STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଫୋଟୋ ଭାଇରାଲ

ଫୋଟୋ ଭାଇରାଲ

3 mins
1

ଆହାତ ଗାଇ ଟି ରାସ୍ତାରେ ପଡିଥିଲା. ଟ୍ରକ ଵାଲା ଭାଇ ତାକୁ ଧକ୍କା ଦେଇ ଚାଲିଯାଇଥିଲା. ଗାଈଟି କାହାର, ତାର ସେ ମାଲିକ ଆସିବା ବେଳକୁ ହୁଏତ ଗାଇଟି ଏ ଦୁନିଆଁ ରେ ନଥିବ. ଷଣ୍ଢ ଟି ସହି ପାରୁନଥିଲା. ରାସ୍ତାରେ ଯାଉଥିବା ଅନ୍ୟ ଗାଡି ଗୁଡିକୁ ଅଟକାଇବାକୁ ଖୁବ ଜୋର ବୋବାଳି ଶବ୍ଦ କରି କିଛି ସାହାଯ୍ୟ ଭିକ୍ଷା କରୁଥିଲା. ଷଣ୍ଢ କଥା, ଉଦେଶ୍ୟ ଓ ବୋବାଳିର କାରଣ ବୁଝିବାକୁ କାହା ପାଖରେ ସମୟ ନଥିଲା. ଏବେ ଷଣ୍ଢ ଟି ଗାଡି ପଛରେ ନପଡି ଵ୍ୟକ୍ତି ବିଶେଷ ଙ୍କ ପଛରେ ପଡିଥିଲା. ଫୋଟୋରେ ଏସବୁ ଦୃଶ୍ୟକୁ କେହି କେହି ମୋବାଇଲ କ୍ୟାମେରାରେ କୟଦ ବା ଧରି ରଖୁଥିଲେ ମଧ୍ୟ ଷଣ୍ଢ ର ଆକୁଳ ପ୍ରାର୍ଥନା କେହି ବୁଝିବା ଦୂରେ ଥାଉ ରାସ୍ତା ଉପରେ ପଡି ଛଟପଟ ହେଉଥିବା ଗାଈଟିକୁ କେହି ସାହାଯ୍ୟ କରିବାକୁ ଆସୁନଥିଲେ. ସେଇ ବାଟ ଦେଇ ଯାଉଥିବା ସରୋଜ ର ଦୟା ହେଲା. ସେ ଷଣ୍ଢ ର ଉଦେଶ୍ୟ ବୁଝିପାରିଲା. ସେ ସାଇକେଲ ରଖି, ଟ୍ରଲି ସାହାଯ୍ୟ ରେ ଗାଈଟିକୁ ପଶୁ ଡାକ୍ତରଖାନାରେ ପହଞ୍ଚାଇଲା ବେଳେ ତା ପଛେ ପଛେ ଷଣ୍ଢ ଟି ହମ୍ବା ରଡି ଛାଡ଼ି ଛାଡ଼ି ସତେ ଯେମିତି ଗାଈଟିର ଉପଶମ ଓ ଆରୋଗ୍ୟ ପାଇଁ ପ୍ରଭୁଙ୍କୁ ନିବେଦନ କରୁଥିଲା. ସେସବୁ ଦୃଶ୍ୟ କୁ ଫୋଟୋ ମାଧ୍ୟମରେ ତୋଳି ନେଉଥିବା ଦେଖେଣାହାରୀମାନେ କେହି ଗାଈ ପ୍ରତି ବା ସରୋଜ ପରି ବାଳକଟିର ସହାୟତା କରିନଥିଲେ. ବାଳକ ଟି ସେତେବେଳେ ବୋଉ ଠାରୁ ଶୁଣିଥିବା ଶୁଣିଥିବା ରାଣୀ ଲଷ୍ମୀବାଇଙ୍କର ଗାଈ ପ୍ରତି କିପରି ଉଚିତ ନ୍ୟାୟ କରିଥିବା କଥା ମନେପଡୁଥିଲା. ସେହିକଥା ଭାବୁ ଭାବୁ ଆଜି ତାକୁ ଓ ଗାଈକୁ ମଧ୍ୟ ନ୍ୟାୟ ମିଳୁ ବୋଲି ଭାବୁଥିଲା. କାରଣ ତା ପାଖରେ ଗାଈର ଔଷଧ କିଣିବାକୁ ଆବଶ୍ୟକୀୟ ପଇସା ନଥିଲା.
    ରାଣୀ ଲଷ୍ମୀବାଇ, ତାଙ୍କ ରାଜପ୍ରସାଦ ବାହାରେ ଗୁହାରୀ କରିବାକୁ ଆସୁଥିବା ଜନ ସାଧାରଣ ଙ୍କ ପାଇଁ ଗୋଟେ ବିରାଟ ଘଣ୍ଟି ବାନ୍ଧିଥିଲେ.ଘଣ୍ଟି ଶବ୍ଦ ଶୁଣି ତୁରନ୍ତ ହାରି ଗୁହାରି ଶୁଣୁଥିଲେ ରାଣୀ ଅହଲ୍ୟାବାଇ. ସେ ଘଣ୍ଟିଟିକୁ ଦିନେ ଗୋଟେ ଗାଈ ବଜାଉଥିବାର ଦେଖି ଓ ଶୁଣି ଲଷ୍ମୀବାଇ ଆଶ୍ଚର୍ଯ୍ୟ ହେବା ସହ କାରଣ ଜାଣିବା ପାଇଁ ସହାୟକ ମାନଙ୍କୁ ପଠେଇ ଖୋଜା ଖୋଜି କରି ଜାଣିବାକୁ ପାଇଥିଲେ ତାଙ୍କ ପୁତ୍ର, ରାଜକୁମାର ମାଲାବି ରାଓ ରଥ ଚକ ମଡ଼େଇ ତା ବାଛୁରୀ କୁ ମାରି ଦେଇଛନ୍ତି. ତତକ୍ଷଣାତ ରାଣୀ ଯୁବରାଜ ଙ୍କୁ ମୃତ୍ୟୁ ଦଣ୍ଡ ଆଦେଶ ଦେଲେ. ପୁଣି ରଥ ଚକା ମଡ଼େଇ ରାଜପୁତ୍ରଙ୍କୁ ମାରିବାକୁ,ରଥର ରଥି ମାନଙ୍କୁ ନିର୍ଦେଶ ଦେଲେ କିନ୍ତୁ ରଥ ଚାଳକ ତଥା ସେବକ ମାନେ ଏ କାମ କରିପାରିବୁନି ଆମକୁ କ୍ଷମା କରନ୍ତୁ କହିଥିଲେ. କ୍ଷମା କରିବା କଥା କହିବାରୁ ରାଣୀ କହିଥିଲେ କ୍ଷମା କରିବାକୁ ମୁଁ କିଏ?ବରଂ ମୁଁ ନିଜେ ଏହି କାମ କରିବି. ଏକଥା କହି ରଥ ତଳେ ରାଜପୁତ୍ରଙ୍କୁ ପକାଇ ରଥା ରୁଢ଼ ହେଲେ ନିଜେ ରାଣୀ. କିନ୍ତୁ ଦେଖାଗଲା ସେହି ଗାଈ ଟି ହିଁ ପ୍ରତିବାଦ ସ୍ୱରୂପ ରଥ ସମ୍ମୁଖରେ ଦଣ୍ଡାୟମାନ ରହି ରାଣୀଙ୍କୁ ନିବୃତ୍ତ ତଥା କ୍ଷାନ୍ତ କରିବାକୁ ପ୍ରୟାସ ଜାରି ରଖିଥିଲା. ରାଣୀ ରଥ କୁ ପୂର୍ବ,ପଶ୍ଚିମ,ଉତ୍ତର, ଦକ୍ଷିଣ ଯେଉଁ ଦିଗକୁ କଲେ ମଧ୍ୟ ଗାଈ ଟି ରଥ ରୋକି ରାଜକୁମାର ଙ୍କୁ କ୍ଷମା କରିଦେବା ପାଇଁ ସତେ ଯେମିତି କହୁଥିଲା. ଆଜି ସେହି ରାଣୀ ନାଁହାଁନ୍ତି ସତ ହେଲେ କ୍ଷମା ର ମୂରତି ଗାଈ ତ ଅଛନ୍ତି!ଏବେ କିନ୍ତୁ କେହି ସଦୟ ଵ୍ୟକ୍ତି ତଥା ନିଜେ ମାଲିକ ମଧ୍ୟ ବେଳ ପଡିଲେ ତାକୁ ସହାୟତା ଦେବାକୁ ନିଜର ଅକ୍ଷମତା ପ୍ରକାଶ କରୁଛି. ଏସବୁ ଦେଖି ସରୋଜ ବିଚଳିତ ହୋଇ ପଡିଲା. ଘରୁ ବାଜାର ସଉଦା ପତ୍ର ତଥା ପରିବା ପତ୍ର କିଣିବାପାଇଁ ଯେତିକି ଟଙ୍କା ଆଣିଥିଲା ସେତିକି ଟଙ୍କାରେ ଗାଈର ଉପଚାର ସହ ଷଣ୍ଢ କୁ ଖାଇବାକୁ ଦେଇ ସେ ଯିମିତି ଖାଇବ ସେହି ଯୋଜନାରେ ନିଜକୁ ନିୟୋଜିତ କରି ରଖିବାର ଶହ ଶହ ଭାଇରାଲ ଫୋଟୋ ଓ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲି ଶେଷକୁ ଟିଭି ଚ୍ୟାନେଲ ମାନଙ୍କରେ ପ୍ରଶାରିତ ହେଉଥିଲା ତ ସରୋଜ ର ବୋଉ ତାହାକୁ ଦେଖି ପୁଅ ସରୋଜ କୁ ଚିହ୍ନିଲେ ଓ ଘରକୁ ଫେରିବାର ବିଳମ୍ବ ହେବା କାରଣ ଜାଣିପାରି ସ୍ୱାମୀଙ୍କୁ ଜଣେଇଲେ.
    ଏବେ ସରୋଜ ପାଖରେ ତା ବାପା ଥିଲେ. ବାପା ଥିବା ପୁଅ ସଭାରେ ହାରେନା ନ୍ୟାୟ ରେ ମାଲିକ କୁ ଡକାଇ ଗାଈ ହସ୍ତାନ୍ତର କଲାପରେ ସରୋଜ ର ନିଜ ସାଇକେଲ କଥା ମନେ ପଡିଲା. ବାପାଙ୍କ ସଙ୍ଗେ ଆସି ଦେଖିଲା ବେଳକୁ ସାଇକେଲ ଚୋର ନେଇଯାଇଛି. ପୋଲିସ, ଥାନା ଫାଣ୍ଡି ଜଞ୍ଜାଳ ରେ ନପଶି ଘରେ ଥିବା ବାପାଙ୍କ ପୁରୁଣା ହରକୁଲାସ ସାଇକେଲ କୁ ସଜାଡ଼ିବାକୁ ନିଷ୍ପତ୍ତି ନେଇ ଫେରିବାକୁ ବସିଲା ବେଳକୁ ପୁଣି ଫୋଟୋ ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିଲା. ସେହି ଷଣ୍ଢ ଟି ସାଇକେଲ ଚୋର କୁ କେଞ୍ଚି ଦେବାରୁ ସାଇକେଲ ତ ମିଳିଯାଇଥିଲା. ଚୋର ମଧ୍ୟ କ୍ଷମା ପାଇ ତା ବାଟରେ ଚାଲିଯାଇଥିଲା. ଷଣ୍ଢ ପାଖରେ କୃତଜ୍ଞତା ଜଣାଇବାର ଭାଷା ନପାଇ ବାପା ଓ ପୁଅ ସରୋଜ ବୁଝିପାରୁନଥିଲେ ଏ ବିସ୍ମୟ ଓ ଚମତ୍କାର କିପରି ସମ୍ଭବ!ସରୋଜ କିନ୍ତୁ ଏବେ ବୋଉ ସାଇତି ରଖିଥିବା ପେଜ,ତୋରାଣୀ, ପରିବା ଚୋପା, ଜାଇ, ମୁଗ ବିରି, କୋଳଥ ଚୋପା ସବୁ ସଜାଡି ରଖିଥିବା ବାଲ୍ଟିଟିକୁ ଛାତ ଘରୁ ତଳକୁ ଆଣି ଷଣ୍ଢ କୁ ଦେବା ଦାଇତ୍ତ୍ୱ ସରୋଜ ନେଇସାରିଥାଏ. କୋଉଠି ରହେ କେଜାଣି ଷଣ୍ଢ ଟି ତୋରାଣୀ ପିଇବାକୁ ପହଞ୍ଚିଯାଏ ସବୁଦିନ. ସେ ଦୃଶ୍ୟ ମଧ୍ୟ ଫୋଟୋ ରେ କୟଦ କରୁଥିଲେ ସରୋଜର ସାଙ୍ଗମାନେ.



Rate this content
Log in