MANAS KUMAR KAR

Fantasy Inspirational Others

3  

MANAS KUMAR KAR

Fantasy Inspirational Others

କର୍ମ ଏବଂ ଭାଗ୍ୟ

କର୍ମ ଏବଂ ଭାଗ୍ୟ

2 mins
219



ଥରେ ଦେବର୍ସି ନାରଦ ବୈକୁଣ୍ଠ ଧାମ କୁ ବୁଲିବାକୁ ଗଲେ | ସେଠାରେ ସେ ଭଗବାନ ବିଷ୍ଣୁଙ୍କୁ ଦେଖିଲେ ଏବଂ ପ୍ରଣାମ କରି ଶ୍ରୀ ହରିଙ୍କୁ କହିଲେ 'ପ୍ରଭୁ! ବର୍ତ୍ତମାନ ପୃଥିବୀରେ ଆପଣଙ୍କ ପ୍ରଭାବ ହ୍ରାସ ପାଉଛି | ଧର୍ମର ପଥରେ ଯେଉଁମାନେ ଚାଲୁଛନ୍ତି ସେମାନଙ୍କ ପାଇଁ କୌଣସି ଭଲ ପୁରସ୍କାର ନାହିଁ | କିନ୍ତୁ ଯେଉଁମାନେ ପାପ କରୁଛନ୍ତି ସେମାନଙ୍କ ଭାଗ୍ୟରେ ଭଲ ଘଟୁଛି | ତା’ପରେ ଶ୍ରୀ ହରି କହିଥିଲେ,ନା ନା ଦେବର୍ସି ସେପରି କିଛି ନୁହେଁ , ଏହାତ ବିଧିର ବିଧାନ,ଯାହା ଘଟୁଛି ତାହା ଭାଗ୍ୟ ଅଟେ | ଏହାତ ସଂସାରର ନିୟମ.

             ନାରଦ କହିଲେ , ପ୍ରଭୁ 'ମୁଁ ଏବେ ଆସିବା ବେଳେ ଦେଖିକି ଆସିଲି ପାପୀମାନଙ୍କ ପାଇଁ ଭଲ ପାରିଣାମ.ଏବଂ ଧର୍ମ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ଖରାପ ପରିଣାମ |

 'ଭଗବାନ କହିଛନ୍ତି,' ମହର୍ଷି ମୋତେ ଏଭଳି ଏକ ଘଟଣା ବିଷୟରେ ଜଣାଇବକି?ନାରଦ କହୁଛନ୍ତି, ପ୍ରଭୁ ମୁଁ ଗୋଟିଏ ଜଙ୍ଗଲ ମଧ୍ୟ ଦେଇ ଆସୁଥିବାବେଳେ | ସେଠାରେ ଗୋଟିଏ ଗାଇକୁ ଗଭୀର ଜଳାଶୟର କାଦୁଅରେ ପଡିଥିବାର ଦେଖିଲି | କିନ୍ତୁ ବିଡମ୍ବନାର ବିଷୟ 

କେହି ଜଣେ ହେଲେବି ତାଙ୍କୁ ଉଦ୍ଧାର କରିବାକୁ ଆସୁନଥାନ୍ତି |କିଛି ସମୟ ପରେ ସେଠାକୁ ଜଣେ ଚୋର ଆସିଲା. ଗାଇଟି ଖାଲରେ ପଡ଼ିଥିବା ଦେଖିମଧ୍ୟ ତା ଉପରେ ପାଦରଖି ସେହି ପୁଷ୍କରିଣୀକୁ ଅତିକ୍ରମ କରିଗଲା,ଚୋର କିଛିବାଟ ଆଗକୁ ଗଲାପରେ , ସୁନାର ମୁଦ୍ରା ପରିପୁର୍ଣ ଏକ ମୁଣି ପାଇଲା | କିଛି ସମୟ ପରେ ସେଠାକୁ ଜଣେ ସାଧୁ ଆସିଥିଲେ | ଏବଂ ଗାଈର 

ଅବସ୍ଥାକୁ ଦେଖି ସେ ସେହି ଗାଇ କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ, ବହୁତ ପରିଶ୍ରମ ଓ ଚେଷ୍ଟା ସତ୍ୱେ ଗାଇଟିକୁ ବଞ୍ଚାଇ ଦେଲେ, କିନ୍ତୁ ମୁଁ ଦେଖିଲି ପ୍ରଭୁ ସେହି ସାଧୁ ଜଣଙ୍କ କିଛି ବାଟ ଗଲାପରେ ଏକ ଛୋଟ ଖାଲରେ ପଡି ଆଘାତ ପାଇଲେ.ଏହା କୋଉ ପ୍ରକାର ନ୍ୟାୟ ପ୍ରଭୁ?

        ମହର୍ଷି ନାରଦଙ୍କ କଥା ଶୁଣି ପ୍ରଭୁ କହିଲେ, ଏହା ସଠିକି ହୋଇଛି ମହର୍ଷି, ଯେଉଁ ଚୋରଟି ଗାଈ ଉପରେ ପାଦରଖି ଚାଲିଗଲା ତା ଭାଗ୍ୟରେ ସୁନାର ଖଣି ଥିଲା, କିନ୍ତୁ ତାହାର ଏହି ପାପ କର୍ମ ପାଇଁ ଅଳ୍ପ କିଛି ମିଳିଲା.ସେହିପରି ସାଧୁଜଣଙ୍କ ଭାଗ୍ୟରେ ଏକ ବଡ଼ ମୁର୍ତ୍ତୃ ଲେଖାଥିଲା, ସେହି ଗାଈକୁ ବଞ୍ଚାଇ ଯେଉଁ ପୂନ୍ୟକଲେ ତାହା ଏକ ଛୋଟ ଦୁର୍ଘଟଣାରେ ପରିବର୍ତନ ହୋଇଗଲା.ମନୁଷ୍ୟର କର୍ମକୁ ନେଇ ଭାଗ୍ୟ ତିଆରି ହୋଇଥାଏ ମହର୍ଷି.ଏହି କାହାଣୀରୁ ଆମେ ଗୋଟିଏ କଥା ଶିଖିବାକୁ ପାଇଲେ, କାହାର ଅନିଷ୍ଟ ନକରି ସଠିକ ରାସ୍ତାରେ ଅଗ୍ରସର ହେବା।



Rate this content
Log in

Similar oriya story from Fantasy