Swetapadma Padhi

Comedy Drama Inspirational

4  

Swetapadma Padhi

Comedy Drama Inspirational

ଅନଲାଇନ୍ ଆସର

ଅନଲାଇନ୍ ଆସର

3 mins
443



ଆଜି ପୁଣି ଥରେ ଦେଖା ଚାହାଁ ହେବା । କିଛି ଗପାଗପି ହେବା । ପୁଣି କିଛି ନୂଆ ଶୁଣିବା ପରା ! 


ଆଜି ଆଜି ଆଜି

ରବିବାର ସନ୍ଧ୍ୟା ୬:୩୦ ରେ....


ଆସରକୁ ଆସିବେ ନା ନାହିଁ ? ମୁଣ୍ଡ ଉଠେଇ ଚାହିଁଲି । ଆରେ ମୋବାଇଲରେ ଥିବା ତାଙ୍କ ମେସେଜକୁ ଦେଖିଲି ମ ! ଅନଲାଇନ ଆସର ହେଉଛି ପରା । ଅବଲୋକରାଙ୍କ ମେସେଜ ଆସିଛି ଆସରରେ ଯୋଗ ଦେବା ପାଇଁ । ତାଙ୍କ ମୋବାଇଲ ଡିପିଟା ମସ୍ତ ଦିଶୁଛି !


ଅବଲୋକରା ମହାଶୟ ସକାଳୁ ସକାଳୁ ଚା ପର୍ବ ବେଳେ ଦୁଇ ଧାଡିରେ କହିଯାନ୍ତି ଜୀବନ ବୃତ୍ତାନ୍ତ । କୋଉଦିନ ବୋଉ ପଣତରେ ଲୁଚିଯାନ୍ତି ସ୍କୁଲ ମାଷ୍ଟ୍ରେଙ୍କ ମାଡ଼ ଭୟରେ । ଆଉ କୋଉ ଦିନ ଛକରେ ସାଇକେଲ ଧରି ଦେଖୁଥାନ୍ତି ମୃଗନୟନୀକୁ । କୋଉ ଦିନ ପୋଲିସ ଡାକି ପହଞ୍ଚିଲା ବେଳକୁ ବେତାଳର ଶବ ଝୁଲିପଡି କରୁଥାଏ ଅଟ୍ଟହାସ୍ୟ । 


ଆରଣ୍ୟକ ପ୍ରତିଥର କିଛି ନୂଆ ଆଣେ । ସେ ନୂତନତାରେ ଥାଏ କିଛି.........


ଆହାଃ... କି ମଧୁରମ୍ ସ୍ବର ! କୋଇଲି ଆସିଲେଣି ହୋ ! ହୃଦୟ ତନ୍ତ୍ରୀଟା କ'ଣ କ'ଣ ହେଇ ଯାଉଛି .... ଗଳ୍ପ ଠାରୁ ସଂଯୋଜନା ବେଶୀ ମନ ମୋହୁଛି .... ମନେ ମନେ ଭାବେ କାଶ ହେଇଥାନ୍ତି କି ପୁରୁଷ ... ଆଉ କହିଥାନ୍ତି କୋଇଲି ତମେ ଏମିତି କହିଚାଲ ଆଉ ମୁଁ ଚାହା କପ୍ ପରେ ଚାହା କପ୍ ପିଉଥିବି ଆଉ ତୁମ ସ୍ବରକୁ ମୋ ଭାବନାର ଅସ୍ତରାଗ ମୁହୂର୍ତ୍ତର କାନଭାସ୍ ରେ ରଙ୍ଗୀନ କରୁଥିବି ।


ଡିଙ୍ଗ୍ ଡଙ୍ଗ୍....ଡିଙ୍ଗ୍ ଡଙ୍ଗ୍

ଓଃ ହୋ କିଏ ଯେ ! ଧେତ୍ ମେସେଜର ନୋଟିଫିକେସନ୍ ଶଦ୍ଦଟା ସବୁ ବରବାଦ କରିଦେଲା । ମୋ ସୁନ୍ଦର ସ୍ବପ୍ନଟା ଭାଙ୍ଗିଦେଲା


କଳ୍ପନା ରାଇଜରେ ମନ ପବନ ଡେଣା ଲଗେଇ ମୁଁ କୋଇଲି ଅପା ସାଙ୍ଗରେ ବୁଲୁଥିଲି...ଅଥଚ ଠିକ୍ ସେତିକିବେଳେ ସିଟୁ ଭାଇର ମେସେଜ ଆସିଗଲା ....


"ଦୁଆର ଖୋଲା ହେଲାଣି ଆସରରେ ଯୋଗ ଦିଅନ୍ତୁ ।" ବିରକ୍ତ ଲାଗିଲା ମଣିଷକୁ । ଏ ଅବୁଝା ସିଟୁ ଭାଇ ଚୋପା ବୁଝୁଛି ! କେମିତି ଜାଣିବ ମ ଏଇଟା ବି ଗୋଟେ ପ୍ରେମ ବୋଲି !

ଯାହା କହିଲେ କିଛି ଫରକ୍ ପଡେନି । ମନ ଅନ୍ଧାରିଆ ଗୁମ୍ଫାରେ ବସି ସିଟୁ ଭାଇ ଖାଲି ହସୁଥାଏ ।


ହଉ ଆରମ୍ଭ ହେଲାଣି....ଆସର .... ଅନଲାଇନ୍ ଆସର ମ' !


ପୁରୀର ସଂସ୍କୃତ ସୂର୍ଯ୍ୟ ନାରାୟଣ ରଥ ଶର୍ମା ଯେମିତି ଗୋଲ ଗୋଲ କଥା କହି ରଥାଯାତ୍ରାଟା ଆହୁରି ଅଧିକ ରୋମାଞ୍ଚକର କରିଦିଅନ୍ତି, ଏ ମହାଶୟା ଜଣକ ମାଆ ହାତ ପାପୁଲି ଗୋଟାକର ପିଠା ପରି କାହାଣୀ ଲେଖିଥାନ୍ତି । ଆଉ ଆମେ ସବୁ ଆ଼ଁ ଟା କରି ବସିଥାଉ ସର୍ବଗିଳା ସାଜି । ଯାହା ବି କୁହ ମହାଶୟା ନିଜ ପଠନ ଶୈଳୀରେ ମନ ହୃଦୟ ଉଭୟଙ୍କୁ ଭିଜେଇ ଦିଅନ୍ତି ।


ରାଗିଣୀ ମାଷ୍ଟ୍ରାଣୀ ମୋଟା ଲେନ୍ସର ଚଷମା ପିନ୍ଧି ଚାର୍ଲ୍ସର ଅଭିଶପ୍ତ ପ୍ରେମ କାହାଣୀ ପଢୁଥାନ୍ତି । ସତେ ଯେମିତି ଭଗ୍ନ ଶିଳାପଦ୍ମର ଅତୃପ୍ତ ଶରୀରଟା ଏବେ ବି ଘୂରି ବୁଲୁଛି ।


ସଚ୍ଚି ଭାଇ ଆମର ଭାରି ଖୁସିବାସିଆ ଲୋକ ।

ଚଷମାକୁ ବେକରେ ଗାମୁଛା ଦେଇ ଯେତେବେଳେ ସେ ହସି ଦିଅନ୍ତି ଆସରଟା ଆହୁରି ଝଲସି ଉଠେ । ସେଇଟା ଅଲଗା କଥା ଯେ ସଚ୍ଚି ଭାଇଙ୍କ ସମ୍ବଲପୁରୀ କଥା ମୁଁ ଅଳ୍ପ ବହୁତ ତ ବୁଝେ । 


ଶୁଣିଲି ଆମ ବିଷ୍ଣୁଙ୍କ ଘରଣୀ ଆଜି ଦ୍ବାରିକାରୁ ଆସି ଆର୍ବିଭାବ ହେବେ ଆସର ବେଳେ । ସୁନା ପିଲା ଭଳିଆ ତାଙ୍କ ସ୍ତୋତ୍ର ପାଠ କରିଦେବା । ତା'ପରେ ଜହ୍ନର ସୁନ୍ଦର ଜ୍ୟୋତ୍ସ୍ନାରେ ପ୍ରୀତି ପୂର୍ଣ୍ଣ ଗଳ୍ପ ଭିତରେ କବିତାରଣ୍ୟରେ ହଜି ଯିବା । ସ୍ନେହାବାଳା ମୁକୁଳା ଚୁଟିକୁ ବାରମ୍ବାର ମୁହଁ ଉପରୁ ଟେକୁ ଥିବେ । ଫ୍ଯାନ ପବନଟା ବଡ ଦୁଷ୍ଟାମୀ କରୁଛି । ସ୍ନେହଭରା ଗଳ୍ପରେ ବିଭୋର ହେଉଥିବା ବେଳେ ସେହ୍ନ ପଣତରୁ ଉଙ୍କି ମାରି ଦେଖିବେ ବିକ୍ରମାଦିତ୍ୟଙ୍କ ସେନାପତି । ସୈନ୍ୟ ଦଳ ନେଇ ଖୋଜି ବାହାରିବେ ହଜି ଯାଇଥିବା ବ୍ୟାଘ୍ର ସଂରକ୍ଷଣ ।


ବଙ୍ଗାଳୀ ଅପା କାହାଁନ୍ତି ଯେ, ସେ ପରା ଆଶୁ ଲେଖିକା । ଜମା ଆଉ କହିବିନି ଯେ ତିନି ଥର ପଢିଲା ପରେ ଗପ ବୁଝିଲି । ମୂର୍ଖାରଣ୍ୟକ କୁ ଆଉ କ'ଣ କହିଦେବେ ଯଦି ! ନା ନା ଥାଉ ଦିଲ୍ଲୀ କା ଲଡୁ ଯୋ ଖାଏ ଓ ପସ୍ତାଏ, ଯୋ ନାଁ ଖାଏ ଓ ଭି ପସ୍ତାଏ ।


ହେଇ ଟପଟେ ପିନ୍ଧି ଢଗ ଢଗ ହେଇ ଆସନ୍ତି ଚନ୍ଦ୍ରିକା ମାଡାମ୍ । ଅନ୍ଧାର ନିର୍ଜନ ରାତିରେ ଶଗଡ଼ରେ ବନ୍ଧା ହେଇଥିବା ଲଣ୍ଠନର ମିଞ୍ଜି ମିଞ୍ଜି ଆଲୋକରେ ଭାବଗର୍ଭକ କଥାଗୁଡାକରେ ଚକ୍ଷୁ ଦିଟାକୁ ବାଷ୍ପୀଭୂତ କରିଦିଅନ୍ତି । 


ମୁଁ ମଲା ଜହ୍ନ ଟିଏ । ମୁଁ ଗଲା ପରେ ଝରା ଶେଫାଳୀ ଦାନ୍ତ ଚାପି ହସୁଥାଏ । ହଉ ହସୁଥାଉ । ଏଇ ମଲା ଜହ୍ନ ହିଁ ପୂର୍ଣ୍ଣିମାର ଜହ୍ନ ହେଇ ଜୀବନ୍ତ ହେଇ ଉଠେ ! 


ବାକି ହାତୀପଲ ବି ଆସିଲେଣି .....ବାଟରେ ଥିବେ । ଆସୁଥିବେ ବାକି ସବୁ ଅନଲାଇନ । 


ଆସର ଆରମ୍ଭ ଆଗରୁ ଯାଏ ସନ୍ତୁଳା କରିଦେଇ ଚାହା କପ୍ ଟା ଧରି ବସିଯାଏ ଗୁଗଲ ବାବାଙ୍କ ମିଟ୍ ଭିଡିଓ ଖୋଲି । ରୁଟି ଦିଟା ପଛରେ କରିବି । ଗଲା ଦୁଇଥର ଆସରରେ ଯୋଗ ଦେଇନି । ଏଥର ଯୋଗ ନ ଦେଲେ ବିଶ୍ଵାସ ନାହିଁ ସିଟୁ ଭାଇକୁ । ଆଟେଣ୍ଡାନ୍ସରେ ଆବସେଣ୍ଟ ପକେଇ ଦେବ ଯେ ! 


ଏଣୁତେଣୁ ଚଉପଦୀରୁ ଗପାଗପି ହେବ । ମହାନଦୀ ପଠାରୁ ଗାଈଆଳ ଯାକେ, ବେଳାଭୂମିର ପ୍ରେମ କାହାଣୀରୁ ପଣତି ଆଢୁଆଳେ ଥିବା ଭାଗବତ ପାଠ ଯାକେ । ଗାଁ ର ଶେଷ ମୁଣ୍ଡରେ ଥିବା ଡାହାଣୀ ଠାରୁ ସହରର ଫେଶନ ବାଲା ଭୂତ ଯାକେ କେତେ ଯେ କାହାଣୀ ପାଠକ ମନକୁ ଆନ୍ଦୋଳିତ କରେ । ହେଉ ପଛେ ଅନଲାଇନ ଆସର ସେଇ ଫାସର ଗପାଗପି ଭିତରେ କିନ୍ତୁ  ନିରୋଳାର କିଛି ମୁହୂର୍ତ୍ତ ସାଉଁଟି ନେବା ଅସ୍ତରାଗର ଝଲମଲ କିରଣରେ ମୃଦୁ ମୃଦୁ ଗୁଞ୍ଜରିତ ହେଉଥିବା ସେଇ ଗାଈଆଳର ବଇଁଶୀ ସୂର । ଆଉ ସମ୍ମୋହିତ କରୁଥିବ ତା' ନିଜ ଆଡକୁ । 




Rate this content
Log in

Similar oriya story from Comedy