Tamalati Nag

Children Stories Fantasy Children

3  

Tamalati Nag

Children Stories Fantasy Children

କୁହୁକ ବାଡ଼ି

କୁହୁକ ବାଡ଼ି

2 mins
193


ଗୋଟିଏ ଦେଶରେ ରାଜା ଟିଏ ଶାସନ କରୁଥାଏ|ତାର ବଂଶକୁ ଆଗକୁ ନେବା ପାଇଁ ତାର କେବଳ ଗୋଟିଏ ଝିଅ ଥିଲା ,ପୁଅ ନଥିଲା| ତେଣୁ ରାଜା ତାର ଝିଅକୁ ଅସ୍ତ୍ରଶସ୍ତ୍ରରେ ପାରଙ୍ଗମ କରିଥିଲା|ଥରେ ତାର ଝିଅ ବଣକୁ ଶିକାର ପାଇଁ ଯାଇଥିଲା,ସେଠି ସେ ଗୋଟିଏ ଗୁମ୍ଫା ଦେଖିଲା ଓ ବାଘ ଶିକାର କରିବା ପାଇଁ ଇଚ୍ଛା ପ୍ରକାଶ1କଲା|ଏବଂ ତାର ଗତି ଆଗକୁ ବଢ଼ାଇଲା|ସେହି ଗୁମ୍ଫା ଭିତରେ ବାଘଟି ଏକ ଚକ୍ ଚକ୍ କରୁଥିବା ବାଡ଼ିଟିକୁ ଜଗି ବସିଥିଲା| ତାକୁ ଦେଖିଲେ ଜଣାପଡୁଥିଲା ଯେ ସେ ସେହି ଚକ୍ ଚକ୍ କରୁଥିବା ବାଡ଼ି ଟି କୁ ସୁରକ୍ଷା ପ୍ରଦାନ କରୁଛି|ତେଣୁ ରାଜକୁମାରୀ ଏସବୁ ଦେଖି ସେହି ଚକ୍ ଚକ୍ କରୁଥିବା ବାଡ଼ି ଟି କୁ ପ୍ରାପ୍ତ କରିବାପାଇଁ ଉପାୟ ପାଞ୍ଚିଲା|ବାସ୍ତବରେ ସେହି ବାଡିଟି କୌଣସି1ସାଧାରଣ ବାଡ଼ି ନଥିଲା ,ତାହାର ନାମ ଥିଲା 'କୁହୁକ ବାଡ଼ି '(Magic stick)|ରାଜକୁମାରୀ ବାଘକୁ ମରିବାପାଇଁ ପାଖକୁ ଗଲା,ଏହା ଦେଖି ବାଘଟି ଡରିଗଲା ଏବଂ ରାଜକୁମାରୀ କୁ ପ୍ରଣୀପାତ କଲା|ଏହା ଦେଖି ରାଜକୁମାରୀ ଆଶ୍ଚର୍ଯ୍ୟ ହେଲେ|ସେ ବାଘଟି କଥା କହିଲା ଏବଂ ସେ ଜଣେ ଅଭିଶପ୍ତ ରାଜକୁମାର ବୋଲି କହିଲା|ରାଜକୁମାରୀକୁ ସେ କେମିତି ବାଘ ପରି ପଶୁ ରେ ପରିଣତ ହେଲା ସବୁ କହିଲା|ମତେ ଏହି ଅଭିଶାପ ରୁ ମୁକ୍ତି ଆପଣ ଦେଇପାରିବେ ବୋଲି କହି ରାଜକୁମାରୀ କୁ ଅନୁରୋଧ କଲା|ରାଜକୁମାରୀ ସେହି ଅଭିଶପ୍ତ ରାଜକୁମାର ର କଥା ରେ ରାଜି ହେଲା ଏବଂ ତୁମେ କେମିତି ଏ ସଂକଟରୁ ଉଦ୍ଧାର ହେଇପାରିବ ତାହା କୁହ କହିଲା|ରାଜକୁମାର କହିଲା ଗୋଟିଏ ଯାଦୁଗର ତାର 'କୁହୁକ ବାଡ଼ି'ରେ ମତେ ଏହି ଅଭିଶାପ ଦେଇଛନ୍ତି ତାଙ୍କ ପାଖକୁ ଗଲେ ସବୁ ସମାଧାନ ହେବ|ସେ ଏହି ଜଙ୍ଗଲରେ ଏକ ଗୁପ୍ତ ଗୁମ୍ଫାରେ ରହନ୍ତି,ସେଠାକୁ ଯିବା|ରାଜକୁମାରୀ ଓ ଅଭିଶପ୍ତ ରାଜକୁମାର ଦୁହେଁ ଯାଆନ୍ତି ସେହି ଯାଦୁଗର ପାଖକୁ ଏବଂ ଯାଦୁଗର କୁ ରାଜକୁମାରୀ କଥାରେ କଥାରେ ମନାଏ ଓ ଯାଦୁଗର ତାର ସେହି କୁହୁକ ବାଡ଼ିରେ ରାଜକୁମାରକୁ ଓ ମୁକ୍ତ କରିଦେଲା|ରାଜକୁମାର କୁ ବାଘ ରୁ ରାଜକୁମାର ରେ ପରିଣତ କଲାପରେ ଗୁମ୍ଫାରେ ଥିବା ସେହି କହୁକ ବାଡିଟି ନଷ୍ଟ ହୋଇଗଲା|ଶେଷରେ ରାଜକୁମାର ଓ ରାଜକୁମାରୀ ମଧ୍ୟରେ ପ୍ରଣୟ ସମ୍ପର୍କରେ ସ୍ଥାପନ ହୁଅନ୍ତି ଓ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହୁଅନ୍ତି ଓ ଖୁସିରେ ଜୀବନଯାପନ କରନ୍ତି ।


Rate this content
Log in