STORYMIRROR

Swetapadma Padhi

Drama Tragedy Others

4  

Swetapadma Padhi

Drama Tragedy Others

କଳଙ୍କିତ ଚାନ୍ଦ

କଳଙ୍କିତ ଚାନ୍ଦ

3 mins
547



ସମୟ ରାତି ଦଶଟା ଖାଇ ସାରି ସୁମି ବାରି ଆଡେ ଯାଇଥିଲା ବୋଉ କୁ ଯିବାକୁ ଡାକିଲା ସାଙ୍ଗରେ ହେଲେ ବୋଉ ରୋଷେଇଘର ସଫା କରୁଥିଲା କହିଲା, ଯାଉନୁ ଲାଇଟ୍ ତ ଜଳୁଛି କାହିଁକି ବ୍ୟସ୍ତ ହେଉଛୁ ! ବାଡି ରେ ତାଙ୍କର ନଡ଼ିଆ ଗଛ ଧାଡ଼ି ଧାଡ଼ି ହେଇ ଲଗା ହେଇଛି ତା ପଛକୁ ସାହି ପୋଖରୀ ପାଖକୁ କଦଳୀ ଗଛ କେତୋଟି । ପୂରା କିଟି କିଟି ଅନ୍ଧାର ନହେଲେ ବି ଅଳ୍ପ ସାଧା ବଲବ୍ ର ଆଲୁଅ ପଡୁଥିଲା ! ସୁମି ଟିକେ ଅଳ୍ପ ବାଡି ଭିତରକୁ ପଶିଛି ଖସ୍ ଖସ୍ ଶଦ୍ଦ ହେଲା ଆଗ ଭାବିଲା କୁକୁର କି ବିଲେଇ ହେଇଥିବ କିଛି ସମୟ ପରେ ଶଦ୍ଦଟା ଜୋରରେ ହେଲା ଆଉ ହଠାତ୍ କଳା ଛାୟା ଭଳିଆ ଦିଶିଲା ଅଳ୍ପ ଆଲୁଅ ଅନ୍ଧାରରେ ଭଲ ଭାବେ ଦିଶୁନ ଥାଏ ଛାନିଆ ହେଇ ସୁମି ଡରି ଏକ ମୁହାଁ ହେଇ ଘର ଭିତରକୁ ଦୈାଡିଲା । ସିଧା ଯାଇ ବୋଉର ପଣତ କାନି ରେ ମୁହଁ ଗୁଞ୍ଜି ଦେଇ ଭୂତ ଭୂତ ଭୂତ ବୋଲି କହି ଚିତ୍କାର ଛାଡୁ ଥାଏ । ଆଲୋ କ'ଣ ହେଲା କହି ବୋଉ ତା ଦେହକୁ ଆଉଁସି ଦେଲା ବେଳକୁ ବରଡା ପତ୍ର ପରି ଭୟରେ ଥରୁ ଥାଏ । 


ବୋଉ କହିଲା, ଆଲୋ ସୁମି ଭୁତ କାଇଁ ଭୂତ ଫୁତ କିଛି ନ ଥାଏ ! ସୁମି ସାତ ଆଠ ବର୍ଷର ଛୁଆ ଡରିବା ଟା ସ୍ବାଭାବିକଅଛି ଅଛି ଭୂତ ଆମ ବାଡିପଟ ନଡ଼ିଆ ଗଛ ପାଖ ବୁଦାରେ ଅଛି !

ବୋଉ ପଚାରିଲା, କୋଉଠି ଦେଖିଲୁ ଭୂତ ? କ'ଣ ହେଇଛି ଆଗ କହ ? ସୁମି କହିଲା, ବୁଢ଼ୀ ମା' କହୁଥିଲା, ରାତିରେ ବଡ଼ ଛାୟା ଦିଶିଲେ ସେଟା କାଳେ ଭୂତ ! ବୋଉ ଟିକେ ଏବେ ବୁଝିପାରିଲା, କହିଲା ହଉ ଚାଲେ ବାଡି ଆଡେ ମୋତେ ଦେଖେଇ ଦେବୁ କୋଉଠି ଭୂତ ? ଆରେ ତମେ ବୁଝି ପାରୁନ ମୁଁ ନିଜେ ଛାଇ ଦେଖିଛି ସୁମି କହିଲା । ବୋଉ ଏବେ ତାକୁ ବାଡି ଆଡେ ନେଇକି ଗଲା ସୁମି ଗଲାନି କବାଟ ବନ୍ଧ ପାଖରେ ରହି ଦେଖେଇ ଦେଲା ସେ ଜାଗା । ବୋଉ ଏଥର ବୁଝି ପାରିଲା ସେ ପଟେ ଲାଗିଥିବା ବଲ୍ଲବ ଟା ଧପ୍ ଧପ୍ ହେଉଛି ଆଉ ଏଇ ଆଲୁଅ ଛାଇ ଖେଳରେ ସୁମି ନିଜର ଛାଇ ଦେଖିଛି ଆଉ ଗୋଟେ ଆମ୍ବଡ଼ାଳ ରୁ ଝୁଲିଥିବା ଡାଳ ର ଛାଇ ସେ ଠିକ୍ ମଣିଷ ଛାଇ ଭଳିଆ ଦିଶୁଛି । ସୁଲସୁଲିଆ ପବନ ବେଗର ଶଦ୍ଦକୁ ସୁମି ତା ବୁଢ଼ୀ ମା'ର ଭୂତ କାହାଣୀ କୁ ସତ ଭାବି ଦେଇଛି । ବୋଉ ତାକୁ ସବୁ ଦେଖେଇ ବୁଝେଇ ଦେଲା । ସୁମି ସିନା ହଁ ମାରି ଦେଲା ହେଲେ, ଭୟ ତା' ମନରେ ଯାଇ ନ ଥାଏ । ଆଉ ହଁ କହି ବୋଉ ପଣତ କାନିରେ ନିଜକୁ ଲୁଚାଇ ଦେଲା ଆଉ ପଣତରେ ସୁରକ୍ଷା ବଳୟ ଭିତରେ ନିଜକୁ ସୁରକ୍ଷିତ ମନେ କରୁଥିଲା । 


ସମୟ ଗଡି ଚାଲିଲା । ସମୟର ଗତିପଥରେ

ସେ ଶୈଶବ ରୁ ଯୈାବନ ଆଡ

଼କୁ ଧୀରେ ଧୀରେ ପାଦ ଥାପୁ ଥାଏ । ଏଇ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ କଲେଜ ଆରମ୍ଭ କରିବ ସୁମି । ଏତେ ବର୍ଷ ଗାଁରେ ବହୁତ କିଛି ପରିବର୍ତ୍ତନ ହେଇଗଲାଣି । ସେଦିନ ଥାଏ ସୁମି ସଙ୍ଗାତ ଭଉଣୀର ବାହାଘର । ବୁଢ଼ୀ ମା' ପାଇଁ ବୋଉ ସାଙ୍ଗରେ ଆସି ପାରିଲାନି । ହେଲେ ବାପା କହିଥିଲେ ଆସିକି ତାକୁ ନେଇ ଯିବେ । ହେଲେ ରାତି ୯ଟା ଉପରେ ହେଲାଣି । ବାପା ଆସି ନଥିଲେ ଏପର୍ଯ୍ୟନ୍ତ । ତା' ସାଙ୍ଗମାନେ କହିଲେ, ଚାଲୁନୁ ଆମ ସାଙ୍ଗରେ ଆଗ ଛକ ଯାକେ ସେଠୁ ତୋ ଘର ଆଉ ଗୋଟେ କିଲୋମିଟର, ଗାଡ଼ି ମଟର ଯାଉଛି କିଛି ଅସୁବିଧା ହେବନି । ସୁମି ବି ସେମାନଙ୍କ କଥାରେ ବାହାରି ପଡ଼ିଲା।


ହେଲେ ଭାଗ୍ୟ ଖରାପ ପଡିଲେ ସବୁ ସରିଲା । କୁଆଡେ ଥିଲା କେଜାଣି ପବନ ଘଡଘଡି ଆରମ୍ଭ ହେଇଗଲା । ରାସ୍ତାର ଦୁଇକଡରେ ଥିବା ଵତୀଖୁଣ୍ଟ ସବୁ ଲିଭିଗଲା । ଆଉ କରାଳ ଅନ୍ଧକାରରେ କୃପା କଲା ପରି କିଞ୍ଚିତ

କ୍ଷୀଣ ଚନ୍ଦ୍ରମା ଉଜ୍ଜ୍ବଳ ରେ ଆଲୁଅ ବିଚ୍ଛୁରିତ ହେଇଥିଲା । କିନ୍ତୁ ତା' ପରେ ଆରମ୍ଭ ହେଇଥିଲା ଛାଇ ଆଲୁଅର ଖେଳ । ଛକ ପର ରାସ୍ତା ଟା ଘରର ବାଡିପଟ ଦେଇ ଯିବାକୁ ହୁଏ । ହଠାତ୍ ସୁମିର ମୁଖମଣ୍ଡଳ ଗମ୍ଭୀର ହେଇଗଲା । ସୁଉଚ୍ଚ ନଡ଼ିଆ ଗଛଗୁଡ଼ିକର ଛାୟା ପିଲାଦିନେ ସୁମି ମନରେ ଯେଉଁ ଭୟ ଜାଗ୍ରତ କରିଥିଲେ ସେ ଭୟ ଏବେ ବଳବତ୍ତର ହେଇଗଲା । ପର ମୂହୁର୍ତ୍ତରେ ହଠାତ୍ ପୁଣି ଅନ୍ଧକାରରେ ସୃଷ୍ଟି ହେଲା ବିଭ୍ରାନ୍ତକାରୀ ଧାରଣା । ଏମିତି ଲାଗୁଥାଏ ସୁମି ବୋଧେ ବାଜି ଲାଗିଛି ଏଇ ଛାଇ ଆଲୁଅ ଖେଳରେ । 


ଧୀରେ ଧୀରେ ସେ ଛାଇ ସବୁ ସୁମିର ନିକଟତର ହେଉଥାନ୍ତି । ଆଖି ପିଛୁଳାକେ ସୁମି ସେଇ ଛାଇ ମାନଙ୍କ କବଳରେ ଆବଦ୍ଧ ହେଇଗଲା । ତା'ର ସମସ୍ତ ପ୍ରୟାସ ନିଜକୁ ମୁକ୍ତ କରିବାକୁ ବିଫଳ ହେଲା । ପରିଶେଷରେ କୁତ୍ସିତ ପାଶବିକତା ସାମ୍ନାରେ

ସୁମିର ପ୍ରୟାସ ହାରିଗଲା । ନଗ୍ନତା ର ବିଭୀଷିକା ଜାଳି ପୋଡ଼ି ପାଉଁଶ କରିଦେଲା ନବ ଯୌବନରେ ପାଦ ଥାପି ଥିବା କଅଁଳ କଢିଟିକୁ ଆଉ ସେ ହେଇଗଲା ଆଉ ଗୋଟେ କଳଙ୍କିତ ଚାନ୍ଦ । ଉପାୟ ଶୂନ୍ୟ ଯୈାବନ ଟି କିଛି ସମୟ ମଧ୍ୟରେ ଧୂଳିସାତ ହେଇଗଲା । ଏଇ ସମାଜ ଆଖିରେ ସେ ହେଇଗଲା କଳଙ୍କିନୀ । ଦୁଇ ଆଖିରୁ ଦୁଇପଟୁ ଲୁହର ଧାର ବୋହି ଆସିଲା । ଏଇ ଛାଇ ଆଲୁଅ ଖେଳରେ ଅର୍ନ୍ତଆତ୍ମା ଖୋଜୁଥିଲା ଆଶ୍ରା । ଯେଉଁଠି ସେ ଏଇ ଛାଇ ଆଲୁଅ ଖେଳରୁ ନିଜକୁ ଲୁଚେଇ ପାରିବ ! 

ଏଇ ସମାଜର ଘୃଣ୍ୟ ମଣିଷ

ନିଜେ କଳଙ୍କ ଦିଏ

ଅଥଚ ଘୃଣା କରେ ଉଭୟ 

କଳଙ୍କ ଏବଂ କଳଙ୍କିନୀ କୁ ।


Rate this content
Log in

Similar oriya story from Drama