Tamalati Nag

Action Classics Inspirational

3  

Tamalati Nag

Action Classics Inspirational

ଖୁସି

ଖୁସି

4 mins
174


    ଆଜି ସୋନିର B.ed ପରୀକ୍ଷା ।ଏକ ଶାନ୍ତ ପରିବେଶରେ ମାଁ-ବାପା ଘର ଅଗଣାରେ ବସିଛନ୍ତି।ଭାଇ ସୋନିକୁ ଚାଲେ ଯିବା ଡେରି ହେଲାଣି କହିଲା, ତା'ପରେ ସୋନି ବାହାରିଲା।ସୋନିକୁ ତା'ବାପା-ମାଁ ଏକ ଅଶାନୁରୂପୀ ନୟନରେ ଦେଖିଲେ।ଯେପରିକି ତାଙ୍କର ବହୁଦିନର ସ୍ୱପ୍ନ ର ପ୍ରଥମ ପାହାଚ ଚଢ଼ିବାକୁ ଯାଉଛି ଝିଅ 'ସୋନି'।ସୋନି ମଧ୍ୟ ଦୃଢ ବିଶ୍ବାସ ରଖିଛି ଯେ ସେ ତା' ପିତାମାତାଙ୍କର ସ୍ବପ୍ନକୁ ସାକାର କରିବ ଦିନେ।ସୋନି ବାପା ମାଁଙ୍କର ପାଖକୁ ଆସି ଆଶୀର୍ବାଦ ନେଲା ଓ ପରୀକ୍ଷା ପାଇଁ ବାହାରିଲା।


    ଭାଇ ସହ ସେ ବାହାରିଲା ଏକ ନୂତନ ରାସ୍ତାକୁ।ଭାଇ ସହ ସେ ରାସ୍ତାରେ ଯାଉଥିବା ସମୟରେ ବହୁତ ଖୁସି ଅନୁଭବ କରୁଥାଏ,କାରଣ ଭାଇ ସହ ଯେଉଁ ସ୍ଥାନକୁ ସେ ଯାଏ ଭାଇ ତାକୁ ସବୁ ସ୍ଥାନ ଗୁଡିକ ସହିତ ପରିଚିତ କରାଏ।ରାସ୍ତାରେ ଯେଉଁ ସବୁ ମୁଖ୍ୟ ମୁଖ୍ୟ ଅଞ୍ଚଳ ଆସୁଥାଏ ସବୁଥିର ନାମ ଗୁଡିକ ତାକୁ କହିଯାଉଥାଏ।ସୋନି ଭାଇଙ୍କର କଥାସବୁ ଶୁଣି ହଁ ହଁ କରୁଥାଏ।ମଝିରେ ମଝିରେ ସୋନି ସେ ସ୍ଥାନ ମାନଙ୍କ ବିଷୟରେ କିଛି ଜାଣିଥିଲେ ସେ ମଧ୍ୟ କହୁଥାଏ।ଭାଇଙ୍କ ସହ କଥା ହୋଇକି ଏମିତି ଦୁଇ ଘଣ୍ଟାର ରାସ୍ତା ସରିଗଲା।ଏବେ ପରୀକ୍ଷା ସେଣ୍ଟରରେ ପହଞ୍ଚିଲା 'ସୋନି'।।


      ସୋନି ଭାଇ ସହ ପରୀକ୍ଷା ସେଣ୍ଟରକୁ ଏକୁଟିଆ ଯାଇଥାଏ।ସେଠାରେ ତାର କେହି ସହପାଠୀ ନ ଥାନ୍ତି।ପରୀକ୍ଷା ସେଣ୍ଟରର ଗେଟ ବାହାରେ ଥିବା ଏକ ନୋଟିସ ଉପରେ ସୋନିର ଆଖି ଲାଗିଲା।ସେଥିରେ ସବୁ ପରୀକ୍ଷାର୍ଥୀ ମାନେ ତାଙ୍କର ରୋଲ ନମ୍ବର ଖୋଜୁଥାଆନ୍ତି।ସେହି ନୋଟିସ ପାଖରେ ଥାଆନ୍ତି ଶହ ଶହ ଲୋକ।କିଏ ତା'ର ଭାଇ ସହ ତ କିଏ ତା'ର ବାପା ସହ , କିଏ ତା ମାମୁଁ ସହ ତ ଆଉ କିଏ ତାର ଭଉଣୀ ସହ ସେହି ପରୀକ୍ଷା ସେଣ୍ଟରକୁ ଆସିଥାନ୍ତି।


     ସୋନି ତା' ଜୀବନରେ କେବେ ପରୀକ୍ଷା ଦେବାପାଇଁ ବାହାରକୁ ଯାଇନାହିଁ।ଏହା ଥିଲା ସୋନି ଜୀବନର ସଫଳତାର ପ୍ରଥମ ପାହାଚ। ସେ ଏହି ପରୀକ୍ଷା ଦେବା ଆଗରୁ ବହୁତ ଡରିଯାଇଥିଲା।ଗେଟ ସାମ୍ନାରେ ଥାଆନ୍ତି ଦୁଇଟି ସିକ୍ୟୁରିଟି ଏବଂ ଚାରୋଟି ଲେକ୍ଚର।ସେମାନେ ପରୀକ୍ଷାର୍ଥୀ ମାନଙ୍କୁ ଚେକିଙ୍ଗ କରୁଥାନ୍ତି।ସୋନି ସେଠାରେ ତା'ର ଏକ ସାଙ୍ଗକୁ ଭେଟିଲା। ୟା ଆଗରୁ ସୋନି ନିଜକୁ ଏକୁଟିଆ ଅନୁଭବ କରୁଥିଲା।ସୋନି ସେ ତାର ସାଙ୍ଗକୁ ସେଠାରେ ଦେଖିଲା ପରେ ତା'ର ସେଇ ଯଉ ଏକୁଟିଆପଣ ସରିଗଲା ଏବଂ ନିଜ ଉପରେ ଏକ ସାହାସର ଆସ୍ତରଣ ଆସିଲା। ସେ ଏଠାକୁ ଏକୁଟିଆ ପରୀକ୍ଷା ଦେବାପାଇଁ ଆସିନି ଆହୁରି ମଧ୍ୟ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଆସିଛନ୍ତି। ତା' ପାଖ ରେ ଥିବା ତା' ସାଙ୍ଗକୁ ସେ ଦେଖିକି ଏ ସବୁ କଥା ଭାବୁଥାଏ ଏବଂ ନିଜ ମନକୁ ସାହସ ଓ ଦୃଢ ଆତ୍ମବିଶ୍ୱାସ ଯୋଗାଉଥାଏ।ଦୁଇଜଣଙ୍କର ରୋଲ ନମ୍ବର ଗୋଟିଏ କୋଠରୀରେ ପଡିଛି।ଏହା ଜାଣି ଦୁଇବନ୍ଧୁ ବହୁତ ଖୁସି ହେଲେ।


   ପରୀକ୍ଷା ସମୟ ପାଖେଇ ଆସିଲାଣି ସୋନିର ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି।ପରୀକ୍ଷା- କେମିତି ହେବ,ପରୀକ୍ଷା କେମିତି ଦେବି, ପରୀକ୍ଷାରେସବୁ ପ୍ରଶ୍ନର ଉତ୍ତର ଦେଇପାରିବି ନାଁ ନାଇଁ? ସେ ଯାହା ବି ହଉ ସମୟ ହେଲା 9 ଟା ବାଜି 5 ଟା ମିନିଟ।ସୋନି ଓ ତା' ସାଙ୍ଗ ପରୀକ୍ଷାର୍ଥୀ ମାନଙ୍କ ପଛରେ ଠିଆହେଲେ।ଗୋଟିଏ ଗୋଟିଏ କରି ସେଠି ଚେକିଙ୍ଗ ଚାଲିଛି।ଚେକିଙ୍ଗ ସରିଲା ପରେ ସୋନି ଓ ତା' ସାଙ୍ଗ ପରୀକ୍ଷା ସେଣ୍ଟରକୁ ଗଲେ।ସେଠାରେ ଦୁଇ ସାଙ୍ଗ କଥା ହୋଇକି exam ରୁମ୍ ଖୋଜିବା ପାଇଁ ଗଲେ।ଗେଟ ଭିତରେ ମଧ୍ୟ ଆଉ ଏକ ନୋଟିସ ଲାଗିଛି।ସେଠାକୁ ଦୁଇବନ୍ଧୁ ଗଲେ ଓ ଲେକ୍ଚର ମାନଙ୍କୁ ଆମ exam ରୁମ୍ କେଉଁ ପଟେ ଅଛି ବୋଲି କହିଲେ। ତା'ପରେ ଭିତରକୁ ପ୍ରବେଶ କଲେ ସେଠାରେ ମଧ୍ୟ ଏକ ବଡ ହଲ ଅଛି।ସେହି ହଲରେ ଖାସ କରି ଝିଅ ମାନଙ୍କୁ ଚେକ କରିବାପାଇଁ ଲେଡି ସିକ୍ୟୁରିଟି ଥାଆନ୍ତି।ସେମାନେ ସବୁ ଝିଅ ମାନଙ୍କୁ ଚେକ କରୁଥାନ୍ତି।ଚେକ କରିସାରିବା ପରେ ସୋନି ଓ ତା' ସାଙ୍ଗ ଭିତରକୁ ଗଲେ। ବାହାରେ ବଡ ହଲ ଛାଡିକି ଆସିଛନ୍ତି କି ନାହିଁ ଏବେ ଆଉ ଏକ ବଡ଼ ହଲ ରେ ଆସି ପହଞ୍ଚିଲେ।ସେଠାରେ ଗୋଟିଏ ସିକ୍ୟୁରିଟି ରହିଥାଏ।ସେ ସମସ୍ତଙ୍କୁ ବାଟ ବତାଉଥାଏ କାହାର ପରୀକ୍ଷା କୋଠରୀ କେଉଁ କେଉଁ ଦିଗରେ ଅଛି।ସୋନି ଓ ତା' ସାଙ୍ଗ ସେହି ସିକ୍ୟୁରିଟି ପାଖକୁ ଯାଇ ନିଜ ନିଜ ର ରୋଲ ନମ୍ବର କହି ପରୀକ୍ଷା କ୍ଵାଟର କେଉଁ ଦିଗରେ ଅଛି ପଚାରିଲେ। ତା'ପରେସେମାନେ ଦୁହେଁ Lecture 8(କୋଠରୀ ନାମ) କୁ ପ୍ରବେଶ କଲେ।


    Lecture 8 ଥିଲା ଏକ ବିଶାଳ କୋଠରୀ।ତାହା ଥିଲା ଏକ ବିଶାଳ କୋଠରୀ।ସେହି କୋଠରୀରେ ଥିଲା ଏକ କମ୍ପୁଟର ଓ ଗ୍ରୀନ ବୋର୍ଡ।ଫ୍ୟାନ ନ ଥିଲା ସେହି କୋଠରୀରେ ଫ୍ୟାନ ବଦଳରେ ଥିଲା ଏ.ସି। ତେଣୁ exam hall ଟା ପୁରା ଥଣ୍ଡା ଲାଗୁଥିଲା। ପରୀକ୍ଷାର୍ଥୀ ମାନେ ଆରାମ ରେ exam hall ରେ ବସିଥିଲେ।ପରୀକ୍ଷାସମୟ ହୋଇଗଲା 10 ଟା।ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ question's set ଏବଂ ଏହାପରେ Answershit ଦେଲେ।ପରିକ୍ଷାର୍ଥୀ ମାନେ ପରୀକ୍ଷା ସରିବାପରେ ସମସ୍ତେ ବେଞ୍ଚ ରୁ ଉଠିପଡ଼ି ବାହାରକୁ ଯିବାକୁ ଲାଗିଲେ।କିନ୍ତୁ ସୋନି ହତାଶ ହୋଇ ବେଞ୍ଚରେ ସେମିତି ମନଦୁଃଖ କରି ବସିଥାଏ।ପରୀକ୍ଷା ସରିବା ପରେ ଯେମିତି ତା'ପାଇଁ ସବୁଶେଷ ହୋଇଯାଇଛି।ସେ ମନେ ମନେ ଭାଙ୍ଗିଯାଇଥାଏ।ପରୀକ୍ଷା ଯଦି ଭଲ ନ ହେବ ସେ କେମିତି ନିଜର ମୁଖ ଦେଖାଇବା ମାଁ ବାପାଙ୍କୁ।ଏହି ସମୟରେ ସେହି କୋଠରୀରେ ହିଁ ସୋନିର ଆଉ ଏକ ଅନ୍ତରଙ୍ଗ ବନ୍ଧୁଙ୍କ ସହ ଦେଖା ହୁଏ। ତାଙ୍କ ନାମ ଥିଲା ଚିତ୍ରା। ସୋନିକୁ ଦେଖି ଖୁସି ହୁଅନ୍ତି।କିନ୍ତୁ ସୋନିର ମୁହଁରେ ଟିକିଏ ମଧ୍ୟ ଖୁସିର ଚମକ ନ ଥାଏ ଅନ୍ୟମାନଙ୍କ ପରି।ଏହାର କାରଣ ସେ ପଚାରିଲେ।ସବୁ ଜାଣିବା ପରେ ସୋନିକୁ ଚିତ୍ରା ଦୁଃଖକୁ ଭୁଲି ଆଗକୁ ଆଗକୁ ବଢିବା ପାଇଁ ମନୋବଳ ପୂର୍ଣ୍ଣ କଥା କହିଲେ ଏବଂ ସାହସ ଦେଲେ।ଏଇଟା ଗୋଟିଏ ସାଧାରଣ ଗୋଟିଏ B.ed ପରୀକ୍ଷା।ଆମେ ଥରେ ପରୀକ୍ଷା ଦେଇ ହାରିବା କଥା ନୁହେଁ, ବାର ବାର ବାରମ୍ବାର ଚେଷ୍ଟା କରିବା କଥା ଏବଂ ନିଜର ଶହେ ପତିଶତ ଚେଷ୍ଟା କରିବା ଉଚିତ।ଆଉ ଗୋଟିଏ ସାମାନ୍ୟ କାଗଜ ଆମ ଜୀବନକୁ ନଷ୍ଟ କରିପାରିବ ନାହିଁ।ତେଣୁ ନିଜ ମନରେ ଦୃଢ଼ ମନୋବଳ ରଖି,

ଧର୍ଯ୍ୟ ର ସହିତ,ନିଜ ଉପରେ ଆତ୍ମବିଶ୍ୱାସ ଜନ୍ମାଇ, ସାହସର ସହିତ ଯେକୌଣସି ପରୀକ୍ଷାକୁ ଆମେ ଦେବା ଆବଶ୍ୟକ। ଚିତ୍ରା ଏମିତି ଅନେକ ମନୋବୃତ୍ତିଭିତ୍ତିକ କଥା ଗୁଡିକ କହି ସୋନିର ହତାଶ ମନକୁ ଜାଗ୍ରତ କଲେ।


    ଏହାପରେ ସୋନି ତା'ର ଦୁଇ ବନ୍ଧୁ ସହ ଦୃଢ଼ ମନୋବଳ ଓ ଖୁସିର ସହିତ ହସହସ ବଦନରେ ପରୀକ୍ଷା ସେଣ୍ଟର ବାହାରକୁ ଆସିଲେ।


Rate this content
Log in

Similar oriya story from Action