STORYMIRROR

Tamalati Nag

Action Inspirational Others

3  

Tamalati Nag

Action Inspirational Others

କୋମଳ ମନ

କୋମଳ ମନ

4 mins
202

ଖରା ଦିନର କଥା ,ତାହା ଥିଲା ଏପ୍ରିଲ ମାସ।ମ୍ୟାଟ୍ରିକ ପରୀକ୍ଷା ସରିଲା । ଝିଅଟି ପରୀକ୍ଷା ଦେଇଛି।ମ୍ୟାଟ୍ରିକ ପରୀକ୍ଷା ପାଇଁ ସେଇ ଝିଅଟି ନିଜର ଜି-ଯାନ ଲଗେଇକି ପାଠ ପଢିଥିଲା ।ଝିଅଟି ସବୁଦିନ ସକାଳୁ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠୁଥିଲା । ନିତ୍ୟକର୍ମ ସାରିବା ପରେ ଟିଉସନ ଯାଉଥିଲା।ଟିଉସନ ରୁ ପୁଣି ଫେରିଲେ କିଛି ଖାଇବା ଖଇକି ସ୍କୁଲ କୁ ଯାଉଥିଲା ।ସ୍କୁଲରୁ ଘଟାକୁ ଫେରିଲେ ପୁଣି ଟିଉସନ ଯାଉଥିଲା । ତା'ର ପାଠପଢା ପ୍ରତି ବହୁ ଆଗ୍ରହ ଥିଲା । ସେ ବଡ ହୋଇ ଏକ ବଡ ଅଫିସର ହେବ ବୋଲି ସ୍ବପ୍ନ ଦେଖିଥିଲା ଏବଂ ଏହି ସ୍ବପ୍ନ କୁ ପୁରା କରିବାପାଇଁ ତା'ର କୋମଳ ମନ ରେ ଦୃଢ ବିଶ୍ବାସ ମଧ୍ୟ ରଖିଥିଲା ।

         ମ୍ୟାଟ୍ରିକ ପରୀକ୍ଷା ର ଫଳାଫଳ ବାହାରିବାର 2 ଦିନ ମାତ୍ର ବାକି ଅଛି । ଝିଅଟିର ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଛି । ଫଳାଫଳ କଣ ହେବ, କେମିତି ହେବ ,କେତେମାର୍କ ଆସିବ ?ଏମିତି ଅନେକ ପ୍ରଶ୍ନ ଆସୁଥାଏ । ତା'ର ସାଙ୍ଗ ମାନେ ବହୁତ ଖୁସି ହେଉଥାଆନ୍ତି । ଆମର ପରୀକ୍ଷା ବହୁତ ଭଲ ହୋଇଛି ଆମେ ସବୁ ପ୍ରଶ୍ନ ର ଉତ୍ତର କରିଛୁ,ଏମିତି ସେମିତି କହୁଥାଆନ୍ତି । କିନ୍ତୁ ସେ ଝିଅଟି କିଛି କହୁନଥାଏ ।ସେ ବହୁତ ଶାନ୍ତ ସରଳ ସ୍ୱଭାବ ର ଝିଅ ଟିଏ ଥିଲା । ତେଣୁ ଯଦି କମ ମାର୍କ ଆସେ ତାହେଲେ ବାପା ମାଆଙ୍କ ମନ ଦୁଃଖ ହେବ ବୋଲି ଡରିଯାଇଥିଲା । କାରଣ ସମସ୍ତେ ଦୃଢ ନିଶ୍ଚିତ ଭାବରେ କହୁଛନ୍ତି ସବୁ ପ୍ରଶ୍ନ ର ଉତ୍ତର ଆମେ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଛୁ। ଏଠାରେ ସେ ଝିଅଟି ସମୟର ଅଭାବ ହେତୁ ଅଧା ପ୍ରଶ୍ନର ଉତ୍ତର କରିନାହିଁ ।ଫଲରେ ଫଳାଫଳ ପ୍ରତି ତା ମନରେ ସବୁବେଳେ ଭୟ ସୃଷ୍ଟି ହେଉଥିଲା । ତେଣୁ ଝିଅଟି ମ୍ୟାଟ୍ରିକ ଫଳାଫଳ କଥା ଯିଏ ମଧ୍ୟ ହେଉଥାଏ ସେ ସମୟରେ ସେହି ସ୍ଥାନରୁ ଯେକୌଣସି ବାହାନାରେ ଅନ୍ୟ ସ୍ଥାନକୁ ପଳେଇଯାଉଥିଲା । ତା ମନ ମଧ୍ୟରେ ଫଳାଫଳ ପ୍ରତି ବହୁତ ଭୟ ଜାଗ୍ରତ ହେଉଥିଲା । କେହି କିନ୍ତୁ ତା'ମନ କଥା ଜାଣିପାରୁନଥିଲେ । ସେହି କୋମଳ ମନ ମଧ୍ୟରେ କଣ ଚାଲିଛି କେହି ଜାଣିବାକୁ ଚେଷ୍ଟା ମଧ୍ୟ କରୁନଥିଲେ ।ସମସ୍ତେ ଭାବୁଥିଲେ ଛୁଆ ଟି ଆମର ସକାଳୁ ସଞ୍ଜ ଯାଏ କେବଳ ପାଠ ପଢ଼ା ରେ ତାର ସବୁ ପରିଶ୍ରମ ଲଗେଇଦଉଛି । ତାର ଅନ୍ୟ କୌଣସି ଖେଳ ପ୍ରତି ଆଗ୍ରହ ନାହିଁ । ତେଣୁ ପରୀକ୍ଷା ରେ ଝିଅଟି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବ । ସେ କେବେହେଲେ ଫେଲ କରିବା ନାହିଁ କିମ୍ବା କାମ ନମ୍ବର ରଖିପାରିବ ନାହିଁ ।ପରିବାରର ସମସ୍ତ ସଦସ୍ୟ ଙ୍କ ଆଶୀର୍ବାଦ ଏବଂ ଏହିପରି ଭାଵନାର ସୁଫଳାଫଳ ଦେଖିବାକୁ ମିଳିଲା ।


      ଯେଉଁ ଦିନକୁ ସମସ୍ତେ ଅପେକ୍ଷା କରି ରହିଥିଲେ ସେହିଦିନ ଆସିଗଲା । ଦିନର 12 ଟା ସମୟ ହୋଇଛି ।ଘରର ସମସ୍ତେ ଗୋଟିଏ କୋଠରୀରେ ବସିଛନ୍ତି ଛୁଆର ରିଜଲ୍ଟ ଦେଖିବାପାଇଁ । ପରୀକ୍ଷା ଫଳାଫଳ ପ୍ରକାଶ ପାଇବାର ସମୟ ହେଉଛି 1.00 pm ସମୟ । ଝିଅଟି ସମସ୍ତେ ଯେଉଁ କୋଠରୀରେ ଅଛନ୍ତି ସେଠାରେ ନାହିଁ,ଝିଅଟି ଅଛି ଅନ୍ୟ ଏକ କୋଠରୀରେ ନିଜକୁ କବାଟ ମଧ୍ୟରେ ବନ୍ଦ କରି । କାଳେ ରିଜଲ୍ଟ ଖରାପ ହୋଇଯିବ ତାହେଲେ ସମସ୍ତେ ମତେ ଖରାପ ଭାବିବେ ଏବଂ ମୋ ଉପରେ ଥିବା ଆଶା ଓ ଆକାଂକ୍ଷା ସବୁ ଭାଙ୍ଗି ଚୁରମାର ହୋଇଯିବ ।ଏବେ ସମୟ ଆସିଗଲା ଦିନର 1 .00 pm । ଭାଇ ରାଜା ପରି ସିଂହାସନ ଆହରଣ କରିଛି ଏବଂ ତା'ର ଚାରିପଟେ ଘରର ସମସ୍ତ ବ୍ୟକ୍ତି ମନ୍ତ୍ରୀ, ସେନାପତି,ଦ୍ୱାରପାଳ ପରି ଜଗିବସିଛନ୍ତି ରିଜଲ୍ଟ କୁ । ଭାଇ ଝିଅଟିରରୋଲ ନମ୍ବର website ରେ load କଲା ।କିଛି ସେକେଣ୍ଡ ପର୍ଯ୍ୟନ୍ତ ରିଜଲ୍ଟ ଆସିଲା ନାହିଁ।ଭାଇ ର phn ରେ network slow ଥିବାରୁ ।ତାହା ଦେଖି ସମସ୍ତେ ଡରି ଯାଇଥିଲେ । କିଛି ସେକେଣ୍ଡ ପରେ ପୁଣି processing ହେଲା ଆଉ ରିଜଲ୍ଟ show କଲା ଭାଇର phn ସ୍କ୍ରିନରେ।ସମସ୍ତେ ରିଜଲ୍ଟ ଦେଖିଲେ ଏବଂ ବହୁତ ଖୁସି ହେଇଗଲେ।ଘରେ ଖୁସିର ମାହୋଲ ସବୁଆଡେ ପ୍ରସାରିତ ହୋଇଗଲା।ଏପଟେ ଝିଅଟି 1st କ୍ଲାସ ରଖିକି ମିଠା ଆସିଗଲାଣି ଘରକୁ ହେଲେ ସେ ଝିଅଟି ସେହି ବନ୍ଦ କୋଠରୀରୁ ବାହାରକୁ ଏପର୍ଯ୍ୟନ୍ତ ବାହାରକୁ ଆସିନି। ସମସ୍ତେ ଝିଅଟିକୁ ଖୋଜୁଛନ୍ତି ଝିଅଟି କୁଆଡେ ଗଲା ବୋଲି।


     ଘରର ସମସ୍ତେ ଖୋଜି ଖୋଜି ଶେଷରେ ସେହି କୋଠରୀକୁ ଆସିଲେ ଏବଂ କବାଟ ଖୋଲ ମୋ ସୁନା ଝିଅ ବୋଲି ବହୁତ କଥା କହି ବୁଝାଇଲେ ।ଝିଅଟି ବହୁତ ଡରି ଯାଇଥିଲା ମୋର ରିଜଲ୍ଟ ଖରାପ ହୋଇଟିଯିବା ସେଥିପାଇଁ ସମସ୍ତେ ମତେ ଖୋଜୁଛନ୍ତି । ଏବେ ମୁଁ କଣ କରିବି।ଏବେ ସମସ୍ତେ ମତେ ଗାଳି କରିବେ ଏବଂ ମୋ ପ୍ରତି ସମସ୍ତଙ୍କ ମନରେ ଘୃଣା ଭାବନା ସୃଷ୍ଟି ହେବ। ଏହିପରି ଭାବନା ସବୁ ସେହି ଛୋଟ ଝିଅର ମନରେ ସୃଷ୍ଟି ହେଉଥାଏ।ସମସ୍ତେ ଝିଅଟିକୁ ବୁଝାଇ କହିଲେ କବାଟ ଖୋଲ ଝିଅ ବୋଲି କିନ୍ତୁ ଝିଅଟି କାହା କଥାକୁ ଶୁଣିଲା ନାହିଁ।ସବା ଶେଷରେ ବାପା ଆସିଲେ ଏବଂ ଝିଅଟିକୁ କବାଟ ଖୋଲିବାପାଇଁ କହିବାରୁ ଝିଅଟି କବାଟ ଖୋଲିଲା।ସମସ୍ତେ ତାକୁ ଦେଖି ବହୁତ ଖୁସି ହେଲେ।ଝିଅଟି ସମସ୍ତଙ୍କୁ ଦେଖି ବୁଝିପାରିଲାନି,କାହିଁକି ଏମାନେ ସମସ୍ତେ ଏତେ ଖୁସି ହେଉଛନ୍ତି । ମୋର ତ ଭଲ ନମ୍ବର ଆସିନଥିବ,ଖୁସିର କାରଣ କ'ଣ ହୋଇଥିବା?ଓହୋ ବୁଝିଲି ଏବେ ମୋ ସାଙ୍ଗ ର ଭଲ ନମ୍ବର ଆସିଥିବା ସେଇଥିପାଇଁ ସମସ୍ତେ ଏତେ ଖୁସି ହେଉଛନ୍ତି ।ସମସ୍ତେ ଝିଅଟିକୁ ଦେଖି କେବଳ ଖୁସି ହେଉଥାନ୍ତି,ଖୁସି ର ଉତ୍ସାହ ରେ କେହି ସେହି ଛୋଟ ଝିଅଟିକୁ କହିପାରୁନଥାନ୍ତି । ବାପା ହେଉଛନ୍ତି ସେ ଝିଅଟିର Best friend ଯାହା ସହିତ ଝିଅଟି ତା ମନର ସବୁକଥା କହିଥାଏ । ତେଣୁ ସେ ବାପାଙ୍କ ପଚାରିଲା ଏବଂ ଜାଣିବାକୁ ପାଇଲେ ଯେ ସେ "All odisha Topper"ହୋଇଛି ।ଏହି କଥା କହିସାରିବା ପରେ ଝିଅଟିକୁ ବାପା ଜୋରରେ କୁଣ୍ଡାଇପକାଇଲେ ।

         ଏହାପରେ ଝିଅଟିକୁ ଦ୍ୱାଦଶ ଶ୍ରେଣୀରେ ପାଠ ପଢିବାପାଇଁ ବାହାରକୁ ପଠାଗଲା । ଝିଅଟି ବିଜ୍ଞାନ ବିଷୟରେ ନାମ ଲେଖାଇଲା । 2 ରେ ମଧ୍ୟ ସେ "All odisha Topper" ହେଲା ।ଏବଂ 3 ଏକ ବଡ ବିଶ୍ବବିଦ୍ୟାଳୟ ରେ physics honours ରେ ନାମ ଲେଖାଇଲା ।ଏହାପରେ ସେ research କଲା ଏବଂ Nasa ରେ ଏକ ନାମିଦାମୀ ବଡ଼ ପଦବୀରେ ନିଯୁକ୍ତି ପାଇଲା । ଝିଅଟିର ସଫଳତାରେ ପରିବାର ଲୋକେ ବହୁତ ଖୁସି ଓ ଗୋୖରବ ଅନୁଭବ କଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action