କଳ୍ପନା ରାୟ

Drama Tragedy Action

4.0  

କଳ୍ପନା ରାୟ

Drama Tragedy Action

ସାବତ ମାଆ

ସାବତ ମାଆ

2 mins
152



    ଉଚ୍ଚ ଶିକ୍ଷିତା କରିବାରେ ଖାଲି ବାପା ନୁହେଁ, ମାଆର ବି ହାତ ଥିଲା । ବହୁ କଷ୍ଟ କରିବାକୁ ପଡ଼ିଥିଲା ମାଆକୁ, ଯଦିଓ ସେ ଥିଲେ ସାବତ ମାଆ । ଝିଅ ରିନି ଓ ପୁଅ ରାନୁକୁ ଛାଡି ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା । ଜେଜେଙ୍କ ଚାପରେ ବାପାଙ୍କୁ ଵିଵାହ କରିବାକୁ ପଡ଼ିଥିଲା । ଜେଜେ କହୁଥିଲେ,, ଆମେ ଶୁଖିଲା ପତ୍ର, କେତେବେଳେ ଝଡିଯିବୁ କିଏ ଜାଣେ । ଅତି ଛୋଟ ଛୋଟ ଛୁଆ । କେମିତି ଲାଳନପାଳନ ହେବ ତାଙ୍କର ।


     ବାପା ଜେଜେଙ୍କ କଥା ଶୁଣି ବିବାହ କରିଥିଲେ ସିନା, ସବୁବେଳେ ଆଖି ରଖିଥିଲେ ମାଆ ଉପରେ । ଜେଜେଙ୍କ କଥା ସତ ହେଲା । ଆଗପଛ ହୋଇ ଜେଜେମା ଓ ଜେଜେବାପା ଡକାଡକି ହୋଇ ଚାଲିଯାଇଥିଲେ । 


     ସାବତ ମାଆ ହେଲେ ବି ଛୁଆ ଦି'ଟାଙ୍କୁ ଆଦରି ନେଇଥିଲେ ସୁନିତୀ ଦେବୀ । ତାଙ୍କ ଖାଇଵା ପଢିବା ଉପରେ ଅଧିକ ସଚେତନତ ଥିଲେ ସିଏ । ତାଙ୍କର ପୁଅଟିଏ ହେଲା । ତିନି ପୁଅ ଝିଅ ସମାନ ଥିଲେ ତାଙ୍କ ପାଇଁ ।


      ଭଲ ପାଠପଢୁଥିବା ଝିଅଟି ହଷ୍ଟେଲରେ ରହି ପାଠ ପଢି ଇଞ୍ଜିନିୟରିଂ ପାଶ୍ କଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି କଲେଜର ଜଣେ ଅଧ୍ୟାପକଙ୍କ ପ୍ରେମରେ ପଡିଯାଇଥିଲା ସିଏ । ବାପାଙ୍କୁ କିଛି କହି ନ ପାରି ସାହସ ଜୁଟାଇଥିଲା ମାଆଙ୍କୁ କହିବାକୁ ।


    ମାଆ ବାପାଙ୍କୁ ବୁଝାଇବାକୁ ଲାଗିଲେ । ବାପା କିନ୍ତୁ ସେଠି ରାଜି ନ ଥିଲେ । ମୋ ଝିଅ ସରକାରୀ ଚାକିରୀ ପାଇଵ, ମୁଁ କାହିଁକି ସେଠି କରିବି ‌। କିନ୍ତୁ ମାଆ ଶତପ୍ରତିଶତ ଚେଷ୍ଟା କରିଥିଲେ ଝିଅର ମନ ନ ଭାଙ୍ଗିଵାପାଇଁ ।


      ଶେଷରେ ଧୂମଧାମରେ ଵିଵାହ ସଂପୂର୍ଣ୍ଣ ହେଲା । ଠିକ୍ ଦୁଇ ବର୍ଷ ପରେ ସୂନ୍ଦୁରିଆ ଝିଅଟିଏ ବି ହେଲା । ସବୁ ଠିକ୍ ଠାକ୍ ଚାଲିଥିଲାବେଳେ ମାଡିଆସିଥିଲା ବିପଦ ପରେ ବିପଦ ‌ । ପ୍ରଥମେ ରିନିର ଗୋଟେ ଆଖି ଆଦୌ ଦେଖାଗଲା ନାହିଁ । ଭୁବନେଶ୍ୱର ଯାଇ ଏଲ୍.ଭି.ପ୍ରସାଦରେ ଦେଖାଇ ଦୁଇ ଥର ଅପରେସନ କଲା । କିନ୍ତୁ କିଛି ଲାଭ ହେଲାନାହିଁ । ଆର ଆଖିକୁ ବି ଖୁବ୍ କମ୍ ଦିଶେ । 


     ରିନି ବାପଘରେ ଥିବାବେଳେ ରିନିର ବର ଶୁଶାନ୍ତ ଆସୁଥିଲେ ରିନିକୁ ନେବାକୁ କିଛି ନ କହି । ଭାବିଥିଲେ ଆଜି ସର୍ପ୍ରାଇଜ ଦେବି ରିନିକୁ ହଠାତ୍ ତାଙ୍କ ଘରେ ପହଞ୍ଚି । କିନ୍ତୁ ଭାଗ୍ୟର ବିଡମ୍ବନା, ଆଉ ଦଶ/କୋଡ଼ିଏ ଘର ପରେ ଶୁଶାନ୍ତ ବାବୁ ପହଞ୍ଚି ଥାନ୍ତେ, ମାତ୍ର ଏକ ଆମ୍ବୁଲାନ୍ସ ସାମ୍ନା ପଟୁ ଵାଡେଇଦେଵାରୁ ଗଭୀର ରକ୍ତସ୍ରାବ ହେଲା । ପାଖ ଡାକ୍ତରଖାନା, ତା ପରେ ଆଉ ଟିକିଏ ବଡ, ତା ପରେ ଆଉ ଟିକିଏ ବଡ ହୋଇ ବଡ଼ ଡ଼ାକ୍ତରଖାନାରେ ପହଞ୍ଚିଲା ବେଳକୁ ପ୍ରାଣବାୟୁ ଉଡିଗଲା । ଭାଗ୍ୟର ବିଡମ୍ବନା, କିଏ ଜାଣିଥିଲା, ଏମିତିକା କଷ୍ଟ, ରିନିର ଗୋଟେ ପୁଅ ଓ ଆଉ ଗୋଟେ କ'ଣ ହେବ ବୋଲି ଥିଲା ।


      ସାବତ ମାଆ ହେଲେ ବି ସୁନିତୀ ଦେବୀ କାନ୍ଦି କାନ୍ଦି ଗଡୁଥିଲେ ।




Rate this content
Log in

Similar oriya story from Drama