Tamalati Nag

Children Stories Inspirational Others

3  

Tamalati Nag

Children Stories Inspirational Others

"ଜୀବନ ଦାତା ବୃକ୍ଷ"

"ଜୀବନ ଦାତା ବୃକ୍ଷ"

2 mins
146


 ସମସ୍ତ ଜୀବ ମାନଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ପୃଥିବୀରେ ଏକମାତ୍ର ପ୍ରାଣୀ ଯିଏକି ଅନ୍ୟର କଥାକୁ ବୁଝିପାରେ ଏବଂ ନିଜର କଥାକୁ ଅନ୍ୟ ଆଗରେ ପ୍ରକାଶ କରିପାରେ|କିନ୍ତୁ ସମସ୍ତ ଜୀବ ନିର୍ଜୀବ ବସ୍ତୁର ଜୀବନ ରହିଥାଏ, ତାହା ସମସ୍ତେ ଦେଖିପାରନ୍ତି ନାହିଁ|ସେହି ଅନ୍ତଃ ଭାବନା କୁ ଦେଖିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ| ଅନ୍ୟ ଜୀବ ଜନ୍ତୁଙ୍କ ପରି ବୃକ୍ଷ ର ମଧ୍ୟ ଜୀବନ ରହିଛି|ସେ ମଧ୍ୟ ମଣିଷ ଯେପରି ବଞ୍ଚିବା ପାଇଁ ବହୁତ କଠୋର ସାଧନା ଓ ସଂଗ୍ରାମ କରିଥାଏ, ଠିକ୍  ସେହିପରି ବୃକ୍ଷ ମଧ୍ୟ ନିଜର ଜୀବନ କାଳରେ ଜୀବନ ରୂପକ ସଂଗ୍ରାମ କରିଥାଏ|ବୃକ୍ଷ ଏକ ଏପ୍ରକାର ଵସ୍ତୁ ଯିଏକି ନିଜେ ଖରା,ବର୍ଷା, ଶୀତ ସହି ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କୁ ସାହାଯ୍ୟ କରିଥାଏ ଏବଂ ଫୁଲ, ଫଳ,କାଠ,ଅନ୍ୟାନ୍ୟ ଶଶ୍ୟ ଆଦି ପ୍ରଦାନ କରେ |କିନ୍ତୁ ସେ ତାର ପ୍ରତିବଦଳରେ କିଛି ମାଗେ ନାହିଁ ଏଇ ସ୍ୱାର୍ଥପର ମନୁଷ୍ୟ କୁ|ମନୁଷ୍ୟ ଏତେ ସ୍ୱାର୍ଥପର ଯେ ନିଜର ସ୍ୱାର୍ଥ ସାଧନ ପାଇଁ ଏଇ ପରୋପକାରୀ ବୃକ୍ଷ କୁ ଛେଦନ କରି ନିଜର ତଥା ଅନ୍ୟର ମଧ୍ୟ କ୍ଷତି ସାଧନ ଦିଗରେ ଆଗକୁ ବଢ଼ିବାରେ ଲାଗିଛି|ସେ ନିଜ ପାଇଁ ଘର ତିଆରୀ କରିବା ପାଇଁ ବୃକ୍ଷ ଛେଦନ କଲା,କଲକାରଖାନା ତିଆରି ପାଇଁ ବୃକ୍ଷ ଛେଦନ କଲା, ଘର ର ଟିକି ନିକି ଆସବାବ ଜିନିଷପତ୍ର ତିଆରି ପାଇଁ ମଧ୍ୟ ବୃକ୍ଷ କୁ ଛେଦନ କଲା ,ଏମିତି ସମସ୍ତ କାର୍ଯ୍ୟରେ ସେ ବୃକ୍ଷ କୁ ଧ୍ବଂସ କରିବାରେ ଆଗେଇ ଚାଲିଛି ଏବଂ ବିଶ୍ୱକୁ ଧ୍ୱଂସାଭିମୁଖୀ ଦିଗକୁ ବଢ଼ିବାରେ ପ୍ରୋତ୍ସାହନ ଯୋଗାଉଛି||ମନୁଷ୍ୟ ଯଦି ନିଜର କ୍ଷତି ପୂରଣ କରିବାପାଇଁ ଚାହିଁବ ତାହେଲେ ହୁଏତ ପୃଥିବୀ ଆଉ ସେତେବେଳକୁ ପୂର୍ବପରି ଶଷ୍ୟଶ୍ୟାମଲା ରେ ପରିପୂର୍ଣ୍ଣ ନଥିବ| ତେଣୁ ସମସ୍ତଙ୍କୁ ବର୍ତ୍ତମାନ ସମୟରୁ ହିଁ ସଚେତନ ହେବାକୁ ପଡିବ ଯେ, ଯଦି କେହି ଗୋଟିଏ ବୃକ୍ଷ ଛେଦନ କରୁଛି ତାହେଲେ ଗୋଟିଏ ବୃକ୍ଷ ବଦଲରେ ୪ଟି ବୃକ୍ଷ କିମ୍ବା ଅନ୍ତତଃ 2ଟି ବୃକ୍ଷ ରୋପଣ କରିବା ଉଚିତ|ତାହେଲେ ଯାଇ ବିଶ୍ବ ଧ୍ଵଂସହାଭିମୁଖୀ ଦିଗରୁ ହୁଏତ ପଥଚ୍ୟୁତ ହେଇପାରିବ ଏବଂ ସମସ୍ତ ଜୀବଜଗତ ଏବଂ ଉଦ୍ଭିଦ ଜଗତ ସୁରକ୍ଷିତ ରହିବ|

ଶେଷରେ ମୁୁଁ ଏତିକି କହିିବାକୁ ଚାହିଁବି ,


"ବୃକ୍ଷ ର ସୁରକ୍ଷାା ଆମର ଦାୟିତ୍ୱ

ଆମର ସୁରକ୍ଷା ବୃକ୍ଷର ଦାୟିତ୍ୱ |"



Rate this content
Log in