କୋଇଲା ଓ ପଦ୍ମ
କୋଇଲା ଓ ପଦ୍ମ
କାହିଁ କେଜାଣି ଏ ଦୁଇଟି ଶବ୍ଦ ନିଜ ଭିତରେ ସମାଜସ୍ୟ ରଖୁନଥିଲେ ଵି ମୋ ମନରେ ଦୁଇଟି ଜାକ ବାର ବାର ମଣିଷ ପ୍ରକୃତି ସହ ଅନେକ ଦୂର ପର୍ଯ୍ୟନ୍ତ ଗଭୀର ଭାବରେ ଜଡିତ ବୋଲି ଗୋଳମାନ କରି ଚାଲୁଛିଜାଣିଛି ଆପଣ ପଢିଲେ ବି ଲାଗୁଥିବ ଏ କି ଆଲୋଚ୍ୟ ବିଷୟ ।
ସତରେ କଣ ଏହାର ମଣିଷ ପ୍ରକୁତି, ଆଚାର, ବିଚାର ସହ କୌଣସି ସଂଯୋଗ ନାହିଁ ?
ତେବେ କିଛି ଉଧାରଣ ନିଶ୍ଚୟ ଦେବି ।
କୋଇଲା ତା ରଙ୍ଗ ପାଇଁ ଜଣା ତାକୁ ଯେତେ ରଗଡି, ମାଜି ଧୋଇଲେ ବି ସେ କଳା ହିଁ ରହିବ ଓ ସେଥିରୁ ନିଗିଡି ଥିବା ପାଣି ର ରଙ୍ଗ ମଧ୍ୟ ସେଇ କଳା ହୋଇ ବୋହିବ ।
ତେବେ ଏହା ତା ଚାହିଁବା କି ନଚାହିଁବା ଉପରେ ନିର୍ଭର କରେନି ଏଇଟା ହିଁ ତାର ଧର୍ମ ।
ସେମିତି ଅନେକ ମଣିଷ ସମାଜ ରେ (ଅନେକ କାହିଁକି ବରଂ ସବୁ କହିଲେ ଵି ଚଳିବ) ଯେଉଁ ମାନେ ଅନ୍ୟ ଲୋକଙ୍କୁ ବଢ଼ି ଥିବାର ଦେଖି ପ୍ରଶଂସା ବଦଳରେ ହିଂସା,ଅହଂ ଭାବ,ଅପବ୍ୟବହାର ଓ କେତେ ଜାଗା ରେ ପରଚର୍ଚ୍ଚା ଓ ପରନିନ୍ଦା ମଧ୍ୟ କରିଥାନ୍ତି ।ଏଥିରେ ଅନେକ କହିବେ ମୁଁ ମଧ୍ୟ ସେ ଭିତରେ ଅଛି କାରଣ କେତେ ଅପନିନ୍ଦା, ସମାଜ ର ବ୍ରଷ୍ଟାଚାର, ଲିଙ୍ଗ ଭିତିକ ନିୟମାବଳୀ କୁ ମୁଁ ମୋ ଲେଖା ଦ୍ୱାରା ଦର୍ଶାଇ ଛି ତେବେ ଯାହା କୁ ମୁଁ ଠିକ ଲାଗିଲି ସେ ମତେ ପଦ୍ମ ଭାବନ୍ତି ଓ ତାଙ୍କ ସମର୍ଥନ ରେ ମୁଁ ପଙ୍କ କୁ ଆଡେଇ ସୂର୍ଯ୍ୟ ଓ ଆକାଶ ଆଡକୁ ଉଠି ଚାଲେ ମୋ ନିଜର ଅଦ୍ୱିତୀୟ ଚିନ୍ତାଧାରା କୁ ନେଇ ।ସେଥିରେ କାହାରି ମୁଁ ଅନିଷ୍ଟ ଚିନ୍ତା କରେନି କି କାହାରି କୁ ମୁଁ ଆଘାତ ଦିଏନି.. ମୁଁ ପ୍ରଶଂସା ପାଇଥିବା ଦିଗ ରେ ମୋ ଲକ୍ଷ୍ୟ ଆଡକୁ ମୁହାଁଇ ଚାଲେ ସେଥିରେ ବଢେ ମୋ ଦକ୍ଷତା, ମୋ ଶିଖିବାର ଇଚ୍ଛା, ନୂଆ କିଛି ଆରମ୍ଭ କରିବାର ଉତ୍ତେଜନା ।
କିନ୍ତୁ କୋଉଁଠି ତ ଲେଖା ହୋଇନି ଜେ ମୁଁ ସମସ୍ତଙ୍କ ପ୍ରଶଂସା ପାତ୍ର ହେବି ବୋଲି ତେବେ ସେହି ଲୋକଙ୍କୁ ମୁଁ ଭୁଲ ଲାଗେଓ ସେ ଜାଗାରେ ସେମାନେ ମୋ ପାଇଁ କୋଇଲା ହୋଇ ଯାନ୍ତି ଓ ମୁଁ ତାଙ୍କ ଦେହରୁ ନିଗୁଡୁଥିବା ଅସହାୟ, ପୀଡିତ, ନିନ୍ଦିତ, କୋଇଲା ପାଣି ।ସେମାନଙ୍କ ଆଗରେ ମୁଁ ପାଲଟି ଯାଏ ଚର୍ଚ୍ଚା ର ବିଷୟ ଆସ୍ତେ ଆସ୍ତେ ତାହା ବଢ଼ି ଚାଲେ ନିନ୍ଦା ଓ ଅପବାଦ ଆଡକୁ... ବିଭିନ୍ନ ପ୍ରଶ୍ନ ଓ ଵିଧ୍ଵଂସୀ ଚିନ୍ତା ବାଣରେ, କିଏ କହେ ଏତେ ପ୍ରଚାର,ପ୍ରଶଂସା ରେ କି ଲାଭ ବନ୍ଦ କରେ ଏ ପ୍ରହସନ, କିଏ କହେ ନଜର ଲାଗି ଯିବ ବନ୍ଦ କରେ ଏ ସବୁ ଓ କିଏ କହେ ଏ ସବୁ କଣ ତୋ କାମ?
ବୁଝାଇବାକୁ ଓ ସ୍ପଷ୍ଟ କରେଇବାକୁ ଯାଇ କୋଇଲା ରଙ୍ଗ ରେ ମୁଁ ବି କଳା ହୋଇ ଯାଏ ଆଉ ମୋ ଦେହରୁ ନିଗିଡି ଯାଏ ଅନେକ ନକାରାତ୍ମକ ଭାବ, ସୃଷ୍ଟି ହୁଏ ଆକ୍ରୋଶ,ପ୍ରତିହିଂସା କିନ୍ତୁ ତାହା ତ ମୋ ଧର୍ମ ନୁହଁ?
ସମୟ ସମୟରେ କିଛି କଳା ଛିଟିକା ମୋ ଦେହରେ ଲେସି ହେଇ ଯାଇ ପାରେ କିନ୍ତୁ ତାହା ସାରା ଜୀବନ ଜଡିତ ହୋଇ ରହିପାରେନି |
କାରଣ,ମୋ ବାଛିଥିବା ଧର୍ମ ତ ପଦ୍ମର ତେଣୁ କରି ତ ଅସାଧାରଣ ବ୍ୟକ୍ତିତ୍ୱ ଗଢିବାକୁ ମୋ ଚେଷ୍ଟା ମୋ ଦେହରେ କଳା ଲାଗିବ କିପରି ।କୁଚିନ୍ତା, କୁଦୃଷ୍ଟି କାହା ଉପରେ ପଡ଼େନି ବା ଲାଗେନି ତାହା ମନ ରେ ଜମି ରହୁଥିବା କୋଇଲା ପାଣି ତେଣୁ କୋଇଲା ଠୁ ଦୁରେଇ ରହିଲେ, କଳା ଛିଟିକା ଠୁ ବଞ୍ଚି ରହିବା ର ଏକ ମାତ୍ର ଉପାୟ... ଆଉ ନିଜ ଲକ୍ଷ୍ୟ, ଦକ୍ଷତା, କର୍ମ କୁ କେନ୍ଦ୍ର କରି ଆକାଶ ମୁହାଁ ହେଲେ ସୂର୍ଯ୍ୟ ଆଲୋକରେ ପଦ୍ମ ସୁନ୍ଦର ଭାବରେ ଫୁଟିଲା ପରି ନିହାତି ଯଶ ମିଳେ |
ଵି. ଦ୍ର : ମଣିଷ ପ୍ରକୃତି ମରିଲେ ଛାଡେତେବେ କେହି ଭଲ କି ଖରାପ,ଯୋଗ୍ୟ କି ଅଯୋଗ୍ୟ ନିର୍ଧାରିତ କରିବାକୁ ଆମକୁ କୋଇଲା ହେବାକୁ ପଡିବ ।ଅନ୍ୟ ପାଖରେ ସୁପ୍ରକୃତି ଓ ବଳିଷ୍ଠ ଉତ୍ସର୍ଗ ଦ୍ୱାରା ପଦ୍ମର ଧର୍ମ ଆପଣାଇ ଲେ ଶାନ୍ତି, ଶୃଙ୍ଖଳା ରେ ଆଗକୁ ବଢିବାର ସୂଚେତନା ସହ କର୍ମସ୍ତ ହେବାର ସୁବିଧା ବାଟ କଢାଇ ଆଣିବ |
ଜାଣିଛି ଅନେକ କହିବେ ଏଇଟା ମୁଁ ନିଜକୁ କେନ୍ଦ୍ର କରି ଲେଖିଛି ।ତାହା ସତ କାରଣ ଅନ୍ୟ କୁ କେନ୍ଦ୍ରିତ କରି ଲେଖିଲେ ପଦ୍ମ ର ମହତ୍ୱ ରହିବନି ଆଉ ମୁଁ କୋଇଲା ହେବାକୁ ସ୍ବପ୍ନ ରେ ମଧ୍ୟ ଚାହୁଁନି ।
