙ୍କୁ ବାର ବାର ପଚାରି ବସିଲା । ତା'ପରେ ଦେଖିଲା ବାପାଙ୍କ ଫଟୋ କାନ୍ଥରେ । କାନ୍ଦି ଉଠିଲା ଜୋରରେ । ମାଆ ବାହାରି ଆସିଲା ଭିତରୁ । ଜାବୁଡ଼ି ଧରିଲା ମାଧିଆ ମାଆକୁ । ମାଆ କହିଲା, କ'ଣ ହେଲାରେ ମାଧିଆ, ଜାଗାକୁ କୋଟି ଜୁହାର, ତୁ ଭଲରେ ଫେରି ଆସିଲୁ । ମୁଁ କାନ୍ଦି କାନ୍ଦି ଜାଗାକୁ ଡାକୁଥିଲି, ତୋ ପାଇଁ । ତୋ ବାପା ମୁହଁ କେହି ଦେଖିଲୁନି । ତୁ ଗଲାପରେ ଜଣେ ଜଣେ ହୋଇ ସମସ୍ତେ ହସ୍ପିଟାଲକୁ ଗଲୁ । ତୋ ବାପା କେବେ ଗଲେ କେହି ଜାଣିଲୁନି । ତାଙ୍କୁ କେହି ଶୁଦ୍ଧି ବାଦି ହେଲୁନି । ତାଙ୍କ ଭାଇସାହି ଯା ପାରିଲେ କଲେ । ଆମେ ଏବେ କ'ଣ କରିବା ?? ତୁ ଟିକିଏ ଆମ ସେବାୟତମାନଙ୍କୁ ପଚରାଉଚରା କର । ତୋ ବାପା ତ ଏତେ ପୂଣ୍ୟବାନ ଲୋକ ଥିଲେ, ଏମିତି କାହିଁକି ହେଲା ??

   

     ବାପାଙ୍କ ପୁଣ୍ୟ ଵଳରୁ ଆଉ ଏ ଗାଁର ଆଶୀର୍ବାଦରୁ ତ ମୁଁ ଵଞ୍ଚିଗଲି ଲୋ ମାଆ । ଡାକ୍ତର କହୁଥିଲେ ପନ୍ଦର/ଷୋହଳ ଦିନ ମୁଁ ମଲା ଭଳିଆ ପଡ଼ିଥିଲି, କେମିତିକା ଵଞ୍ଚିଲି ଜାଣିପାରିଲେନି ସେମାନେ । ବାପା ମରିକି ମୋତେ ବଞ୍ଚେଇ ଦେଲେ ଲୋ ମାଆ । ଏ ଭୟଙ୍କର ବ୍ୟାଧିରୁ ଏଭଳି ପରିସ୍ଥିତିରୁ ତୁ ଜାଗାକୁ ଡାକୁଥିଲୁ ବୋଲି ମୁଁ ଵଞ୍ଚିକି ଫେରିଲି 


     ତା ପର ଦିନ ମାଧିଆ ଗଲା ପଚାରିଵାକୁ । ଜଗନ୍ନାଥ ମାଧିଆକୁ ଫେରେଇ ଦେଇଛନ୍ତି ଏ ଭୟଙ୍କର ବ୍ୟାଧି କବଳରୁ ମୁକ୍ତି କରି । କିଛି ନିୟମ ସହ ମହୋଦଧି ରେ ଯାଇ ବାପାଙ୍କ ନାଁ ରେ ଵୁଡ ମାରି ଶ୍ରାଦ୍ଧ ଦେଲା ମାଧିଆ । ସ୍ତ୍ରୀ କାଞ୍ଚନ କୋଟି କୋଟି ମୁଣ୍ଡିଆ ମାରୁଥିଲେ ବଡ଼ଠାକୁରଙ୍କୁ ।


Rate this content
Log in

Similar oriya story from Tragedy