Tamalati Nag

Action Inspirational Children

4.0  

Tamalati Nag

Action Inspirational Children

ନୂଆଁବୋହୂ

ନୂଆଁବୋହୂ

2 mins
313


ଗୋଟିଏ ଘରେ ଝିଅଟିଏ ଥାଏ|ସେ ମାଁ-ବାପାଙ୍କର ଭାରି ଲାଡ଼ଲି| ଝିଅଟି ମାଁ ବାପାଙ୍କୁ ବହୁତ ଭଲପାଏ, ତା'ଜୀବନଠାରୁ ବି ବେଶି| ଦିନ ବିତି ଚାଲିଥାଏ|ଝିଅଟି ବାଲ୍ୟାବସ୍ଥା ରୁ କିଶୋରୀ ବୟସରେ ପହଞ୍ଚିଲା| ଝିଅଟି ତା' ମାଁ ଅପେକ୍ଷା ବାପାଙ୍କର ସବୁ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ| ବରଂ ମାଁ ଯାହା କହିଥିବ ଇଚ୍ଛା ଥିଲେ ତାହା କରେ ନ ହେଲେ କରେ ନାହିଁ, କିନ୍ତୁ ବାପା ସେହି କାମକୁ କହିଲେ ସେ ଗୋଟିଏ ସେକେଣ୍ଡ ରେ ସେହି କାମକୁ ଶେଷ କରିଦିଏ| ଝିଅଟି ମାଁ ଅପେକ୍ଷା ବାପାଙ୍କ ପ୍ରତି ବେଶୀ ଆକର୍ଷଣୀୟ ହୋଇଥିଲା| ଏମିତି ଧୀରେ ଧୀରେ ସମୟର ଗତି ତାର ଲକ୍ଷ୍ୟ ରେ ଗଡି ଚାଲିଥାଏ|ଝିଅଟିର ବଡ ଭାଇ ର ବାହାଘର ଠିକ ହେଲା|ଘରକୁ ନୂଆଁବୋହୂ ଆସିଲା|ନୂଆଁବୋହୂ ଟି ପ୍ରଥମେ ଖୁବ ଶାନ୍ତ, ସରଳ,ନମ୍ର ବ୍ୟବହାର କରୁଥିଲା|ବର୍ଷେ ଦୁଇବର୍ଷ ଗଲାପରେ ତା'ର ଅସଲ ରୂପ ଦେଖାଇଲା| ବାପା ନୂଆଁବୋହୁ କୁ ବହୁତ ପସନ୍ଦ କରନ୍ତି|ଝିଅଟି ଏହା ଦେଖି ତାର ମନ ବହୁତ କଷ୍ଟ ହୁଏ|ସେ ବାପାଙ୍କର ନୂଆଁବୋହୂ ପ୍ରତି ଏପରି ପ୍ରେମ ଭାବ ପ୍ରଦର୍ଶନ ଆଦୌ ସହିପରେ ନାହିଁ| କିନ୍ତୁ ଝିଅଟି ତ ତା' ବାପା ବିନା କ୍ଷଣେ ବା ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରେନାହିଁ|ତେଣୁ ବାପାଙ୍କର ନୂଆଁବୋହୂ ପ୍ରତି ଏପରି ସ୍ନେହଭାବ କୁ ଆଖି ବନ୍ଦ କରି ସହି ଯାଏ| ବାପା ନୂଆଁବୋହୂ ଆସିବା ପୂର୍ବରୁ ଝିଅକୁ ବହୁତ ସ୍ନେହ ଶ୍ରଦ୍ଧା ଭଲପାଇବା ଦେଉଥିଲେ, କିନ୍ତୁ ନୂଆଁବୋହୂ ଆସିବା ପରେ ସେହି ଭଲପାଇବା ଦୁହିଁଙ୍କ ମଧ୍ୟରେ ଭାଗ ହୋଇଗଲା|ତେଣୁ ଝିଅଟି ବେଳେ ବେଳେ ଦୁଃଖ ଅନୁଭବ କରେ|କିନ୍ତୁ ବାପା ସେମିତି ଭେଦ ଭାବ କରୁନଥିଲେ|ସେ ତାଙ୍କ ଝିଅ ଏବଂ ବୋହୂ ପ୍ରତି ସମାନ ଭଲପାଇବା ଦେଉଥିଲେ|ସେ ନିଜ ଝିଅକୁ ମଧ୍ୟ ଝିଅ ଏବଂ ବୋହୂ କୁ ମଧ୍ୟ ନିଜ ଝିଅ ପରି ଦେଖୁଥିଲେ|କିନ୍ତୁ କିଏ ଜାଣିଥିଲା ନୂଆଁବୋହୂର ଏପରି ମଧ୍ୟ ରୂପ ଥିବା ବୋଲି!ଦୀର୍ଘ ଦୁଇବର୍ଷ ପରେ ତା'ର ଅସଲ ରୂପ ଆସିଲା ସାମ୍ନାକୁ|ନୂଆଁବୋହୂ ର ଓଠରେ ହୀନ, କର୍କଶ, କ୍ରୁର ଏବଂ କପଟତା ପୂର୍ଣ କଥାସବୁ ବାହାରିଲା| ନୂଆଁବୋହୂ ଛୋଟବୁଦ୍ଧି ସମ୍ପନ୍ନ ମହିଳା ଥିଲା|ସେ ଏକ ଗରିବ ପରିବାରରୁ ଏଇ ଘରକୁ ଆସିଥିଲା |ଧନୀ ଘରର ବୋହୂ ହେଇଥିବାରୁ ତା ମଧ୍ୟ ରେ ଟିକିଏ ଗର୍ବ ଆସିଯାଇଥାଏ|ତାର କଥା କଥାରେ ସ୍ୱାର୍ଥପରତା ରହିଥାଏ| ସେ କାହାକୁ ମଧ୍ୟ ସମ୍ମାନ ଦେଇନଥାଏ| ତା'ର କଥା କଥାରେ କଟୂ କଥା ବାହାରିଥାଏ|

   

       ଦିନେ ବାପା ଝିଅ ଦୁହେଁ ମିଶି ନୂଆଁ ବୋହୂ ଟିକୁ ସବକ ଶିଖାଇଲେ|ସେ ବଡ ମାନଙ୍କୁ ମଧ୍ୟ ଖାତିର କରୁନଥିଲା ଏବଂ ସାନ ମାନଙ୍କୁ ମଧ୍ୟ ସ୍ନେହ କରୁନଥିଲା|ଯିଏ ତା'ସହ ପଦେ ଦି ପଦ ଭଲକରି କଥା ହେଲେ ସେ ନିଜ କଥାକୁ ଆଗେ ମହତ୍ୱ ଦେଉଥିଲା ଦ୍ବିତୀୟ ବ୍ୟକ୍ତି କୁ ନିଜ କଥା ଅଭିବ୍ୟକ୍ତ କରିବା ପାଇଁ ସୁଯୋଗ ଦେଉନଥିଲା|ତେଣୁ ଦ୍ବିତୀୟ ବ୍ୟକ୍ତି ତା'ଠାରୁ ଦୂରେଇ ଯାଉଥିଲା|ବାପ ଝିଅ ମିଶି ନୁଆଁବୋହୁକୁ ଉଚିତ ମାର୍ଗକୁ ଆଣିଲେ|ଶେଷରେ ନୂଆଁ ବୋହୂ ଟି ଉଚିତ ବାଟକୁ ଆସିଲା ଏବଂ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କଲା |


Rate this content
Log in

Similar oriya story from Action