Swetapadma Padhi

Drama Inspirational

4  

Swetapadma Padhi

Drama Inspirational

ମୁଁ ବି ହେଇ ପାରେ ଅନ୍ତକାରିଣୀ

ମୁଁ ବି ହେଇ ପାରେ ଅନ୍ତକାରିଣୀ

2 mins
314


ବହୁତ କାମ ଥିବାରୁ ଅଫିସରୁ ବାହାରିବା ଟିକେ ଡେରି ହେଇଗଲା । ଘର ଠାରୁ ଆହୁରି ତିନି ଚାରି କିଲୋମିଟର ଦୂର ଜହ୍ନ ରାତି ହେଲେ ବି ନିଛାଟିଆ ରାସ୍ତାରେ ଅନିନ୍ଦ୍ୟ ସୁନ୍ଦରୀ ଝିଅ ରୀୟାକୁ ଏକୁଟିଆ ପାଇ ତିନିଟା ମଦୁଆ ଟୋକା ଘେରି ଯାଇ ଦୁଷ୍କର୍ମ କରିବାକୁ ଉଦ୍ୟତ । ରୀୟା "ମୋତେ ବଞ୍ଚାଅ, ମୋତେ ଛାଡ଼ି ଦିଅ" ବୋଲି ନେହୁରା ହେଉଥାଏ । ଦୂରରୁ ବାଇକରେ ଗୋଟେ ପିଲା ଏ ଜଘନ୍ୟ ଅପରାଧ ହେଉଥିବା ଦେଖି ଝିଅଟିର ସାହାଯ୍ୟ କରିବା ପରିବର୍ତ୍ତେ ବାଟ ଭାଙ୍ଗି ଦେଇ ପଳେଇଲା ।


ରୀୟା ର ନଜର ପଡିଲା ଦୂରରେ ଶୀତଳ ମଳୟ ପବନରେ ନୂଆ କରି ଫୁଟିଥିବା କାଶତଣ୍ଡି ଫୁଲ ହଲି ହଲି କହୁଛି "ଆଶ୍ଵିନ ମାସ ଆରମ୍ଭ ହେଲାଣି । ପାପ ସଂହାରଣୀ ମହିଷାମର୍ଦ୍ଦିନୀଙ୍କ ଆଗମନ ନିକଟତର । ତାଙ୍କ ହୁଙ୍କାରରେ ମନରେ ହୃତ୍ କମ୍ପନ ସୃଷ୍ଟି ହୁଏ । ଆଉ ତୁ ସେହି ବଳିୟାନ ନାରୀର ସ୍ବରୂପ ହେଇ ଅବଳା କିପରି ? ଦେଖେଇ ଦେ ଆଜି ଏ ପାପୀମାନଙ୍କୁ ତୋ ରୈାଦ୍ର ରୂପ !" ନିଜର ସମସ୍ତ ବଳ ପ୍ରୟୋଗ କରି ରୀୟା ଗୋଟେ ପିଲାର ଅଖାଡୁଆ ଜାଗାକୁ ଏମିତି ଗୋଇଠା ମାରିଲା ଯେ ସେ ତଳେ ପଡି ଛାଟିପିଟି ହେଲା । ସେ ପିଲା ହାତରୁ ଛୁରୀଟା ଛଡେଇ ନେଇ ଆଉ ଗୋଟେ ପିଲାକୁ କ୍ଷତାକ୍ତ କରି ପକେଇଲା ସତେ ଯେମିତି ତା ଦେହରେ ବାଘୁଣୀ ଭଳି ସହସ୍ର ବଳ ।


ଅତ୍ୟଧିକ ରାଗ ଜରଜରରେ ଗର୍ଜନ କରି ଉଠିଲା ରୀୟା," ହଁ ମୁଁ ନାରୀ, ଯଦି ମୁଁ ସୃଷ୍ଟି ର କାରଣ ତା'ହେଲେ ମୁଁ ହେଇ ପାରିବି ଅନ୍ତକାରିଣୀ । କ'ଣ ଭାବିଥିଲୁ ଶରୀର ମାଂସଲୋଭୀ ପଶୁ ମୁଁ ଶକ୍ତିହୀନା, ଅବଳା ନାରୀ ; ଯାହାକୁ ତୁ ଖିନ୍ନ ଭିନ୍ନ କରି ଖାଇବୁ ? ତମ ତିନି ଜଣଙ୍କୁ ନିସ୍ତାର ନାହିଁ, ଆଜି ଦେଖିବ ପରିବାର ଓ ସମାଜକୁ ରାସ୍ତା ଦେଖାଉ ଥିବା ମମତାମୟୀ ଆଖିରୁ କେମିତି ଅଗ୍ନି ବର୍ଷା ହେଇ ଭସ୍ମ କରିପାରେ"। ଅନ୍ୟ ଦିଜଣଙ୍କ ଅବସ୍ଥା ଓ ରୀୟାର ରକ୍ତିମ ଉର୍ଜାମୟ ଶିଖା ତୁଲ୍ୟ ଆଖି ଦେଖି ସେ ଆର ପିଲାଟା ଡରରେ ସେଠୁ ଫେରାର ମାରିଲା ।


ଆଉ ସେପଟେ


ହଠାତ୍ ରନିତ୍ ଜିମ୍ ରୁ ଫେରିଲା ତା ହଳଦିଆ ରଙ୍ଗ ର ସୁଜୁକି ଫଟଫଟିଆରେ ଆଖିରେ ଗଗଲ୍ସ ଲଗେଇଛି । ଜିମ୍ ଯାଇ ପୂରା ଷଣ୍ଡ ବଡ଼ି ବନେଇଛି । ସେତିକିବେଳେ ରୀୟା ଘରେ ପହଞ୍ଚି ସବୁ କଥା କହିଲା । ବସନ୍ତବାବୁ ବ୍ୟସ୍ତ ହେଇ ପଡ଼ି କହିଲେ, ସେ ବାଇକ ବାଲାଟା କିଏ ସେ ଚାହିଁ ଥିଲେ ସାହାଯ୍ୟ କରି ପାରିଥାନ୍ତା । ସେତିକି ବେଳେ ରନିତ୍ ଲଜ୍ଜିତ ହେଇ କହିଲା, ମୁଁ ସେ ବାଇକ ବାଲା, ଅନ୍ଧାରରେ ଜାଣି ପାରିଲିନି ଯେ ଝିଅଟା ଆମ ରୀୟା ବୋଲି। ରୀୟା ମାଆ କହିଲେ,ସବୁ ବାପାମାଆଙ୍କୁ ପୁଅ ବଦଳରେ ଝିଅକୁ ଜିମ୍ ଜୁଡୋ ଶିଖେଇବା ଉଚିତ୍ । ଦରକାର ପଡିଲେ ଝିଅମାନେ ନିଜେ ନିଜର ସୁରକ୍ଷା କରିପାରିବେ।


Rate this content
Log in

Similar oriya story from Drama