Kalpana Ray

Romance Tragedy

3  

Kalpana Ray

Romance Tragedy

ଗଳ୍ପ - ଭୂଲ କାହାର

ଗଳ୍ପ - ଭୂଲ କାହାର

2 mins
275



    ଆକାଶ ପାତାଳ ଭାବୁଥିଲା ସସ୍ମିତା । ଭାରି ଗେହ୍ଲା ଥିଲା ବାପଘରେ ଓ ଶାଶୂ ଘରେ ମଧ୍ୟ । ଏତେ ଭଲପାଇବା ହୁଏତ ଶାଶୁଶଶୁର ଘରେ ତା ଵ୍ୟତିରେକ ଆଉ କେହି ପାଇ ନ ଥିବ । ବାହାଘର ପାଞ୍ଚବର୍ଷ ପରେ ପୁଅର ଜନ୍ମ । ଖୁସିର ଲହରି ଖେଳୁଥିଲା ଘରେ । ଶଶୀକଳା ପରି ବଢ଼ିବାରେ ଲାଗିଲା ତାର ଏକୋଇରଵଳା ଵିଶିକେଶନ । ସମସ୍ତେ ଅତି ଗେହ୍ଲାରେ ବଢ଼ାଇଥିଲେ ପୁଅ ବିଷ୍ଣୁକୁ ।


    ଖାଲି ଗେହ୍ଲା କଲେ ହେବନି କହି ଗାଁରୁ ପାଖ ସହରକୁ ଆସିବାକୁ ପଡ଼ିଥିଲା ସସ୍ମିତାକୁ, ତା ସ୍ୱାମୀ, ପୁଅ ଓ ଜଣେ ଶାଶୁ ପ୍ରାୟ ଦେବୀ ସହ । ସସ୍ମିତା ଓଡ଼ିଶା ସରକାରଙ୍କ ସମ୍ମାନାସ୍ପଦ ପଦବୀରେ ଚାକିରି କରୁଥିଲା ଆଉ ସ୍ଵାମୀ ବି ।


     ପୁଅ ପାଠପଢି ଚାକିରି କଲା । ଇତିମଧ୍ୟରେ ସସ୍ମିତାର ଶାଶୁଶଶୁର ଇହଧାମ ତ୍ୟାଗକରି ଥିଲେ । ଚାଲିଲା କନ୍ୟା ଖୋଜା । ବହୁତ ପ୍ରସ୍ତାବ ସାଙ୍ଗସାଥି ବନ୍ଧୁବାନ୍ଧବ ଦେଉଥିଲେ । ପୁଅର କିନ୍ତୁ ଝିଅ ମନକୁ ପାଉ ନ ଥିଲା । ସସ୍ମିତା ଖୋଜୁଥିଲା ଭଲ ପରିବାରର ଝିଅ । ସ୍ୱାମୀ ଖୋଜୁଥିଲେ ଉଚ୍ଚ ବଂଶଜ, ପୁଅ ଖୋଜୁଥିଲା ସୁନ୍ଦର । ଏହିପରି କନ୍ୟା ଖୋଜାର ଅନ୍ତ ହେଲାନାହିଁ ।


   ସବୁ ବନ୍ଧୁମାନଙ୍କ ପରେ ସ୍ଵାମୀ ସ୍ତ୍ରୀ ଏଥର ମଧ୍ୟସ୍ଥି ମୁହାଁ ହେଲେ । ସେ ବାଟେ ଵି ଅସଂଖ୍ୟ ପ୍ରସ୍ତାବ ଆସିଲା । କୋଉଠି ପୁଅର ପସନ୍ଦ ହେଉ ନ ଥାଏ । ସ୍ଵାମୀ ଲୋକଙ୍କ ସାଙ୍ଗରେ କଥା ହେଇ ହେଇ ବିରକ୍ତି ହେଲେ । ବିରକ୍ତି ହେବା ବି ସ୍ଵାଭାବିକ । ବାପା ଦିନେ ପୁଅକୁ କହିଲେ ତିନି/ଚାରିଟା ପ୍ରସ୍ତାବ ଅଛି, ତା ଭିତରୁ ଗୋଟେ ପସନ୍ଦ କର, ନ ହେଲେ ତୁ ନିଜେ ଠିକ୍ କର । ମୁଁ ଆଉ ଦେଖି ପାରିବି ନାହିଁ ।


     ପୁଅ ସୁଦୂର ସହରରେ ଚାକିରି କରେ । ସ୍ଵଳ୍ପ ଦରମା, ହେଲେ ବି ବେଶ୍ ଆରାମରେ ଚଳେ । କାରଣ ଦୁଇ ଚାକିରିଆ ବାପାମାଆଙ୍କ ଏକମାତ୍ର ପୁତ୍ର । ଅତି ଅଳ୍ପ ଦରମା ପାଉଥିଲେ ବି ଚାରିଚକିଆରେ ଯିବାଆସିବା କରେ । ହୋଟେଲରେ ଖାଇପିଇ ମଉଜମଜଲିସରେ ଦିନ କାଟେ । ବାପାଙ୍କ ଏତାଦୃଶ କଥା ଶୁଣି ସେ ସ୍ଥିର କରେ, ଏବେ ଯେଉଁ ଝିଅକୁ ଦେଖିବି, ହଁ କହିବି, ସେଇଆ ହୁଏ, ବାପାମାଆ ଦେଖିଥିବା ପ୍ରସ୍ତାବ ମଧ୍ୟରୁ ଯାହାକୁ ଆଗ ଦେଖେ, ତାକୁ ହଁ ମାରେ । ବାପାମାଆ ଆଉ କିଛି ଦେଖିବାକୁ, ଜାଣିବାକୁ ଚେଷ୍ଟା କରନ୍ତି ନାହିଁ । ପୁଅ ରାଜି ଅଛି କହି ବାହାଘର କରନ୍ତି ।


     ବାହାଘରର ଆଠ/ଦଶ ଦିନ ପରେ ପୁଅର ଜ୍ଵର ହୁଏ । ଦେଖୁ ଦେଖୁ ସେ ଭୀଷଣ ବ୍ୟାଧି ଗ୍ରସ୍ତ ବୋଲି ଜଣାପଡ଼େ । ବୋହୁ ବହୁତ ଉତ୍ପାତ ହୁଏ । ବହୁତ ସେକ୍ସି ଝିଅ ସେ । ଵିଵାହର ଏତେ କମ୍ ଦିନ ପରେ ସ୍ଵାମୀର ଏମିତିକା ଅବସ୍ଥାକୁ ସହ୍ୟ କରିପାରେନା । 


     ଇଆଡେ ସସ୍ମିତା ଓ ତା ସ୍ୱାମୀ ପୁଅର ଟ୍ରିଟମେଣ୍ଟ ରେ ବ୍ୟସ୍ତ ରହନ୍ତି । ଆପ୍ରାଣ ଚେଷ୍ଟା କରନ୍ତି ପୁଅର ଜୀବନ ବଞ୍ଚାଇବାକୁ । ସ୍ତ୍ରୀର କିନ୍ତୁ ଧୈର୍ଯ୍ୟ ନ ଥାଏ । ଉଦଣ୍ଡୀ ଆଉ ବେଶ୍ୟାଗୁଣ ଥିବା ଝିଅ ଅତ୍ୟାଚାର କରିଵସେ ସସ୍ମିତା, ତାର ପୁଅ ଓ ସ୍ୱାମୀ ସହ ତାଙ୍କ। ଘରର ସମସ୍ତଙ୍କୁ ।


     ଏକଥାକୁ ଧ୍ୟାନ ନ ଦେଇ ପୁଅର ଭଲ ହେବା ଉପରେ ଧ୍ୟାନ ଦିଅନ୍ତି ସ୍ଵାମୀ ସ୍ତ୍ରୀ । ବୋହୁ ଛାଡି ଚାଲିଯାଏ । ଘରଦ୍ୱାର ଛାଡି ବନ୍ଧୁ ଘରେ ପଡି ରହନ୍ତି ପୁଅକୁ ଭଲ କରିବା ଆଶାରେ ।


    ଜୀବନ ସାରା ଜଞ୍ଜାଳ ଭିତରେ କଟେଇଥିବା ସସ୍ମିତା ରିଟାଏଡମେଣ୍ଟ ପରେ ଆରାମ ଜୀବନ କଟେଇବା ସ୍ଵପ୍ନ ଧୂଳିସାତ ହୁଏ । ପୁଅକୁ ଦୋଷ ଦେଇ ପାରେନା । ଭୁଲ କାହାର ?? ସ୍ୱାମୀଙ୍କର, ପୁଅର ନା ତା ନିଜ ଭାଗ୍ୟର ?? ଭଗବାନଙ୍କୁ ଦୋଷ ଦେଇପାରେନା, ବରଂ ଆକୁଳ ମିନତି କରେ ପୁଅର ଆରୋଗ୍ୟ କାମନା କରି ।




Rate this content
Log in

Similar oriya story from Romance