ନଡ଼ିଆ ଛଡେଇ ଚାଲିଥିଲେ ସ୍ୱାମୀ. ପୁଅ କଲିକତାରୁ ଆସୁ କି ଝିଅ କୋରାପୁଟ ରୁ ପଇଡ଼ ମିଳେନା ସେମାନଙ୍କ ବାଡ଼ି ଗଛରୁ କାରଣ ବାପା ତାଙ୍କର ନଡ଼ିଆ ହେଲେ ଓ ଶୁଖିଲା ନଡ଼ିଆ ବାହାରିଲେ ଶୀତ ଦିନେ ଚୁଲି ଜାଳି ବାରିପଟେ ତହିଁରୁ ତେଲ ମାରିବେ ଓ ବର୍ଷସାରା ଲଗେଇବେ. ପିଲାଏ ପଇଡ଼ ପିଇ ନପାରି କିଣିକି ପିଇଦିଅନ୍ତି କିନ୍ତୁ ମାଆ ମନ ସୁଚିତ୍ରାଙ୍କର ରାଗ ଆସେ. ପିଲାଙ୍କୁ ପଇଡ଼ ନଦେଇ ନଡ଼ିଆ ଶୁଖେଇ ପୁଣି ଭାଙ୍ଗି ତାକୁ ଖଣ୍ଡ ଖଣ୍ଡ କାଟିବା ପରେ ଗ୍ରା୍ଇଡିଙ୍ଗ କରିବା ଦାଇତ୍ୱ ସେ ଏଣିକି ଆଉ ନେବେନି ଭାବନ୍ତି. ମନ ବୁଝେନି ତ ଶୀତ ଭୋର ଭୋର ରୁ ଉଠି, ଛୋଟ ଛୋଟ କଟା ଯାଇଥିବା ନଡ଼ିଆ ଖଣ୍ଡ ଗୁଡିକୁ ଗ୍ରା୍ଇଡିଙ୍ଗ କରିବା ପରେ ତା ମଧ୍ୟରେ ଗରମ ପାଣି ଦେଇ ଚିପୁଡ଼ା ହୁଏ. ରସ ଫ୍ରିଜ ରେ ଭରି ଫାମ୍ପୁ ନଡ଼ିଆ ଗାଈ କୁ ଦିଆଯାଏ. ସୁଚିତ୍ରା ମନ ବୁଝେଇନେଇ ଭାବନ୍ତି ଚୁଲି ପାଖରେ ନଡ଼ିଆ ମାରିସାରି ମୋ ପାଖକୁ ତେଲ ଆସିବା ପରେ ସେସବୁରୁ କିଛି କିଛି ଖେପି ଦୁଇ ବୋତଲ କରି ସେ ପୁଅ ଝିଅଙ୍କ ପାଇଁ ରଖିନେବେନି କି!ସ୍ୱାମୀ ଯେବେ ସବୁ ନଡ଼ିଆ ତେଲ ଦେଖି କୁହନ୍ତି ସର୍ବମୋଟ ଏତିକି ତେଲ? ତ ସୁଚିତ୍ରା କୁହନ୍ତି କାହିଁ ନଡ଼ିଆ ଖଣ୍ଡ ଖଣ୍ଡ କାଟି ଶୁଖେଇ ମିଲ ରେ ପେଷି ଆଣିଲେ ହୁଅନ୍ତାନି!ହୁଅନ୍ତା ଯେ କିନ୍ତୁ ତୁମ ମଶା ଘଉଡ଼ାଇବା ପାଇଁ ଝୁଣା ଧୂଆଁ କରିବାକୁ କତା ଯେମିତି ବାହାରୁଛି ସେମିତି ଖାଣ୍ଟି ମରା ନଡ଼ିଆ ତେଲ ବାହାରିବା ସଙ୍ଗେ ଚୁଲି ମୁଣ୍ଡେ ଜାଳ ଜାଳିବାର ସୌଭାଗ୍ୟ ମିଳି ଯାଉଛି ନା ନାହିଁ. ସୁଚିତ୍ରା କୁହନ୍ତି ତୁମେ ଯଦି ଶୀତ ଛଡ଼େଇବାକୁ ଚୁଲି ଜାଳି ଏତେ ସବୁ କରୁଛ ତେବେ ତେଲ ସବୁ ମୋର. ପିଲାଙ୍କୁ ଦୁଇ ଶିଶି ଦେଇସାରିଲା ପରେ ଯାହା ବଳିବ ତୁମର. କିଏ ମନା କଲା ସେଇଥିପାଇଁ ତ ନଡ଼ିଆ ରୁହେ, ପଇଡ଼ କିଣିକି ଖିଆ ଯାଇପାରିବ କିନ୍ତୁ ଶୁଖିଲା ନଡ଼ିଆ କିଏ ଦେବ ଯେ ତୁମେ ମଶାମତେ ମଶା ଘଉଡେଇବ!ମତେ କଣ ଖାଲି ମଶା କାମୁଡୁଛି, ତୁମକୁ କାମୁଦୁନି? ପଚାରିଲେ ସ୍ୱାମୀ କହନ୍ତି ଆମେ ଗାଁ ଲୋକ, ଚୁଲି ଜଳା ଉଷୁନା ବଗଡ଼ା ଚାଉଳ ସାଙ୍ଗକୁ ମଟନ କି କୋବି ଝୋଳ ଖାଇବା ପୂର୍ବରୁ ମରାନଡିଆ ତେଲ ଲଗାଇ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ବା ପୋଖରୀରେ ଗାଧେଇ ଆମ ସବୁ ଗାଁ ଲୋକଙ୍କ ଗୋଧି ଚମଡା ସାଙ୍ଗକୁ ରକ୍ତ ଲାଲ ଟକଟକ ଫୁଟନ୍ତା ଗରମ କେବେ ତ ବରଫ କେବେ, ଆଉ ମଶା କାମୁଡିବେ କେମିତି!ରକ୍ତ ବରଫ ହେଲେ ରୋଗ ବୋଲି ଜାଣିନ କି ପ୍ରଶ୍ନ ର ଉତ୍ତର ଦେଇ ପୁଣି ସ୍ୱାମୀ କହୁଥାନ୍ତି ବରଡ଼ା ଜାଳି, ଫୋପଡ଼ା ମୁଁହାଇଁ ସେଇଥିପାଇଁ ପା ଚୁଲି ଜାଳି ଜମାଟ ବନ୍ଧା ରକ୍ତ କୁ ପାଣି କରୁ ଆମେ. ଗାଁ ରେ ବଢ଼ିଛୁ, ପଡ଼ିଛୁ. ଆମ ଚମରେ ମଶା ତ ମଶା ଜଙ୍ଗଲୀ ଜନ୍ତୁ ମଧ୍ୟ ଦାନ୍ତ ବସେଇପାରିବନି.