Tamalati Nag

Children Stories Inspirational Children

3  

Tamalati Nag

Children Stories Inspirational Children

ଜୀବନ ର ଚ୍ୟାଲେଞ୍ଜ

ଜୀବନ ର ଚ୍ୟାଲେଞ୍ଜ

2 mins
206


ସାଇନା ଦଶ ବର୍ଷର ଗୋଟିଏ ଛୋଟ ଝିଅ |ତାର ଜୀବନରେ ସବୁ ସଠିକ୍ ଚାଲିଥାଏ|ସେ ସକାଳୁ ଉଠେ ଟିଉସନ ଯାଏ ଓ ଟିଉସନ ରୁ ଆସିଲେ ସ୍କୁଲ ଯାଏ|ପୁଣି ସ୍କୁଲ ରୁ ଫେରିଲେ ଟିଉସନ ଯାଏ ଓ ଟିଉସନ ରୁ ଫେରିଲେ ସାଙ୍ଗ ମାନଙ୍କ ସହ ଖେଳିବାରେ ଲାଗିଯାଏ|ତାକୁ ପାଠ ପଢା ସହ ଖେଳକୂଦ ଭାରି ମଜା ଲାଗେ|ଧୀରେ ଧୀରେ ସେ ବଡ ହେବାରେ ଲାଗିଲା, ତାର ବୟସ ବଢ଼ିବାରେ ଲାଗିଲା|ଏବେ ସେ ଏମ.ଇ. ସ୍କୁଲ ରେ ପଢୁଛି|ବାର୍ତ୍ତମାନ ତାର ନୂଆଁ ନୂଆଁ ସାଙ୍ଗ ମାନେ ବନ୍ଧୁତା କରୁଛନ୍ତି|ସେ ଏଇଥିପାଇଁ ବହୁତ ଖୁସି |ନୂଆଁ ସ୍କୁଲ ନୂଆଁ ସାଙ୍ଗ ମାନେ ଏବଂ ନୂଆଁ ନୂଆଁ ସାର, ମେମ ମାନେ|ଯାହାବି ହଉ ଜୀବନରେଗୋଟିଏ ମୁହୂର୍ତ ଏମିତି ବି ଥିଲା ତା ଜୀବନରେ ସେଇ ସମୟ ହେଉଛି ଏଇ ସମୟ ଯାହାକି ତାକୁ ବେଶ ଖୁସି ଓ ଆନନ୍ଦ ପ୍ରଦାନ କରୁଥିଲା |ସେ କେବଳ ତାର ଜୀବନରେ 3 ଜଣଙ୍କ ଭୂମିକା କୁ ବେଶ ଭଲପାଉଥିଲା ,ସେମାନେ ହେଉଛନ୍ତି ତାର ମାଁ-ବାପା ଓ ତାର ଘନିଷ୍ଠ ବନ୍ଧୁ |ସେ ତାର ଜୀବନରେ ଏଇ ତିନି ଜଣ ଙ୍କ ପରେ ଆଉ କାହାକୁ ଗୁରୁତ୍ୱ ଦେଉନଥିଲା ଏବଂ ତାକୁ ମଧ୍ୟ ଅନ୍ୟ କେହି ଗୁରୁତ୍ୱ ଦେଉନଥିଲେ ଏଇ ତିନି ଜଣଙ୍କ ବ୍ୟତୀତ| ସେ କିନ୍ତୁ ବେଶ ଖୁସିରେ ଥିଲା କିଏ ପଚାରୁ ନ ପଚାରୁ ତା' ସହ ଅଛନ୍ତି ତା'ର ମାଁ-ବାପା ଏବଂ ତାର ସେଇ ପ୍ରିୟ ର ବନ୍ଧୁ|ସେ ତାର ବନ୍ଧୁ ସହ ନୀତି ଏମ.ଇ. ସ୍କୁଲ କୁ ଯାଉଥିଲା|ଦିନେ ମଧ୍ୟ ଛୁଟି କରୁନଥିଲା|ଯାହା ଫଳରେ କି ସେ ଦୁଇ ବନ୍ଧୁ ସ୍କୁଲ ଶିକ୍ଷକମାନଙ୍କ ର ବେଶ ପ୍ରିୟ ଛାତ୍ରୀ ହୋଇପାରିଥିଲେ|ଏମ.ଇ. ସ୍କୁଲ ବିଦ୍ୟାଳୟରେ ପାଠ ପଢା ସରିଲା|ଏବେ ସେମାନେ ହାଇସ୍କୁଲ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି|ଏମ.ଇ.ସ୍କୁଲ ରେ ପାଠ ପଢା ସରିଲା ,ସାଇନା ଅଷ୍ଟମ ଶ୍ରେଣୀରେ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା|ସେମାନେ ଚାଲିଲେ ଏବେ ହାଇସ୍କୁଲ ଶିକ୍ଷା ଅଧ୍ୟୟନ ପାଇଁ|ହାଇସ୍କୁଲ ରେ ପୁଣି ନୂତନ ନୂତନ ଶିକ୍ଷକ ମାନେ ଅଛନ୍ତି ଏବଂ ଗୋଟିଏ ହେଲେ ଶିକ୍ଷୟତ୍ରୀ ନାହାଁନ୍ତି|ହାଇସ୍କୁଲ ପାଠପଢ଼ା ଅତି ମନୋବୃତ୍ତି ର ସହିତ ପଢିବାକୁ ଲାଗିଲା ସାଇନା|ସେ ଏବେ କେବଳ ତାର ପାଠପଢା ପ୍ରତି ଲିପ୍ତ ରହିଛି|ପାଠପଢ଼ାରେ ଏତେ ମଜ୍ଜିଯାଇଛି ଯେ କିଏ କଣ କରୁଛି ,ତାକୁ କିଏ ଡାକିଲା ସେ ଧ୍ୟାନ ଦିଏ ନାହିଁ ଓ ଦୃଷ୍ଟିଗୋଚର କରେ ନାହିଁ|ତାର ଏଇ ମନୋବୃତ୍ତି ପାଇଁ ସେ  ଆଜି ଦଶମ ଶ୍ରେଣୀର ଫଳାଫଳ ଭଲ କରିପାରିଛି ଏବଂ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛି|ସେ ତାର କଠିନ ପରିଶ୍ରମ ର ଫଳ ପାଇଛି ଯାହାକି ତାକୁ ଓ ତାର ପରିବାର କୁ ଖୁସି ପ୍ରଦାନ କରିଛି|ତାର ଏଇ ପରୀକ୍ଷା ଫଳାଫଳ ଦେଖି ଘର ର ସମସ୍ତେ ବହୁତ ଗର୍ବ ଅନୁଭବ କରୁଛନ୍ତି ଝିଅ ସାଇନା ଉପରେ|

ଏବେ ତା ଆଗରେ  ଚ୍ୟାଲେଞ୍ଜ ପରେ ଚ୍ୟାଲେଞ୍ଜ ରଖାଯାଉଛି|ସେ ଦଶମ ପାସ କରିଛି କି ନାଈଁ ,ସେ ଦୁନିଆଁ କଣ ଜାଣିନି ଆଉ ତା ସାମ୍ନାରେ ବଡ଼ ବଡ ଅସୁବିିଧା  ର ଉପସ୍ଥାପନା  କରିିିବାରେ ପଛଘୁଞ୍ଚା ଦେଉନାହାଁନ୍ତି ଭଗବାନ|କିିନ୍ତୁ ସେ କଣ ଜାଣିଛି ଯେ ଭଗବାନ  ସେହି ବ୍ୟକ୍ତିକୁ ହିଁ ଅସୁବିିଧା ପ୍ରଦାନ କରେ ,ଯାହା ପାଖରେ କିି ସେହି ଅସୁବିିଧା ର ସମାଧାନ କରିବାର ଶକ୍ତି ରହିଥାଏ|ସାଇନା କିନ୍ତୁ କିଛି ବୁଝିପାରୁୁୁନଥାଏ,ଧୀରେ ଧୀରେ  ସେ ସବୁ ବୁଝିଗଲା ଭଗବାନଙ୍କ ଏଇ ପରିିିକ୍ଷା ମାୟାଜାଲ କୁ ଓ ତାକୁ ସହାସର ସହିତ ସାମ୍ନା କରିିିଛି ଏବଂ ଶେଷରେ ତାର ସମସ୍ୟାର ସମାଧାନ ପାଇଛି| ଏବେ ତା ଜୀବନରେ ନୂତନ ସକାଳର ସୂର୍ଯ୍ୟ ଉଦୟ ହୋଇଛି| ସେ ଏବେ ହୋଇଯାଇଛି ଏକ ସୁଦୃଢ଼ ,ସାହସୀ ଓ ଦୃଢ଼଼-ବିିଶ୍ବାଶୀ|


Rate this content
Log in