କପିଳ ମୁନି.
କପିଳ ମୁନି.
ମହାନ ଋଷି କପିଳ ମୁନି କର୍ଦ୍ଦମ ଋଷି ଓ ଦେବହୁତି ଙ୍କର ପୁତ୍ର ରୂପେ ଜନ୍ମ ନେଇଥିଲେ. ତାଙ୍କର ଜନ୍ମ ସ୍ଥାନ ଓ ଜନ୍ମ ସମୟର ସଠିକ ତଥ୍ୟ ନାହିଁ. ପୁରାଣରେ ବର୍ଣ୍ଣିତ ଅଛି ମହା ଋଷି କର୍ଦ୍ଦମ ସରସ୍ବତୀ ନଦୀ କୂଳରେ ଗଭୀର ତପସ୍ୟା କରିଥିଲେ. ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କ ପୁତ୍ର ରୁପରେ ଜନ୍ମ ଗ୍ରହଣ କରିଥିଲେ. କେହି କେହି ତାଙ୍କୁ ଅଗ୍ନି ପୁରୁଷ , ଅନ୍ୟ ମତରେ ବ୍ରହ୍ମାଙ୍କ ମାନସ ପୁତ୍ର ବୋଲି କହନ୍ତି. ଭଗବାନ ଙ୍କ ଚବିଶି ଅବତାର ଭିତରୁ ସେ ପଞ୍ଚମ ଅବତାର ବୋଲି ପ୍ରମାଣ ଅଛି. କପିଳ ମୁନି ତାଙ୍କ ପିତା ମାତାଙ୍କ ଦଶମ ସନ୍ତାନ ଥିଲେ. ତାଙ୍କ ଉପରେ ନଅ ଜଣ ଭଉଣୀ ଜନ୍ମ ହୋଇଥିଲେ. ସେ ପିଲାବେଳରୁ ମହାଜ୍ଞାନୀ ଥିଲେ, ସେ ଛୋଟ ବେଳେ ତାଙ୍କ ମାତାଙ୍କୁ କହୁଥିଲେ ମନୁଷ୍ୟ ଦେହରେ ଜ୍ଞାନ ଓ ଭକ୍ତି ଥିଲେ ସେ ଦେବତାଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି. ଆହୁରି ମଧ୍ୟ କହୁଥିଲେ ସଂସାରର ତୃଷ୍ଣା ନ ଛାଡିଲା ପର୍ଯ୍ୟନ୍ତ ଭକ୍ତି ଭାବ ଉଦୟ ହେବ ନାହିଁ. ଜ୍ଞାନ ଓ ଭକ୍ତି ଏହି ଦୁଇଟି ହେଲା ଈଶ୍ୱର ଦତ୍ତ ଗୁଣ. ଈଶ୍ୱରଙ୍କ ଦୟା ନ ହେଲେ ତାହା ମିଳିବା କଷ୍ଟକର.ବ୍ରହ୍ମାଣ୍ଡ ସୃଷ୍ଟିର ବିକାଶ ଆଦି ସମ୍ବନ୍ଧ ଆଦି ସୃଷ୍ଟିକର୍ତ୍ତା. ସୃଷ୍ଟିର ଚବିଶି ତତ୍ତ୍ୱ ସେ ବତାଇ ଥିଲେ ଛୋଟ ବେଳେ ତାଙ୍କ ମାତାଙ୍କୁ ଯେଉଁ କଥା କହୁଥିଲେ ମହାଭାରତ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ଜ୍ଞାନ ବୁଝାଇଥିଲେ.କପିଳ ମୁନିଙ୍କ ନାମ ଅନୁସାରେ କପିଳାଵାସ୍ତୁର ନାମ ରହିଛି. ଯେଉଁଠି ଗୌତମ ବୁଦ୍ଧ ଙ୍କର ଜନ୍ମ ହୋଇଥିଲା. କପିଳ ମୁନିଙ୍କ ଆଶ୍ରମ ସରସ୍ବତୀ ନଦୀ କୂଳରେ ବିନ୍ଦୁ ସରୋବର ଠାରେ ରହିଛି. ତାଙ୍କର କୋପରେ ଷାଠିଏ ସହସ୍ର ସଗର ପୁତ୍ର ଧ୍ୱଂସ ପାଇଥିଲେ. ତା ମଧ୍ୟରୁ ମାତ୍ର ଚାରିଜଣ ବଞ୍ଚି ରହିଥିଲେ. କପିଳ ମୁନି ସାଂଖ୍ୟ ଦର୍ଶନ ଶାସ୍ତ୍ର ରେ ନିପୁଣ ଥିଲେ. କପିଳ ମୁନିଙ୍କ ରଚିତ ସାଂଖ୍ୟ ସୂତ୍ର, ତତ୍ତ୍ୱ ସମାସ, ବ୍ୟାସ ପ୍ରଭାକର, କପିଳ ଗୀତା, କପିଳ ପଞ୍ଚ ରାମ, କପିଳ ସ୍ତୋତ୍ର, କପିଳ ସ୍ମୃତି ଆଦି ପୁସ୍ତକ ରହିଛି. ସେ ଅଥର୍ବ ବେଦର ଦର୍ଶନ ପ୍ରଣେତା ଥିଲେ. ମହାନ ଯୋଗୀ, ମହା ତପସ୍ୱି ଓ ଯୋଗଜନ୍ମା ଆଦିପୁରୁଷ. ତାଙ୍କବିଷୟରେ ବହୁତ ତଥ୍ୟ ରହିଛି ।
