STORYMIRROR

Sunanda Mohanty

Romance Classics Thriller

4  

Sunanda Mohanty

Romance Classics Thriller

କିଏ ରାଧା କିଏ ମୀରା

କିଏ ରାଧା କିଏ ମୀରା

12 mins
2


     ପାହାଡ଼ ପାଦ ଦେଶରେ ଘରଟିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବ. ସ୍ୱାମୀ କଣ କାମ କରେ ସ୍ତ୍ରୀ ଜାଣେ ନାହିଁ କିନ୍ତୁ କୋଉଥିରେ ଅଭାବ ନଥାଏ. ଘରେ ଇଲେକ୍ଟ୍ରି ନଥାଇ ମଧ୍ୟ ସବୁ ଆଧୁନିକ ଉପକରଣ ଯଥା ଫ୍ରିଜ, ଟେଲିଭିଜନ, ୱାସିଙ୍ଗ ମେସିନ, କୁଲର ଓ ଆଇରନ ଇତ୍ୟାଦି ସବୁ ଥାଏ ଘରେ. ପୁଣି ଥାଏ ହଳ ହଳ ଜୋତା ସହ ଦୁନିଆଁ ଶାଢ଼ୀ. ଏତେସବୁ ଆଣୁଥିବା ସ୍ୱାମୀଙ୍କୁ ସନ୍ତୁଷ୍ଟି ପରିବର୍ତ୍ତେ ସନ୍ଦେହ ଦୃଷ୍ଟିରେ ଦେଖେ ସ୍ତ୍ରୀ ଗୁରେଇ. ସେ ଜନଜାତି ତଥା ବନବାସୀ ଲଳନା. ଜଙ୍ଗଲ ଭିତରେ ଥିବା ବସ୍ତିରେ ସେଦିନ ନିଆଁ ଲାଗିଥିଲା.ପାହାଡ଼ ପାଦ ତଳୁ ଉଦ୍ଧାର ହୋଇଥିଲା ସନାତନ.ଗୁରେଇ ନିଜ ବାପା ସଙ୍ଗେ ସନାତନ ର ଶୁଶୃଷା କରୁ କରୁ ସନାତନ ସହ ପ୍ରେମ ହୋଇଗଲା ଗୁରେଇ ର. ପ୍ରେମ ବୁଝେନା ଜାତି, ଗୋତ୍ର ଅବା କୂଳ କି ପରିଚୟ ବୋଲି ସେଦିନ ସତ୍ୟ ହୋଇଥିଲା ଗୁରେଇ ଜୀବନରେ. କାଠ ମାଫିଆ ବୋଲି ଗୁରେଇ ବାପା ସନାତନ କୁ ସନ୍ଦେହ କରୁଥିଲା ବେଳେ ଗୁରେଇ କିନ୍ତୁ ମନ ଓ ହୃଦୟ ଦେଇ ସାରିଥିଲା ସନାତନ କୁ. ବାକି ଥିଲା ଗାଁ ବାଲାଙ୍କ ବିରୋଧ ତ ସନାତନ କହିଥିଲା ସେ ବାପା ମାଆ ଛେଉଣ୍ଡ.ସେ ନିଜକୁ ବନବାସୀ ସମାଜରେ ମିଶିବା ପାଇଁ ଯାହା ଦରକାର ସେ କରିବାକୁ ପ୍ରସ୍ତୁତ କିନ୍ତୁ ଗୁରେଇ ହାତ ଛାଡିବ ନାହିଁ.ସତକୁ ସତ ସନାତନ ଖୁବ କମ ଦିନରେ ଶିଖିଗଲା ଧନୁ, ତୀର, ବର୍ଚ୍ଛା ଚାଳନା ସହିତ ଜଙ୍ଗଲୀ ଜନ୍ତୁ ଘଉଡ଼େଇବାର ସୂତ୍ର ସବୁ. କୌଶଳ ରେ କୁଶଳୀ ହାତ ତାର ତୀର ଚାଳନା କରି ବାଘର ପାଟିରେ ତୁଣ୍ଡି ବାନ୍ଧିଦେଇ ପାରୁଥିଲା ତ ହାତୀ ଆସି ଚାଷ ନଷ୍ଟ କରୁଥିବା ରାସ୍ତାରେ କଣ୍ଟା ବିଛେଇ ହାତୀ ଆଗମନ କୁ ରୋକି ଦେଇପାରୁଥିଲା. ବିବାହ କରି ଗୁରଇକୁ ଭଲରେ ରଖିବାର ପ୍ରତିଶ୍ରୁତି ଦେଇ ବିବାହ ପରେ ପାହାଡ଼ ପାଦ ଦେଶର ଆର ପଟେ ଘର କରି ଗୁରେଇକୁ ନେଇ ରହୁଥିଲା. ନୂଆ ନୂଆ ଦିନା କେତେ ଭାରି ଆଦର... ନୂଆରୁ ପୁରୁଣା ହେଲେ ତୁଠ ପଥର ପରି ପ୍ରେମରେ ସନ୍ଦେହ ଭରିଗଲା ଗୁରେଇର. କୁଆଡେ ଯାଏ ସନାତନ!ପୁଣି ଫେରିଆସିଲା ବେଳକୁ ଶାଢ଼ୀ ଚୁଡ଼ି ଓ ଅନ୍ୟାନ୍ୟ ଉପକରଣ ସବୁ ଦେଖି ଜଙ୍ଗଲୀ ଲଳନା ଖୁସି ହେବା ପରିବର୍ତ୍ତେ ଦୁଃଖ କରେ. କୋଉଠୁ କିପରି କଣ ଓ କାହିଁକି ତଥା କୁଆଡେ ଇତ୍ୟାଦିର ପ୍ରଶ୍ନ ପଚାରେ କିନ୍ତୁ ଉତ୍ତର ଥିଲା ତୁମ ପାଇଁ ଓ ତୁମ ଖୁସି ପାଇଁ ତ ସବୁ କରୁଛି ମୁଁ.
    ଗୁରେଇ ଚାହେଁ ଶାନ୍ତି. ଜଙ୍ଗଲର ପାଦ ଦେଶ ରେ ବଢିଥିବା ଗୁରେଇର ଶାନ୍ତି ସେହି ଜଙ୍ଗଲ ର ଗଛରେ, ଗଛର ପକ୍ଷୀରେ, ଗଛ, ପାହାଡ଼, ନଈ, ହ୍ରଦ ରେ ଥିବା ଜୀବନ୍ତ ଗଛ,ମାଛ,ସାପ, ବେଙ୍ଗ, କଇଁଚ ଆଦି ସରୀସୃପ ଓ କୀଟପତଙ୍ଗ ରେ. ଲାଖ, ଝୁଣା, ମହୁ, ହରିଡ଼ା, ବାହାଡା, ଅଁଳା ଖୋଜି ସଂଗ୍ରହ କରିବାରେ. ତେଲ ବାହାର କରି ବତୀ ଆଲୁଅରେ ଜୀବନ ଆରମ୍ଭ କରିଥିବା ଝିଅ ଗୁରେଇର ଏସବୁ ଇଲୋକ୍ଟ୍ରୋନିକ୍ସ ଜିନିଷ ରେ ନା ଥାଏ ଲୋଭ ନା ତାକୁ ଦରକାର ସହରୀ ସଭ୍ୟତା!ଏଇ ବଣମୂଲକ ତାକୁ ଶାନ୍ତି ଦିଏ. ନଈର ଛଳ ଛଳ ଓ କଳ କଳ ଶବ୍ଦ ତାକୁ ସଂଗୀତ ଶିଖାଏ. ପକ୍ଷୀର ବସା ବୁଣିବା କୌଶଳ ଶିଖି ସେ ଆସନ, ମସିଣା, ବିଞ୍ଚଣା ବୁଣି ପାଖ ମକର ମେଳାରେ ବିକି ଗୋଡ଼, ହାତ, ପାଦ ପାଇଁ ପଥର ତିଆରି ଗହଣା କିଣି ଓ ଦେହ ଢ଼ାଙ୍କିବାକୁ ନାଲି କସ୍ତା ଶାଢ଼ୀ କିଣି ଆଣେ ତ ସେସବୁ ଦେଖିବାକୁ କି ତା ବଣ ଝରଣା ପରି ସୌନ୍ଦର୍ଯ୍ୟ ମାପିବାକୁ ସନାତନ ନଥାଏ ପାଖରେ. ମନ ମରିଯାଏ. ଛୁଆଟିଏ ପାଇଁ ମନ ଡହଳ ବିକଳ ହେଲାବେଳେ ସନାତନ କହେ ସବୁତ ଆମ ଛୁଆ ପାଇଁ କରୁଛି. ତାକୁ ସହରୀ କରିବାକୁ. ସହରୀ ସଭ୍ୟତା ଶିଖେଇ ପାଠ ଶାଠ ପଢଢ଼େଇବା ଯୋଜନା ରେ ଅଛି ଲୋ ଗୁରେଇ. ବୁଝେନା ଗୁରେଇ. କଣ ହେବ ଏସବୁ ତା ଛୁଆର! ଖଣ୍ଡେ ଶାଢ଼ୀ ଅଣ୍ଟା ଚାରିପଟେ ଗୁଡେଇ ପିଲା ବଢ଼େଇ ପାରିବ ସେ. ଝିଅ ହେଲେ ମାଣ୍ଡିଆ ଖାଇ ତାରି ପରି ଅଳସୀ କ୍ଷେତ ରେ କାମ କରୁ କରୁ ମନୋନୀତ ଧାଙ୍ଗଡ଼ା ଦେଖି ଶାଶୁଘର ଯିବା ବେଳେ ସେ କିଛି କନ୍ୟାସୁନା ଦେବ ନିଶ୍ଚୟ. ଆଉ ପୁଅ ହେଲେ ତାକୁ ମଧ୍ୟ ଯଅ, ମାଣ୍ଡିଆ, ମହୁଲ ଖୁଆଇ ତାଗେଡା କଲେ ସେ ବି ଫଳେଇବ ମାଣ୍ଡିଆ. ବେଶି ହେଲେ ନଦୀ ରୁ ସାଉଁଟି ଆଣିବ ପଥର. ଯାହାର ମୂଲ୍ୟ ବହୁତ ହେଲେ ବି ମକର ମେଳାରେ ଅଳ୍ପ ଦାମ ରେ ବିକି ଦେଇ ପୁଣି ଦୌଡୁଥିବ ଏ ଖୋଲା ଆକାଶ ତଳେ. ପକ୍ଷୀ କୁ ଶର ମାରି ଖସେଇବାକୁ ମନା କରିବ ମାଆ ଗୁରେଇ. ପୁଣି ମନା କରିବ ଇଗଲ ପକ୍ଷୀ ଦେହରେ ହାତ ମାରିବାକୁ. କାରଣ ସେ ପକ୍ଷୀ ଭାରି ପ୍ରତିଶୋଧ ପରାୟଣ. ଏମିତି ଗୋଟେ କଥା ନିଜ ଆଖିରେ ଦେଖିଥିଲା ଗୁରେଇ. ସମୁଦ୍ର କୂଳ ପାଖ ଗଛରେ ବାସ କରୁଥିବା ଇଗଲଟି ବୁଲି ବୁଲି ଜାତି ଜାତି ପକ୍ଷୀଙ୍କ ବସାରୁ ଅଣ୍ଡା ଚୋରାଇ ନେଉଥିଲା ତ ଦଇବ ସହିଲା ନାହିଁ. ତା ନିଜ ବସାରେ ସେଦିନ ସାପ ପଶି ତା ଅଣ୍ଡା ଗିଳିଦେଲା ପରେ ସେ ବାଲି ଖୋଳି ସବୁ ସାପ ଙ୍କୁ ଦିଗଡ଼ କରିବାର ଭୟଙ୍କର ଦୃଶ୍ୟ ଏବେବି ଗୁରେଇ ଦେହରେ କମ୍ପନ ଆଣିବା ବେଳେ ମନରେ ଆଣେ ଭୟ କିନ୍ତୁ ସମୁଦ୍ର ଜୁଆରରେ ଥରକୁ ଥର ଇଗଲ ପକ୍ଷୀର ଅଣ୍ଡା ଭାସିଯାଉଥିବା ଦୃଶ୍ୟ ସହ ଥରକୁ ଥର ପୁଣି ନଷ୍ଟ କରୁଥାଏ କାହିଁକି ଅନ୍ୟ ର ଅଣ୍ଡା ଭାବି ଗୁରେଇ ଭାବେ ସନାତନ ଏମିତି ଇଗଲଟିଏ ହୋଇଯାଇନି ତ!କାହାଠୁ ଠକି ବା ଚୋରୀ କରି ତା ନିଜ ସଂସାର ଭାଙ୍ଗୁନିତ!
    ଡର ଓ ଭୟରେ ଜଡ଼ସଡ଼ ହେଲା ବେଳେ ସେଦିନ ଗୁରେଇ କିଛି ଜିନିଷ ପାଇଲା. ତାହା ସବୁ ଥିଲା ଗେରୁଆ ବସ୍ତ୍ର, କମଣ୍ଡଳୁ, ଗଡୁ, ରୁଦ୍ରାକ୍ଷ୍ ମାଳି ଇତ୍ୟାଦି. ସେସବୁ ଦେଖି ଖୁବ ଭୟଭୀତ ହୋଇପଡ଼ିଲା ଗୁରେଇ. କୋଉ ସାଧୁଙ୍କୁ ହତ୍ୟା କରି ଏସବୁ ଆଣିନି ତ ତା ସ୍ୱାମୀ ସନାତନ!ନା ନା ତା ଭଳି ବନବାସୀ ନିରୀହ ଝିଅ ସଂସ୍ପର୍ଶ ରେ ଆସି ସନାତନ ଏ ପାପ କରିପାରେନା!ତେବେ ସ୍ୱାମୀ ସନାତନ ଦିନ ଦିନ, ମାସ ମାସ ପୁଣି ଏବେ ବର୍ଷ ବର୍ଷ ଧରି କୁଆଡେ ଗାଏବ ହୋଇଯାଏ!ପୁଣି ସ୍ତ୍ରୀ ମନରେ ସନ୍ଦେହ ଆସେ. କେବେ ଭାବେ ତ୍ରେତୟା ଯୁଗରେ ହରି ରୂପେ ପ୍ରଭୁ ହିରଣ୍ୟକଶ୍ୟପ କୁ ମାରିବା ପରି ଦ୍ୱାପରରେ କୃଷ୍ଣ ରୂପେ ପ୍ରଭୁ କଂସ କୁ ମାରିବା ପରି ଏ କଳି ଯୁଗରେ ତା ସ୍ୱାମୀ ନିଜକୁ ନିଜେ ମାରୁନି ତ!ନା ନା ତା ସ୍ୱାମୀ ତ ଦେଇଛି ତାକୁ ଏତେ ସବୁ ଜ୍ଞାନ. ରଖିଛି ରାମାୟଣ, ମହାଭାରତ, ଗୀତା ଓ ଭାଗବତ ପୁସ୍ତକ. ପୁଣି ବୁଝେଇଛି ପୁସ୍ତକର ଉପାଦେୟତା ପୁଣି ଶିଖେଇଛି ସତ୍ୟ ଓ ସତ୍ୟଚେତନା ସହିତ କାହାଣୀ ଆଧାରରେ ଶିକ୍ଷା ଓ ସଚେତନତା.ଏତେ କଥା ଶିଖାଇ ଜଣେଇ ଓ ବୁଝେଇ ସ୍ତ୍ରୀ କୁ ଭଲ ପାଉଥିବା ଲୋକଟା ତେବେ କୁଆଡେ ଗାଏବ ହୁଏ ବୁଝିନପାରି ଗୁରେଇ ଏବେ ପାହାଡ଼ ପାଦ ତଳ ନିରୀହ ଗୁରେଇ ରୁ ହୋଇଯାଇଥିଲା ଅନୁସନ୍ଧନୀ ତଥା ବିସ୍ଲେସଣକାରୀ.
    କଥାଟା ଖାଲି ସହରରେ ନୁଁହଁ ବରଂ ବଣମୂଲକ ରେ ବ୍ୟାପୀ ଯାଇଥିଲା. ସାଧୁ ଯାହା କହୁଛନ୍ତି ସବୁ ସତ. ଯାହାକୁ ଯାହା ମନୋବାଞ୍ଛା ପୁରଣ କରିବାକୁ କହୁଛନ୍ତି ତାହା ଫଳୁଛି. ବେଶି କିଛି ନୁଁହଁ ନିଜ କ୍ଷମତା ଓ ଶକ୍ତି ଭିତରେ ଯାହା ଦେଲେ ସାଧୁ ସେତିକିରେ ସନ୍ତୁଷ୍ଟ ହେଉଛନ୍ତି ତ ଗୁରେଇ ଇଛା କଲା ସେ ବି ଯିବ. ଥରେ ଦେଖା କରିବ ସ୍ୱାମୀଜୀ ସାଧୁ ଦେବତାଙ୍କୁ ଓ ପଚାରିବ ତା ସ୍ୱାମୀ କାହିଁକି ଇଗଲଟିଏ ପରି ଘୁରିବୁଲୁଛି, କାହାର ଘର ଭାଙ୍ଗୁନାହିଁ ତ, ତା ଅଧୀନ ହୋଇ କେବେ ତା ପାଖେ ରହି ତା କୋଳକୁ ଛୁଆଟିଏ ଦେବ!ଏସବୁ ପଚାରିବାକୁ ସତକୁ ସତ ଗୁରେଇ ଯାଇଥିଲା. ଜଙ୍ଗଲ ରାସ୍ତାରେ ବାଘ କୁ ଡର ନଥିଲା କି ହାତୀ ଡର ନଥିଲା ତାର କି ଅଣ୍ଡା ଭାଙ୍ଗି ଛୋଟ ଛୋଟ ପକ୍ଷୀ ଓ ମଣିଷ ଛୁଆଙ୍କୁ ଝାମ୍ପ ମାରି ଉଠେଇ ନେଇଯାଉଥିବା ଇଗଲ ପକ୍ଷୀକୁ ମଧ୍ୟ ତାର ଡର ନଥିଲା ଆଜି. ଅଳସୀ କ୍ଷେତ ଧାରେ ପିଲାଙ୍କୁ ଶୁଆଇ ଦେଇ ବାପା ମାଆ ବିଲରେ ପୋଡୁ ଚାଷ କରୁଥିବା କାମରେ ଲିପ୍ତ ଥିବାବେଳେ ଇଗଲ ଆସି ଉଠାଇନିଏ ଛୋଟ ଛୋଟ ଶିଶୁଙ୍କୁ.ସମସ୍ତେ ବିକଳରେ କାନ୍ଦୁ ଥିବା ବେଳେ ଗୁରେଇ ସେତେବେଳେ ପ୍ରାର୍ଥନା କରେ ଇଗଲ ପକ୍ଷୀ ର ବସା ଓ ଅଣ୍ଡା ଭସେଇ ନିଅ ନାହିଁ ପ୍ରଭୁ.ତାକୁ ପ୍ରତିଶୋଧ ପରାୟଣ କରନା ପ୍ରଭୁ. ନା ସେ ଏମିତି ହେବାକୁ ଦେବନି. ଛୁଆକୁ ଅଣ୍ଟାରୁ ଜମା ବି ତଳକୁ ଛାଡିବନି. ଏମିତି ଭାବୁ ଭାବୁ ଗୁରେଇ ପହଁଞ୍ଚି ଯାଇଥିଲା ସାଧୁଙ୍କ ପାଖରେ. ତା ପାଳି ଆସିବା ପରେ ସେ ସନ୍ତର୍ପଣ ରେ ଯାଇ ସାଧୁଙ୍କୁ ପ୍ରଣାମ କରି ପାଦ ସ୍ପର୍ଶ କରି ଚମକି ପଡିଲା.ସାଧୁ ତା ବିଷୟରେ ଏତେ ସତ ସତ କଥା ଜାଣି କେମିତି କହିପାରୁଛନ୍ତି ବୋଲି ନୁଁହଁ ବରଂ ସାଧୁଙ୍କ ସ୍ୱର ଥିଲା ତାର ଖୁବ ପରିଚିତ. ପାଦ ଜାବୁଡି ଉପରକୁ ଚାହିଁଲା ସାଧୁଙ୍କ ମୁଁହଁ ଦେଖିବାକୁ ତ ସେତେବେଳକୁ ସାଧୁ ଝାଳନାଳ ସର ସର ହୋଇ ମୁଁହଁ ପୋଛୁ ପୋଛୁ ଚିହ୍ନିଲା ଗୁରେଇ. ଜାଣିଲା ଓ ବୁଝିଗଲା ତା ବିଷୟରେ ଏତେ ସତ କଥା ଜାଣିଥିବା ସାଧୁ ତାର ଅତି ପ୍ରିୟ ମଣିଷ ସନାତନ ହିଁ ଥିଲା. ଏତେ ଏତେ ଦିନ ତା ଠାରୁ ଦୂରରେ ରହି ଲୋକଙ୍କ ବିଷୟରେ ସବୁ ଜାଣି ସଚୋଟ ସାଧୁ ବୋଲାଉଥିବା ସ୍ୱାମୀ ସନାତନ ଯେ ଗୋଟେ ଭଣ୍ଡ ଏକଥା ବୁଝିବାକୁ ବାକି ନଥିଲା ଗୁରଇକୁ.ଗୁରେଇ କୁ ତାର ଅତି ପ୍ରିୟ ମଣିଷ ର ପାଦ ଦୁଇଟି ଏବେ ଇଗଲ ର ଦୁଇ ପଞ୍ଝା ପରି ମନେ ହେଉଥିଲା ତ ସେ ପାଦ ଦୁଇଟି ଜାବୁଡି ପାଟି କରି କହୁଥିଲା ଏପରି ମିଛ ଇଗଲ ହେବା ଅପେକ୍ଷା ସତ ଇଗଲ ଶହେ ଗୁଣ ଭଲ. ଚେଲା ସବୁ ଇତସ୍ତତଃ ହେଉଥିଲେ ତ ସନାତନ ସାଧୁ କହୁଥିଲେ ଉଠ ବତ୍ସ. ଗୁରେଇ ଏଥର ପୋଲିସ ଫାଣ୍ଡି ପରିବର୍ତ୍ତେ ତୀର ଶର କାଢ଼ୁଥିଲା ସାଧୁଙ୍କୁ ମାରିବାକୁ ତ ପୋଲିସ ପହଁଞ୍ଚି ଗୁରେଇକୁ କାବୁ କରିନେଇଥିଲା.
           ସ୍ୱାମୀଙ୍କୁ ମାରିବା ଅଭିଯୋଗ ଭିତ୍ତିହୀନ ଥିଲା ଗୁରେଇ ର. ବରଂ ସ୍ୱାମୀଙ୍କୁ ସତ ପଥ ରେ ଆଣିବାକୁ ତାର ଏ ପ୍ରୟାସ ଥିବା ଜାଣି ଓ ମାରିବା ଦୋଷ ପ୍ରମାଣ ପତ୍ର ଅଭାବରୁ ଗୁରେଇ ନିର୍ଦୋଷ ଭାବେ ଖଲାସ ହେଲା ବେଳକୁ ବାହାରେ ଅପେକ୍ଷା କରିଥିଲା ନିଜେ ସ୍ୱାମୀ ସନାତନ. ମୁଁହଁ ବୁଲେଇ ଚାଲିଯାଉଥିବା ଗୁରେଇ ପାଦ ତଳେ ଲମ୍ବ ହୋଇ ପଡିଯାଇଥିବା ସନାତନ କୁ ଦେଖି ଗୁରେଇର ମନେ ପଡୁଥିଲା ସେଇ ପଦକ. ଦେହୀ ପଦ ପଲ୍ଲଭ ମୁଦାରମ. ସେଇ ସ୍ୱାମୀ ସନାତନ ହିଁ ସ୍ଥାନ କାଳ ପାତ୍ର ର ସମନ୍ୱୟ ରଖି କେମିତି ଶ୍ରୀକୃଷ୍ଣ ଏ ତିନି ପଦ କହିଥିଲେ ବୁଝାଇଥିଲା ଗୁରେଇକୁ ତ ଗୁରେଇ ନରମି ଗଲା. ବନବାସୀ ଲଳନା ର ହୃଦୟ ଅଲଗା ବୋଲି ବୁଝିଥିବା ସ୍ୱାମୀ ଆଉ ଘରୁ ଗୋଡ଼ କାଢୁ ନଥିଲା.ଛଳନା କରି ସାଧୁ ବନି ଲୋକଙ୍କୁ ଠକୁ ନଥିଲା. ଛାଇ ପରି ଗୁରେଇ ପାଖେ ପାଖେ ରହି ଜଙ୍ଗଲ ମଣିଷ ହେଉ ହେଉ ବାପା ଓ ମାଆ ହେବାର ସ୍ବପ୍ନ ସାକାର ହୋଇଗଲା ଗୁରେଇ ଓ ସନାତନଙ୍କର. ଜଙ୍ଗଲ କୁ ନିଜର ଜୀବନ ଓ ଜୀବିକା କରି ଜାଣିଥିବା ଗୁରେଇ ପୁଅକୁ ଅଣ୍ଟିରେ ବାନ୍ଧି ମହୁଲ ଫୁଲ ତୋଳୁଥିଲା. ଶୁଖିଯାଇଥିବା ଗଛର କାଠ, ଛେଲି ଓ ପତ୍ର ଜାଳ ପାଇଁ ସଂଗ୍ରହ କରୁଥିଲା. ଅଳସୀ କ୍ଷେତ ଓ ସୂର୍ଯ୍ୟମୁଖୀ କ୍ଷେତରେ ଲୋଟୁ ଲୋଟୁ ଇଗଲ ପାଖ କିଆରୀରେ ଶୋଇଥିବା ଟିକି ପୁଅଟିକୁ  ଝାମ୍ପି ନେଲା ତ ମାଆ ତାର କେତକୀ ନାମ୍ନୀ ସ୍ତ୍ରୀ ଲୋକଟି ର ବହୁନା ପକା ଦୃଶ୍ୟ ଗୁରେଇ କୁ ବ୍ୟଥିତ କରିଥିଲା ଖୁବ. ଗୁରେଇ ଭାବୁଥିଲା ଇଗଲ ର ଏତେ ଭୁଲ ହୁଏ କାହିଁକି!ସ୍ୱାମୀ ଇଗଲ ବିଷୟରେ କହିଥିବା କଥାଟି ଗୁରେଇ ମନେ ପକାଅଉଥିଲା.
    ଥରେ ଇନ୍ଦ୍ରଙ୍କ ସଭାରେ ଯୋଗ ଦେବାକୁ ଆସିଥିବା ଯମଦେବ ଅନତି ଦୂରରେ ବସିଥିବା ଛୋଟ ସାତରଙ୍ଗୀ ପକ୍ଷୀଟିକୁ ବାରମ୍ବାର ଚାଁହୁଁ ଥିବା ଦେଖି ଇଗଲ ପକ୍ଷୀ ଭାବିଥିଲା କି ବୋଧହୁଏ ଚଢେଇଟିର ମୃତ୍ୟୁ ସମୟ ନିକଟ ହୋଇ ଆସିଲାଣି ନଚେତ ଯମଦେବ ଏତେ ଥର ସେ ସାତରଙ୍ଗୀ ଛୋଟ ପକ୍ଷୀଟିକୁ କାହିଁକି ଅନାଉଛନ୍ତି ବୁଲି ବୁଲି!ଏହା ଭାବି ଇଗଲ ନିଜ ପଞ୍ଝା ସାହାଯ୍ୟରେ ସାତରଙ୍ଗୀ ଛୋଟ ଚଢ଼େଇଟିକୁ ଉଠାଇ ନେଇ ଯୋଜନ ଯୋଜନ ଦୂରରେ ଥିବା ପାହାଡ଼ ଖୋଲରେ ଛାଡ଼ିଦେଇ ଆସିବା ପରେ ଦେଖିଲା ଯେ ଯମଦେବ, ସଭା ସାରି ପକ୍ଷୀ ଟିକୁ ଖୋଜି ହେଉଛନ୍ତି. ଇଗଲ ତାଙ୍କ ପାଖକୁ ଯାଇ କାହାକୁ ଖୋଜୁଛନ୍ତି ମହୋଦୟ ପଚାରିବାରୁ ଯମଦେବ କହିଥିଲେ ଏଠାରେ ଗୋଟିଏ ଛୋଟ ସାତରଙ୍ଗୀ ପକ୍ଷୀ ବସିଥିଲା ତାର ମୃତ୍ୟୁ ଏଠାରୁ ଯୋଜନ ଯୋଜନ ଦୂର ଗୋଟେ ପାହାଡ଼ ଖୋଲରେ ଥିବା ଅଜଗର ମୁଁହଁ ରେ ପଡି ହେବାକଥା କିନ୍ତୁ ଏତେଦୂର ପକ୍ଷୀ ଟି କିପରି ଯିବ ଭାବୁଥିଲି. ତ ଇଗଲ ସବୁକଥା କହିବା ସହ ବୁଝିଯାଇଥିଲଲା କି ଭାଗ୍ୟ ଫଳତି ସର୍ବତ୍ର. ଏବେ ଗୁରେଇ ଇଗଲ ହାତରୁ ନିଜ କୁନି ପୁଅକୁ ରକ୍ଷା କରିବା ପାଇଁ ଏକ ଉପାୟ ପାଞ୍ଚି ସ୍ୱାମୀଙ୍କୁ ପାଖ ବରଗଛରେ ଗୋଟେ ମଧ୍ୟମ ଧରଣର କାଠିକୁଟା ର ବସା କରି ସେଥିରେ କୁକୁଡ଼ା ଅଣ୍ଡା ଦୁଇଟି ରଖି ଦେଇଥିଲେ ଦୁହେଁ ତ ଦେଖାଗଲା ଇଗଲ ବସାରେ ବସି ରହି ଛୁଆ ଫୁଟିଲା ଯାଏଁ ନିଜକୁ ବ୍ୟସ୍ତ ରଖିବା ସହ ଅଣ୍ଡାରୁ କୁକୁଡ଼ା ଛୁଆ ଫୁଟେଇ ସେମାନଙ୍କ ଯତ୍ନ ନେଉଥିଲା. ଏଣେ ଗୁରେଇ ନିଜ ପୁଅକୁ ସବୁବେଳେ ଇଗଲ ଦାଉରୁ ବଞ୍ଚେଇ ରଖିବାକୁ ଯାଇ ପୁଅକୁ ବାନ୍ଧି ଅଣନିଶ୍ଵାସୀ କରିବା ପରିବର୍ତ୍ତେ ଖୋଲା ପବନ, ଆଲୋକ ଓ ଜଙ୍ଗଲ ପରିବେଶ ସହ ପରିଚିତ କରୁ କରୁ ପୁଅ ଡ଼ାକୁଥିଲା ମାଆ... ଏ ମାଆ.
     ସୁଚିତ୍ରା ଖାଲି ସାନାତନ ଙ୍କର ସାଧୁ ବେଳର ଭକ୍ତ ଥିଲେ ତାହା ନୁଁହଁ ବରଂ ଭଉଣୀ ପରି ସାନାତନ ଙ୍କ ଖବର ଅନ୍ତର ବୁଝୁଥିଲେ ତ ଏବେ ସାନାତନ ସଂସାରୀ ହେବା ପରେ ବନବାସୀ ମୂଲକ କୁ ଆସୁଥିଲେ ସୁଚିତ୍ରା. ଶିଖାଉଥିଲେ ସହରିଆ ଆଦବ କାୟିଡ଼ା ଓ ଚଳଣି. ନେଉଥିଲେଭାଇ ସାନାତନ ଓ ଭାଉଜ ଗୁରେଇ ହାତ ତିଆରି ଘରୋଇ ହସ୍ତାଶିଳ୍ପ ପ୍ରସ୍ତୁତ ସାମଗ୍ରୀ ସହିତ ମାଣ୍ଡିଆ, ଅଳସୀ ଗୁଡ଼ ତଥା ଆଖୁ. ପରିଚିତ କରାଉଥିଲେ ଜଗନ୍ନାଥ ଙ୍କ ଅପାର କରୁଣା ଓ ମାଟି ପ୍ରସ୍ତୁତ ଝୁଣା ଦୀପ ଦାନୀ ଦେଖି ବଖାଣୁ ଥିଲେ ନିଜ ଜୀବନ କାହାଣୀ.ସ୍ୱାମୀଙ୍କ କଥାରୁ ଆରମ୍ଭ କରି ଜଗନ୍ନାଥ ଙ୍କ ମହିମା ବଖାଣିବାକୁ ଯାଇ କହୁଥିଲେ ନିଜ ଜୀବନ ର କିଛି ଅଙ୍ଗେ ଲିଭା କାହାଣୀ.
       ନଡ଼ିଆ ଛଡେଇ ଚାଲିଥିଲେ ସ୍ୱାମୀ. ପୁଅ କଲିକତାରୁ ଆସୁ କି ଝିଅ କୋରାପୁଟରୁ ଯେତେ ଦୂରରୁ ଆସନ୍ତୁ ଦୁହେଁ  ପଇଡ଼ ତାଙ୍କୁ ମିଳେନା ସେମାନଙ୍କ ନିଜ ବାଡ଼ି ଗଛରୁ. ତାର କାରଣ ବାପା ତାଙ୍କର ନଡ଼ିଆ ହେଲେ ଓ ଶୁଖିଲା ନଡ଼ିଆ ଗଛରୁ ବାହାରିଲେ ଶୀତ ଦିନେ ଚୁଲି ଜାଳି ବାରିପଟେ ତହିଁରୁ ତେଲ ମାରିବେ ଓ ବର୍ଷସାରା ଲଗେଇବେ. ପିଲାଏ ପଇଡ଼ ପିଇ ନପାରି କିଣିକି ପିଇଦିଅନ୍ତି କିନ୍ତୁ ମାଆ ମନ ସୁଚିତ୍ରାଙ୍କର. ଭାରି ରାଗ ଆସେ. ପିଲାଙ୍କୁ ପଇଡ଼ ନଦେଇ ନଡ଼ିଆ ଶୁଖେଇ ପୁଣି ଭାଙ୍ଗି ତାକୁ ଖଣ୍ଡ ଖଣ୍ଡ କାଟିବା ପରେ ଗ୍ରା୍ଇଡିଙ୍ଗ କରିବା ଦାଇତ୍ୱ ସେ ଏଣିକି ଆଉ ନେବେନି ଭାବନ୍ତି. ମନ ବୁଝେନି ତ ଶୀତ ରାତି ପାହୁ ପାହୁ ଭୋର ଭୋର ରୁ ଉଠି, ଛୋଟ ଛୋଟ କଟା ଯାଇଥିବା ନଡ଼ିଆ ଖଣ୍ଡ ଗୁଡିକୁ ଗ୍ରା୍ଇଡିଙ୍ଗ କରିବା ପରେ ତା ମଧ୍ୟରେ ଗରମ ପାଣି ଦେଇ ଚିପୁଡ଼ା ହୁଏ. ରସ କୁ ଫ୍ରିଜ ରେ ଭରି ଫାମ୍ପୁ ନଡ଼ିଆ ଗାଈ କୁ ଦିଆଯାଏ. ସୁଚିତ୍ରା ମନ ବୁଝେଇନେଇ ଭାବନ୍ତି ଚୁଲି ପାଖରେ ନଡ଼ିଆ ମାରିସାରି ମୋ ପାଖକୁ ତେଲ ଆସିବା ପରେ ସେସବୁରୁ କିଛି କିଛି ଖେପି ଦୁଇ ବୋତଲ କରି ଆଗ ସେ ପୁଅ ଝିଅଙ୍କ ପାଇଁ ରଖିନେବେନି କି!ସ୍ୱାମୀ ଯେବେ ସବୁ ନଡ଼ିଆ ତେଲ ଦେଖି କୁହନ୍ତି ସର୍ବମୋଟ ଏତିକି ତେଲ? ତ ସୁଚିତ୍ରା କୁହନ୍ତି କାହିଁ ନଡ଼ିଆ ଖଣ୍ଡ ଖଣ୍ଡ କାଟି ଶୁଖେଇ ମିଲ ରେ ପେଷି ଆଣିଲେ ହୁଅନ୍ତାନି! ଏମିତି ଚୁଲି, କଡେଇ, ଡେକେଚି ଓ ବେଲା ସମସ୍ତେ କିଛି କିଛି ତେଲ ପିଉଛନ୍ତି ନା ନାହିଁ!ସେମିତି ହୁଅନ୍ତା ଯେ କିନ୍ତୁ ତୁମ ମଶା ଘଉଡ଼ାଇବା ପାଇଁ ଝୁଣା ଧୂଆଁ କରିବାକୁ କତା ଯେମିତି ବାହାରୁଛି ସେମିତି ଖାଣ୍ଟି ମରା ନଡ଼ିଆ ତେଲ ବାହାରିବା ସଙ୍ଗେ ଚୁଲି ମୁଣ୍ଡେ ଜାଳ ଜାଳିବାର ସୌଭାଗ୍ୟ ମିଳି ଯାଉଛି ନା ନାହିଁ? ମନେ ପଡୁଛି ଗାଁ କଥା ଓ ପିଲାଦିନ ଭାତ ଖିଆ ସାଙ୍ଗକୁ ଚୁଲି ପୋଡା ଆଳୁ, ବାଇଗଣ, ଜହ୍ନି, ଭେଣ୍ଡି, ଟମାଟ ସହିତ ବଡି ଭଜା ପାଗ ଆଉ ମିଳୁଛି! ସୁଚିତ୍ରା କୁହନ୍ତି ତୁମେ ଯଦି ଶୀତ ଛଡ଼େଇବାକୁ ତଥା ପିଲାଦିନ ମନେପକାଅଇ ଆଳୁ ବାଇଗଣ ପୋଡ଼ିବାକୁ ଚୁଲି ଜାଳି ଏତେ ସବୁ କରୁଛ ତେବେ ତେଲ ସବୁ ମୋର. ପିଲାଙ୍କୁ ଦୁଇ ଶିଶି ଦେଇସାରିଲା ପରେ ଯାହା ବଳିବ ତୁମର. କିଏ ମନା କଲା!ସେଇଥିପାଇଁ ତ ନଡ଼ିଆ ରୁହେ, ପଇଡ଼ କିଣିକି ଖିଆ ଯାଇପାରିବ କିନ୍ତୁ ଶୁଖିଲା ନଡ଼ିଆ କିଏ ଦେବ ଯେ ତୁମେ କତା ନେଇ ଝୁଣା ଦେଇ ମଶା  ଘଉଡେଇବ!ମତେ କଣ ଖାଲି ମଶା କାମୁଡୁଛି, ତୁମକୁ କାମୁଡୁନି? ପଚାରିଲେ ସ୍ୱାମୀ କହନ୍ତି ଆମେ ଗାଁ ଲୋକ, ଚୁଲି ଜଳା ଉଷୁନା ବଗଡ଼ା ଚାଉଳ ସାଙ୍ଗକୁ ମଟନ କି କୋବି ଝୋଳ ଖାଇବା ପୂର୍ବରୁ ମରାନଡିଆ ତେଲ ଲଗାଇ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ବା ପୋଖରୀରେ ଗାଧେଇ ଆମ ସବୁ ଗାଁ ଲୋକଙ୍କ ଗୋଧି ଚମଡା ସାଙ୍ଗକୁ ରକ୍ତ ଲାଲ ଟକଟକ ଫୁଟନ୍ତା ଗରମ କେବେ ତ ବରଫ କେବେ, ଆଉ ମଶା କାମୁଡିବେ କେମିତି!ରକ୍ତ ବରଫ ହେଲେ ରୋଗ ବୋଲି ଜାଣିନ କି ପ୍ରଶ୍ନ ର ଉତ୍ତର ଦେଇ ପୁଣି ସ୍ୱାମୀ କହୁଥାନ୍ତି ବରଡ଼ା ଜାଳି, ଫୋପଡ଼ା ମୁଁହାଇଁ ସେଇଥିପାଇଁ ପା ଚୁଲି ଜାଳି ଜମାଟ ବନ୍ଧା ରକ୍ତ କୁ ପାଣି କରୁ ଆମେ. ଗାଁ ରେ ବଢ଼ିଛୁ, ପଡ଼ିଛୁ ଓ ଅବଧାନ ଙ୍କ ମାଡ଼ ଖାଇଛୁ. ଆମ ଚମରେ ମଶା ତ ମଶା ଜଙ୍ଗଲୀ ଜନ୍ତୁ ମଧ୍ୟ ଦାନ୍ତ ବସେଇପାରିବନି.ଯଦି ଭୁଲରେ ବସେଇଦେଲେ ତେବେ ଆମର ନୁଁହଁ ବରଂ ତାଙ୍କର ସାଇଡ ଇଫେକ୍ଟ ହେବ ସିନା ଆମର କିଛି ହେବନି.ସୁଚିତ୍ରା କହୁଥିଲେ ହୁଅ ତୁମେ ଗାଁ ପୁଅ. ଜାଳ ତୁମେ ବରଡ଼ା.ମୋର କିନ୍ତୁ ସେଇ କତା ଦରକାର ଵି ନଥିଲା.ଖାଲି ତୁମର ସେଇ ମସକ୍ଯୁ୍ଟୋ ଅଏଲ ଆଣିବାର କୁଣ୍ଠା ପାଇଁ ମତେ ଏ ଶୁଖିଲା କତା ଦରକାର. ମଶାରେ କିଏ ଶୋଇବ!

ମଶା କାମୁଡା ପାଇଁ ଭାରି ବ୍ୟସ୍ତ ସୁଚିତ୍ରା. ଗୋଟେ ଵି ମଶା କାନ ପାଖରେ ଗୁଣୁ ଗୁଣୁ ହେଲେ ନିଦ ହେବା ଅସମ୍ଭବ ହୋଇପଡେ ସୂଚିତ୍ରାଙ୍କୁ ତ ସ୍ୱାମୀ ଥଟ୍ଟା କରନ୍ତି ଯେ ତୁମ ଦେହର ରକ୍ତ ବୋଧେ ମିଠା କିନ୍ତୁ ସୁଚିତ୍ରା ଭାବନ୍ତି ମଶା ଯଦି ରକ୍ତରେ ଥିବା ମିଠା ଅଂଶ ଶୋଷିନିଅନ୍ତା କେତେ ଭଲ ହୁଅନ୍ତା.ଆଉ କାହାକୁ ଡାଇବେଟିସ ହୁଅନ୍ତା ନାହିଁ.ସତକୁ ସତ ଏମିତି ଭାବେ ଡାଇବେଟିସ କବଳରୁ ରକ୍ଷା ମିଳିଯିବାର ବାହାକ ମଶାକୁ ସମସ୍ତେ ଏଣିକି ଆଦର କରନ୍ତେ.ଯେମିତି କୁକୁର ବିଶ୍ଵସ୍ତ ବୋଲି, ବିଲେଇ ମୂଷା ମାରେ ବୋଲି, ଗାଈ କ୍ଷୀର ଦିଏ ବୋଲି ଭାରି ନିଜର ମଣିଷର.ଏକଥା ମନରେ ଭାବୁ ଭାବୁ ଭିତରେ, ଉପରକୁ କହନ୍ତି ହଁ ହେଇଥିବ ମୋର ରକ୍ତର ଗ୍ରୁପ ଏଵି ପଜିଟିଭ ଜାଣି ମଶା ନେଇ ବାଣ୍ଟୁଥିବ ନା ଆଉ କୋଉ ରୋଗୀ ଦେହରେ ବସି!ସ୍ୱାମୀ ଆଉ କିଛି ନକହି ମସକ୍ଯୁଟୋ ଅଏଲ ଆଣିଦିଅନ୍ତି. ସୁଚିତ୍ରା ଜାଣନ୍ତି ଏ ବଜାର ଉପଲବ୍ଧ ମସକ୍ଯୁଟୋ ଅଏଲ ଜାଳି ଶୋଇଲେ ସତରେ ପାର୍ଶ୍ୱ ପ୍ରତିକ୍ରିୟା ଅଛି ହେଲେ ନଡ଼ିଆ କତା ଯୋଗାଡିବା, ଦିଆସିଲ ଖୋଜି ଧୂଆଁ କରି ଝୁଣା ଭରି ଖଟତଳେ ରଖିବାରେ କଣ କମ ସାଇଡ ଇଫେକ୍ଟ ନା କଣ? ସ୍ୱାମୀଙ୍କ ଭାଷାରେ ସେଇଟା ଯାହା ହେଲେ ମଧ୍ୟ ଅନ୍ତର୍ଦେଶ ର ନୁଁହଁ ବାହ୍ୟ ଇଫେକ୍ଟ ତ ଚଳିବ କିନ୍ତୁ ଠାକୁର ଘରୁ ଦିଆସିଲି ଆଣିବା ପୁଣି ଝୁଣା ଡବା ଖୋଜୁ ଖୋଜୁ ଭୋଗ ଡବା କାଢିବା ଇତ୍ୟାଦି କଣ କମ କାଠିକର ପାଠ ନା କଣ! ଯା ହେଉ ଠାକୁର ଘରେ ଅଖଣ୍ଡ ଦୀପ ଜାଳିବା ଓ ଜଳିବା ଭିତରେ ଏବେ ଏତେ ଅସୁବିଧା ନାହିଁ. ସୁଇଚ ବୋର୍ଡ ଦେଖାଯାଏ, ଦେଖାଯାଏ ମଧ୍ୟ ନଡ଼ିଆ କତା ଭରା ପ୍ଳାଷ୍ଟିକ ବାଲ୍ଟି ସାଙ୍ଗକୁ ଝୁଣା ଭରା ଡବା ଓ ତା ସାଙ୍ଗକୁ ଦିଆସିଲ ପେଡା ତ ଝୁଣା ବୁଲେଇ ଖଟ ତଳେ ରଖିଲେ ଵି କୋଉ ଶାନ୍ତି!ସେଇ ସାଇଡ ଇଫେକ୍ଟ ର ଭୟ. କାଳେ ଓହଳି ରହିଥିବା ବେଡ଼ସିଟ ଜଳି ଯିବ! ନିଆଁ କୁହୁଳି ଧୂଆଁ ନଛାଡିବା ଯାଏଁ କୋଉ ଶୋଇହେବ! ସେଥିପାଇଁ ତ ଦୁଇଜଣିଆ ବେଡ଼ ରୁମ କେବଳ ସୁଚିତ୍ରାଙ୍କର ବେଡ଼ ରୁମ ହେଲାଣି ଏଣିକି. ରାଗରେ ସୁଚିତ୍ରା କୁହନ୍ତି କେଜାଣି କାହାର ଗୋଧି ଚମ କୁ ମଶାକାମୁଡା ଜଣା ଯାଉନଥିବ!
    ଏବେ କଥାଟା ଅନ୍ୟ ରକମ ଥିଲା. ଜଗନ୍ନାଥ ଙ୍କ ମୁଣ୍ଡରେ ଥିବା ନୀଳ ରଙ୍ଗର ନୀଳା ମୁକୁଟ ମିଳୁନଥିଲା. ଦୋଷ ଲାଗିଲା ସୂଚିତ୍ରାଙ୍କ ଉପରେ ତ ସୁଚିତ୍ରା ଡବା ପରେ ଡବା ଆଡେଇ, ଅଳନ୍ଧୁ ଝାଡ଼ି, ଯେତେ ପରସ୍ତ ସଜାଡୁ ଥିଲେ  କି ଖୋଜୁଥିଲେ ମଧ୍ୟ ମିଳୁନଥିଲା ନୀଳା ମୁକୁଟ. ଦୀପ ଜଳୁଥିଲା ଠିକ ଠାକ. ଦୀପ ରେ ଦୁଇ ଜଳନ୍ତା ଫୁଲ ଦେଖାଯାଉଥିଲା ଜଗନ୍ନାଥ ଙ୍କ ଦୁଇ ଚକା ଚକା ଆଖି ପରି. କାଳେ କଥାଟା ଭାଇରାଲ ହେବା ଡ଼ରରେ କେବଳ ଜାଣିଥାଆନ୍ତି ଘର ଲୋକ. ଅଖଣ୍ଡ ବିଶ୍ୱାସ ସୁଚିତ୍ରାଙ୍କର ଯେ ନୀଳ ରଙ୍ଗର ନୀଳା ମୁକୁଟ ହଜିଛି. ଠାକୁର ଘରୁ ନିଶ୍ଚୟ ଓ ମିଳିବ ଆଜି ନହେଲେ କାଲି. ଯଦି ମୂଷା ନେଇଯାଇଥିବ ତେବେ? ମାଆ ସୁଭଦ୍ରା ଓ ପ୍ରଭୁ ବଳଭଦ୍ର ଙ୍କ ମୁଣ୍ଡର ମୁକୁଟ ଥିଲା ବେଳେ ଜଗନ୍ନାଥ ଙ୍କ ମୁଣ୍ଡର ମୁକୁଟ ନଥିଲେ କି ଖରାପ କଥା ବୋଲି ପିଲାଏ କହୁଥିଲା ବେଳେ ସୁଚିତ୍ରା ମଧ୍ୟ ଆଶଙ୍କିତ ହେଉଥିଲେ. କାଳେ ଝୁଣା ଦାନୀ ରେ ପଡି ପୋଡି ଯାଇଥିବ ବୋଲି ଭାବି ଭିତରେ ତସ୍ତ୍ର ହେଉଥିଲେ ଵି ଉପରକୁ ଠିକ ଦମ୍ଭ ଦେଖାଇ ଚାଲିଥିଲେ. ଖୋଜୁଥିଲେ କତା ଡବା, ଝୁଣା ଡବା ଓ ଦିଆସିଲି ରଖିବା ସ୍ଥାନ. ସେଦିନ ସାହିତ୍ୟ ଆସରରେ ଜଣେ କବି ଗାଉଥିଲେ ଏକରକମ ବ୍ୟଙ୍ଗ କବିତଟିଏ ଯେ ମଶାଟିଏ ମତେ କରିଦିଅ ପ୍ରଭୁ ମଶାଟିଏ ମତେ କର... ସୁନ୍ଦରୀ ମାନଙ୍କ ଗାଲରେ ବସିବି.. ରକ୍ତ ଶୋଷବି ମେଲାଇ ମୋ ଦୁଇ ପର. ଏକରେ ନୀଳା ମୁକୁଟ ହଜିବା ଦୁଇରେ ଏ କବିତା, ଦୁହେଁ କାହିଁକି କେଜାଣି ଅସ୍ଥିର କରୁଥିଲେ ମନ ଓ ହୃଦୟ ସୁଚିତ୍ରାଙ୍କର. ସତକୁ ସତ ସେଦିନ ଗଣଗଣ ସ୍ୱର କରି ଗାଲ ସାରା ରକ୍ତ ଶୋଷ଼ୁଥିବା ମଶା ଗୋଟେ ଦିଟା ମାରିବା ପରେ ଖଟତଳୁ କାଢିଲେ ଝୁଣା ଦାନୀ ସୁଚିତ୍ରା.ଝୁଣା ଓ ନଡ଼ିଆ କତା ଭରି, ଦିଆସିଲି ମାରି ଝୁଣା ପକାଇବା ପୂର୍ବରୁ ଦେଖିଲେ ଜଗନ୍ନାଥ ଙ୍କ ନୀଳ ରଙ୍ଗର ନୀଳା ଖଚିତ ନୀଳା ମୁକୁଟ ଟିକୁ ସେହି ଦାନୀ ଭିତରେ. ହେ ପ୍ରଭୁ ଜଗନ୍ନାଥ କହି ସେଇଟିକି କାଲି ବଣିଆ ଦୋକାନ ଯାଇ ସଫା କରିଆଣିବେ ଭାବି ଝୁଣା ଧୂପ ବୁଲେଇ ଦୀପ ଆଗରେ ପ୍ରଣିପାତ କରି ଶୋଇଗଲେ ସୁଚିତ୍ରା. ସବୁ ଶୁଣି ସ୍ୱାମୀ କହିଥିଲେ ହଁ ଏଇଟା ଵି ଗୋଟେ ସାଇଡ ଇଫେକ୍ଟ. ସୁଚିତ୍ରା ଅଟୋ ଡକେଇ ବଣିଆ ଦୋକାନ ଅଭିମୁଖେ ଗଲା ବେଳେ ଦୀପ ତେଜି କହୁଥିଲେ ଜୟ ଜଗନ୍ନାଥ.ଏସବୁ ଶୁଣି ଗୁରେଇ ମଶା ମାରିବାର ଭିର୍ନ୍ନ ଭିର୍ନ୍ନ ଉପାୟ ସହ ଜଗନ୍ନାଥ ଙ୍କ ଦର୍ଶନ ର ଇଛା ପ୍ରକାଶ କରିଥିଲେ ତ ସୁଚିତ୍ରା ଲଳିତା ଓ ବିଦ୍ୟାପତି ଙ୍କ ପ୍ରେମ କାହାଣୀ ରୁ ଜଗନ୍ନାଥ ଙ୍କ ନୀଳମାଧବ ରୂପେ ରହିଥିବା ବନବାସୀ ଶବର ରାଜା ବିଶ୍ଵାବସୁ ଙ୍କ କଥା ଶୁଣି ଗୁରେଇ ନିଜ ଜୀବନ ରେ ଘଟିଥିବା ପ୍ରେମ ଓ ସନାତନ ଙ୍କୁ ସଂସାର ପ୍ରତି ଦାଇତ୍ବବାନ କରେଇବାର ଅଭିଯାନ ବଖାଣିବା ବେଳେ ଗୁରେଇ ଆଖି ମଧ୍ୟ ଭକ୍ତି ଭାବନାରେ ନରମି ଯାଇ,ଅଶ୍ରୁ ନିଗିଡି ପଡୁଥିଲା. ସୁଚିତ୍ରା ରଥଯାତ୍ରା ବେଳେ ଭାଇ ଭାଉଜ ଙ୍କୁ ନେଇ ରଥାରୁଢ ତିନିଠାକୁର ଙ୍କୁ ଦର୍ଶନ କରାଇବା ବେଳେ ଗୁରେଇ କହୁଥିଲେ ଜୟ ଜଗନ୍ନାଥ. ତାଙ୍କ ଟିକି ପୁଅ ମଧ୍ୟ ଜୟ ଜଗନ୍ନାଥ ଗୀତ ତାଳେ ତାଳେ ନାଚ କରୁଥିଲା ଏବେ.




Rate this content
Log in

Similar oriya story from Romance