Tamalati Nag

Inspirational Children

3  

Tamalati Nag

Inspirational Children

ସୋନା

ସୋନା

3 mins
197


  ବାପା ସକାଳୁ ଉଠିଲେ ନିତ୍ୟକର୍ମ ସାରିଲେ ଏବଂ ଚା' ପିଉଛନ୍ତି| ମାଆ ବାପାଙ୍କ ପାଇଁ ଟିଫିନ୍ ରେଡି କରୁଛନ୍ତି|ସୋନା ଏ ପର୍ଯ୍ୟନ୍ତ ଶୋଇଛି ତା' କ୍ୱାଟରରେ | ବାପା ମାଆଙ୍କୁ ପଚାରିଲେ-ସୋନା କଣ ଉଠିନାହିଁ ଏ ପର୍ଯ୍ୟନ୍ତ|ମାଆ କହିଲା ନାଁ, ତୁମ ଗେହ୍ଲେଇ ଝିଅ, ଆମ ଘରର ରାଜକୁମାରୀ ଶୋଇଛନ୍ତି| ଶୋଇଛି! ବାପା ସୋନାକୁ ଉଠାଇବା ପାଇଁ ତା' କ୍ୱାର୍ଟର୍ସକୁ ଗଲେ|ସୋନା ଶୋଇଛି ଘୋର ନିଦ୍ରାରେ| ସ୍ୱପ୍ନରେ ଦେଖୁଚି ଯେ ସ୍କୁଲରେ ତାକୁ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ପୁରସ୍କାର ବିତରଣ କରୁଛନ୍ତି ସ୍କୁଲର ହେଡମାଷ୍ଟର |ପୁରସ୍କାର ପାଇ ସୋନା ବହୁତ ଖୁସି ହେଉଛି| ତା'ର ପୁରସ୍କାର ବିତରଣ ସଭାରେ ବାପା ଓ ମାଆ ମଧ୍ୟ ଉପସ୍ଥିତ ଅଛନ୍ତି|ପୁରସ୍କାର ପାଇ ସାରିବା ପରେ ସେ ପ୍ରଥମେ ବାପା ମାଆଙ୍କ ପାଖକୁ ଯାଇ ଦୁଇ ଜଣଙ୍କୁ ଆଲିଙ୍ଗନ କରେ| ଝିଅର ସଫଳତାର ପ୍ରଥମ ପାହାଚରେ ଝିଅ ଆସିସରିଛି ବୋଲି ସେମାନେ ଅନୁଭବ କରନ୍ତି|

 

    ବାପା ସୋନାକୁ ଉଠାଉଛନ୍ତି, ମାଆ ସୋନା ଉଠୁ ଉଠୁ କହୁଛି| କିଛି ସମୟ ପାରେ ସୋନାର ନିଦ ଭାଙ୍ଗିଲା|ନିଦ ଭାଙ୍ଗିବା ସାଙ୍ଗେ ସାଙ୍ଗେ ସେ ସାମ୍ନାରେ ବାପାଙ୍କୁ ଦେଖିବାକୁ ପାଏ ଏବଂ ବହୁତ ଖୁସି ଅନୁଭବ କରେ |ବାପା ତାଙ୍କ ରାଜକୁମାରୀ ଝିଅକୁ ଉଠ ମାଆ ଡେରି ହେଲାଣି ସ୍କୁଲ ପାଇଁ କହିଲେ| ତା'ପରେ ସୋନା ଉଠିଲା ଓ ତାର ନିତ୍ୟକର୍ମ ସାରି ସ୍କୁଲ ପାଇଁ ବାପାଙ୍କ ସହ ବାହାରିଲେ| ମାଆ ସବୁଦିନ ବାପାଙ୍କ ପାଇଁ ଏବଂ ସୋନା ପାଇଁ ଟିଫିନ୍ ରେଡି କରିଦେଇଥାନ୍ତି|ଆଜି ମଧ୍ୟ ଟିଫିନ୍ ରେଡି କରି ଦେଇଥାନ୍ତି ଏବଂ ଡାଇନିଙ୍ଗ ଟେବୁଲରେ ଥୋଇଦେଇଥାନ୍ତି| କିନ୍ତୁ ଏପଟେ କଣ ହୋଇଛି ଝିଅଟି ଟିଫିନ୍ ନେବା ପାଇଁ ଭୁଲିଯାଇଛି| 

     ବାପା ସ୍କୁଲରେ ସୋନାକୁ ଛାଡିଦେଲେ ଓ ଅଫିସ ପାଇଁ ବାହାରିଲେ| ଦିନ ଦୁଇପହର ହେଲା ବାପା ଖାଇବା ପାଇଁ ଟିଫିନ୍ ଆଣିବାପାଇଁ ଗଲେ ଦେଖିଛନ୍ତି ଝିଅର ଟିଫିନ୍ ବାଇକରେ ରହିଯାଇଛି|ଏପଟେ ସୋନାର ଖାଇବା ସମୟ ହେଲା ସ୍କୁଲର ବେଳ ବାଜିଲା| ସୋନା ଦେଖୁଛି ତା ବ୍ୟାଗରେ ଟିଫିନ୍ ନାହିଁ| ତା'ପରେ ସେ ମନେପକାଏ ଯେ ସେ ତା' ଟିଫିନ୍ ବାପାଙ୍କ ଗାଡ଼ିରେ ଛାଡ଼ିଦେଇଛି| ତା'ପରେ ସୋନା କିଛି ନ ଖାଇ ସେମିତି 4 ଟା ପର୍ଯ୍ୟନ୍ତ ରହିଗଲା| ବାପା ସେପଟେ ଝିଅ କିଛି ଖାଇନଥିବା ଭାବି ସେ ମଧ୍ୟ ଖାଇଲେ ନାହିଁ |ବାପା ଝିଅକୁ ଆଣିବା ପାଇଁ ସ୍କୁଲକୁ ଗଲେ| ଦୁହେଁ ଘରକୁ ଫେରିଲେ|ମାଆ ଦେଖିଲେ ଯେ ଦୁହିଁଙ୍କ ଟିଫିନ୍ ଭର୍ତ୍ତି ଭର୍ତ୍ତି ହୋଇରହିଛି, ବାପ ଝିଅ କେହି କିଛି ଖାଇ ନାହାଁନ୍ତି| ବାପାଙ୍କଠୁ ମାଆ ସବୁ କଥା ବୁଝିଲେ ଓ ବାପ ଝିଅଙ୍କୁ ଖାଇବା ଖୁଆଇ ଦେଲେ| ବାପାଙ୍କ ନିଃଶ୍ୱାସ ଥିଲା ସୋନା| ସୋନାକୁ ଟିକିଏ ନ ଦେଖିଲେ ବାପାଙ୍କ ଦିନ ଆରମ୍ଭ ହେଉନଥିଲା| ଆଉ ସୋନା ମଧ୍ୟ ସେଇଆ କରୁଥିଲା ସେ ବାପାଙ୍କୁ ଘଡ଼ିଏ ନ ଦେଖିଲେ ତାର ମନ କେମିତି କେମିତି ହେଇଯାଉଥିଲା| ଯେମିତି ଜଳ ବିନା ମାଛ ରହିପାରେନା ସେମିତି ଏଠି ଜଣେ ଆଉ ଜଣଙ୍କ ବିନା ରହିପାରୁନଥିଲେ| ସୋନାକୁ ଟିକିଏ କଣ ଆଘାତ ଲାଗିଗଲେ ବାପାଙ୍କର ଜୀବନ ପଳେଇଯାଉଥିଲା |ସୋନା ଉପରେ ଟିକିଏ ମଧ୍ୟ ଆଞ୍ଚ ଆସିବା ପାଇଁ ଦେଉନଥିଲେ| ଅର୍ଥାତ ଅନ୍ୟ ଅର୍ଥରେ କହିବାକୁ ଗଲେ ବାପାଙ୍କର ଜୀବନ ଥିଲା ସୋନା ଏବଂ ସୋନାର ଜୀବନ ଥିଲେ ତା'ର ବାପା| 

   

  ସୋନା ଧୀରେ ଧୀରେ ବଡ ହେବାକୁ ଲାଗିଲା| ତାକୁ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ପଠାଗଲା|ଯାହାକି ଥିଲା ବାପା ଓ ଝିଅଙ୍କ ଦୁଇ ଜଣଙ୍କ ପାଇଁ ହୃଦୟ ବିଦାରକ ସମୟ|ବାପ ଝିଅ ଦୁଇଜଣଙ୍କର ହୃଦୟର ବେଦନା ସେମାନଙ୍କୁ ହିଁ ଜଣାଥିବ|ଅନ୍ୟ କେହି ସେମାନଙ୍କର ହୃଦୟର ବେଦନାକୁ ବୁଝିପାରିନଥିବେ| ଦୁହେଁ ପରସ୍ପରକୁ ଦଣ୍ଡେ ନ ଦେଖିଲେରହିପାରୁନଥିଲେ| ଏବେ ତ ସୋନା ଘରକୁ ସମ୍ପୂର୍ଣ୍ଣ ଛାଡିକି ଦୂର ଦେଶକୁ ଚାଲିଯିବ| କିନ୍ତୁ ବାପାଙ୍କ ପାଇଁ ଏହା ଖୁସି ଆଉ ଦୁଃଖର ଦୁଇଟି କଥା ହୋଇଥାଏ|ଖୁସି ଏଇଥିପାଇଁ ହେବର ଯେ ଝିଅ ଉଚ୍ଚ ଶିକ୍ଷିତ ହେବା ପାଇଁ ଯାଉଛି ଏବଂ ଦୁଃଖର କଥା ଏଇଥିପାଇଁ ଯେ ବାପା ଓ ଝିଅ କେବେ ପରସ୍ପର ଠାରୁ ଦୁରରେ ରହିନାହାନ୍ତି| ଝିଅ ମୋର ଉଚ୍ଚ ଶିକ୍ଷିତ ହୋଇ ବଡ ମଣିଷ ହେବ ଏବଂ ମୋର ନାଁ ରଖିବ|ତେଣୁ ବାପାଙ୍କର ମନ ନଥିଲେ ମଧ୍ୟ ଝିଅକୁ ବାଧ୍ୟ ହୋଇ ସହରକୁ ପଠାଇବା ପାଇଁ ପଡିଲା| ତା'ପରେ ଝିଅ ତାଙ୍କର ସୋନା ଭଲ ପାଠ ପଢି NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏକ ବଡ ଡକ୍ଟର ହେଲା ଏବଂ ଘରକୁ ଫେରିଲା|


  ଏପଟେ ବାପାଙ୍କର ବୟସ ଗଡ଼ିବାରେ ଲାଗିଥାଏ|ବାପା ତାଙ୍କ ଝିଅ କେବେ ଘରକୁ ଫେରିବ ସେଇ ସମୟକୁ ଅପେକ୍ଷା କରି ରହିଛନ୍ତି| ଝିଅକୁ ଦେଖିଲେ ଏବଂ ତାଙ୍କ ଦୁଇ ନୟନରେ ସେଇ ଛୋଟ ବେଳର ସୋନାକୁ ଦେଖିବାକୁ ପାଇଲେ|ତାଙ୍କ ଆଖିରେ ଅଶ୍ରୁ ଧାରା ଆପେ ଆପେ ନଈର ପାଣି ପରି ବହିଯାଉଥାଏ|ଏବେ ମୋ ଝିଅ ବହୁତ ବଡ଼ ହୋଇଯାଇଛି| ସେ ଏବେ ମୋର ମାଆ ବାପା ପରି ବ୍ୟବହାର କରୁଛି|ଯାହାକି ମୋ ପାଇଁ ବହୁତ ଖୁସିର କଥା ଏବଂ ଗର୍ବର କଥା| ମୁଁ ଯେମିତି ଛୋଟ ବେଳେ ତାର ଖାଇବା, ପିଇବାର ଯତ୍ନ ନେଉଥିଲି ଏବେ ସେ ମୋର ଯତ୍ନ ନେଉଛି| ସେ ଏବେ ଯତ୍ନବାନ ହେଇଗଲାଣି,ଠିକ ମୋ ପରି| ବାପା ତାଙ୍କର ଏପରି କାର୍ଯ୍ୟଗୁଡିକୁ ଦେଖି କାନ୍ଦିପକାଇଲେ| ସେ ମନେ ପକାଉଥିଲେ ଯେ ତାଙ୍କର ଝିଅ ଦିନେ ଛୋଟ ବାଳିକା ଥିଲା| ସେ ସମୟରେ ମୁଁ ନ ଉଠାଉଥିଲେ ଉଠୁନଥିଲା, ମୁଁ ନ ଖାଇଲେ ଖାଉନଥିଲା|ଏବେ ସେ ଦାୟିତ୍ୱଶୀଳ, କାର୍ତ୍ତବ୍ୟଶୀଳ ଏବଂ କାର୍ତ୍ତବ୍ୟନିଷ୍ଠ ହୋଇଯାଇଛି| ସମୟର ପରିବର୍ତ୍ତନ ସହ ସେ ମଧ୍ୟ ପରିବର୍ତ୍ତନ ହୋଇଯାଇଛି| 


  ଯିଏ ଛୋଟ ବେଳେ ଛୋଟ ଇଞ୍ଜେକ୍ସନ ଟିଏ ନେବାପାଇଁ ଘରର ସମସ୍ତଙ୍କୁ ହଇରାଣ କରିଦେଉଥିଲା ଏବଂ ମୋର ଉପସ୍ଥିତି ଥିଲେ ଯାଇକି, ଧରି ମାରିକି କେତେ କଷ୍ଟେ ସେ ଇଞ୍ଜେକ୍ସନ ନେଉଥିଲା, ସେ ଏବେ ବଡ଼ ବଡ଼ ହସ୍ପିଟାଲରେ ଅପରେସନ ଥିଏଟରରେ ଅପରେସନ କରୁଛି|ଏହାଠାରୁ ମୋ ପାଇଁ ଗର୍ବର କଥା କ'ଣ ବା ହୋଇପାରେ| ମୋ ଝିଅ ଏବେ ବଡ଼ ହୋଇଯାଇଛି| ତା' ମଧ୍ୟରେ ଭୟକୁ ସାମ୍ନା କରିବା ପାଇଁ ସାହସ ଆସିଯାଇଛି, ଏବେ ମୋର ଆଉ କୌଣସି ଚିନ୍ତା ନାହିଁ| 

  

   ଝିଅ ଦୀପାବଳୀ ଛୁଟିରେ ଘରକୁ ଆସିଛି| ଏବେ ଘରେ ଖୁସିର ଦିନ ଆସିଛି |ବାପା, ମାଆ ଓ ସୋନା ସମସ୍ତେ ମିଶି ଦୀପାବଳୀ ବହୁତ ଧୁମ ଧାମରେ ମନାଇଲେ|



Rate this content
Log in

Similar oriya story from Inspirational