MANAS KUMAR KAR

Romance Fantasy Inspirational

3  

MANAS KUMAR KAR

Romance Fantasy Inspirational

ମୁଁ ବି ଜଣେ ପିତା

ମୁଁ ବି ଜଣେ ପିତା

1 min
132


ତୁମେ ଆଉ ମୁଁ ପତି ପତ୍ନୀ ଥିଲେ,ତୁମେ ମା ବନିଗଲ, ମୁଁ ପିତା ହୋଇ ରହିଗଲି ।ତୁମେ ଘରର ଯତ୍ନ ନେଲ ମୁଁ ରୋଜଗାର କଲି କିନ୍ତୁ ତୁମେ `ମା´ ର ହାତର ଖାଇବା ବନିଗଲ ଆଉ ମୁଁ ରୋଜଗାର କରୁଥିବା ପିତା ହୋଇ ରହିଗଲି ।

ପିଲାମାନେ କୌଣସି ତ୍ରୁଟି କଲେ ତୁମେ ତାଙ୍କ ସପକ୍ଷରେ ଯାଇ ଆଉ ଏଭଳି ତ୍ରୁଟି ନହେବା ପାଇଁ ପରାମର୍ଶ ଦେଇପାରୁଥିବା ମା ବନିଗଲ ।

ଆଉ ମୁଁ ପରାମର୍ଶ ଦେଇପାରୁନଥିବା ପିତା ହୋଇ ରହିଗଲି ।

ପିତା ରାଗିବେ କହି ତୁମେ ପିଲାଙ୍କର ଭଲ ବନ୍ଧୁ ବନିଗଲ।

ହେଲେ ମୁଁ କ୍ରୋଧିତ ପିତା ହୋଇ ରହିଗଲି ।

ମୋତେ ଦେଉଥିବା ସମୟ ତୁମେ ପିଲାମାନଙ୍କ ଉପରେ ଦେଇଚାଲିଲ ଆଉ ମୁଁ ତୁମକୁ ଦେଉଥିବା ସମୟ ପର୍ଯ୍ୟାପ୍ତ ଅର୍ଥ ରୋଜଗାର ଲାଗିପଡିଲି.

ତୁମରି ଲୁହରେ `ମା´ ର ପ୍ରେମ, ଆଉ ମୋର ଲୁଚିଥିବା ଲୁହରେ ମୁଁ ନିଷ୍ଠୁର ପିତା ହୋଇ ରହିଗଲି, ତୁମେ ଚନ୍ଦ୍ରମା ପରି ଶୀତଳ ବନିଗଲ ।

ଆଉ ଜାଣିପାରିଲିନି କେତେବେଳେ ମୁଁ ସୂର୍ଯ୍ୟଙ୍କର ସେହି ପ୍ରଚଣ୍ଡ ଅଗ୍ନି ପିଣ୍ଡ ପରି ପିତା ହୋଇ ରହିଗଲି ।

ତୁମେ ମା, ଧରିତ୍ରୀ ମା, ଭାରତ ମା ବନିଗଲ,

ହେଲେ ମୁଁ ଜୀବନରେ ଆରମ୍ଭ କରୁଥିବା କେବଳ ଦାୟିତ୍ୱ ସମ୍ପନ୍ନ ପିତା ହୋଇ ରହିଗଲି ।

ତୁମେ ମା ତୁମେ ପିଲାମାନଙ୍କ ପାଖରେ ରହିଲ । ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଇପାରିଲ ହେଲେ ମୁଁ ତୁମପରି ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଇପାରିଲି ନାହିଁ । ଯଦିବା ଦେଇଥାନ୍ତି ତେବେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ଧନ କିପରି ରୋଜଗାର କରିଥାଆନ୍ତି?

ଜଣେ ପିତାର ତ୍ୟାଗ କାହାକୁ ଦେଖାଯାଏ ନାହିଁ.

ପିଲାମାନଙ୍କର ଭରପୁର ପ୍ରେମ କେବଳ`ମା´ ଙ୍କୁ ମିଳିଥାଏ,ଆଉ ଶେଷରେ ପିତା ସବୁଦିନ ପାଇଁ ଏକୁଟିଆ ରହିଯାଇଥାଏ ।

ଏବଂ ସର୍ବଦା ଏହି କଥାଟି ଶୁଣିବାକୁ ମିଳେ, ତୁମେ ଆମ ପାଇଁ କଣ ବା କରିଛ?


Rate this content
Log in

Similar oriya story from Romance